ବ୍ୟବହାର ଦିଏ ପରିଚୟ

ଉତ୍ତମ ବ୍ୟବହାର ଏବଂ କାର୍ଯ୍ୟକଳାପ ହିଁ ମଣିଷର ପରିଚୟ। କାରଣ ଏହାହିଁ ଅନ୍ୟମାନଙ୍କର ହୃଦୟ ଜିଣି ସଭିଙ୍କ ପ୍ରିୟପାତ୍ର କରାଇବାରେ ସାହାଯ୍ୟ କରିଥାଏ। ହେଲେ ବେଳେ ବେଳେ ବହୁ ଭଲ ଗୁଣ ଥିଲେ ସୁଦ୍ଧା ଅନେକଙ୍କୁ ପ୍ରିୟଭାଜନ ହେବାରୁ ବଞ୍ଚତ୍ତ କରିଥାଏ। ତେଣୁ ଯଥା ସମୟରେ ନିଜ ବଦଗୁଣ ସୁଧାରିନେବା ହିଁ ବୁଦ୍ଧିମତ୍ତାର କାର୍ଯ୍ୟ…

ଅଧିକାଂଶ ମହିଳା ଏକାଠି ହେବାମାତ୍ରେ ଗପସପରେ ମସ୍‌ଗୁଲ ହୋଇଯାଆନ୍ତି। ଘର ପରିବାରଠୁ ଆରମ୍ଭକରି ରୋଷେଇବାସ, ଲୁଗାପଟା ଏବଂ ଅନ୍ୟମାନଙ୍କ ସମ୍ପର୍କରେ ମଧ୍ୟ ସେମାନଙ୍କ ମଧ୍ୟରେ ଚାଲେ ଆଲୋଚନା। ଏମିତିରେ ଅଜାଣତରେ କରୁଥିବା କେଉଁ ଭୁଲ୍‌ ଆପଣଙ୍କ ବ୍ୟକ୍ତିତ୍ବ ଉପରେ ନକାରାତ୍ମକ ପ୍ରଭାବ ପକାଉଛି ନିଜେ ବୁଝିବା ସହ ଯଥାଶୀଘ୍ର ଏହାକୁ ସୁଧାରିବା ଆବଶ୍ୟକ…
ଜରୁରୀ ବାକ୍‌ ସଂଯମ: ଅନେକ ମହିଳା ଅଛନ୍ତି ଯେଉଁମାନେ ସାଧାରଣ କଥାରେ ବି ହଠାତ୍‌ ରାଗିଯାଇ ଯୁକ୍ତିକରିବା, ବାକ୍‌ସଂଯମ ହରାଇ ଅନ୍ୟକୁ ମାସିକ ସ୍ତରରେ ଆଘାତ ପହଞ୍ଚାଇବାକୁ ବି ପଛାନ୍ତି ନାହିଁ। ଏପରି କରିବା ଦ୍ବାରା ଯେ ସେମାନେ ନିଜ ପ୍ରତି ଅନ୍ୟମାନଙ୍କ ଦୃଷ୍ଟିରେ ଏକ ନକାରାତ୍ମକ ଭାବନା ସୃଷ୍ଟି କରୁଛନ୍ତି ଏବଂ ସମସ୍ତେ କଳିହୁଡ଼ି ବୋଲି ଘୃଣା ଦୃଷ୍ଟିରେ ଦେଖୁଛନ୍ତି ସେ ଦିଗରେ ଅବଗତ ନ ଥାନ୍ତି। ତେଣୁ କ୍ରୋଧ ଭାବନା, ଅଯଥା ତର୍କକରିବା ଏବଂ ଆକ୍ରୋଶମୂଳକ ଆଚରଣଠାରୁ ଦୂରେଇ ରହି ମିଷ୍ଟଭାଷୀ ହୁଅନ୍ତୁ।
କୁହନ୍ତୁ ନାହିଁ ଉପରେ ପଡ଼ି: ଉପରେ ପଡ଼ି ଅନ୍ୟ କଥାରେ ମୁଣ୍ଡ ଖେଳାଇବାର ବଦଭ୍ୟାସ କେତେକଙ୍କ ଠାରେ ରହିଛି। ଅନ୍ୟ କେହି ନିଜ ବ୍ୟକ୍ତଗତ ଜୀବନରେ ମୁଣ୍ଡଖେଳାଇବା ସମସ୍ତଙ୍କୁ ପସନ୍ଦ ନୁହେଁ। ଏପରି କରିବା ଦ୍ୱାରା ଅନ୍ୟମାନଙ୍କ ମନରେ ଆପଣଙ୍କ ପ୍ରତି ନକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ। ତେଣୁ କେହି ଆପଣଙ୍କୁ ପରାମର୍ଶ ନ ମାଗିବା ପର୍ଯ୍ୟନ୍ତ ଉପରେ ପଡ଼ି କାହାର ବ୍ୟକ୍ତିଗତ ଜୀବନରେ ଅଯଥାରେ ହସ୍ତକ୍ଷେପ ଆଦୌ କରନ୍ତୁ ନାହିଁ।
ଅନ୍ୟର ଚର୍ଚ୍ଚା : ଅନ୍ୟର ଦୋଷତ୍ରୁଟି ଖୋଜିବୁଲିବା, ପଛରେ ତାଚ୍ଛଲ୍ୟ କରିବା ଏବଂ କିଏ କ’ଣ କରୁଛି ସେ ସମ୍ପର୍କରେ ଆଲୋଚନା କରିବା ଦ୍ୱାରା ନିଜ ବ୍ୟକ୍ତିତ୍ୱ ଉପରେ ଆଞ୍ଚ ଆସିଥାଏ, ଏକଥା ଅନେକେ ଭୁଲିଯାଆନ୍ତି। ତେଣୁ ଏଭଳି ଅଭ୍ୟାସଠାରୁ ନିଜକୁ ନିବୃତ୍ତ ରଖିବା ଆବଶ୍ୟକ। କାରଣ ଏପରି ନ କଲେ ଆପଣଙ୍କ ପ୍ରତି ଅନ୍ୟମାନଙ୍କ ମନରେ ଏକ ଭଲ ଭାବନା ସୃଷ୍ଟି ହୋଇପାରିବ।
ଆତ୍ମପ୍ରଶଂସା: ମଣିଷର ବ୍ୟକ୍ତିତ୍ୱ ଭଲ ହୋଇଥିଲେ ଆପେ ଆପେ ସମସ୍ତଙ୍କ ମୁଖରୁ ପ୍ରଶଂସା ବାହାରେ। ହେଲେ ଏମିତି ଅନେକ ମହିଳା ଅଛନ୍ତି, ଯେଉଁମାନେ ନିଜର ପ୍ରଶଂସା ନିଜ ମୁହଁରେ ଗାଇବୁଲନ୍ତି। ଏମିତିକି ଆତ୍ମପ୍ରଶଂସାରେ ବିଭୋର ହୋଇ ସେମାନେ ଅନ୍ୟକୁ କିଛି କହିବାର ସୁଯୋଗ ମଧ୍ୟ ଦିଅନ୍ତି ନାହିଁ। ହେଲେ ବାରମ୍ବାର ଆତ୍ମପ୍ରଶଂସା କରିବାଦ୍ୱାରା ପରିହାସର ପାତ୍ରୀ ହେବାକୁ ପଡ଼ିପାରେ ଏକଥା ଅନେକେ ଭୁଲିଯାଆନ୍ତି। କେବଳ ଏତିକି ନୁହେଁ, ଏହାଦ୍ୱାରା ଶିଷ୍ଟାଚାର ଦୃଷ୍ଟିରୁ ଆପଣଙ୍କ କଥା ଶୁଣୁଥିବା ଲୋକମାନେ ମଧ୍ୟ ଧୀରେ ଧୀରେ ଦୂରେଇବା କିମ୍ବା ଅଣଦେଖା କରିବା ଆରମ୍ଭ କରିଦେବେ।
ଠିକ୍‌ ନୁହେଁ ପର ନିନ୍ଦା: କାହାର ଭଲ କାର୍ଯ୍ୟରେ ପ୍ରଶଂସା କରିବା ବଦଳରେ ଏଣୁତେଣୁ କହିବା କିମ୍ବା ସହି ନ ପାରି ନିନ୍ଦା କରିବା, ନିଜର କୌଣସି ଦୋଷତ୍ରୁଟିକୁ ଅନ୍ୟ ମୁଣ୍ଡରେ ଲଦିଦେବା ଭଳି ମାନସିକତା ଆପଣଙ୍କ ବ୍ୟକ୍ତିତ୍ବ ଉପରେ ଆଞ୍ଚ ଆଣିପାରେ। ତେଣୁ ଅନ୍ୟର ପ୍ରଶଂସା କରିବା ଶିଖନ୍ତୁ।
ହେଲେ ମନେରଖନ୍ତୁ, କାମ ହାସଲ କରିବା ଉଦ୍ଦେଶ୍ୟରେ ମଧ୍ୟ କାହାକୁ ଅଯଥା ପ୍ରଶଂସା କରିବା ବି ଠିକ୍‌ ନୁହେଁ।

କ’ଣ କୁହନ୍ତି ଏମାନେ…
ଅନୁପମା ମିଶ୍ର (ଗୃହିଣୀ, କୋରୁଆ ଶାସନ, ଭଦ୍ରକ)
କେତେଜଣଙ୍କୁ ଉପରେ ପଡ଼ି କଥା ହେବା କିମ୍ବା କାହାର ଝଗଡ଼ାରେ ମୁଣ୍ଡ ପୂରାଇବାକୁ ଭଲ ଲାଗେ। ସେସବୁ କରିବା ଆଦୌ ଠିକ୍‌ ନୁହେଁ। ସେମିତି କିଛି ପରିସ୍ଥିତି ଆସିଲେ ମୁଁ ଚୁପ୍‌ ରହିବାକୁ ଠିକ୍‌ ମଣିଥାଏ। ଏହାଦ୍ୱାରା ନିଜ ବ୍ୟବହାର ଓ ଚରିତ୍ର ଠିକ୍‌ ରହିଥାଏ ଏବଂ ଅନ୍ୟ କାହାକୁ ମୋ ବ୍ୟକ୍ତିତ୍ୱ ଉପରେ ଆଙ୍ଗୁଳି ଉଠାଇବାକୁ ସାହସ ହୋଇ ନ ଥାଏ। ନିଜ କାମରେ ନିଜେ ବ୍ୟସ୍ତ ରହେ। ପରିବାର, ସାହି ପଡ଼ିଶା ସମସ୍ତଙ୍କ ସହ ମନ ଖୋଲି ମିଶେ। କିନ୍ତୁ କୌଣସି ଝଗଡ଼ାରେ ଭାଗ ନିଏନି କି କାହା ନାଁ ରେ ଚୁଗୁଲି କରିବାକୁ ଠିକ୍‌ ଭାବେନି।

କଲ୍ୟାଣୀ ପଣ୍ଡା( ଅଧ୍ୟାପିକା, ଶ୍ରୀହରି ବିହାର, ଜଟଣୀ, ଖୋର୍ଦ୍ଧା)- ଆତ୍ମସମ୍ମାନ ରକ୍ଷା କରିବା ପ୍ରତ୍ୟେକ ମଣିଷର ଏକ ଗୁରୁଦାୟିତ୍ୱ। କାରଣ ଏହାହିଁ ସମାଜରେ ଏକ ପରିଚୟ ଦିଏ। ଦେଖିଛି, ଅନେକ ମହିଳା ସାମାନ୍ୟ ପ୍ରଶଂସା ପାଇଲେ ଆତ୍ମବିଭୋର ହୋଇ ଅନେକ କଥା ଗପି ଦିଅନ୍ତି, ଯାହାକି ଅପରପକ୍ଷେ ସେମାନଙ୍କ ସମ୍ମାନ ହାନି କରାଇଥାଏ। ମୁଁ ଆଦୌ ସେଭଳି ନ କରିବା ପ୍ରତି ଯତ୍ନଶୀଳ ରୁହେ। କଥା ହେବା ବେଳେ ବାକ୍‌ ସଂଯମ ରକ୍ଷାକରେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri