ନାଟକ ପାଇଁ ଶୁଭଦିନ ଆସୁଛି

ଭୁବନେଶ୍ୱର, ୨୭।୩ (ବ୍ୟୁରୋ): ଦିନ ଥିଲା ମନୋରଞ୍ଜନର ଏକମାତ୍ର ମାଧ୍ୟମ ଥିଲା ନାଟକ। ବ୍ୟସ୍ତବହୁଳ କର୍ମମୟ ଜୀବନରେ କ୍ଲାନ୍ତ ହୋଇପଡିଥିବା ମଣିଷଟିଏ ନାଟକ ଦେଖି ମନକୁ ହାଲ୍‌କା କରୁଥିଲା। କେବଳ ସେତିକି ନୁହେଁ, ସମାଜରେ ବହୁ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ଏହି ମଞ୍ଚ ନାଟକ ମୁଖ୍ୟ ଭୂମିକା ତୁଲାଉଥିଲା। ସମାଜକୁ କୁସଂସ୍କାରରୁ ମୁକ୍ତ କରିବା ହେଉ ଅବା ସାମାଜିକ ବାର୍ତ୍ତା ପ୍ରଦାନରେ ନାଟକର ଅବଦାନକୁ ଅସ୍ବିକାର କରାଯାଇ ପାରିବ ନାହିଁ। ମାତ୍ର ଏବେ ସମୟ ବଦଳିଛି, ତା’ ସାଙ୍ଗକୁ ତାଳଦେଇ ବଦଳିଛି ମନୋରଞ୍ଜନର ପରିଭାଷା। ରୂପେଲି ପରଦା ସାଙ୍ଗକୁ ଘରେ ଘରେ ଟେଲିଭିଜନ ଓ ତା’ ସାଙ୍ଗକୁ ଡିଜିଟାଲ ମିଡିଆରେ ବିଭିନ୍ନ କାର୍ଯ୍ୟକ୍ରମ ବର୍ତ୍ତମାନର ଯୁବପିଢୀଙ୍କୁ ବେଶୀ ଆକୃଷ୍ଟ କରିଛି। ତେବେ କେତେଜଣ ନିର୍ଦ୍ଦେଶକ, ଲେଖକ ତଥା କଳାପ୍ରେମୀ ଏବେ ବି ମଞ୍ଚ ନାଟକକୁ ନୂଆ ରୂପରେ ଉଭା କରିବାକୁ ଲାଗି ପଡିଛନ୍ତି। ନାଟକ ପାଇଁ ଶୁଭଦିନ ଆସୁଛି ବୋଲି ସେମାନେ କହିଛନ୍ତି। ଶନିବାର ‘ବିଶ୍ୱ ରଙ୍ଗମଞ୍ଚ ଦିବସ’ ଅବସରରେ ସେମାନଙ୍କ ମତାମତକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

 

ଘରୋଇ ଝିଅ ଓ ମହିଳା ନାଟକରେ ଯୋଗ ଦିଅନ୍ତୁ
ଉଚ୍ଚକୋଟୀର ନାଟକ ରଚନା ଉପରେ ନାଟ୍ୟକାରମାନେ ଗୁରୁତ୍ୱ ଦେବା ଆବଶ୍ୟକ। କଳାକାରମାନେ ଶିକ୍ଷିତ ହେବା, ଗ୍ରୁପ୍‌ ଥିଏଟର ଖୋଲିଥିବା ନାଟ୍ୟକାରଙ୍କ ମଧ୍ୟରେ ସମନ୍ବୟ ରହିବା, ଭଲ ନାଟକ ତିଆରି କରିବା, ଘରୋଇ ଝିଅ ଓ ମହିଳାମାନେ ଅଧିକ ପରିମାଣରେ ନାଟକ ଜଗତକୁ ଆସିବା ଦରକାର। ଏବେ ସିନେମା, ଧାରାବାହିକର ଅଧିକ ପରିମାଣରେ ହେଲେ ବି ତାହାର ମାନ କମିବାରେ ଲାଗିଛି। ଏହା ନାଟକ ପାଇଁ ଶୁଭ ସୂଚନା।
-ଅଭିନ୍ନ ରାଉତରାୟ, ନିର୍ଦ୍ଦେଶକ,
ଜୀବନରେଖା ଥିଏଟର
ବାହାର ରାଜ୍ୟରେ ହେବ ‘ଓଡ଼ିଆ
ନାଟକ ସମାରୋହ’

ଓଡ଼ିଶାରେ ନାଟକର ସ୍ଥିତି ଗତିଶୀଳ ରହିଛି। ରାଜ୍ୟ ସରକାର ନାଟକର ଉନ୍ନତି ପ୍ରତି ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଆଗାମୀ ଦିନରେ ବାଙ୍ଗାଲୋର, ହାଇଦ୍ରାବାଦ, ଲକ୍ଷ୍ନୌ, ଦିଲ୍ଲୀରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ‘ଓଡ଼ିଆ ନାଟକ ସମାରୋହ’ କରାଯିବ। ଓଡ଼ିଆ ମୌଳିକ କଥାକୁ ନେଇ ଏହି ନାଟକଗୁଡିକ ମଞ୍ଚସ୍ଥ ହେବ। ନାଟକ ସମାଜରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିପାରିଛି।
-ପ୍ରବୋଧ ରଥ,ସଚିବ,
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ
ନାଟକ ତିଆରି କରୁଥିବା ଲୋକ
ଭଲ ମଣିଷ ହେବା ଦରକାର
ଏବେକାର ସ୍ଥିତିକୁ ଦେଖିଲେ ନାଟକର ଭବିଷ୍ୟତ ଅନ୍ଧକାର ବୋଲି କହିପାରିବା। ନିଷ୍ଠା, ଏକାଗ୍ରତା, ପରିଶ୍ରମ ଦ୍ୱାରା ଭଲ ନାଟକ ସୃଷ୍ଟି ହୋଇପାରିବ। ସମାଜକୁ ପରିବର୍ତ୍ତନ କରିବା ବା ସମାଜକୁ ଠିକ୍‌ ଦିଗ ଦେଖାଇବା ନାଟକର ଲକ୍ଷ୍ୟ ହେବା ଆବଶ୍ୟକ। ନାଟକ ତିଆରି କରୁଥିବା ଲୋକ ପ୍ରଥମେ ଭଲ ମଣିଷ ହେବା ଦରକାର। ଭଲ ମଣିଷ ଯାହା କରିବ ତାହା ନିଶ୍ଚିତ ପକ୍ଷେ ଭଲ ହେବ।
-ମନୋଜ ପଟ୍ଟନାୟକ,
ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ
ସରକାର ଆର୍ଥିକ ପ୍ରୋତ୍ସାହନ ଦିଅନ୍ତୁ
କରୋନା ପାଇଁ ଗତ ୧ବର୍ଷ ହେବ ମଞ୍ଚ ନାଟକ ସମ୍ପୂର୍ଣ୍ଣ ବନ୍ଦ ଥିଲା। କଳାକାରମାନେ ନାନା ଦୁର୍ଦ୍ଦଶାରେ କାଳାତିପାତ କରୁଥିଲେ ମଧ୍ୟ ସରକାର କୌଣସି ଆର୍ଥିକ ପ୍ରୋତ୍ସାହନ ଦେଇନାହାନ୍ତି। କିନ୍ତୁ ନାଟକର ଉନ୍ନତି ପାଇଁ ପ୍ରଥମେ ନାଟ୍ୟକାର ତଥା ନାଟ୍ୟ ଦଳକୁ ଆର୍ଥିକ ପ୍ରୋତ୍ସାହନ ମିଳିବା ଆବଶ୍ୟକ।
-ହରେନ୍‌ ସାହୁ, ସଭାପତି, ଓଡ଼ିଶା ନାଟ୍ୟସଂଘ
ଦର୍ଶକଙ୍କ ମାନସିକତାରେ
ପରିବର୍ତ୍ତନ ଆବଶ୍ୟକ
ନାଟକ ସହ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ସ୍ବଚ୍ଛ ଓ ନିର୍ମଳ ହୋଇ ପାରିଲେ ନାଟକର ଉନ୍ନତି ହୋଇପାରିବ। କେହି ଜଣେ ବି କଳାକାର ଅଣଦେଖା, ଅସମ୍ମାନିତ କିମ୍ବା ହତାଦର ହେବେ ନାହିଁ। ସେହିପରି ଆମ ଦର୍ଶକମାନେ ଟିକେଟ ଦେଇ ନାଟକ ଦେଖିବାକୁ ଇଚ୍ଛୁକ ନାହାନ୍ତି। ଫଳରେ ନାଟ୍ୟକାରମାନେ ଆର୍ଥିକ ପ୍ରୋତ୍ସାହନ ପାଇଁ ସରକାର କିମ୍ବା ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଦର୍ଶକଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ଆସିବା ଦରକାର।
-ଶରତ ସମ୍ରାଟ, ଅଭିନେତା ତଥା ନାଟ୍ୟ ନିର୍ଦ୍ଦେଶକ


Enter your email to get our daily news in your inbox.

All Right Reserved By Dharitri.Com

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri