ସମସ୍ୟାରେ ଗୋଲିଆ ଆଦର୍ଶ ବିଦ୍ୟାଳୟ

ବୁଗୁଡ଼ା,୩୦ା୫(ଡି.ଏନ୍‌.ଏ.): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ପ୍ରତି ସ୍ମାର୍ଟ ସ୍କୁଲ୍‌ର ମାନ୍ୟତା ପାଇଥିଲେ ସୁଦ୍ଧା ବିଭିନ୍ନ ସମସ୍ୟାଘେରରେ ରହି ତା’ର ଆଦର୍ଶତା ହରାଉଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି। ଦୀର୍ଘଦିନ ହେଲା ବିଦ୍ୟାଳୟରେ ସ୍ଥାୟୀ ପ୍ରିନ୍ସିପାଲ ନ ଥିବା ବେଳେ ସାମାଜିକ ବିଜ୍ଞାନ, କମ୍ପ୍ୟୁଟର, ମ୍ୟୁଜିକ୍‌, ଆର୍ଟ ଆଦି ବିଷୟ ପାଇଁ କୌଣସି ଶିକ୍ଷକ ନ ଥିବା ସ୍ଥଳେ ପିଇଟି ଏବଂ ଇଂଲିଶ ଶିକ୍ଷୟିତ୍ରୀଙ୍କ ବଦଳି ସମ୍ଭାବନା ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଅପରପକ୍ଷରେ ଇଂଲିଶ୍‌, ଗଣିତ ଓ ସାମାଜିକ ବିଜ୍ଞାନ ଆଦି ବିଷୟ ପାଇଁ ୩ ଜଣ ନୂଆ ଶିକ୍ଷକ ଯୋଗାଣକୁ ମଞ୍ଜୁରୀ ମିଳିଥିବା ସହ କମ୍ପ୍ୟୁଟର ଲ୍ୟାବ୍‌ ପାଇଁ ୪୦ଟି କମ୍ପ୍ୟୁଟର ମିଳିବା ସୁନିଶ୍ଚିତ ବୋଲି ଭାରପ୍ରାପ୍ତ ଅଧ୍ୟକ୍ଷ ସିଦ୍ଧାର୍ଥ ପ୍ରସାଦ ଜେନାଙ୍କଠାରୁ ପ୍ରକାଶ। ୨୦୧୮ରେ ୯.୧୬୯ ଏକର ପରିମିତ ଜାଗାରେ ସ୍ଥାପିତ ଏହି ବିଦ୍ୟାଳୟର ସମ୍ପୂର୍ଣ୍ଣ ପାଚେରି କି ସାଇକେଲ ଷ୍ଟାଣ୍ଡ ନ ଥିବା ବେଳେ ପିଲାଙ୍କ ଖେଳ ପାଇଁ ଅନୁପଯୁକ୍ତ ବିସ୍ତୀର୍ଣ୍ଣ ପଡ଼ିଆ ରହିଛି। ଉକ୍ତ ବିଦ୍ୟାଳୟର ହଷ୍ଟେଲ ନ ଥିବା ହେତୁ ବହୁଦୂରରୁ ଛାତ୍ରୀଛାତ୍ରଙ୍କୁ ଆସିବାକୁ ପଡୁଥିବା ବେଳେ ଗତ କିଛିମାସ ତଳେ ବିଦ୍ୟାଳୟରୁ ଫେରିବା ସମୟରେ ଅଟୋରୁ ଖସି ନବମ ଶ୍ରେଣୀ ଛାତ୍ର ଯୁବରାଜ ସେଠୀଙ୍କ ମୃତ୍ୟୁ ଘଟିଥିଲା। ଏସବୁ ସମସ୍ୟା ସହିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମମ୍ୟା ଭାବେ ଦେଖାଦେଇଛି ବିଦ୍ୟାଳୟର ଶୈକ୍ଷିକ ବ୍ୟବସ୍ଥା। ୩୯୭ ଛାତ୍ରୀଛାତ୍ର ଅଧ୍ୟୟନରତ ଉକ୍ତ ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨ ଲେଖାଏ ସେକ୍ସନ ହିସାବରେ ମୋଟ ୧୦ ସେକ୍ସନ ରହିଥିବା ବେଳେ ବିଦ୍ୟାଳୟରେ ସମୁଦାୟ ୭ ଶିକ୍ଷୟିତ୍ରୀ ଶିକ୍ଷକ ରହିଛନ୍ତି। ଫଳରେ ପ୍ରତି ପିରିୟଡରେ ତିନୋଟି ସେକ୍ସନରେ ଅଧ୍ୟାପନାକାରୀଙ୍କ ଅଭାବ ରହୁଛି। ଅନ୍ୟପକ୍ଷରେ ବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନ ଥିବା ବେଳେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, ଇଂଲିଶ, ଗଣିତ ବିଷୟ ପାଇଁ ପୋଷ୍ଟ ଗ୍ରାଜୁଏଟ ଟିଚରଙ୍କ ଅଭାବ ସାଙ୍ଗକୁ କମ୍ପ୍ୟୁଟର, ମ୍ୟୁଜିକ୍‌, ଆର୍ଟ ଟିଚର ଓ କିରାଣି ପଦବୀ ମଧ୍ୟ ଖାଲିପଡିଛି। ଅନ୍ୟପକ୍ଷରେ ବିଦ୍ୟାଳୟଟି ସ୍ମାର୍ଟ ସ୍କୁଲ ଭାବେ ଉଦ୍‌ଘାଟିତ ହୋଇଯାଇଥିଲେ ହେଁ ଅନେକ କାମ ଅଧାପନ୍ତରିଆ ରହିଛି। ଏପରି କି ବିଦ୍ୟାଳୟର ଫଳକରେ ନାମ ଲେଖାଯାଇପାରିନି କି ମୁଖ୍ୟ ଗେଟ୍‌ କାମ ଅସମ୍ପୂର୍ଣ୍ଣ ରହିଥିବାରୁ ବିଭିନ୍ନ ମହଲରେ ସମାଲୋଚିତ ହେଉଥିବା ଜଣାପଡ଼ିଛି। ତେଣୁ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

ଦିଗପହଣ୍ଡିରେ ଦଣ୍ଡନାଚ ପାଇଁ ନିୟମାବଳୀ ଜାରି: ଅଶ୍ଳୀଳ ନୃତ୍ୟ ଗୀତ ଉପରେ କଟକଣା, ଉଲ୍ଲଂଘନ କଲେ…

ଦିଗପହଣ୍ଡି,୨୬|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ମା ‘ ରୁଦ୍ରକାଳୀ ଙ୍କ ଦଣ୍ଡନାଚ ପରିବେଷଣ ପାଇଁ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଏନଏସି…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ନିଜର ସୁରକ୍ଷା ନେଇ ଆଗେଇ ଆସିଲେ ଛାତ୍ରୀ, ଆତ୍ମରକ୍ଷା ପାଇଁ କଲେ…

ଦିଗପହଣ୍ଡି,୨୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜରେ ଗୁରୁବାର ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘ଛାତ୍ରୀ…

ଏସଡିଓଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା: ଏତିକି ଟଙ୍କାର ରଖିଥିଲେ ମେଶିନ

ଭଞ୍ଜନଗର,୨୬।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ଧରିତ୍ରୀର ପ୍ରଭାବ; ବୁଲା କୁକୁର ଉପରେ ମୁଖ୍ୟମନ୍ତ୍ରୀ ବସ୍ ଚଢ଼ାଇ ଦେବା ଘଟଣା, ଆକ୍ସନ ମୋଡରେ ବିଡିଓ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ):  ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଘଟଣା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ପ୍ରଶାସନ । ଡ୍ରାଇଭରମାନଙ୍କୁ…

ଗଞ୍ଜାମ ସହରରେ ଗୁଟଖା ତମାଖୁ କଳାବଜାର, ଚଢ଼ା ଦରରେ ବିକ୍ରି ଅଭିଯୋଗ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ): ଗତ କିଛି ଦିନ ହେଲା ଗଞ୍ଜାମ ସହରରେ ଗୁଟଖା କଳା ବଜାର ହେଉଛି ।ପୂର୍ବରୁ ରାଧା ଖଇନି, ପାନ ମସଲା ବିମଳ, ସଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri