କ୍ରୁଟ୍‌ ଶ୍ରେଷ୍ଠ ଏସ୍‌ପିଭି

ଭୁବନେଶ୍ୱର,୨୭।୩ (ବ୍ୟୁରୋ): ସିଟି ବସ୍‌ ସେବା ଯୋଗାଉଥିବା ‘ମୋ ବସ୍‌’କୁ ପୁଣିଥରେ ଶୀର୍ଷ ପୁରସ୍କାର ମିଳିଛି। ଏହାର ପରିଚାଳନା କରୁଥିବା କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦେଶରେ ଶ୍ରେଷ୍ଠ ସ୍ମାର୍ଟ ବିଶେଷ ପ୍ରୟୋଜନ ମାଧ୍ୟମ ସଂସ୍ଥା (ଏସ୍‌ପିଭି) ଭାବେ ପୁରସ୍କୃତ ହୋଇଛି। ଶୁକ୍ରବାର ଦିଲ୍ଲୀର ପ୍ରଗତି ମଇଦାନରେ ଷଷ୍ଠ ସ୍ମାର୍ଟ ସିଟି ଇଣ୍ଡିଆ ଆୱାର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତ ବ୍ୟାପାର ସମ୍ବର୍ଦ୍ଧନ ସଂଗଠନ ପକ୍ଷରୁ ପ୍ରତିବର୍ଷ ଏହି ପୁରସ୍କାର ଦିଆଯାଉଛି। ଆଞ୍ଚଳିକ ପରିବହନ କ୍ଷେତ୍ରରେ ଗତ ୨ ବର୍ଷ ମଧ୍ୟରେ କ୍ରୁଟ୍‌ ଭଲ ସେବା ପ୍ରଦାନ କରିଥିବାରୁ ଏହି ପୁରସ୍କାର ପ୍ରଦାନ କରାଯାଇଛଇ। କ୍ରୁଟ୍‌ର ମହାପ୍ରବନ୍ଧକ ଦିପ୍ତୀ ମହାପାତ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ। ନିକଟରେ କୋଭିଡ୍‌ ସମୟରେ ଭଲ ସେବା ପାଇଁ କ୍ରୁଟ୍‌କୁ ୟୁଏମ୍‌ଆଇ ପୁରସ୍କାର ମିଳିଥିଲା। କ୍ରୁଟ୍‌ର ଏମ୍‌ଡି ଅରୁଣ ବୋଥ୍ରା ଏହି ସଫଳତା ପାଇଁ ପ୍ରତ୍ୟେକ ଗାଇଡ୍‌, କ୍ୟାପଟେନ୍‌ ଓ ଅପରେଶନ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାର ସମସ୍ତ ସ୍କୁଲ ଛୁଟି

ବ୍ରହ୍ମପୁର ଅଫିସ,୮।୧: ବିଭିନ୍ନ ଟ୍ରେଡ୍‌ ୟୁନିୟନ ପକ୍ଷରୁ ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ...

ନାବାଳିକା ପ୍ରେମିକାଙ୍କୁ ପାଇବା ପାଇଁ ଥାନାରେ ଆତ୍ମାହୁତି ଉଦ୍ୟମ କଲେ ଯୁବକ, କାବୁ କଲା…

ଭୁବନେଶ୍ୱର,୧୩।୩(ବ୍ୟୁରୋ): ମୁଁ ତାଙ୍କୁ ଜୀବନଠାରୁ ବି ଅଧିକ ଭଲ ପାଉଛି। ହେଲେ ତାଙ୍କ ପରିବାର ଲୋକେ ତାଙ୍କୁ ରାଜସ୍ଥାନରେ ଲୁଚାଇ ରଖିଛନ୍ତି। ତମେ ତାଙ୍କୁ ଫେରାଇ...

ମୃତ୍ୟୁରେ ଲାଗୁନି ବ୍ରେକ୍‌: ଆଜି ପୁଣି ୬୬ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୯ା୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ହେଁ ମୃତ୍ୟୁରେ ବ୍ରେକ୍‌ ଲାଗୁନି। ଆଜି ପୁଣି ଆଉ ୬୬ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ...

ଆଜି ସ୍ବାୟତ୍ତ ଶାସନ ଦିବସ

ଭୁବନେଶ୍ବର, ୩୧।୮(ବ୍ୟୁରୋ)ଆଜି ହେଉଛି ସ୍ବାୟତ୍ତ ଶାସନ ଦିବସ। ଏହି ଦିନରେ ରାଜଧାନୀ ଭୁବନେଶ୍ୱରରେ ପ୍ରତିବର୍ଷ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସହ ୩ଦିନ ଧରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ,...

ଆଳତୁମା ରଜ ମହୋତ୍ସବ: ହରାଇନି ମହକ, କମିନି ଚମକ

କାମାକ୍ଷାନଗର, ୧୪।୬ – ସରିଛି ସଜବାଜ। ଶୁକ୍ରବାର ପହିଲି ରଜ। ଏହାକୁ ନେଇ ସବୁଠି ଉତ୍ସାହର ମାହୋଲ। ଆମ୍ବତୋଟାରେ ସରିଲାଣି ଦୋଳିବନ୍ଧା। ଖୋଲିଲାଣି ରଜପାନ ଦୋକାନ।...

୨୦୨୦ ରଥଯାତ୍ରାର ହେବ ଡକ୍ୟୁମେଣ୍ଟେଶନ

ପୁରୀ ଅଫିସ,୮ା୭: ଚଳିତବର୍ଷ ରଥଯାତ୍ରା ଏକ ଐତିହାସିକ ଯାତ୍ରା। ରଥ ନିର୍ମାଣଠାରୁ ଆରମ୍ଭ କରି ରଥଯାତ୍ରା ଶେଷ ନିଷ୍ପତ୍ତିରେ ସମ୍ଭବ ହେବା, ସମସ୍ତେ ଏକଜୁଟ ହୋଇ...

ଚପିଯାଉଛି ସିଏମ୍‌ସିର ଦୁର୍ନୀତି

କଟକ ଅଫିସ, ୨୪।୯: କଟକ ମହାନଗର ନିଗମ(ସିଏମ୍‌ସି)ରେ ବହୁ ଦୁର୍ନୀତି ଲୋକଲୋଚନକୁ ଆସିଛି। ସେନେଇ ତଦନ୍ତ ହେବା ସହ ମାମଲା ବି ରୁଜୁ ହୋଇଛି। ହେଲେ...

ପୁଣି ଘୁଞ୍ଚିଲା ଯୁକ୍ତ୩ ନାମଲେଖା ଅବଧି

ଭୁବନେଶ୍ୱର, ୧୦ । ୧୦(ବ୍ୟୁରୋ): ରାଜ୍ୟର ସମସ୍ତ ଡିଗ୍ରୀ କଲେଜରେ ଯୁକ୍ତ୩ ନାମଲେଖା ଅବଧିକୁ ପୁଣି ବଢ଼ାଇ ଦିଆଯାଇଛି। ପ୍ରଥମ ବର୍ଷ ଶ୍ରେଣୀ ପାଇଁ ପ୍ରଥମ...

Advertisement
Archives

Model This Week