ଭାରତରେ ଗୁଗଲ୍‌

ଇଣ୍ଟରନେଟ୍‌ର ସର୍ବେସର୍ବା ଭାବେ ପରିିଚିତ ଗୁଗଲ୍‌ ଇଙ୍କ୍‌ ଆସନ୍ତା ୫ରୁ ୭ ବର୍ଷ ମଧ୍ୟରେ ଭାରତରେ ୧୦ ବିଲିୟନ ଡଲାର ବା ୭୫ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ ବୋଲି ଗୁଗଲ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଓଇ) ସୁନ୍ଦର ପିଚାଇ ଘୋଷଣା କରିଛନ୍ତି। ଏହି ପାଣ୍ଠି ଜରିଆରେ ଗୁଗଲ୍‌ ଭାରତରେ ଇକ୍ୱିଟି, ସହଭାଗିତା, ପରିଚାଳନା, ଭିତ୍ତିଭୂମି ତଥା ଇକୋସିଷ୍ଟମ୍‌ରେ ନିବେଶ କରିବ। ଭାରତର ଡିଜିଟାଲ କ୍ଷେତ୍ରରେ ଟ୍ରାନ୍ସଫର୍ମେଶନ ବା ରୂପାନ୍ତରଣ ଆଣିବ ବୋଲି ପିଚାଇ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପିଚାଇ ୧୩ ଜୁଲାଇରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଭର୍ଚୁଆଲ ସାକ୍ଷାତ୍‌କାରରେ ଏହା ପ୍ରକାଶ କରିଛନ୍ତି। ଭାରତ ସରକାରଙ୍କ ତରଫରୁ ପିଚାଇଙ୍କୁ ଦିଆଯାଇଥିବା ଗୁରୁତ୍ୱ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ ଏହି ଅର୍ଥ କେବେ ଆସିବ ଏବଂ କେଉଁସବୁ କମ୍ପାନୀରେ କିଭଳି ବିନିଯୋଗ ହେବ ସେ ସମ୍ପର୍କରେ କୌଣସି ସୂଚନା ନ ମିଳିବା ହେତୁ ସନ୍ଦେହ ସୃଷ୍ଟି ହେଉଛି। ଉଲ୍ଲେଖନୀୟ ଯେ, ଫେସ୍‌ବୁକ୍‌ ମଧ୍ୟ ଭାରତରେ ୫ ବିଲିୟନ୍‌ରୁ ଊର୍ଦ୍ଧ୍ୱ ଆମେରିକୀୟ ଡଲାର ନିକଟରେ ବିନିଯୋଗ କରିଛି। ଏହି ବିରାଟକାୟ ଅର୍ଥ ସମ୍ପୂର୍ଣ୍ଣଭାବେ ରିଲାଏନ୍ସ ଜିଓରେ ଲାଗିଥିବା ବେଳେ ଗୁଗଲ୍‌ ମଧ୍ୟ ୪ ବିଲିୟନ୍‌ ଡଲାର ଜିଓରେ ଲଗାଇବ ବୋଲି ଆଲୋଚନା ହେଉଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଜାନୁୟାରୀରେ ଆମାଜନ୍‌ ମାଲିକ ତଥା ପୃଥିବୀର ଅନ୍ୟତମ ଧନୀ ବ୍ୟକ୍ତି ଜେଫ୍‌ ବେଜୋସ୍‌ ଭାରତ ଗସ୍ତରେ ଆସି ବ୍ୟବସାୟ କରିବାର ପ୍ରସ୍ତାବ ଆଣିଥିଲେ। ପ୍ରାରମ୍ଭିକ ସ୍ତରରେ ଆମାଜନ୍‌ ୧ ବିଲିୟନ୍‌ ଡଲାର ବିନିଯୋଗ କରି ୧୦ ଲକ୍ଷ ଚାକିରି ସୃଷ୍ଟି କରିଥାନ୍ତା। ଆମାଜନ୍‌ର ବ୍ୟବସାୟରେ ଭିଡିଓ, ସିନେମା, ସାମଗ୍ରୀ ପ୍ରସ୍ତୁତି ଏବଂ ବିକ୍ରି, ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି), ଦକ୍ଷତା ବିକାଶ ଭଳି ଅନେକ ଶିଳ୍ପ ଭାରତରେ ଗଢ଼ିବା ପାଇଁ ବେଜୋସ୍‌ ପ୍ରତିଶ୍ରୁତିବଦ୍ଧ ହୋଇ ଆସିଥିଲେ। ଭାରତୀୟ କମ୍ପାନୀ ଯାହା କରନ୍ତି ନାହିଁ ତାହାର ବିପରୀତ ପନ୍ଥା ଆମେରିକୀୟ କମ୍ପାନୀଗୁଡ଼ିକ କରିଥାନ୍ତି। ପ୍ରତିଶ୍ରୁତି ଅନୁଯାୟୀ ବେଜୋସ୍‌ଙ୍କ ୧ ବିଲିୟନ୍‌ ଡଲାର କିଛି ମାସ ପରେ ଭାରତକୁ ଆସିଥାନ୍ତା। ଏଥିସହିତ କୋଭିଡ୍‌ ରୋଗ ଏବଂ ଅର୍ଥନୀତି ଭୁଶୁଡ଼ି ପଡ଼ୁଥିବା ବେଳେ ଭାରତୀୟ ଯୁବକମାନଙ୍କୁ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଥାନ୍ତା। ଆଶ୍ଚର୍ଯ୍ୟର କଥା ହେଲା ଯେ, ବେଜୋସ୍‌ ଦିଲ୍ଲୀରେ ପହଞ୍ଚତ୍ବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ତାଙ୍କ ସରକାରଙ୍କ କେହି ଜଣେ ଗୁରୁତ୍ୱପୂର୍ଣ୍ଣ ଅଧିକାରୀ ଆମାଜନ୍‌ ମାଲିକଙ୍କୁ ଭେଟିବାକୁ ସମୟ ଦେଲେ ନାହିଁ। କେବଳ ସେତିକି ନୁହେଁ, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ୍‌ ଗଣମାଧ୍ୟମ ଦ୍ୱାରା ଦେଶକୁ ଜଣାଇଲେ ଯେ, ଆମାଜନ୍‌ ଭଳି କମ୍ପାନୀ ଭାରତକୁ ଦୟା କରୁନାହିଁ। ଏହା ପଛରେ ଅଭିସନ୍ଧିମୂଳକ ଉଦ୍ଦେଶ୍ୟ ଥିଲାଭଳି ମନେହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆମାଜନ୍‌ର କହିବା ଅନୁଯାୟୀ ବିନିଯୋଗ ହେବାକୁ ଥିବା ସବୁ ଅର୍ଥ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସୃଷ୍ଟି କରିବାରେ ଲାଗିଥାନ୍ତା। ଆମାଜନ୍‌ର ଭାରତ ବଜାରରେ ପ୍ରବେଶ ହୋଇଯାଇଥିଲେ ଭାଜପାକୁ ବିଭିନ୍ନ ରୂପରେ ସମର୍ଥନ ଯୋଗାଉଥିବା ଏକ ବିରାଟକାୟ ଭାରତୀୟ କମ୍ପାନୀ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇଥାନ୍ତା। ସିଧାସଳଖ ଚାକିରି ଯୋଗାଇବା ବ୍ୟତୀତ ଆମାଜନ୍‌ ଦ୍ୱାରା ପ୍ରୋତ୍ସାହିତ ହୋଇଥିବା ପ୍ରତିଦ୍ୱନ୍ଦ୍ୱିତା ଫଳରେ ସାଧାରଣ ଗ୍ରାହକ ମଧ୍ୟ ଅନେକ ଲାଭବାନ୍‌ ହୋଇଥାନ୍ତେ। ସବୁ ପ୍ରକାର ସାମଗ୍ରୀର ଦର ହ୍ରାସ ପାଇବା ସହିତ ମାନ ବୃଦ୍ଧି କରିବାକୁ ପଡ଼ିଥାନ୍ତା। ଏଠାରେ ମନେପଡ଼େ ପୁରୁଣା ଭାରତର କୋମଳ କାହାଣୀ। ଅନେକ ଦଶନ୍ଧି ଧରି ଏହି ଦେଶରେ କେବଳ ଆମ୍ବାସାଡର ଓ ଫିଆଟ୍‌ ଗାଡ଼ି ବିକ୍ରି ହେଉଥିଲା। ଗାଡ଼ି କିଣିବା ପାଇଁ ଦୀର୍ଘ ସମୟ ଅପେକ୍ଷା କରିବା ସହିତ ଗ୍ରାହକଙ୍କୁୁ ବ୍ଲାକ୍‌ ବା ବିଲ୍‌ଠାରୁ ଅଧିକ ଅର୍ଥ ଦେଇ ଗାଡ଼ିଟିଏ ଚଲାଇବାକୁ ମିଳୁଥିଲା। ଅଳ୍ପ କିଛି ବର୍ଷ ପାଇଁ ଷ୍ଟାଣ୍ଡାର୍ଡ ହେରାଲ୍ଡ ଗାଡ଼ି ବଜାରକୁ ଆସିଥିଲା। ସେଥିରୁ ଆମ୍ବାସାଡର ଗାଡ଼ି ନିର୍ମାତା ବିର୍ଲା କମ୍ପାନୀର କୋପଦୃଷ୍ଟି ପଡ଼ିବାରୁ ତାହା ବନ୍ଦ ହୋଇଗଲା। ଯେଉଁ ସମୟ ପର୍ଯ୍ୟନ୍ତ ମାରୁତି ସୁଜୁକିର ପ୍ରବେଶ ଭାରତ ବଜାରରେ ହୋଇ ନ ଥିଲା ସେ ପର୍ଯ୍ୟନ୍ତ ଭାରତୀୟ ଗାଡ଼ିରେ ସିଟ୍‌ ବେଲ୍ଟ ବା ଉଜ୍ଜ୍ୱଳ ଆଲୋକ ଦେଖିବାକୁ ମିଳୁ ନ ଥିଲା। ଏହି ଉଦାହରଣରୁ ଜଣାପଡ଼ୁଛି ଯେ, ଆଧୁନିକ ଯୁଗରେ ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତା ଉଭୟ ଦେଶ ଓ ଗ୍ରାହକ ପାଇଁ ମଙ୍ଗଳମୟ ହୋଇଥାଏ। ସମାଜବାଦ ନାମରେ ପୂର୍ବ କଂଗ୍ରେସ ସରକାର ଦ୍ୱାରା ଭାରତୀୟ ଶିଳ୍ପ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାକୁ ଦମନ କରାଯାଉଥିଲା। ତାହା ଦ୍ୱାରା ସାଧାରଣ ନାଗରିକ ନିମ୍ନମାନର ସାମଗ୍ରୀ ପାଇ ସନ୍ତୁଷ୍ଟ ହେବାକୁ ବାଧ୍ୟ ହେଉଥିଲା। ଏବେ ଚିନ୍ତା କରାଯାଉଥିଲା ଯେ, ଏକଚାଟିଆ ବ୍ୟବସାୟୀଙ୍କ କବଳରୁ ଦେଶକୁ ମୁକ୍ତ କରିବା ପାଇଁ ସରକାର ଚେଷ୍ଟିତ। ଦୁଃଖର ବିଷୟ ଯେ, ଦେଶର ହିତକୁ ଏଡ଼ାଇ ଦେଇ ହାତଗଣତି ବ୍ୟବସାୟୀଙ୍କୁ ସୁରକ୍ଷିତ ରଖିବା ସହ ସେମାନଙ୍କ ପାଖରେ ଅଧିକ ପୁଞ୍ଜି ବିନିଯୋଗ କରାଇବାରେ ଭାରତ ସରକାର ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି। ଏହା ଦେଶକୁ ଦୀର୍ଘମିଆଦୀ କ୍ଷତି ପହଞ୍ଚାଇବ। ସାଧାରଣ ଲୋକଙ୍କ ପାଇଁ କୌଣସି ନୂତନ ବାଟ ଖୋଲିବ ନାହିଁ କିମ୍ବା ଦେଶର ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆସିପାରିବ ନାହିଁ। ଏହାଛଡ଼ା ଭାରତୀୟ ବଜାରରେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସେମାନଙ୍କ ପସନ୍ଦ ନାପସନ୍ଦ, ରାଜନୈତିକ ମତ ଏବଂ ଚିନ୍ତାଧାରା ହିଁ ବଡ଼ ଆଇଟି କମ୍ପାନୀଙ୍କ ପାଇଁ ସମ୍ପତ୍ତି ସଦୃଶ। ଗୁଗଲ୍‌ ଏବଂ ଫେସ୍‌ବୁକ୍‌ ଭଳି କମ୍ପାନୀ ଡାଟା ପ୍ରୋଟେକ୍ସନ ବା ତଥ୍ୟ ସୁରକ୍ଷା ଦିଗରେ ସେଭଳି ଆନ୍ତରିକତା ପୂର୍ବରୁ କେବେ ହେଲେ ଦେଖାଇ ନାହାନ୍ତି। ଆଗକୁ ଡିଜିଟାଲ ଇଣ୍ଡିଆ ସ୍ବପ୍ନ ଦେଖିଲା ବେଳକୁ ଲୋକଙ୍କ ବ୍ୟକ୍ତିଗତ ତଥ୍ୟର ବ୍ୟବହାର ଓ ତାହାର ନିରାପତ୍ତା ଏକ ବଡ଼ ପ୍ରସଙ୍ଗ ଭାବେ ଉଭାହେବ। ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ଅନେକ କୋଟି ଭାରତୀୟଙ୍କ ସବୁ ତଥ୍ୟ କେବଳ ଦୁଇ ତିନୋଟି ବୃହତ୍‌ ଆଇଟି କମ୍ପାନୀ ହାତରେ ରହିବା କେତେ ନିରାପଦ ତାହା ମଧ୍ୟ ଚିନ୍ତାର ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri