କଳିଙ୍ଗ ନୌବାଣିଜ୍ୟର ସ୍ମାରକୀ ଗୋପାଳପୁର ବନ୍ଦର

ବ୍ରହ୍ମପୁର ଅଫିସ,୮ା୧୧(ନରସିଂହ ସାହୁ): କଳିଙ୍ଗ ନୌବାଣିଜ୍ୟର ପ୍ରତୀକ ବା ସ୍ମାରକୀ ଗୋପାଳପୁର ବନ୍ଦର। ଶତାଧିକ ବର୍ଷର ଇତିହାସ ଅନୁସାରେ ଦକ୍ଷିଣ ଓଡ଼ିଶାର ସାଧବ ପୁଅମାନେ ବେପାର ବଣିଜ ପାଇଁ ଇଣ୍ଡୋନେସିଆ, ଶ୍ରୀଲଙ୍କା ଓ ରେଙ୍ଗୁନ ଆଦି ସ୍ଥାନକୁ ଜାହାଜରେ ଯାଇ ପ୍ରଚୁର ଧନସମ୍ପତ୍ତି ଅର୍ଜନ କରି ନିଜ ଗଁାକୁ ଆଣୁଥିଲେ। ସେତେବେଳେ ଗୋପାଳପୁର ବେଳାଭୂମିରେ ଲାଗୁଥିଲା ଜାହାଜ। କାର୍ତ୍ତିକ ପୂର୍ଣ୍ଣିମା ଭୋର୍‌ରେ ସାଧବାଣୀମାନେ ବୋଇତ ବନ୍ଦାଣ ସହ ସାଧବମାନଙ୍କୁ ବନ୍ଦାପନା କରି ବିଦେଶ ଯାତ୍ରାର ଶୁଭ କାମନା ଜଣାଉଥିଲେ। ଜଳ ଜାହାଜ ଯିବା ଆସିବା ବେଳେ ସମୁଦ୍ର ଭିତରକୁ ଆଲୋକ ଦେଖାଇବା ନିମନ୍ତେ ବେଳାଭୂମି ପାର୍ଶ୍ୱରେ ସ୍ଥାପନ ହୋଇଥିଲା ବିରାଟ ବତୀଘର। ତାହା ଏବେ ବି ମୂକସାକ୍ଷୀ ଭାବେ ଗୋପାଳପୁରରେ ବିଦ୍ୟମାନ। ତେବେ ପୁରାତନ ବନ୍ଦରର ସତ୍ତା ହଜିଯିବା ସହ ସାଧବାଣୀ ଓ ସାଧବଙ୍କ ପ୍ରାଚୀନ ପରମ୍ପରା ଲୋପ୍‌ ପାଇଛି।
ତଥ୍ୟାନୁସାରେ, ବହୁ ବର୍ଷ ତଳର ଗୋପାଳପୁର ବନ୍ଦର ଧ୍ୱଂସାଭିମୁଖୀ ହେବା ପରେ ଜଳପଥରେ ଜାହାଜ ଚଳାଚଳ ବନ୍ଦ ହୋଇଯାଇଥିଲା। ଏହାର ପୁନରୁଦ୍ଧାର ଏବଂ ପ୍ରାଚୀନ ପରମ୍ପରା ବଜାୟ ରଖିବା ଲାଗି ତତ୍‌କାଳୀନ ବ୍ରିଟିଶ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇ ନ ଥିଲା। ଦେଶ ସ୍ବାଧୀନ ପରେ ମଧ୍ୟ କଂଗ୍ରେସ ଅମଳରେ ଧ୍ୟାନ ଦିଆଯାଇ ନ ଥିଲା। ୧୯୭୭ ନିର୍ବାଚନରେ ତତ୍‌କାଳୀନ ଜନତା ପାର୍ଟି ସରକାର କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ହେଲା। ଗଞ୍ଜାମ ଜିଲା ଆସିକା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ବିଧାୟକ ସ୍ବର୍ଗତ ହରିହର ସ୍ବାଇଁ ନୀଳମଣି ରାଉତରାୟଙ୍କ ମନ୍ତ୍ରୀ ପରିଷଦରେ ରାଷ୍ଟ୍ରମନ୍ତ୍ରୀ ହୋଇ ବାଣିଜ୍ୟ ଓ ପରିବହନ ବିଭାଗ ପାଇଥିଲେ।
ପୁରୁଣା ଇତିହାସକୁ ମନେପକାଇ ହରି ସ୍ବାଇଁ ଗୋପାଳପୁର ବନ୍ଦରର ପୁନରୁଦ୍ଧାର ଲାଗି ଉଦ୍ୟମ ଆରମ୍ଭ କଲେ। ସେତେବେଳେ ପ୍ରଧାନମନ୍ତ୍ରୀ ମୋରାର୍‌ଜୀ ଦେଶାଇଙ୍କ ମନ୍ତ୍ରୀ ପରିଷଦରେ ଚନ୍ଦାରାମ କ୍ୟାବିନେଟରେ ସର୍ଫେସ୍‌ ଟ୍ରାନ୍ସପୋର୍ଟ (ବର୍ତ୍ତମାନର ରୋଡ୍‌ ଟ୍ରାନ୍ସପୋର୍ଟ ଆଣ୍ଡ ହାଇୱେ ମନ୍ତ୍ରଣାଳୟ)ର ମନ୍ତ୍ରୀ ହୋଇଥିଲେ। ହରି ସ୍ବାଇଁ ତାଙ୍କୁ ଐତିହାସିକ ତଥ୍ୟ ଦେଖାଇ ଗୋପାଳପୁର ବନ୍ଦରର ପୁନଃ ନିର୍ମାଣ ଲାଗି ପ୍ରବର୍ତ୍ତାଇଥିଲେ। କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ପରିବାରକୁ ଗୋପାଳପୁର ଆଣିବାରେ ମଧ୍ୟ ସକ୍ଷମ ହୋଇଥିଲେ। ବନ୍ଦର ପୁନଃ ନିର୍ମାଣ ପାଇଁ କେନ୍ଦ୍ରୀୟ ଅନୁମତି ପାଇବାରେ ସଫଳ ହୋଇଥିଲେ। ତେବେ ଗୋପାଳପୁର ସହରର ବେଳାଭୂମିରେ ନୂଆ ବନ୍ଦର ନିର୍ମାଣ ପରିବର୍ତ୍ତେ ଅନ୍ୟ ସ୍ଥାନରେ କରାଯିବାର ନିଷ୍ପତ୍ତି ନିଆଯାଇଥିଲା। ସେହି ପ୍ରକାରେ ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀକୁ ଚିହ୍ନଟ କରାଗଲା। ରାଜ୍ୟ ସରକାରଙ୍କ ବ୍ୟୟରେ ଆର୍ଯ୍ୟପଲ୍ଲୀଠାରେ କ୍ଷୁଦ୍ର ବନ୍ଦର ନିର୍ମାଣ କାର୍ଯ୍ୟ ଜନତା ପାର୍ଟି ସରକାର ସମୟରେ ଆରମ୍ଭ କରାଯାଇଥିଲା। ୮୦ ଦଶକରେ ରାଜ୍ୟରେ କଂଗ୍ରେସ ଶାସନ ହେଲା। ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱିତୀୟ ପାଳି ସରକାର ବେଳେ ସାମୟିକ କ୍ଷୁଦ୍ର ବନ୍ଦର ନିର୍ମାଣ ସରିଲା। ବନ୍ଦର ନିର୍ମାଣର ମୁଖ୍ୟ ଭାବେ ସେତେବେଳେ ଇଂ. ଦୁର୍ଗା ପ୍ରସାଦ ପତି ଥିଲେ। ଉଦ୍‌ଘାଟନ ବେଳକୁ ସୋରଡ଼ା ବିଧାୟକ ସ୍ବର୍ଗତ ଶରତ ପଣ୍ଡା ବାଣିଜ୍ୟ ମନ୍ତ୍ରୀ ଥିଲେ। ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଦ୍ୱାରା ବନ୍ଦର ଉଦ୍‌ଘାଟିତ ହୋଇଥିଲା। ରାଜ୍ୟ ରାଜକୋଷରୁ ୧୪୦ କୋଟି ଟଙ୍କା ବ୍ୟୟ ହୋଇଥିଲା। ଦେଶ ବିଦେଶରୁ ମାଲ ପରିବହନ ଓ ରପ୍ତାନି ସହ ନୌବାଣିଜ୍ୟ କାରବାର ଚାଲିଥିଲା।
୧୯୯୯ ମହାବାତ୍ୟାରେ ବନ୍ଦର ଧ୍ୱଂସ ହୋଇଗଲା ଓ ମୂଲ୍ୟବାନ୍‌ ସାମଗ୍ରୀ ଗୁଡ଼ିକର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ୨୦୦୬ ପର୍ଯ୍ୟନ୍ତ ବନ୍ଦର ଅଚଳ ହୋଇଯିବାରୁ ନୌବାଣିଜ୍ୟ କାରବାର ବନ୍ଦ ରହିଥିଲା। ବିଜେଡି ଶାସନରେ ୨୦୦୬ରେ ବନ୍ଦରକୁ ଘରୋଇକରଣ ସହ ସବୁଦିନିଆ କରାଯିବା ନେଇ ଘରୋଇ ମାଲିକଙ୍କ ସହ ସରକାରଙ୍କ ଚୁକ୍ତିନାମା ହେଲା। ଘରୋଇକରଣର ୧୬ ବର୍ଷ ବିତିଛି ଏବଂ ଇତିମଧ୍ୟରେ ସବୁଦିନିଆ ବନ୍ଦର ହୋଇଥିବା କୁହାଯାଉଛି। କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ଅବସରରେ ମନେପଡୁଛିି ଗୋପାଳପୁର ବନ୍ଦରର ପ୍ରାଚୀନ ଇତିହାସ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri