ଭାରତରେ ଗୁଗଲ୍‌

ଇଣ୍ଟରନେଟ୍‌ର ସର୍ବେସର୍ବା ଭାବେ ପରିିଚିତ ଗୁଗଲ୍‌ ଇଙ୍କ୍‌ ଆସନ୍ତା ୫ରୁ ୭ ବର୍ଷ ମଧ୍ୟରେ ଭାରତରେ ୧୦ ବିଲିୟନ ଡଲାର ବା ୭୫ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ ବୋଲି ଗୁଗଲ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଓଇ) ସୁନ୍ଦର ପିଚାଇ ଘୋଷଣା କରିଛନ୍ତି। ଏହି ପାଣ୍ଠି ଜରିଆରେ ଗୁଗଲ୍‌ ଭାରତରେ ଇକ୍ୱିଟି, ସହଭାଗିତା, ପରିଚାଳନା, ଭିତ୍ତିଭୂମି ତଥା ଇକୋସିଷ୍ଟମ୍‌ରେ ନିବେଶ କରିବ। ଭାରତର ଡିଜିଟାଲ କ୍ଷେତ୍ରରେ ଟ୍ରାନ୍ସଫର୍ମେଶନ ବା ରୂପାନ୍ତରଣ ଆଣିବ ବୋଲି ପିଚାଇ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପିଚାଇ ୧୩ ଜୁଲାଇରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଭର୍ଚୁଆଲ ସାକ୍ଷାତ୍‌କାରରେ ଏହା ପ୍ରକାଶ କରିଛନ୍ତି। ଭାରତ ସରକାରଙ୍କ ତରଫରୁ ପିଚାଇଙ୍କୁ ଦିଆଯାଇଥିବା ଗୁରୁତ୍ୱ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ ଏହି ଅର୍ଥ କେବେ ଆସିବ ଏବଂ କେଉଁସବୁ କମ୍ପାନୀରେ କିଭଳି ବିନିଯୋଗ ହେବ ସେ ସମ୍ପର୍କରେ କୌଣସି ସୂଚନା ନ ମିଳିବା ହେତୁ ସନ୍ଦେହ ସୃଷ୍ଟି ହେଉଛି। ଉଲ୍ଲେଖନୀୟ ଯେ, ଫେସ୍‌ବୁକ୍‌ ମଧ୍ୟ ଭାରତରେ ୫ ବିଲିୟନ୍‌ରୁ ଊର୍ଦ୍ଧ୍ୱ ଆମେରିକୀୟ ଡଲାର ନିକଟରେ ବିନିଯୋଗ କରିଛି। ଏହି ବିରାଟକାୟ ଅର୍ଥ ସମ୍ପୂର୍ଣ୍ଣଭାବେ ରିଲାଏନ୍ସ ଜିଓରେ ଲାଗିଥିବା ବେଳେ ଗୁଗଲ୍‌ ମଧ୍ୟ ୪ ବିଲିୟନ୍‌ ଡଲାର ଜିଓରେ ଲଗାଇବ ବୋଲି ଆଲୋଚନା ହେଉଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଜାନୁୟାରୀରେ ଆମାଜନ୍‌ ମାଲିକ ତଥା ପୃଥିବୀର ଅନ୍ୟତମ ଧନୀ ବ୍ୟକ୍ତି ଜେଫ୍‌ ବେଜୋସ୍‌ ଭାରତ ଗସ୍ତରେ ଆସି ବ୍ୟବସାୟ କରିବାର ପ୍ରସ୍ତାବ ଆଣିଥିଲେ। ପ୍ରାରମ୍ଭିକ ସ୍ତରରେ ଆମାଜନ୍‌ ୧ ବିଲିୟନ୍‌ ଡଲାର ବିନିଯୋଗ କରି ୧୦ ଲକ୍ଷ ଚାକିରି ସୃଷ୍ଟି କରିଥାନ୍ତା। ଆମାଜନ୍‌ର ବ୍ୟବସାୟରେ ଭିଡିଓ, ସିନେମା, ସାମଗ୍ରୀ ପ୍ରସ୍ତୁତି ଏବଂ ବିକ୍ରି, ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି), ଦକ୍ଷତା ବିକାଶ ଭଳି ଅନେକ ଶିଳ୍ପ ଭାରତରେ ଗଢ଼ିବା ପାଇଁ ବେଜୋସ୍‌ ପ୍ରତିଶ୍ରୁତିବଦ୍ଧ ହୋଇ ଆସିଥିଲେ। ଭାରତୀୟ କମ୍ପାନୀ ଯାହା କରନ୍ତି ନାହିଁ ତାହାର ବିପରୀତ ପନ୍ଥା ଆମେରିକୀୟ କମ୍ପାନୀଗୁଡ଼ିକ କରିଥାନ୍ତି। ପ୍ରତିଶ୍ରୁତି ଅନୁଯାୟୀ ବେଜୋସ୍‌ଙ୍କ ୧ ବିଲିୟନ୍‌ ଡଲାର କିଛି ମାସ ପରେ ଭାରତକୁ ଆସିଥାନ୍ତା। ଏଥିସହିତ କୋଭିଡ୍‌ ରୋଗ ଏବଂ ଅର୍ଥନୀତି ଭୁଶୁଡ଼ି ପଡ଼ୁଥିବା ବେଳେ ଭାରତୀୟ ଯୁବକମାନଙ୍କୁ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଥାନ୍ତା। ଆଶ୍ଚର୍ଯ୍ୟର କଥା ହେଲା ଯେ, ବେଜୋସ୍‌ ଦିଲ୍ଲୀରେ ପହଞ୍ଚତ୍ବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ତାଙ୍କ ସରକାରଙ୍କ କେହି ଜଣେ ଗୁରୁତ୍ୱପୂର୍ଣ୍ଣ ଅଧିକାରୀ ଆମାଜନ୍‌ ମାଲିକଙ୍କୁ ଭେଟିବାକୁ ସମୟ ଦେଲେ ନାହିଁ। କେବଳ ସେତିକି ନୁହେଁ, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ୍‌ ଗଣମାଧ୍ୟମ ଦ୍ୱାରା ଦେଶକୁ ଜଣାଇଲେ ଯେ, ଆମାଜନ୍‌ ଭଳି କମ୍ପାନୀ ଭାରତକୁ ଦୟା କରୁନାହିଁ। ଏହା ପଛରେ ଅଭିସନ୍ଧିମୂଳକ ଉଦ୍ଦେଶ୍ୟ ଥିଲାଭଳି ମନେହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆମାଜନ୍‌ର କହିବା ଅନୁଯାୟୀ ବିନିଯୋଗ ହେବାକୁ ଥିବା ସବୁ ଅର୍ଥ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସୃଷ୍ଟି କରିବାରେ ଲାଗିଥାନ୍ତା। ଆମାଜନ୍‌ର ଭାରତ ବଜାରରେ ପ୍ରବେଶ ହୋଇଯାଇଥିଲେ ଭାଜପାକୁ ବିଭିନ୍ନ ରୂପରେ ସମର୍ଥନ ଯୋଗାଉଥିବା ଏକ ବିରାଟକାୟ ଭାରତୀୟ କମ୍ପାନୀ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇଥାନ୍ତା। ସିଧାସଳଖ ଚାକିରି ଯୋଗାଇବା ବ୍ୟତୀତ ଆମାଜନ୍‌ ଦ୍ୱାରା ପ୍ରୋତ୍ସାହିତ ହୋଇଥିବା ପ୍ରତିଦ୍ୱନ୍ଦ୍ୱିତା ଫଳରେ ସାଧାରଣ ଗ୍ରାହକ ମଧ୍ୟ ଅନେକ ଲାଭବାନ୍‌ ହୋଇଥାନ୍ତେ। ସବୁ ପ୍ରକାର ସାମଗ୍ରୀର ଦର ହ୍ରାସ ପାଇବା ସହିତ ମାନ ବୃଦ୍ଧି କରିବାକୁ ପଡ଼ିଥାନ୍ତା। ଏଠାରେ ମନେପଡ଼େ ପୁରୁଣା ଭାରତର କୋମଳ କାହାଣୀ। ଅନେକ ଦଶନ୍ଧି ଧରି ଏହି ଦେଶରେ କେବଳ ଆମ୍ବାସାଡର ଓ ଫିଆଟ୍‌ ଗାଡ଼ି ବିକ୍ରି ହେଉଥିଲା। ଗାଡ଼ି କିଣିବା ପାଇଁ ଦୀର୍ଘ ସମୟ ଅପେକ୍ଷା କରିବା ସହିତ ଗ୍ରାହକଙ୍କୁୁ ବ୍ଲାକ୍‌ ବା ବିଲ୍‌ଠାରୁ ଅଧିକ ଅର୍ଥ ଦେଇ ଗାଡ଼ିଟିଏ ଚଲାଇବାକୁ ମିଳୁଥିଲା। ଅଳ୍ପ କିଛି ବର୍ଷ ପାଇଁ ଷ୍ଟାଣ୍ଡାର୍ଡ ହେରାଲ୍ଡ ଗାଡ଼ି ବଜାରକୁ ଆସିଥିଲା। ସେଥିରୁ ଆମ୍ବାସାଡର ଗାଡ଼ି ନିର୍ମାତା ବିର୍ଲା କମ୍ପାନୀର କୋପଦୃଷ୍ଟି ପଡ଼ିବାରୁ ତାହା ବନ୍ଦ ହୋଇଗଲା। ଯେଉଁ ସମୟ ପର୍ଯ୍ୟନ୍ତ ମାରୁତି ସୁଜୁକିର ପ୍ରବେଶ ଭାରତ ବଜାରରେ ହୋଇ ନ ଥିଲା ସେ ପର୍ଯ୍ୟନ୍ତ ଭାରତୀୟ ଗାଡ଼ିରେ ସିଟ୍‌ ବେଲ୍ଟ ବା ଉଜ୍ଜ୍ୱଳ ଆଲୋକ ଦେଖିବାକୁ ମିଳୁ ନ ଥିଲା। ଏହି ଉଦାହରଣରୁ ଜଣାପଡ଼ୁଛି ଯେ, ଆଧୁନିକ ଯୁଗରେ ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତା ଉଭୟ ଦେଶ ଓ ଗ୍ରାହକ ପାଇଁ ମଙ୍ଗଳମୟ ହୋଇଥାଏ। ସମାଜବାଦ ନାମରେ ପୂର୍ବ କଂଗ୍ରେସ ସରକାର ଦ୍ୱାରା ଭାରତୀୟ ଶିଳ୍ପ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାକୁ ଦମନ କରାଯାଉଥିଲା। ତାହା ଦ୍ୱାରା ସାଧାରଣ ନାଗରିକ ନିମ୍ନମାନର ସାମଗ୍ରୀ ପାଇ ସନ୍ତୁଷ୍ଟ ହେବାକୁ ବାଧ୍ୟ ହେଉଥିଲା। ଏବେ ଚିନ୍ତା କରାଯାଉଥିଲା ଯେ, ଏକଚାଟିଆ ବ୍ୟବସାୟୀଙ୍କ କବଳରୁ ଦେଶକୁ ମୁକ୍ତ କରିବା ପାଇଁ ସରକାର ଚେଷ୍ଟିତ। ଦୁଃଖର ବିଷୟ ଯେ, ଦେଶର ହିତକୁ ଏଡ଼ାଇ ଦେଇ ହାତଗଣତି ବ୍ୟବସାୟୀଙ୍କୁ ସୁରକ୍ଷିତ ରଖିବା ସହ ସେମାନଙ୍କ ପାଖରେ ଅଧିକ ପୁଞ୍ଜି ବିନିଯୋଗ କରାଇବାରେ ଭାରତ ସରକାର ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି। ଏହା ଦେଶକୁ ଦୀର୍ଘମିଆଦୀ କ୍ଷତି ପହଞ୍ଚାଇବ। ସାଧାରଣ ଲୋକଙ୍କ ପାଇଁ କୌଣସି ନୂତନ ବାଟ ଖୋଲିବ ନାହିଁ କିମ୍ବା ଦେଶର ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆସିପାରିବ ନାହିଁ। ଏହାଛଡ଼ା ଭାରତୀୟ ବଜାରରେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସେମାନଙ୍କ ପସନ୍ଦ ନାପସନ୍ଦ, ରାଜନୈତିକ ମତ ଏବଂ ଚିନ୍ତାଧାରା ହିଁ ବଡ଼ ଆଇଟି କମ୍ପାନୀଙ୍କ ପାଇଁ ସମ୍ପତ୍ତି ସଦୃଶ। ଗୁଗଲ୍‌ ଏବଂ ଫେସ୍‌ବୁକ୍‌ ଭଳି କମ୍ପାନୀ ଡାଟା ପ୍ରୋଟେକ୍ସନ ବା ତଥ୍ୟ ସୁରକ୍ଷା ଦିଗରେ ସେଭଳି ଆନ୍ତରିକତା ପୂର୍ବରୁ କେବେ ହେଲେ ଦେଖାଇ ନାହାନ୍ତି। ଆଗକୁ ଡିଜିଟାଲ ଇଣ୍ଡିଆ ସ୍ବପ୍ନ ଦେଖିଲା ବେଳକୁ ଲୋକଙ୍କ ବ୍ୟକ୍ତିଗତ ତଥ୍ୟର ବ୍ୟବହାର ଓ ତାହାର ନିରାପତ୍ତା ଏକ ବଡ଼ ପ୍ରସଙ୍ଗ ଭାବେ ଉଭାହେବ। ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ଅନେକ କୋଟି ଭାରତୀୟଙ୍କ ସବୁ ତଥ୍ୟ କେବଳ ଦୁଇ ତିନୋଟି ବୃହତ୍‌ ଆଇଟି କମ୍ପାନୀ ହାତରେ ରହିବା କେତେ ନିରାପଦ ତାହା ମଧ୍ୟ ଚିନ୍ତାର ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri