ବାଛୁରିକୁ ଧରି ଜିଲାପାଳଙ୍କ କାର୍ଯ୍ୟାଳୟରେ ଗୋପାଳକ

ଅନୁଗୋଳ,୬ା୨ (ଅମିତ କୁମାର ସାମଲ):୪ ଦିନ ତଳେ ଜନ୍ମ ହୋଇଥିବା ବାଛୁରିର ମଳଦ୍ୱାର ନାହିଁ। ଦିନକୁ ଦିନ ତା’ର ଯନ୍ତ୍ରଣା ବଢ଼ୁଛି। ଗୋଟିଏ ପରେ ଗୋଟିଏ ପ୍ରାଣୀଧନ ଚିକିତ୍ସାଳୟକୁ ନେଇଥିଲେ ମଧ୍ୟ ସେଠାରୁ ନିରାଶ ହେବାକୁ ପଡ଼ିଛି। ପ୍ରାଣୀଧନ ଚିକିତ୍ସକମାନେ ସମୂହ ଛୁଟି ସହ ଆନ୍ଦୋଳନରେ ଥିବାରୁ ଚିକିତ୍ସା ମିଳିପାରୁ ନାହିଁ। ତେଣୁ କୁନି ବାଛୁରିଟିର ଚିକିତ୍ସା ବ୍ୟବସ୍ଥା ଜିଲାପାଳ କରନ୍ତୁ। ବାଛୁରିଟିକୁ କୋଳରେ ଧରି ବଅଁରପାଳ ବ୍ଲକ ନୂଆହତା ଗାଁର ତରୁଣ କୁମାର ସାମଲ ସୋମବାର ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଏପରି ଗୁହାରି କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ନୂଆହତା ଗାଁର ତରୁଣ କୁମାରଙ୍କ ଉକ୍ତ ବାଛୁରିର ମଳଦ୍ୱାର ନ ଥିଲା। ଫଳରେ ମଳତ୍ୟାଗ କରି ନ ପାରି ବାଛୁରିଟି ବଡ଼ କଷ୍ଟ ପାଉଥିଲା। ଏହା ଦେଖିବା ପରେ ତରୁଣ ଚିକିତ୍ସା ନିମନ୍ତେ ଉଦ୍ୟମ କରିଥିଲେ। ନିକଟସ୍ଥ ବଅଁରପାଳ ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ ନେଇଯାଇଥିଲେ। ହେଲେ ଆନ୍ଦୋଳନରେ ଥିବା ପ୍ରାଣୀ ଚିକିତ୍ସକମାନେ ବର୍ତ୍ତମାନ ଚିକିତ୍ସା ସେବା ଯୋଗାଇବା ସମ୍ଭବ ନୁହେଁ ବୋଲି କହି ତାଙ୍କୁ ଫେରାଇ ଦେଇଥିଲେ। ସେଠାରୁ ନିରାଶ ହେବା ପରେ ତରୁଣ ବାଛୁରକୁ ଧରି ଅନୁଗୋଳ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟକୁ ଆସିଥିଲେ। ମାତ୍ର ସେଠାରେ ମଧ୍ୟ ଚିକିତ୍ସା ମିଳିପାରି ନ ଥିଲା। ତେଣୁ ବାଛୁରିକୁ ଧରି ଦୁଃଖ ଜଣାଇବାକୁ ସେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଜନଶୁଣାଣି ପାଇଁ ଜିଲାପାଳ ତାଳଚେରରେ ଥିବା କର୍ମଚାରୀମାନେ କହିବା ପରେ ତରୁଣ ହତାଶ ହୋଇ ଫେରିଯାଇଥିଲେ। ଘଟଣା ସମ୍ପର୍କରେ ଜିଲା ପ୍ରାଣୀ
ଚିକିତ୍ସାଳୟ ଉପନିର୍ଦ୍ଦେଶକ ଡାକ୍ତର କେଶବ ଚନ୍ଦ୍ର ପ୍ରଧାନ କହିଛନ୍ତି ପ୍ରାଣୀଧନଙ୍କୁ ଚିକିତ୍ସା ଯୋଗାଯାଇପାରୁ ନ ଥିବାରୁ ଦୁଃଖ ଲାଗୁଛି। କିନ୍ତୁ ଏବେ ଆନ୍ଦୋଳନ ଚାଲୁଥିବାରୁ ଆମ ହାତ ବନ୍ଧା ହୋଇରହିଛି। ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତାଳଚେର ଜନଶୁଣାଣିରେ ଥିବାରୁ ସେଠାକୁ ନେଇ ବାଛୁରିର ଚିକିତ୍ସା କରିବାକୁ କୁହାଯାଇଥିଲା। ଘଟଣା ସମ୍ପର୍କରେ ଗୋ ପାଳକ ତରୁଣ କହିଛନ୍ତି, ଗୋଟିଏ ପରେ ଗୋଟିଏ ସରକାରୀ ପ୍ରାଣୀଧନ ଚିକିତ୍ସାଳୟରୁ ନିରାଶ ହୋଇ ଫେରିବା ପରେ ବାହାରେ ଜଣେ ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକଙ୍କ ନିକଟରେ ଚିକିତ୍ସା କରିବାରେ ସଫଳ ହୋଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri