ଗୋଟାବାୟା ଅସମର୍ଥ

କଲମ୍ବୋ,୬ା୪: ଘୋର ଆର୍ଥିକ ସଙ୍କଟକୁ ସାମ୍ନା କରୁଥିବା ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ଅତି ଖରାପ ଆଡ଼କୁ ଗତି କରୁଛି। ୪୨ ଏମ୍‌ପି ନିଜକୁ ସ୍ବାଧୀନ ଘୋଷଣା କରିବା ପରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେଙ୍କ ଶ୍ରୀଲଙ୍କା ପୋଦୁଜନ ପେରାମୁନା (ଏସ୍‌ଏଲ୍‌ପିପି) ମଙ୍ଗଳବାର ପାର୍ଲାମେଣ୍ଟରେ ସଂଖ୍ୟାଗରିଷ୍ଠତା ହରାଇଛି। ବିଦ୍ୟୁତ୍‌ କାଟ୍‌ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ବିରୋଧରେ ନାଗରିକଙ୍କ ବିକ୍ଷୋଭକୁ ଦେଖି ଏପ୍ରିଲ ପହିଲାରେ ରାଷ୍ଟ୍ରପତି ରାଜପାକ୍‌ସେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେଙ୍କ ବ୍ୟତୀତ କ୍ୟାବିନେଟର ସମସ୍ତ ସଦସ୍ୟ ଇସ୍ତଫା ଦେଇଥିଲେ। ରାଷ୍ଟ୍ରପତି ଗାଦି ଛାଡ଼ନ୍ତୁ ବୋଲି ଦାବି ଜୋର୍‌ ଧରିଥିଲେ ହେଁ ଗୋଟାବାୟା ଇସ୍ତଫା ଦେବାକୁ ମନା କରିଥିଲେ। ଦେଶରେ ସରକାର ବିରୋଧୀ ବିକ୍ଷୋଭ ତେଜିବାରେ ଲାଗିଥିବାବେଳେ ସଦ୍ୟ ରାଜନୈତିକ ଘଟଣାକ୍ରମ ଦ୍ୱୀପରାଷ୍ଟ୍ରର ଭବିଷ୍ୟତକୁ ଅନ୍ଧାର ଭିତରକୁ ଟାଣିନେଇଛି।
୨୦୨୦ ସାଧାରଣ ନିର୍ବାଚନରେ ୨୨୫ ଆସନ ବିଶିଷ୍ଟ ପାର୍ଲାମେଣ୍ଟରେ ଶାସକ ଏସ୍‌ଏସ୍‌ପିପି ନେତୃତ୍ୱାଧୀନ ମେଣ୍ଟ ୧୪୬ ଆସନ ଦଖଲ କରିଥିଲା। ମହିନ୍ଦା ରାଜପାକ୍‌ସେଙ୍କ ସରକାରରେ ପ୍ରତିରକ୍ଷା ସଚିବ ଥିବା ତାଙ୍କ ଭାଇ ଗୋଟାବାୟାଙ୍କୁ ରାଷ୍ଟ୍ରପତି କରାଯାଇଥିଲା। କିନ୍ତୁ ଡଲାର ରିଜର୍ଭର ଅଭାବ ଓ ଆର୍ଥିକ ସଙ୍କଟ ଯୋଗୁ ଇନ୍ଧନ, ଏଲ୍‌ପିଜି, ବିଦ୍ୟୁତ୍‌, ଔଷଧ ଏବଂ ଖାଦ୍ୟ ସଙ୍କଟ ଦେଖାଦେଲା। ଏହାର ମୁକାବିଲା କରିବାରେ ଗୋଟାବାୟାଙ୍କ ଅକ୍ଷମତା ଯୋଗୁ ଦେଶରେ ଆର୍ଥିକ ସଙ୍କଟ ଘନେଇବାରେ ଲାଗିଛି। ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ଲୋକେ ରାସ୍ତାକୁ ଓହ୍ଲାଇଥିବାବେଳେ ସୋମବାର ରାତିରେ ଗୋଟାବାୟା ପଦ ଛାଡ଼ିବାକୁ ମନା କରିଥିଲେ। ଇତିମଧ୍ୟରେ ସରକାର ୪ ନୂଆ ମନ୍ତ୍ରୀଙ୍କୁ ନିଯୁକ୍ତ କରିଥିଲେ। ତେବେ ଶପଥ ନେବାର ୨୪ ଘଣ୍ଟା ନ ପୂରୁଣୁ ଅର୍ଥମନ୍ତ୍ରୀ ଅଲୀ ସବ୍ରି ଇସ୍ତଫା ଦେଇଛନ୍ତି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ଠାରୁ ଋଣ ଆଣିବା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପୂର୍ବରୁ ଅର୍ଥମନ୍ତ୍ରୀ ନିଜ ପଦ ଛାଡ଼ିଛନ୍ତି। ତାଙ୍କ ଇସ୍ତଫା ଅନ୍ତରୀଣ ସରକାର ଗଠନ ପାଇଁ ବାଟ ଫିଟାଇବ ବୋଲି ସବ୍ରି କହିଛନ୍ତି। ମଙ୍ଗଳବାର ନିଜକୁ ସ୍ବାଧୀନ ଘୋଷଣା କରିଥିବା ୪୨ ଏମ୍‌ପିଙ୍କ ମଧ୍ୟରେ ଅଛନ୍ତି ଶ୍ରୀଲଙ୍କା ଫ୍ରିଡମ୍‌ ପାର୍ଟିର ୧୪, ଶାସକ ମେଣ୍ଟର ୧୦ ଏବଂ ଏସ୍‌ଏଲ୍‌ପିପିର ୧୨ ସଦସ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri