କଳିଙ୍ଗ ନୌବାଣିଜ୍ୟର ସ୍ମାରକୀ ଗୋପାଳପୁର ବନ୍ଦର

ବ୍ରହ୍ମପୁର ଅଫିସ,୮ା୧୧(ନରସିଂହ ସାହୁ): କଳିଙ୍ଗ ନୌବାଣିଜ୍ୟର ପ୍ରତୀକ ବା ସ୍ମାରକୀ ଗୋପାଳପୁର ବନ୍ଦର। ଶତାଧିକ ବର୍ଷର ଇତିହାସ ଅନୁସାରେ ଦକ୍ଷିଣ ଓଡ଼ିଶାର ସାଧବ ପୁଅମାନେ ବେପାର ବଣିଜ ପାଇଁ ଇଣ୍ଡୋନେସିଆ, ଶ୍ରୀଲଙ୍କା ଓ ରେଙ୍ଗୁନ ଆଦି ସ୍ଥାନକୁ ଜାହାଜରେ ଯାଇ ପ୍ରଚୁର ଧନସମ୍ପତ୍ତି ଅର୍ଜନ କରି ନିଜ ଗଁାକୁ ଆଣୁଥିଲେ। ସେତେବେଳେ ଗୋପାଳପୁର ବେଳାଭୂମିରେ ଲାଗୁଥିଲା ଜାହାଜ। କାର୍ତ୍ତିକ ପୂର୍ଣ୍ଣିମା ଭୋର୍‌ରେ ସାଧବାଣୀମାନେ ବୋଇତ ବନ୍ଦାଣ ସହ ସାଧବମାନଙ୍କୁ ବନ୍ଦାପନା କରି ବିଦେଶ ଯାତ୍ରାର ଶୁଭ କାମନା ଜଣାଉଥିଲେ। ଜଳ ଜାହାଜ ଯିବା ଆସିବା ବେଳେ ସମୁଦ୍ର ଭିତରକୁ ଆଲୋକ ଦେଖାଇବା ନିମନ୍ତେ ବେଳାଭୂମି ପାର୍ଶ୍ୱରେ ସ୍ଥାପନ ହୋଇଥିଲା ବିରାଟ ବତୀଘର। ତାହା ଏବେ ବି ମୂକସାକ୍ଷୀ ଭାବେ ଗୋପାଳପୁରରେ ବିଦ୍ୟମାନ। ତେବେ ପୁରାତନ ବନ୍ଦରର ସତ୍ତା ହଜିଯିବା ସହ ସାଧବାଣୀ ଓ ସାଧବଙ୍କ ପ୍ରାଚୀନ ପରମ୍ପରା ଲୋପ୍‌ ପାଇଛି।
ତଥ୍ୟାନୁସାରେ, ବହୁ ବର୍ଷ ତଳର ଗୋପାଳପୁର ବନ୍ଦର ଧ୍ୱଂସାଭିମୁଖୀ ହେବା ପରେ ଜଳପଥରେ ଜାହାଜ ଚଳାଚଳ ବନ୍ଦ ହୋଇଯାଇଥିଲା। ଏହାର ପୁନରୁଦ୍ଧାର ଏବଂ ପ୍ରାଚୀନ ପରମ୍ପରା ବଜାୟ ରଖିବା ଲାଗି ତତ୍‌କାଳୀନ ବ୍ରିଟିଶ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇ ନ ଥିଲା। ଦେଶ ସ୍ବାଧୀନ ପରେ ମଧ୍ୟ କଂଗ୍ରେସ ଅମଳରେ ଧ୍ୟାନ ଦିଆଯାଇ ନ ଥିଲା। ୧୯୭୭ ନିର୍ବାଚନରେ ତତ୍‌କାଳୀନ ଜନତା ପାର୍ଟି ସରକାର କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ହେଲା। ଗଞ୍ଜାମ ଜିଲା ଆସିକା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ବିଧାୟକ ସ୍ବର୍ଗତ ହରିହର ସ୍ବାଇଁ ନୀଳମଣି ରାଉତରାୟଙ୍କ ମନ୍ତ୍ରୀ ପରିଷଦରେ ରାଷ୍ଟ୍ରମନ୍ତ୍ରୀ ହୋଇ ବାଣିଜ୍ୟ ଓ ପରିବହନ ବିଭାଗ ପାଇଥିଲେ।
ପୁରୁଣା ଇତିହାସକୁ ମନେପକାଇ ହରି ସ୍ବାଇଁ ଗୋପାଳପୁର ବନ୍ଦରର ପୁନରୁଦ୍ଧାର ଲାଗି ଉଦ୍ୟମ ଆରମ୍ଭ କଲେ। ସେତେବେଳେ ପ୍ରଧାନମନ୍ତ୍ରୀ ମୋରାର୍‌ଜୀ ଦେଶାଇଙ୍କ ମନ୍ତ୍ରୀ ପରିଷଦରେ ଚନ୍ଦାରାମ କ୍ୟାବିନେଟରେ ସର୍ଫେସ୍‌ ଟ୍ରାନ୍ସପୋର୍ଟ (ବର୍ତ୍ତମାନର ରୋଡ୍‌ ଟ୍ରାନ୍ସପୋର୍ଟ ଆଣ୍ଡ ହାଇୱେ ମନ୍ତ୍ରଣାଳୟ)ର ମନ୍ତ୍ରୀ ହୋଇଥିଲେ। ହରି ସ୍ବାଇଁ ତାଙ୍କୁ ଐତିହାସିକ ତଥ୍ୟ ଦେଖାଇ ଗୋପାଳପୁର ବନ୍ଦରର ପୁନଃ ନିର୍ମାଣ ଲାଗି ପ୍ରବର୍ତ୍ତାଇଥିଲେ। କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ପରିବାରକୁ ଗୋପାଳପୁର ଆଣିବାରେ ମଧ୍ୟ ସକ୍ଷମ ହୋଇଥିଲେ। ବନ୍ଦର ପୁନଃ ନିର୍ମାଣ ପାଇଁ କେନ୍ଦ୍ରୀୟ ଅନୁମତି ପାଇବାରେ ସଫଳ ହୋଇଥିଲେ। ତେବେ ଗୋପାଳପୁର ସହରର ବେଳାଭୂମିରେ ନୂଆ ବନ୍ଦର ନିର୍ମାଣ ପରିବର୍ତ୍ତେ ଅନ୍ୟ ସ୍ଥାନରେ କରାଯିବାର ନିଷ୍ପତ୍ତି ନିଆଯାଇଥିଲା। ସେହି ପ୍ରକାରେ ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀକୁ ଚିହ୍ନଟ କରାଗଲା। ରାଜ୍ୟ ସରକାରଙ୍କ ବ୍ୟୟରେ ଆର୍ଯ୍ୟପଲ୍ଲୀଠାରେ କ୍ଷୁଦ୍ର ବନ୍ଦର ନିର୍ମାଣ କାର୍ଯ୍ୟ ଜନତା ପାର୍ଟି ସରକାର ସମୟରେ ଆରମ୍ଭ କରାଯାଇଥିଲା। ୮୦ ଦଶକରେ ରାଜ୍ୟରେ କଂଗ୍ରେସ ଶାସନ ହେଲା। ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱିତୀୟ ପାଳି ସରକାର ବେଳେ ସାମୟିକ କ୍ଷୁଦ୍ର ବନ୍ଦର ନିର୍ମାଣ ସରିଲା। ବନ୍ଦର ନିର୍ମାଣର ମୁଖ୍ୟ ଭାବେ ସେତେବେଳେ ଇଂ. ଦୁର୍ଗା ପ୍ରସାଦ ପତି ଥିଲେ। ଉଦ୍‌ଘାଟନ ବେଳକୁ ସୋରଡ଼ା ବିଧାୟକ ସ୍ବର୍ଗତ ଶରତ ପଣ୍ଡା ବାଣିଜ୍ୟ ମନ୍ତ୍ରୀ ଥିଲେ। ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଦ୍ୱାରା ବନ୍ଦର ଉଦ୍‌ଘାଟିତ ହୋଇଥିଲା। ରାଜ୍ୟ ରାଜକୋଷରୁ ୧୪୦ କୋଟି ଟଙ୍କା ବ୍ୟୟ ହୋଇଥିଲା। ଦେଶ ବିଦେଶରୁ ମାଲ ପରିବହନ ଓ ରପ୍ତାନି ସହ ନୌବାଣିଜ୍ୟ କାରବାର ଚାଲିଥିଲା।
୧୯୯୯ ମହାବାତ୍ୟାରେ ବନ୍ଦର ଧ୍ୱଂସ ହୋଇଗଲା ଓ ମୂଲ୍ୟବାନ୍‌ ସାମଗ୍ରୀ ଗୁଡ଼ିକର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ୨୦୦୬ ପର୍ଯ୍ୟନ୍ତ ବନ୍ଦର ଅଚଳ ହୋଇଯିବାରୁ ନୌବାଣିଜ୍ୟ କାରବାର ବନ୍ଦ ରହିଥିଲା। ବିଜେଡି ଶାସନରେ ୨୦୦୬ରେ ବନ୍ଦରକୁ ଘରୋଇକରଣ ସହ ସବୁଦିନିଆ କରାଯିବା ନେଇ ଘରୋଇ ମାଲିକଙ୍କ ସହ ସରକାରଙ୍କ ଚୁକ୍ତିନାମା ହେଲା। ଘରୋଇକରଣର ୧୬ ବର୍ଷ ବିତିଛି ଏବଂ ଇତିମଧ୍ୟରେ ସବୁଦିନିଆ ବନ୍ଦର ହୋଇଥିବା କୁହାଯାଉଛି। କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ଅବସରରେ ମନେପଡୁଛିି ଗୋପାଳପୁର ବନ୍ଦରର ପ୍ରାଚୀନ ଇତିହାସ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri