Posted inଫୁରସତ

ଗୁଗ୍‌ଲ ମ୍ୟାପ୍‌ କରିଦେଲା ଗଡ଼ବଡ଼, ଭୁଲ କନ୍ୟାଙ୍କୁ ବିବାହ କରିବାକୁ ପହଞ୍ଚିଲେ ବର; ଆଉ ତା’ ପରେ…

ଟେକ୍ନୋଲୋଜି ଆମ ଜୀବନକୁ ଆହୁରି ସହଜ ସରଳ କରିଦେଇଛି। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଗୁଗ୍‌ଲ ମ୍ୟାପ। ଗୁଗ୍‌ଲ ମ୍ୟାପ୍‌ ସାହାଯ୍ୟରେ ଆପଣ ଅଜଣା ସ୍ଥାନକୁ ସହଜରେ ଯାଇପାରିବେ ଏବଂ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ। କିନ୍ତୁ ବେଳେବେଳେ ଟେକ୍ନୋଲୋଜି ମଧ୍ୟ ଆପଣଙ୍କୁ ଅଡ଼ୁଆରେ ପକାଇଥାଏ। ଯାହାଦ୍ୱାରା ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏମିତି ଏକ ଘଟଣା ଘଟିଛି ଇଣ୍ଡୋନେସିଆରେ। ଯେଉଁଠି ଗୁଗ୍‌ଲ ମ୍ୟାପ ଭୁଲ ଯୋଗୁ ଜଣେ ଯୁବକ ବରଯାତ୍ରୀ ସହ ବିବାହ ଦିନ ଭୁଲ ଠିକଣାରେ ଆଉ ଜଣେ କନ୍ୟା ଘରେ ପହଞ୍ଚିଥିଲେ।

କନ୍ୟାଘର ପକ୍ଷ ସେଠାରେ ଅତିଥିମାନଙ୍କୁ ସ୍ବାଗତ କରିଥିଲେ ଏବଂ ଜଳଖିଆ ମଧ୍ୟ ଖାଇବାକୁ ଦେଇଥିଲେ। ପରିବାର ସଦସ୍ୟଙ୍କ ମଧ୍ୟରେ ବାର୍ତ୍ତାଳପରୁ ସୌଭାଗ୍ୟବଶତଃ କନ୍ୟାଙ୍କ ପରିବାର ଲୋକେ କିଛି ଭୁଲ ଅନୁଭବ କଲେ। ଫଳରେ ଏକ ଲଜ୍ଜାଜନକ ପରିସ୍ଥିତି ଉଭୟ ପକ୍ଷଙ୍କୁ ବଞ୍ଚାଇଦେଲା।

ଏକ ରିପୋର୍ଟ ଅନୁଯାୟୀ, ସେହିଦିନ ଦୁଇଟି ବିବାହ ଉତ୍ସବ ଥିଲା। ଗୋଟିଏ ବିବାହ ଏବଂ ଆଉ ଗୋଟିଏ ନିର୍ବନ୍ଧ। ଗୋଟିଏ ଗାଁରେ ଏହି କାର୍ଯ୍ୟକ୍ରମ ହେଉଥିବାରୁ ଦ୍ୱନ୍ଦ୍ୱ ଉପୁଜିଥିଲା। ରିପୋର୍ଟରେ ଦର୍ଶାଯାଇଛି ଯେ, କନ୍ୟା ଆରମ୍ଭରେ ମେକ୍‌ଅପ ହେବାରେ ବ୍ୟସ୍ତ ଥିବାରୁ ପରିସ୍ଥିତି ବିଷୟରେ ଜାଣିପାରି ନ ଥିଲେ। ବର୍ତ୍ତମାନ ଏହି ଘଟଣାର ଏକ ଭିଡିଓ ଖୁବ୍‌ ତୀବ୍ର ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଏକ ପରିବାର କିଛି ଉପହାର ସହିତ ଅଜବ ସ୍ଥିତିରେ ଯାଉଛନ୍ତି।

ରିପୋର୍ଟ ଅନୁଯାୟୀ, ଜଣେ ଯୁବକ ତାଙ୍କ ବିବାହ ମଣ୍ଡପକୁ ଯିବା ପାଇଁ ଗୁଗ୍‌ଲ ମ୍ୟାପ୍‌ ବ୍ୟବହାର କରିଥିଲେ। ଏଥିରେ ଦିଆଯାଇଥିବା ରାସ୍ତା ଅନୁଯାୟୀ ସେ କେନ୍ଦ୍ରୀୟ ଜାଭାର ପାକିସ ଜିଲାର ଲୋସାରି ଗାଁରେ ପହଞ୍ଚିବାର ଥିଲା। କିନ୍ତୁ ଗୁଗ୍‌ଲ ମ୍ୟାପ୍‌ରେ ଭୁଲ ହେତୁ ଜେଙ୍ଗକୋଲ ଗାଁରେ ପହଞ୍ଚିଗଲେ। ଯାହାକି ଲୋସାରି ଗାଁଠାରୁ ଅଳ୍ପ ଦୂର ଥିଲା। ସେଠାରେ ମାରିୟା ଉଲ୍‌ଫା ଏବଂ ତାଙ୍କ ଭାବି ସ୍ବାମୀ ବୁରହାନ ସିଦ୍ଦିକ୍‌ଙ୍କ ନିର୍ବନ୍ଧ ହେଉଥିଲା। କିନ୍ତୁ ସେହ ସେହି ସ୍ଥାନରେ ପହଞ୍ଚିଥିଲେ ବିବାହ କରିବାକୁ ଯାଇଥିବା ଯୁବକ। ଏଠାରେ ଯେଉଁ ଯୁବତୀଙ୍କ ନିର୍ବନ୍ଧ ହେଉଥିଲା ତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେମାନେ ଯେଉଁଠି ପହଞ୍ଚିଥିଲେ କାହାକୁ ଚିହ୍ନି ନ ଥିଲେ କି ଜାଣି ନ ଥିଲେ। ପରେ ବରଙ୍କ କାକା ଏହା ଜାଣିପାରିଲେ ଯେ, ସେମାନେ କୌଣସି ଏକ ଭୁଲ ଜାଗାରେ ଆସି ପହଞ୍ଚିଯାଇଛନ୍ତି। ପରେ ଏହି ଯୁବକଙ୍କ ଘର ଲୋକଙ୍କ ପକ୍ଷରୁ ନିର୍ବନ୍ଧ ହେଉଥିବା କନ୍ୟାଙ୍କ ପରିବାର ଲୋକଙ୍କୁ ଭୁଲ ମଗାଯାଇଥିଲା। ଉଲ୍‌ଫାଙ୍କ ପରିବାର ଲୋକଙ୍କ ସହାୟତାରେ ବିବାହ କରିବାକୁ ଯାଇଥିବା ଯୁବକ ଠିକଣା ସ୍ଥାନରେ ଅର୍ଥାତ୍‌ ତାଙ୍କ କନ୍ୟାଙ୍କ ଘରେ ପହଞ୍ଚିଥିଲେ। ପରେ ବିବାହ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri