ଉତ୍ତମ ସ୍ବାସ୍ଥ୍ୟ ଓ ମସଲା

ବିଭିନ୍ନ ଦେଶରେ ଦୈନନ୍ଦିନ ଖାଦ୍ୟ ନିମନ୍ତେ ବ୍ୟବହୃତ ଚାଉଳ, ଅଟା, ମଇଦା, ଡାଲି,ବିଭିନ୍ନ ପନିପରିବା କେତେ ସ୍ବାସ୍ଥ୍ୟୋପଯୋଗୀ ତାହା କହିବା ଅନାବଶ୍ୟକ। କିନ୍ତୁ ଖାଦ୍ୟ ପ୍ରସ୍ତୁତ ଲାଗି ବ୍ୟବହାର କରାଯାଉଥିବା ମସଲା ମଧ୍ୟ ସୁସ୍ଥ ତଥା ନୀରୋଗ ଶରୀର ପାଇଁ ଦରକାର। ଜିରା, ଧନିଆ, ମେଥି, ପାନମହୁରି, ସୋରିଷ, ଜୁଆଣି, ଅଦା, ରସୁଣ, ଅଳେଇଚ, ତେଜପତ୍ର, ହଳଦୀ, କସ୍ତୁରୀ ମେଥି, ଡାଳଚିନି, ଅନାସି ଫୁଲ, ଗୋଲମରିଚ,ଶୁଣ୍ଠି ପିପ୍ପଳୀ, ପୋସ୍ତ, ଲଙ୍କା ଆଦି ମସଲା ପ୍ରସ୍ତୁତି ପାଇଁ କିମ୍ବା ବେଳେ ବେଳେ ଉକ୍ତ ଦ୍ରବ୍ୟଗୁଡିକ ବିଭିନ୍ନ ଖାଦ୍ୟ ପଦାର୍ଥରେ ବ୍ୟବହାର କରାଯାଇଥାଏ। କାରଣ ସେଗୁଡିକ ଖାଦ୍ୟର ଗୁଣବତ୍ତା ବଢ଼ାଇବା ସହ ତାହାକୁ ସୁସ୍ବାଦୁ, ଉତ୍ତମ ବାସ୍ନାଯୁକ୍ତ କରିଥାଏ। ଉକ୍ତ ମସଲା ଦ୍ରବ୍ୟଗୁଡିକରେ ଅନେକ ପ୍ରକାର ଔଷଧୀୟ ଗୁଣ ଭରି ରହିଛି ଯାହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ। ତା’ସହ ଏହା ମଧ୍ୟ ଦୀର୍ଘାୟୁ ସ୍ବାସ୍ଥ୍ୟ ପାଇଁ ସହାୟକ ହୋଇଥାଏ। ଏଗୁଡିକ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଖାଦ୍ୟ ନିମନ୍ତେ ବ୍ୟବହୃତ ମସଲା ସାମଗ୍ରୀ ପାଇଁ ଉପଯୋଗ ହେଉଥିବା ପ୍ରତ୍ୟେକ ଦ୍ରବ୍ୟରେ ଭିନ୍ନ ଭିନ୍ନ ଭିଟାମିନ ଏବଂ ଔଷଧୀୟ ଗୁଣ ଭରି ରହିଛି। ଏହା ନୀରୋଗ ତଥା ଦୀର୍ଘଦିନ ବଞ୍ଚିରହିବାରେ ସାହାଯ୍ୟ କରିଥାଏ। ଉକ୍ତ ମସଲା ଦ୍ରବ୍ୟ ଗୁଡିକରେ କ୍ୟାଲସିୟମ, ମ୍ୟାଗ୍ନେସିୟମ,ଆଇରନ ରହିଥାଏ ଯାହାକି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ସାହାଯ୍ୟ କରିଥାଏ। ଏହା ସହ ଏପରି କିଛି ମସଲା ଦ୍ରବ୍ୟ ରହିଛି ଯାହାକି ଆମ ଶରୀରକୁ ଫିଟ୍‌ ରଖିବା ସହ ଶାରୀରିକ ଗଠନ ତଥା ବୟସ ଅନୁଯାୟୀ ଓଜନକୁ ସନ୍ତୁଳିତ ରଖିଥାଏ। ଏସବୁ ବିଷୟରେ ଭାରତୀୟ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ବିଶଦ ଭାବେ ବର୍ଣ୍ଣନା କରାଯାଇଛି।
ଜିରା: ଦୈନନ୍ଦିନ ପ୍ରସ୍ତୁତ କରାଯାଉଥିବା ତରକାରିରେ ବ୍ୟବହୃତ ହେଉଥିବା ମସଲା ଦ୍ରବ୍ୟ ମଧ୍ୟରେ ଜିରା ଏକ ପ୍ରମୁଖ ବ୍ୟବହାର ଉପଯୋଗୀ ତଥା ଔଷଧୀୟ ଗୁଣସମ୍ପନ୍ନ ଦ୍ରବ୍ୟ। ଏହା ଜିରାରାଇସ, ଡାଲି, ସନ୍ତୁଳା ଆଦିରେ ଫୁଟଣ ରୂପେ ବ୍ୟବହାର କରଯାଇଥାଏ। ଏହା ଖାଦ୍ୟର ଗୁଣବତ୍ତା, ବାସ୍ନା, ଖାଦ୍ୟର ସ୍ବାଦ ବଢ଼ାଇବା ସହ ହଜମଶକ୍ତିକୁ ବୃଦ୍ଧି କରିଥାଏ। ଜିରା ମଧ୍ୟ ପାକସ୍ଥଳୀ ଏବଂ ପାଚନ ତନ୍ତ୍ରକୁ ଠିକ୍‌ ରଖିବାରେ ସହାୟକ ହୋଇଥାଏ। ଜିରାକୁ ଖାଦ୍ୟ ଖାଇସାରିବା ପରେ ଚୋବାଇ ଖାଇବା ଦ୍ୱାରା ଗରିଷ୍ଠ ଖାଦ୍ୟ ହଜମ ହେବା ସହ ଶରୀରର ଓଜନକୁ କେତେକାଂଶରେ ସନ୍ତୁଳିତ ରଖିଥାଏ।
ଜୁଆଣି: ବିଭିନ୍ନ ମସଲା ପ୍ରସ୍ତୁତିରେ ଏହାକୁ ବ୍ୟବହାର କରାଯାଇଥାଏ। ତା’ ସହ ଏଥିରେ ଔଷଧୀୟ ଗୁଣ ମଧ୍ୟ ଭରିରହିଛି। ଏହାକୁ କଞ୍ଚା ଚୋବାଇ ଖାଇବା କିମ୍ବା ପାଣିରେ ବତୁରାଇ ଉକ୍ତ ପାଣିକୁ ସେବନ କରିବା ଦ୍ୱାରା ବିଭିନ୍ନ ପ୍ରକାର ପେଟ ସମସ୍ୟା ଦୂର ହୋଇଥାଏ।
ମେଥି: ମେଥି ମସଲା ପ୍ରସ୍ତୁତିରେ ଏକ ପ୍ରମୁଖ ଦ୍ରବ୍ୟ। ଏହା ଶରୀର ନିମନ୍ତେ ଅମୃତ ତୁଲ୍ୟ। ମେଥିକୁ ଉଷୁମ ପାଣିରେ ୨-୩ ଘଣ୍ଟା ବତୁରାଇ ଚୋବାଇ ଖାଇପାରନ୍ତି। ତା’ ସହ ଉକ୍ତ ବତୁରା ପାଣିକୁ ସେବନ କରିବା ଦ୍ୱାରା ପେଟର ବିଭିନ୍ନ ସମସ୍ୟା ଦୂର ହେବା ସହ ଡାଇବେଟିସ୍‌କୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ। ମେଥି ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ମେଟାବୋଲିଜିମ ବୃଦ୍ଧି ଘଟାଇବା ସହିତ ଓଜନକୁ ସନ୍ତୁଳିତ ରଖିଥାଏ।
ରସୁଣ: ଭାରତୀୟ ପ୍ରାଚୀନ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ରସୁଣ ଆମ ଶରୀର ପାଇଁ କିପରି ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ ତାହା ବର୍ଣ୍ଣନା କରାଯାଇଛି। ପ୍ରତିଦିନ କଞ୍ଚା ରସୁଣ ୧-୩ ପାଖୁଡା ଖାଲି ପେଟରେ ଖାଇଲେ ତାହା ଶରୀର ପାଇଁ ଉପକାରୀ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆ ଏବଂ ବେଦନା ନାଶକ ଉପାଦାନ ରହିଛି। ଏହା ବଦ ହଜମି, ଥଣ୍ଡା, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ଡାଇବେଟିସ୍‌ ଏବଂ ରକ୍ତରେ ଶର୍କରା (ସୁଗାର) ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ। କଞ୍ଚା ରସୁଣକୁ ଛୋଟ ଛୋଟ କରି କାଟି ଖାଇବା ଉଚିତ। କାରଣ ଏହି କଟା ରସୁଣ ବାୟୁ ସଂସ୍ପର୍ଶରେ ଆସିବା ଦ୍ୱାରା ଏଥିରେ ରହିଥିବା ଜୀବାଣୁ ନାଶକ ଦ୍ରବ୍ୟ (ଲାଇସିନ୍‌) ଅଧିକ କ୍ରିୟାଶୀଳ ହୋଇଥାଏ, ଯାହାକି ଆମ ଶରୀର ପାଇଁ ଯଥେଷ୍ଟ ଉପକାରୀ।
ହଳଦୀ: କଞ୍ଚାହଳଦୀକୁ ଶିଳରେ ବାଟି ଛୋଟ ଗିଲ ସଦୃଶ କରି ୨ରୁ ୩ଟି ଗୁଳା ଖାଲି ପେଟରେ ଖାଇବା ଦ୍ୱାରା ଶରୀରରେ କୃମି ନଷ୍ଟ ହୋଇଥାଏ। ତା’ସହ ପେଟର ଯାବତୀୟ ରୋଗ ନଷ୍ଟ ହେବା ସହ ରକ୍ତ ପରିଷ୍କାର ରହିଥାଏ। ଏହା ଶରୀରରେ ଆଣ୍ଟିବାୟୋଟିକ ସଦୃଶ କାମ କରିଥାଏ। କଞ୍ଚାହଳଦୀକୁ ପାଣିରେ ସିଝାଇ ଚାରି ଭାଗରୁ ଭାଗେ ରହିବା ପରେ ସେଥିରେ ମହୁ ମିଶାଇ ପିଇବା ଦ୍ୱାରା ବହୁ ଉପକାର ମିଳିଥାଏ। କଞ୍ଚା ହଳଦୀରେ ୧୦-୧୨ ପ୍ରତିଶତ ଜଳ, ୪-୧୨ ପ୍ରତିଶତ ଫ୍ୟାଟି ଅଏଲ, ୪-୧୪ ପ୍ରତିଶତ ଏସେନ୍ସିଆଲ ଅଏଲ, ୫-୧୩ ପ୍ରତିଶତ ମିନେରାଲ୍ସ ଏବଂ ୭୦ ପ୍ରତିଶତ କାର୍ବୋହାଇଡ୍ରେଟ ଓ ଭିଟାମିନ ‘ଇ’ ମଧ୍ୟ ଥାଏ। ହଳଦୀ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ଧନିଆ: ଧନିଆ ଓ ଧନିଆ ପତ୍ର ଖାଦ୍ୟ ଓ ମସଲାରେ ବ୍ୟବହାର ବହୁ ପୁରାତନ। ଏହା ହୃଦ୍‌ରୋଗ, ପେଟ ରୋଗ, ଅଜୀର୍ଣ୍ଣ, ବାନ୍ତି, ପେଟରେ ଅମ୍ଳ ହେବା ତଥା ବିଭିନ୍ନ ଚର୍ମରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଧନିଆ ପତ୍ର ଖାଦ୍ୟପଦାର୍ଥର ବାସ୍ନା ଓ ସ୍ବାଦ ବଢ଼ାଇ ଥାଏ।
ପାନମହୁରି: ଭାରତୀୟ ପାରମ୍ପରିକ ଚିକିତ୍ସା ଶାସ୍ତ୍ରରେ ପାନମହୁରିକୁ ଘରୋଇ ଔଷଧ ରୂପେ ବ୍ୟବହାର କରାଯାଇଥାଏ। ଏହା ଏକ ସୁଗନ୍ଧ, ରୁଚିକର, ସୁସ୍ବାଦୁ ଦ୍ରବ୍ୟ। ଏହା ବିଭିନ୍ନ ପେଟରୋଗ, ଅମ୍ଳନାଶକ, ବାୟୁ ନାଶକ, କୋଷ୍ଠକାଠିନ୍ୟ, ପାଟିର ଦୁର୍ଗନ୍ଧ ଦୂର କରିବା ସହ ପାଟିର ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ। ପାନମହୁରିରେ ଆସପେରିଟିକ ଏସିଡ, ଭିଟାମିନ ସି, ଆମିନୋଚ ଏସିଡ, ମ୍ୟାଗ୍ନେସିୟମ, ମିନେରାଲ ଆଦି ତତ୍ତ୍ୱ ରହିଛି। ଏହା ରକ୍ତଚାପ ଏବଂ ଓଜନକୁ ସନ୍ତୁଳିତ ରଖେ। ଏହାବ୍ୟତୀତ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ଭାରତୀୟ ମୌଳକ ଚିକିତ୍ସା ଶାସ୍ତ୍ରରେ ଦୈନନ୍ଦିନ ଖାଦ୍ୟ ପଦାର୍ଥରେ ବ୍ୟବହୃତ ହେଉଥିବା ଉପରୋକ୍ତ ମସଲା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଗୁଡିକୁ ଆମ ପୂର୍ବ ପୁରୁଷମାନେ ବ୍ୟବହାର କରିଆସୁଥୁଲେ ଏବଂ ବର୍ତ୍ତମାନ ଆମେ ସେଗୁଡିକୁ ବ୍ୟବହାର କରୁଛେ। ଆଜିର ଆଧୁନିକ ଚିକିତ୍ସା ଶାସ୍ତ୍ରରେ ଏହି ମସଲାଗୁଡିକୁ ବହୁ ପରୀକ୍ଷା ନିରୀକ୍ଷା କରି ତାହାର ଉପକାରୀ ଗୁଣ ବିଷୟରେ ସୂଚନା ଦିଆଯାଇଛି।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri