ଜେଏସ୍‌ପିକୁ ଗୋଲ୍‌ଡେନ୍‌ ପିକକ୍‌ ସିଏସ୍‌ଆର୍‌ ଆଓ୍ବାର୍ଡ

ମୁମ୍ବାଇ,୧୪।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)କୁ ନିକଟରେ ଗୋଲ୍‌ଡେନ୍‌ ପିକକ୍‌ ସିଏସ୍‌ଆର୍‌ ଆଓ୍ବାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି। ବିଶେଷକରି ଇସ୍ପାତ ଶିଳ୍ପ କ୍ଷେତ୍ରରେ ଜେଏସ୍‌ପିର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମର ଉତ୍କର୍ଷ ପାଇଁ ସମ୍ମାନଜନକ ଗୋଲ୍‌ଡେନ୍‌ ପିକକ୍‌ ପୁରସ୍କାର-୨୦୨୨ ପ୍ରଦାନ କରାଯାଇଛି। ଏପରିକି ମୁମ୍ବାଇଠାରେ ଆୟୋଜିତ ୧୭ତମ ଆନ୍ତର୍ଜାତୀୟ ସିଏସ୍‌ଆର ସମ୍ମିଳନୀରେ ଜେଏସପିର ସଭାପତି ତଥା ଗ୍ରୁପ୍‌ ହେଡ୍‌ (ସିଏସ୍‌ଆର) ପ୍ରଶାନ୍ତ କୁମାର ହୋତା କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ପ୍ରଫେସର ଏସ.ପି ସିଂ ବଘେଲଙ୍କଠାରୁ କମ୍ପାନୀ ପକ୍ଷରୁ ଉକ୍ତ ସମ୍ମାନ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଡାଇରେକ୍ଟର୍ସ (ଆଇଓଡି)ର ସଭାପତି ଲେଫ୍ଟନାଣ୍ଟ ଜେନେରାଲ୍‌ (ଅବସରପ୍ରାପ୍ତ) ସୁରିନ୍ଦର ନାଥ ଏବଂ ମୁଖ୍ୟ ପରାମର୍ଶଦାତା ଦେଶ ଦୀପକ ବର୍ମା, ଆଇଏଏସ୍‌ (ଅବସରପ୍ରାପ୍ତ) ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ନବୀନ ଜିନ୍ଦଲଙ୍କ ନେତୃତାଧୀନ ଜେଏସପିକୁ ୨ୟ ଥର ପାଇଁ ଏହି ଗୋଲ୍ଡେନ୍‌ ପିକକ ସିଏସ୍‌ଆର ଆଓ୍ବାର୍ଡ କରାଯାଇଛି। ସୂଚନାଯୋଗ୍ୟ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଏମ. ଭେଙ୍କଟାଚାଲିଆଙ୍କ ସଭାପତିତ୍ୱରେ ଗଠିତ ଏକ ଜୁରୀ କମିଟି ଦ୍ବାରା ଜେଏସପିକୁ ଉକ୍ତ ପୁରସ୍କାର ପାଇଁ ଚୟନ କରାଯାଇଥିଲା। ଏ ସମ୍ପର୍କରେ ଜେଏସପିର ସିଏସଆର ୟୁନିଟ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ ଶାଲୁ ଜିନ୍ଦଲ କହିଛନ୍ତି, ଏଭଳି ଏକ ସମ୍ମାନଜନକ ପୁରସ୍କାର ଆମକୁ ବେଶ ଆନନ୍ଦିତ କରିଛି, ଏପରିକି ଲୋକମାନଙ୍କ ପାଇଁ ଅଧିକ ଦାୟିତ୍ୱବାନ ଏବଂ ଅଧିକ ଉତ୍ତରଦାୟୀ କରିବା ସହିତ ସମାଜର ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ଏହା ପ୍ରେରିତ କରିବ। ଏପରିକି ଜିନ୍ଦଲ ଜୁରି ଏବଂ ଆଇଓଡିକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: ଭାରତ ପହଞ୍ଚିଲା ଆମେରିକାର LPG ଜାହାଜ, ପ୍ରଥମେ ରୁଷିଆ ତେଲ ଟ୍ୟାଙ୍କର ଆଉ ଏବେ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପରେ, ବିଶ୍ୱ ତୈଳ ସଙ୍କଟ ଆହୁରି ଘନିଷ୍ଠ ହୋଇଛି। ଇରାନର ହର୍ମୁଜ ପ୍ରଣାଳୀ ଉପରେ ପହରାଦେବା ଜାହାଜଗୁଡ଼ିକୁ ସମୁଦ୍ରରେ ରହିବାକୁ ବାଧ୍ୟ କରିଛି।…

ବଢିବ କି ପେଟ୍ରୋଲ-ଡିଜେଲ ମୂଲ୍ୟ? କେନ୍ଦ୍ର ସରକାର ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ବନ୍ଦ ହୋଇପାରେ ବୋଲି ଆଲୋଚନା ହେଉଛି। ଏହା ଭବିଷ୍ୟତରେ…

ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ମୋଦି, ନିଜ ନାଁରେ କଲେ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କରିଛନ୍ତି। ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳକୁ ମିଶାଇ ମୋଟ…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

କ୍ୟୁବାରେ ଘୋଟିଗଲା ଘନ ଅନ୍ଧାର, ଦେଶବ୍ୟାପୀ ବ୍ଲାକ ଆଉଟ, ଏଥିପାଇଁ ଟ୍ରମ୍ପ ଦାୟୀ?

ହାଭାନା,୨୨।୩: ଶନିବାର ଦିନ, କ୍ୟୁବାର ସମ୍ପୂର୍ଣ୍ଣ ବିଦ୍ୟୁତ ଗ୍ରୀଡ ପୁଣି ଥରେ ଭାଙ୍ଗି ପଡ଼ିଲା, ଯାହା ଫଳରେ ସାରା ଦେଶରେ ପ୍ରାୟ ୧୧ ନିୟୁତ ଲୋକ ଅନ୍ଧାରରେ…

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri