ଚୌଦ୍ୱାର ଜେଲରେ ଗୋପାଳ ଦାସ

କଟକ ଅଫିସ/ଚୌଦ୍ୱାର/ବ୍ରଜରାଜନଗର,୧୫ା୨(ଡି.ଏନ୍‌.ଏ.): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଝାରସୁଗୁଡ଼ାରୁ ଚୌଦ୍ୱାର ମଣ୍ଡଳ କାରାଗାରକୁ ମଙ୍ଗଳବାର ସ୍ଥାନାନ୍ତର କରାଯାଇଛି। ଗୋପାଳଙ୍କ ଠିକଣା ଏବେ ଚୌଦ୍ୱାର ଜେଲର ୩ ନମ୍ବର ସେଲ୍‌ ପାଲଟିଛି। ଉକ୍ତ ସେଲ୍‌ରେ ୨୪ ଘଣ୍ଟିଆ ପ୍ରହରା ସହିତ ସିସିଟିଭି କ୍ୟାମେରା ଲେନ୍‌ସରେ ଗୋପାଳଙ୍କୁ ରଖାଯାଇଥିବା ସୂଚନା ମିଳିଛି। ପ୍ରକାଶ ଯେ, ହାଇପ୍ରୋଫାଇଲ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସଙ୍କୁ ସୁରକ୍ଷା ଦୃଷ୍ଟିରୁ ଝାରସୁଗୁଡ଼ା ଜେଲରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଜେଲ୍‌ କର୍ତ୍ତୃପକ୍ଷ ମଙ୍ଗଳବାର ଝାରସୁଗୁଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଥିଲେ। କୋର୍ଟ ଏହାକୁ ମଞ୍ଜୁର କରିବା ସହ ଗୋପାଳଙ୍କୁ ଚୌଦ୍ୱାର ଜେଲ୍‌କୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଥିଲା। ପରେ ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ଗୋପାଳଙ୍କୁ ଝାରସୁଗୁଡ଼ା ସବ୍‌ଜେଲରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏକ ସ୍ବତନ୍ତ୍ର ଟିମ୍‌ ଚୌଦ୍ବାର ଆଣିଥତ୍ଲେ। ଏଠାରେ ରାତି ପ୍ରାୟ ୮.୨୦ ମିନିଟ ସମୟରେ ପହଞ୍ଚତ୍ଥିଲେ। ଗୋଟିଏ ବୋଲେରୋ, ଗୋଟିଏ ଟାଭେରା ଓ ଗୋଟିଏ ଟାଟା ସୁମୋ ଗାଡ଼ିରେ ପୋଲିସ ଟିମ୍‌ କଡ଼ା ସୁରକ୍ଷା ଭିତରେ ଝାରସୁଗୁଡ଼ାରୁ ଚୌଦ୍ୱାର ଆସି ସ୍ଥାନୀୟ ପୋଲିସ ଉପସ୍ଥିତିରେ ଗୋପାଳଙ୍କୁ ମଣ୍ଡଳ ଜେଲରେ ଛାଡ଼ିଥିଲେ। ଏଥିପାଇଁ ଚୌଦ୍ବାର ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଜେଲରେ ପ୍ରଥମେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତା’ପରେ ତାଙ୍କୁ ଜେଲର ହାଇ ସିକ୍ୟୁରିଟିଯୁକ୍ତ ୩ ନମ୍ବର ସେଲ୍‌କୁ ନିଆଯାଇଥିଲା। ଉକ୍ତ ସେଲ୍‌ରେ ଲାଗିଥିବା ସିସିଟିଭି କ୍ୟାମେରା ମାଧ୍ୟମରେ ଗୋପାଳଙ୍କ ଗତିବିଧି ଅନୁଧ୍ୟାନ କରିବାକୁ ଏକ ସ୍ବତନ୍ତ୍ର ଟିମ୍‌ ରହିଛି। ଏଥିସହିତ ଉକ୍ତ ସେଲରେ ୩ଟି ସିଫ୍ଟରେ ୨୪ ଘଣ୍ଟିଆ ପ୍ରହରା ବ୍ୟବସ୍ଥା ରହିଛି। ଝାରସୁଗୁଡ଼ାରେ ମାମଲା ରୁଜୁ ହୋଇ ଥିବାରୁ କଟକରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲାର ଶୁଣାଣି ହେବ। ଗୋପାଳଙ୍କ ସ୍ବାସ୍ଥ୍ୟର ଚିକିତ୍ସା ପାଇଁ ଜେଲ ମାନୁଆଲ ଅନୁଯାୟୀ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। କେହି ଚାହିଁଲେ ଜେଲ ନିୟମ ଅନୁଯାୟୀ ଗୋପାଳଙ୍କୁ ଦେଖା କରିପାରିବେ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ଗୋପାଳଙ୍କୁ ଝାରସୁଗୁଡ଼ା ସବ୍‌ଜେଲରେ ରଖାଯାଇଥିବା ବେଳେ ସେଠାରେ ତାଙ୍କର ସୁରକ୍ଷା ପ୍ରତି ବିପଦ ଥିବାରୁ ଗୋପାଳ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର ପାଇଁ ନିଜେ ଇଚ୍ଛା ପ୍ରକାଶ କରିଥିଲେ। ଏନେଇ ଜେଲ ବିଭାଗ ତରଫରୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ଗୋପାଳଙ୍କୁ ଅନ୍ୟ କୌଣସି ଜେଲକୁ ସ୍ଥାନାନ୍ତର କରିବା ପାଇଁ ମାଜିଷ୍ଟ୍ରେଟଙ୍କୁ ନିବେଦନ କରାଯାଇଥିଲା। କୋର୍ଟରେ ଗୋପାଳଙ୍କ ବୟାନ ରେକର୍ଡ ପରେ ତାଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଆଣ୍ଠେଇକି ଜେଲ ଚଟାଣକୁ ମୁଣ୍ଡିଆ ମାରିଲେ
ମଙ୍ଗୁଳି-ଜଗତପୁର,୧୪ା୨(ଡି.ଏନ୍‌.ଏ.): ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କୁ ଚୌଦ୍ୱାର ଜେଲର ମୁଖ୍ୟ ଫାଟକ ମଧ୍ୟକୁ ପ୍ରବେଶ କରାଇବା ବେଳେ ଗଣମାଧ୍ୟମ ଗୋପାଳଠୁ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ। ହେଲେ ସେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ଗୋପାଳ ମୁଖ୍ୟ ଫାଟକ ପ୍ରବେଶ କରିବା କ୍ଷଣି ପ୍ରଥମେ ଆଣ୍ଠେଇକି ଜେଲର ଚଟାଣକୁ ମୁଣ୍ଡିଆ ମାରିଥିଲେ। ତାପରେ ସେ ୩ ନମ୍ବର ସେଲ୍‌କୁ ଯାଇଥିଲେ। ଅପରପକ୍ଷରେ ଗୋପାଳଙ୍କ ତଦାରଖ ପାଇଁ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିବା ଜେଲ ବିଭାଗ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri