ବିନା ଅନୁମତିରେ ୬ମାସ ଛୁଟିରେ ଥିଲେ ଗୋପାଳ

ସମ୍ବଲପୁର,୩୧ା୭ (ଶୁଭାଶିଷ ପାଢ଼ୀ):ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଚାର୍ଜଶିଟ୍‌ ଦାଖଲ କରିବା ପରେ ଏବେ ଲୋକଲୋଚନକୁ ଆସୁଛି ଅନେକ ପ୍ରସଙ୍ଗ। ଚାର୍ଜଶିଟ୍‌ ଓ ପଲିଗ୍ରାଫ ରିପୋର୍ଟକୁ ଦେଖିଲେ ଅନେକ ତଥ୍ୟରେ ତାଳମେଳ ମଧ୍ୟ ରହୁନାହିଁ। ଅଭିଯୁକ୍ତ ଗୋପାଳ ଦାସ ପୋଲିସ ବିଭାଗର ମୁଖିଆଙ୍କ ବିନା ଅନୁମତିରେ ଦୁଇଥରରେ ୬ମାସ ଛୁଟିରେ ରହିଥିଲେ। ଯାହାକୁ ନେଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ ଚିଠି କରାଯାଇଥିଲା। ହେଲେ ସେ ମାନସିକ ରୋଗରେ ପୀଡିତ ହୋଇ ଚିକିସ୍ଥିତ ହେଉଥିଲେ। ସୁସ୍ଥ ଥିବା ରିପୋର୍ଟ ଦାଖଲ କରିବା ପରେ ପୁଣି ଚାକିରି ନିୟମିତ ହୋଇଥିଲା। ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏ ସମ୍ପର୍କରେ କହିଥିଲେ। ପ୍ରଥମ ପର୍ଯ୍ୟାୟରେ ୨୦୧୪ ଫେବୃୟାରୀ ୩ ରୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ୨ମାସ ବିନା ଅନୁମତିରେ ରହିଥିଲେ। ୨୦୧୫ ମସିହା ଫେବୃୟାରୀ ୨୦ ରୁ ୨୮ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଛୁଟିରେ ଥିଲେ। କିନ୍ତୁ ମାର୍ଚ୍ଚ ୧ରେ କାର୍ଯ୍ୟରେ ଯୋଗ ନ ଦେଇ ଗୋପାଳ ପୁଣି ବିନା ଅନୁମତିରେ ମାର୍ଚ୍ଚ ୧ରୁ ଜୁନ୍‌ ୨୮ ତାରିଖ ପର୍ଯ୍ୟନ୍ତ ରହିଥିଲେ। ହେଲେ ଏମ୍‌କେସିଜିରେ ମାନସିକ ରୋଗର ଚିକିତ୍ସା ହେଉଥିବା ଓ ସୁସ୍ଥ ହୋଇଥିବା ଡାକ୍ତରୀ ରିପୋର୍ଟ ଦେବାପରେ ଚାକିରିରେ ଯୋଗଦାନ କରିଥିଲେ। ଗୋପାଳ କେଉଁ କାରଣରୁ ଛୁଟି ନ ନେଇ ଏତେଦିନ ରହିଲେ ଯାହାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିରୁ ସ୍ପଷ୍ଟ ଯେ, ପୋଲିସ ବିଭାଗ ଗୋପାଳର ମାନସିକ ସ୍ଥିତି ସବୁ ସମୟରେ ଠିକ୍‌ ନ ଥିବା ପୂର୍ବରୁ ଜାଣିଥିଲା। ଅନ୍ୟପଟେ ଗୋପାଳର ମାନସିକ ରୋଗ ପରୀକ୍ଷା କରିବା ପାଇଁ ଗଠନ ହୋଇଥିବା ଡାକ୍ତରୀ ଟିମ୍‌ ମଧ୍ୟ ଗୋପାଳଙ୍କ ମାନସିକ ସ୍ଥିତିର ଉଚ୍ଚତର ପରୀକ୍ଷା ପାଇଁ ସୁପାରିଶ କରିବା ସହ ୪ ପ୍ରକାର ଔଷଧ ଖାଇବାକୁ ଦେବାକୁ ଗତ ଏପ୍ରିଲ ମାସରେ ଚୌଦ୍ୱାର ଜେଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି। ଏବେ ମଧ୍ୟ ମାନସିକ ରୋଗର ଓଷଧ ଗୋପାଳ ଖାଉଥିବା ଜଣାପଡିଛି।
ଅନ୍ୟପକ୍ଷେ ଗୋପାଳଙ୍କ ପଲିଗ୍ରାଫ ପରୀକ୍ଷାରେ ମଧ୍ୟ ମାନସିକ ରୋଗ ସମ୍ପର୍କରେ ଉଲ୍ଲେଖ ରହିଛି। ସ୍ବାସ୍ଥ୍ୟମନ୍ତ୍ରୀ ଦାସଙ୍କୁ ହତ୍ୟା କରିବା ସମୟରେ ମାନସିକ ରୋଗ ପାଇଁ ଖାଉଥିବା ଔଷଧ ବନ୍ଦ କରିଦେଇଥିଲ କି ବୋଲି ତଦନ୍ତ ସମୟରେ ପ୍ରଶ୍ନ କରାଯାଇଥିଲା। ଅଭିଯୁକ୍ତ ଗୋପାଳ ହଁ କହି ଉତ୍ତର ଦେଉଥିଲେ। ଏହି ଦୁଇ ଘଟଣାରୁ ସ୍ପଷ୍ଟ ହେଉଛି ଯେ, ଗୋପାଳ ସତରେ ପାଗଳ ଥିଲେ। ହେଲେ ବେଙ୍ଗାଲୁରୁ ନିମହାନ୍ସରେ ପରୀକ୍ଷା ପାଇଁ ଗୋପାଳଙ୍କୁ ନେବାକୁ କ୍ରାଇମବ୍ରାଞ୍ଚର ଆବେଦନ ଉପରେ କୋର୍ଟ ମନା କରି ଦେଇଥିଲେ। ରାଜ୍ୟ ସରକାର ଗଠନ କରିଥିବା ଡାକ୍ତରୀ ଦଳ ଫେବୃୟାରୀ ୫ ତାରିଖରେ ଦେଇଥିବା ରିପୋର୍ଟ ଅନୁସାରେ ଗୋପାଳଙ୍କ ମାନସିକ ସ୍ବାସ୍ଥ୍ୟାବସ୍ଥା ଠିକ ରହିଛି ତେଣୁ ଅଧିକ ପରୀକ୍ଷା କରିବାର ଆବଶ୍ୟକତା ନୁହେଁ ବୋଲି ମନା କରିଥିଲେ। ଏବେ ଗୋପାଳ ଚୌଦ୍ୱାର ଜେଲରେ ଅଛନ୍ତି।
ସୂଚନାଯୋଗ୍ୟଯେ, ଜାନୁୟାରୀ ୨୯ତାରିଖରେ ନବ ଦାସ ଝାରସୁଗୁଡା ଜିଲା ବ୍ରଜରାଜନଗର ଗସ୍ତରେ ଯାଇଥିବାବେଳେ ତାଙ୍କୁ ଗାନ୍ଧୀଛକରେ ତତ୍କାଳୀନ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ସର୍ଭିସ ବନ୍ଧୁକରୁ ଗୁଳି କରି ହତ୍ୟା କରିଥିଲେ। ହତ୍ୟାକାଣ୍ଡର ୧୧୮ ଦିନ ପରେ ୫୩୪ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ ହୋଇଥିଲା। ଏଥିରେ ୮୯ ଜଣ ସାକ୍ଷୀ ଓ ଜେରା କରାଯାଇଥିବା ରିପୋର୍ଟ ରହିଥିଲା। ବ୍ୟକ୍ତିଗତ ଆକ୍ରୋଶ ରଖି ନବଙ୍କୁ ଗୋପାଳ ହତ୍ୟା କରିଥିବା ମଧ୍ୟ ଚାର୍ଜଶିଟ୍‌ରେ ଉଲ୍ଲେଖ ରହିଥିଲା। ଏପରିକି ଅଭିଯୁକ୍ତ ଗୋପାଳ ସମ୍ପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା। ଯଦି ବ୍ୟକ୍ତିଗତ କାରଣ ତାହା ହେଲେ ପାରିବାରିକ କିମ୍ବା ଚାକିରି କ୍ଷେତ୍ରକୁ ନେଇ ରାଗ ଥିଲା ତାହା ସ୍ପଷ୍ଟ ହୋଇପାରିଲା ନାହିଁ। ଯାହାକି ରାଜ୍ୟ ସରକାର ଓ ପୋଲିସ ବିଭାଗକୁ ସନ୍ଦେହ ଘେରକୁ ଟାଣି ଆଣିଥିଲା। ଅନ୍ୟପଟେ ଝାରସୁଗୁଡା କୋର୍ଟରେ ଜୁଲାଇ ୨୦ ଓ ଜୁଲାଇ ୨୭ ତାରିଖରେ ଗୋପାଳଙ୍କୁ କଡା ସୁରକ୍ଷା ବଳୟରେ ହାଜର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri