ଉତ୍ତମ ଫସଲ ନେଇ ବାଲି , ଗାଙ୍ଗମାଁ ପର୍ବ

ପଟ୍ଟାଙ୍ଗି,୪।୧ (ଡି.ଏନ.ଏ.): ପ୍ରତିବର୍ଷ ଯେପରି ନିଜ ଚାଷଜମି ନିଜ ଜମିରେ ଉତ୍ତମ ଚାଷ ସହ ଅଧିକ ଫସଲ ଉତ୍ପାଦନ ପାଇଁ ମଙ୍ଗଳବାର କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରସ୍ଥିତ ବଡଗାଁରେ ଅଞ୍ଚଳବାସୀ ପାଳନ କରିଛନ୍ତି ବାଲି , ଗାଙ୍ଗମାଁ ପର୍ବ। ପ୍ରତି ୩ବର୍ଷକୁ ଥରେ ହେଉଥିବା ଏହି ଯାତ୍ରା ପୂର୍ବରୁ ଆଖପାଖ ୧୦ଟି ଗ୍ରାମର ବଡ଼ଗାଁ, ଶିଶାଗୁଡା, କରଞ୍ଜଗୁଡା, ଦାନ୍ଦୁଗୁଡା, ଡୁମୁରିଗୁଡା, ତଳ କାଟ୍ରାଗୁଡା, ବଦଲିଗୁଡା, ଲେଞ୍ଜିଗୁଡା, ଉପର କାଟ୍ରାଗୁଡା ଏବଂ ଗେଟସାହି ଗ୍ରାମର ମୁଖିଆମାନେ ଏକାଠି ହୋଇ ଏକ ତିଥି ବାହାର କରି ଯାତ୍ରା ଆୟୋଜନ କରିଥାନ୍ତି। ଯାତ୍ରାର ମୁଖ୍ୟ ବାଲି ପୂଜାରୀଙ୍କ ପ୍ରସ୍ତାବ କ୍ରମେ ଏହି ଯାତ୍ରା ହେଇଥାଏ। ଡିସେମ୍ବର ୫ରେ ପ୍ରଥମେ ବାଲିଯାତ୍ରା ହୋଇଥିଲା। ଉକ୍ତ ଯାତ୍ରା ୯ ଦିନ ପରେ ବୁଡିଆ ଗାଙ୍ଗମାଁ ଯାତ୍ରା ହୋଇଥିଲା। ଏବେ ୯ ଦିନ ଧରି ବଡ଼ଗାଁରେ ଯାତ୍ରା ଆରମ୍ଭ ହୋଇଛି। ଚାଷୀମାନେ ନିଜ ଜମିରୁ ଭଲ ଫସଲ ଆମଦାନୀ ପାଇଁ ଘରେ ସଂଗ୍ରହ କରି ରଖିଥିବା ସମସ୍ତ ଫସଲର ବିହନ ଯାତ୍ରାରେ ପୂଜା ପାଉଥିବା ଠାକୁରାଣୀଙ୍କ ନିକଟରେ ସମର୍ପଣ କରିଥାନ୍ତି। ୯ ଦିନ ଧରି ପୂଜାପାଉଥିବା ବୁଡିଆ ଗାଙ୍ଗମାଁ ମଙ୍ଗଳବାର ବିଳମ୍ବିତ ରାତିରେ ସ୍ଥାୟୀ ମନ୍ଦିରକୁ ଫେରିଥାନ୍ତି। ଠାକୁରାଣୀ ସ୍ଥାୟୀ ମନ୍ଦିରକୁ ଫେରିବା ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ଗଛର କାଠରେ ଏକ ରଥ ହୋଇଥାଏ। ସେହି ରଥ ଉପରେ ପୂଜକ ଚାଷୀଙ୍କ ବିହନକୁ ପୂଜାକରି ରଥ ତଳକୁ ବିଞ୍ଚି ପକାଇଥାନ୍ତି। ଏହି ଯାତ୍ରା ସରିବା ପରେ ୧ ମାସ ପରେ ନନ୍ଦିଯାତ୍ରା ହୋଇଥାଏ। କମିଟି ସଦସ୍ୟ ପୂର୍ବତନ ସରପଞ୍ଚ ଭଗବାନ ଖରା, କୃଷ୍ଣଚନ୍ଦ୍ର ଜାନି, ଅର୍ଜୁନ ବୁରୁଡି, ଜଗଦିଶ ବୁରୁନ୍ଦା, ସନ୍ତୋଷ ବାଡତିଆ, ଜୟରାମ ଗୁଣ୍ଠା, ନଟ ନାରାଜି ପ୍ରମୁଖ ଯାତ୍ରା ପରିଚାଳନା କରିଥିଲେ। ସ୍ଥାନୀୟ ବିଧାୟକ ପିତମ ପାଢ଼ୀ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗୀ, ଜିଲା ପରିଷଦ ସଭ୍ୟା ଟିକାଇ ଗେମେଲ, ଜିଲା ପରିଷଦ ସଭ୍ୟ ଲଇଚନ ଗେମେଲ, କଂଗ୍ରେସ ସେବା ଦଳର ଜିଲା ସହ ସଙ୍ଗଠକ ଗୋବିନ୍ଦ ଖରା ପ୍ରମୁଖ ଅତିଥିଭାବେ ଯୋଗଦେଇ ଠାକୁରାଣୀଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri