ନାଟକ ପାଇଁ ଶୁଭଦିନ ଆସୁଛି

ଭୁବନେଶ୍ୱର, ୨୭।୩ (ବ୍ୟୁରୋ): ଦିନ ଥିଲା ମନୋରଞ୍ଜନର ଏକମାତ୍ର ମାଧ୍ୟମ ଥିଲା ନାଟକ। ବ୍ୟସ୍ତବହୁଳ କର୍ମମୟ ଜୀବନରେ କ୍ଲାନ୍ତ ହୋଇପଡିଥିବା ମଣିଷଟିଏ ନାଟକ ଦେଖି ମନକୁ ହାଲ୍‌କା କରୁଥିଲା। କେବଳ ସେତିକି ନୁହେଁ, ସମାଜରେ ବହୁ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ଏହି ମଞ୍ଚ ନାଟକ ମୁଖ୍ୟ ଭୂମିକା ତୁଲାଉଥିଲା। ସମାଜକୁ କୁସଂସ୍କାରରୁ ମୁକ୍ତ କରିବା ହେଉ ଅବା ସାମାଜିକ ବାର୍ତ୍ତା ପ୍ରଦାନରେ ନାଟକର ଅବଦାନକୁ ଅସ୍ବିକାର କରାଯାଇ ପାରିବ ନାହିଁ। ମାତ୍ର ଏବେ ସମୟ ବଦଳିଛି, ତା’ ସାଙ୍ଗକୁ ତାଳଦେଇ ବଦଳିଛି ମନୋରଞ୍ଜନର ପରିଭାଷା। ରୂପେଲି ପରଦା ସାଙ୍ଗକୁ ଘରେ ଘରେ ଟେଲିଭିଜନ ଓ ତା’ ସାଙ୍ଗକୁ ଡିଜିଟାଲ ମିଡିଆରେ ବିଭିନ୍ନ କାର୍ଯ୍ୟକ୍ରମ ବର୍ତ୍ତମାନର ଯୁବପିଢୀଙ୍କୁ ବେଶୀ ଆକୃଷ୍ଟ କରିଛି। ତେବେ କେତେଜଣ ନିର୍ଦ୍ଦେଶକ, ଲେଖକ ତଥା କଳାପ୍ରେମୀ ଏବେ ବି ମଞ୍ଚ ନାଟକକୁ ନୂଆ ରୂପରେ ଉଭା କରିବାକୁ ଲାଗି ପଡିଛନ୍ତି। ନାଟକ ପାଇଁ ଶୁଭଦିନ ଆସୁଛି ବୋଲି ସେମାନେ କହିଛନ୍ତି। ଶନିବାର ‘ବିଶ୍ୱ ରଙ୍ଗମଞ୍ଚ ଦିବସ’ ଅବସରରେ ସେମାନଙ୍କ ମତାମତକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

 

ଘରୋଇ ଝିଅ ଓ ମହିଳା ନାଟକରେ ଯୋଗ ଦିଅନ୍ତୁ
ଉଚ୍ଚକୋଟୀର ନାଟକ ରଚନା ଉପରେ ନାଟ୍ୟକାରମାନେ ଗୁରୁତ୍ୱ ଦେବା ଆବଶ୍ୟକ। କଳାକାରମାନେ ଶିକ୍ଷିତ ହେବା, ଗ୍ରୁପ୍‌ ଥିଏଟର ଖୋଲିଥିବା ନାଟ୍ୟକାରଙ୍କ ମଧ୍ୟରେ ସମନ୍ବୟ ରହିବା, ଭଲ ନାଟକ ତିଆରି କରିବା, ଘରୋଇ ଝିଅ ଓ ମହିଳାମାନେ ଅଧିକ ପରିମାଣରେ ନାଟକ ଜଗତକୁ ଆସିବା ଦରକାର। ଏବେ ସିନେମା, ଧାରାବାହିକର ଅଧିକ ପରିମାଣରେ ହେଲେ ବି ତାହାର ମାନ କମିବାରେ ଲାଗିଛି। ଏହା ନାଟକ ପାଇଁ ଶୁଭ ସୂଚନା।
-ଅଭିନ୍ନ ରାଉତରାୟ, ନିର୍ଦ୍ଦେଶକ,
ଜୀବନରେଖା ଥିଏଟର
ବାହାର ରାଜ୍ୟରେ ହେବ ‘ଓଡ଼ିଆ
ନାଟକ ସମାରୋହ’

ଓଡ଼ିଶାରେ ନାଟକର ସ୍ଥିତି ଗତିଶୀଳ ରହିଛି। ରାଜ୍ୟ ସରକାର ନାଟକର ଉନ୍ନତି ପ୍ରତି ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଆଗାମୀ ଦିନରେ ବାଙ୍ଗାଲୋର, ହାଇଦ୍ରାବାଦ, ଲକ୍ଷ୍ନୌ, ଦିଲ୍ଲୀରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ‘ଓଡ଼ିଆ ନାଟକ ସମାରୋହ’ କରାଯିବ। ଓଡ଼ିଆ ମୌଳିକ କଥାକୁ ନେଇ ଏହି ନାଟକଗୁଡିକ ମଞ୍ଚସ୍ଥ ହେବ। ନାଟକ ସମାଜରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିପାରିଛି।
-ପ୍ରବୋଧ ରଥ,ସଚିବ,
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ
ନାଟକ ତିଆରି କରୁଥିବା ଲୋକ
ଭଲ ମଣିଷ ହେବା ଦରକାର
ଏବେକାର ସ୍ଥିତିକୁ ଦେଖିଲେ ନାଟକର ଭବିଷ୍ୟତ ଅନ୍ଧକାର ବୋଲି କହିପାରିବା। ନିଷ୍ଠା, ଏକାଗ୍ରତା, ପରିଶ୍ରମ ଦ୍ୱାରା ଭଲ ନାଟକ ସୃଷ୍ଟି ହୋଇପାରିବ। ସମାଜକୁ ପରିବର୍ତ୍ତନ କରିବା ବା ସମାଜକୁ ଠିକ୍‌ ଦିଗ ଦେଖାଇବା ନାଟକର ଲକ୍ଷ୍ୟ ହେବା ଆବଶ୍ୟକ। ନାଟକ ତିଆରି କରୁଥିବା ଲୋକ ପ୍ରଥମେ ଭଲ ମଣିଷ ହେବା ଦରକାର। ଭଲ ମଣିଷ ଯାହା କରିବ ତାହା ନିଶ୍ଚିତ ପକ୍ଷେ ଭଲ ହେବ।
-ମନୋଜ ପଟ୍ଟନାୟକ,
ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ
ସରକାର ଆର୍ଥିକ ପ୍ରୋତ୍ସାହନ ଦିଅନ୍ତୁ
କରୋନା ପାଇଁ ଗତ ୧ବର୍ଷ ହେବ ମଞ୍ଚ ନାଟକ ସମ୍ପୂର୍ଣ୍ଣ ବନ୍ଦ ଥିଲା। କଳାକାରମାନେ ନାନା ଦୁର୍ଦ୍ଦଶାରେ କାଳାତିପାତ କରୁଥିଲେ ମଧ୍ୟ ସରକାର କୌଣସି ଆର୍ଥିକ ପ୍ରୋତ୍ସାହନ ଦେଇନାହାନ୍ତି। କିନ୍ତୁ ନାଟକର ଉନ୍ନତି ପାଇଁ ପ୍ରଥମେ ନାଟ୍ୟକାର ତଥା ନାଟ୍ୟ ଦଳକୁ ଆର୍ଥିକ ପ୍ରୋତ୍ସାହନ ମିଳିବା ଆବଶ୍ୟକ।
-ହରେନ୍‌ ସାହୁ, ସଭାପତି, ଓଡ଼ିଶା ନାଟ୍ୟସଂଘ
ଦର୍ଶକଙ୍କ ମାନସିକତାରେ
ପରିବର୍ତ୍ତନ ଆବଶ୍ୟକ
ନାଟକ ସହ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ସ୍ବଚ୍ଛ ଓ ନିର୍ମଳ ହୋଇ ପାରିଲେ ନାଟକର ଉନ୍ନତି ହୋଇପାରିବ। କେହି ଜଣେ ବି କଳାକାର ଅଣଦେଖା, ଅସମ୍ମାନିତ କିମ୍ବା ହତାଦର ହେବେ ନାହିଁ। ସେହିପରି ଆମ ଦର୍ଶକମାନେ ଟିକେଟ ଦେଇ ନାଟକ ଦେଖିବାକୁ ଇଚ୍ଛୁକ ନାହାନ୍ତି। ଫଳରେ ନାଟ୍ୟକାରମାନେ ଆର୍ଥିକ ପ୍ରୋତ୍ସାହନ ପାଇଁ ସରକାର କିମ୍ବା ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଦର୍ଶକଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ଆସିବା ଦରକାର।
-ଶରତ ସମ୍ରାଟ, ଅଭିନେତା ତଥା ନାଟ୍ୟ ନିର୍ଦ୍ଦେଶକ


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri