ଶାସନର ନବୀକରଣ

ସମସ୍ୟା ସମାଧାନ ହେଉ କିମ୍ବା ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ପ୍ରତିଦିନ ଜଣେ ପ୍ରଧାନମନ୍ତ୍ରୀ ବରିଷ୍ଠ ଅମଲାଙ୍କ ସହ ଘଣ୍ଟା ଘଣ୍ଟା ଆଲୋଚନା କରନ୍ତି ନାହିଁ। କିନ୍ତୁ ନରେନ୍ଦ୍ର ମୋଦି ଏହା କରୁଛନ୍ତି। ନିକଟରେ ମୋଦି ୩.୦ ବ୍ୟାନରରେ ଶାସନର ନବୀକରଣ ପାଇଁ ଲଗାତର ବାବୁମାନଙ୍କ ସହ ଆଲୋଚନା କରୁଥିଲେ। କିନ୍ତୁ ଏବେ ଗତିବିଧି ଅଧିକ ପ୍ରଭାବଶାଳୀ ହୋଇଛି। ତ୍ୱରିତ ନୀତି ନିର୍ଦ୍ଧାରଣଠାରୁ ଆରମ୍ଭକରି ଉତ୍ତରଦାୟିତ୍ୱ ଏବଂ ତୃଣମୂଳସ୍ତରରେ ନୀତିକୁ କାର୍ଯ୍ୟକାରୀ କରାଇବା ପର୍ଯ୍ୟନ୍ତ ସରକାର କିପରି କାମ କରିବେ ତାହା ଉପରେ ପୁନର୍ବିଚାର ହେଉଛି। ମୋଦି ଅନୁଭବ କରିଛନ୍ତି, ଯଦି ବାବୁମାନେ ପୁରୁଣା ଅଭ୍ୟାସରେ ବୁଡ଼ି ରହନ୍ତି, ତେବେ କେବଳ ନୂତନ ଆଇନ ଏବଂ ସ୍ଲୋଗାନ ଦ୍ୱାରା ଆଖିଦୃଶିଆ ପରିବର୍ତ୍ତନ ଆସିପାରିବ ନାହିଁ। ଶାସନ ସଂସ୍କାର ଉପରେ ଗୁରୁତ୍ୱ ଦିଆଯାଇ ଦକ୍ଷତା, ସମନ୍ବୟ ଏବଂ ଦ୍ରୁତ କାର୍ଯ୍ୟାନ୍ବୟନକୁ ନେଇ ଆଲୋଚନା ହେଉଛି। ଶାସନ ପ୍ରକ୍ରିୟାରେ କେଉଁସବୁ ତତ୍ତ୍ୱ ବାଧା ଉପୁଯାଉଛି ତାହାକୁ ସରକାର ରୋକିବାକୁ ଚାହାନ୍ତି। ନେହେରୁଙ୍କ ପରଠାରୁ ପ୍ରତ୍ୟେକ ପ୍ରଧାନମନ୍ତ୍ରୀ ଅମଲାତନ୍ତ୍ରକୁ ଆଧୁନିକୀକରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି; କିନ୍ତୁ କେହି କରିପାରିନାହାନ୍ତି। ଭାରତର ପ୍ରଶାସନିକ ସେବା ପ୍ରାୟତଃ କାର୍ଯ୍ୟଦକ୍ଷତା ନୁହେଁ, ବରିଷ୍ଠତାକୁ ନେଇ ଆଗକୁ ବଢ଼ିଛି। ତେଣୁ ଯେପର୍ଯ୍ୟନ୍ତ ମୋଦିଙ୍କ ନବୀକରଣ ପ୍ରକ୍ରିୟା ବ୍ୟବସ୍ଥାରେ ଉତ୍ତରଦାୟିତ୍ୱ ନିଶ୍ଚିତ ନ କରିଛି ଏବଂ ସଚ୍ଚୋଟ ଅଧିକାରୀମାନଙ୍କୁ ରାଜନୈତିକ ପଞ୍ଝାରୁ ରକ୍ଷା ନ କରିଛି, ସେ ପର୍ଯ୍ୟନ୍ତ ଆମେ ପୁନର୍ବାର ସମାନ ସମସ୍ୟାକୁ ସାମ୍ନା କରିବୁ। ବଡ଼ ବଡ଼ କଥା ଶୁଣିବାକୁ ମିଳିବ, ଅଥଚ କମ୍‌ ପରିବର୍ତ୍ତନ ଆସିବ। ତଥାପି, ଗୁରୁତ୍ୱପୂର୍ଣ୍ଣ ଯେ ପ୍ରଧାନମନ୍ତ୍ରୀ ବାବୁମାନଙ୍କୁ ଭାଷଣ ଶୁଣାଇବା ପରିବର୍ତ୍ତେ ସେମାନଙ୍କୁ ସକ୍ରିୟ କରୁଛନ୍ତି। କହିବାକୁ ଗଲେ ଏକ ଛୋଟ ସଂସ୍କୃତିଗତ ପରିବର୍ତ୍ତନ।
ଅଜବ ଇସ୍ତଫା ମାମଲା
ଭାରତର ବାବୁସାମ୍ରାଜ୍ୟରେ ନିୟମକୁ କିପରି ସାମାନ୍ୟ ମୋଡ଼ ଦିଆଯାଇପାରେ ତାହା କାନ୍ନନ ଗୋପୀନାଥନ୍‌ଙ୍କ ଘଟଣାରେ ଦେଖିବାକୁ ମିଳେ। ନାଗରିକ ସ୍ବାଧୀନତା ଉପରେ ମୁହଁଖୋଲି ୨୦୧୯ରେ ଆଇଏଏସ୍‌ରୁ ଇସ୍ତଫା ଦେଇଥିବା ଗୋପୀନାଥନ୍‌ କହିଛନ୍ତି, ସରକାର ଓପଚାରିକ ଭାବରେ ତାଙ୍କ ଇସ୍ତଫା ଗ୍ରହଣ କରି ନ ଥିଲେ। ଏପରିକି ୬ବର୍ଷ ପରେ ଏବେ ସେ କଂଗ୍ରେସରେ ଯୋଗଦେଇଥିବାବେଳେ ତାଙ୍କୁ ସେବାରୁ ବିରତ କରାଯାଇନାହିଁ। ସେବା ନିୟମ ଅନୁଯାୟୀ, କୌଣସି ଶୃଙ୍ଖଳାଗତ ତଦନ୍ତ କିମ୍ବା ବକେୟା ଦେୟ ନ ଥିଲେ ସାଧାରଣତଃ ଜଣେ ଅଧିକାରୀଙ୍କ ଇସ୍ତଫା ଗ୍ରହଣ କରାଯାଏ । ଯେହେତୁ ଏହି ପ୍ରକ୍ରିୟା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ, ସେଥିପାଇଁ ସରକାର ସ୍ବାଧୀନ ଭାବେ ନିଷ୍ପତ୍ତି ନେଉଛନ୍ତି। ଗୋପୀନାଥନ୍‌ଙ୍କ କ୍ଷେତ୍ରରେ,‘ହିଁ’ କିମ୍ବା ‘ନା’ ସ୍ପଷ୍ଟ କରାଯାଇନାହିଁ। ସେ ନା ଜଣେ ସେବାକାରୀ ଅଧିକାରୀ କିମ୍ବା ଜଣେ ମୁକ୍ତ ନାଗରିକ ହୋଇପାରୁଛନ୍ତି। ଅନେକ ବର୍ଷ ଧରି ଅନିଶ୍ଚିତତାରେ ରହିପାରୁଥିବା ଇସ୍ତଫାପତ୍ର ସ୍ପଷ୍ଟ ବାର୍ତ୍ତା ଦିଏ ଯେ, ବ୍ୟବସ୍ଥା ଠକ୍‌ ଭାବେ ଚାଲୁନାହିଁ। ତେବେ ପ୍ରଶ୍ନ ଉଠୁଛି, ସରକାରଙ୍କ ପାଖରେ ଇସ୍ତଫାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଳମ୍ବ କରିବାର କିମ୍ବା ଅଣଦେଖା କରିବାର ଏକପାଖିଆ କ୍ଷମତା ଅଛି କି? ଯଦି ନିୟମ ପୁସ୍ତକରେ ସାଧାରଣ ଭାବେ ଇସ୍ତଫା ଗୃହୀତ ହେବା କଥା ଉଲ୍ଲେଖ ଅଛି, ତେବେ ଏଥିରେ ହୋଇଥିବା ବ୍ୟତିକ୍ରମର ଯଥାର୍ଥତା ଦର୍ଶାଇବା ଉଚିତ, ଏହାକୁ ସାମାନ୍ୟ ବିଷୟ ଭାବିବା ଅନୁଚିତ। ସିଭିଲ ସର୍ଭିସ୍‌ ଏକ ଯନ୍ତା ଭଳି କାର୍ଯ୍ୟ କରିବା ଉଚିତ ନୁହେଁ। ଅଧିକାରୀମାନେ ଅସୁବିଧାରେ ପଡ଼ୁଥିବାବେଳେ ଏକ ନିୟମ ଆଧାରିତ ବ୍ୟବସ୍ଥାକୁ ତାହାର ନିଜ ନିୟମ ପ୍ରୟୋଗ କରିବାକୁ ପଡ଼ିବ।
ବ୍ୟବସ୍ଥାରେ ପରିବର୍ତ୍ତନ
ନକ୍ସଲ ବିରୋଧରେ ଲଢୁଥିବା ସିଆର୍‌ପିଏଫ୍‌ ଅଧିକ ସମନ୍ବୟ ତଥା ତ୍ୱରିତ ନିଷ୍ପତ୍ତି ନେବା ଲକ୍ଷ୍ୟରେ ଏହାର କମାଣ୍ଡ ବ୍ୟବସ୍ଥାରେ ପରିବର୍ତ୍ତନ କରିଛି। ଏହା ଏପରି ଏକ ସଂସ୍କାର ଯାହା କ୍ଷେତ୍ରରେ ସମସ୍ତ ପରିବର୍ତ୍ତନ ଆଣିପାରିବ। ବାସ୍ତବରେ ଏହା ବହୁ ପୂର୍ବରୁ କରାଯିବା ଉଚିତ ଥିଲା। ଅନେକ ଦଶନ୍ଧି ଧରି, ସିଆର୍‌ପିଏଫ୍‌ ଭାରତର ଆଭ୍ୟନ୍ତରୀଣ ସୁରକ୍ଷାରେ ପ୍ରମୁଖ ଭୂମିକା ନେଇଆସିଛି। ଏହା ବ୍ୟାପକ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ପ୍ରାୟତଃ ଏକ ପୁରୁଣା ପଦାନୁକ୍ରମ ବିଚାରରେ ଫସି ରହିଛି, ଯେଉଁଠାରେ ପ୍ରତ୍ୟେକ ନିଷ୍ପତ୍ତିରେ କିଛି ପରିବର୍ତ୍ତନ କରିବା ପୂର୍ବରୁ ଅନେକ ସ୍ତରର ନିର୍ଦ୍ଦେଶ ଦେଇ ଗତି କରିବାକୁ ପଡ଼େ। ଫଳରେ ତତ୍‌କ୍ଷଣାତ୍‌ ଆକ୍ରମଣକରି ଅଦୃଶ୍ୟ ହୋଇଯାଉଥିବା ବିଦ୍ରୋହୀମାନଙ୍କୁ ଟ୍ରାକ୍‌କରିବାରେ ବିଳମ୍ବ ହିଁ ସୁଯୋଗକୁ ହାତଛଡ଼ା କରେ। ନୂତନ ବ୍ୟବସ୍ଥାରେ ଏବେ ଜଣେ ସ୍ବତନ୍ତ୍ର ନିର୍ଦ୍ଦେଶକ କୋବ୍ରା ବାଟାଲିଅନ, ଗୁପ୍ତଚର ୟୁନିଟ୍‌ ଏବଂ ଟାକ୍‌ଟିକାଲ ୱିଙ୍ଗ୍‌ ସମେତ ସମସ୍ତ କାର୍ଯ୍ୟ ପରିଚାଳନା କରିବେ। ଅନ୍ୟ ଜଣେ ଲଜିଷ୍ଟିକ୍ସ ଏବଂ ପ୍ରଶାସନ ପରିଚାଳନା କରିବେ, ତୃତୀୟ ଜଣକ ତାଲିମ ଏବଂ କ୍ଷମତା-ବୃଦ୍ଧି ଉପରେ ଧ୍ୟାନ ଦେବେ ଏବଂ ସେମାନଙ୍କୁ ସହଯୋଗ କରିବା ପାଇଁ ଜଣେ ଉତ୍ସର୍ଗୀକୃତ ଅତିରିକ୍ତ ଡିଜି ରହିବେ। ତତ୍ତ୍ୱଗତ ଭାବରେ, ଏହା ଦାୟିତ୍ୱର ଏକ ଉତ୍ତମ ପୁନଃ ଆବଣ୍ଟନ ଯାହା ଉତ୍ତରଦାୟିତ୍ୱକୁ ଉତ୍ସାହିତ କରିବ। ସିଆର୍‌ପିଏଫ୍‌ ଏହି ପୁନର୍ଗଠନକୁ ଦ୍ରୁତ, ସ୍ମାର୍ଟ ଏବଂ ଅଧିକ ଅନୁକୂଳ ଭାବେ କ୍ଷେତ୍ରରେ କାର୍ଯ୍ୟ କରିପାରିବ କି ନାହିଁ ତାହା ତା’ ପାଇଁ ହେଉଛି ପ୍ରକୃତ ପରୀକ୍ଷା। ଯଦି ବ୍ୟବସ୍ଥାଗତ ପରିବର୍ତ୍ତନ ମୃତାହତ ସଂଖ୍ୟା କମ୍‌ କରିବା ସହ କଠୋର ଅପରେଶନକୁ ଦ୍ରୁତ କରିବ, ତେବେ ବାମପନ୍ଥୀ ଉଗ୍ରବାଦ ବିରୋଧରେ ଜାରି ଦୀର୍ଘ ଯୁଦ୍ଧ ପ୍ରକୃତରେ ଶେଷ ହେବା ଆରମ୍ଭ ହେବ ବୋଲି ଧରିନିଆଯିବ।
Email: dilipcherian@gmail.com

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?