ଜେଏସ୍‌ପିକୁ ଗୋଲ୍‌ଡେନ୍‌ ପିକକ୍‌ ସିଏସ୍‌ଆର୍‌ ଆଓ୍ବାର୍ଡ

ମୁମ୍ବାଇ,୧୪।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)କୁ ନିକଟରେ ଗୋଲ୍‌ଡେନ୍‌ ପିକକ୍‌ ସିଏସ୍‌ଆର୍‌ ଆଓ୍ବାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି। ବିଶେଷକରି ଇସ୍ପାତ ଶିଳ୍ପ କ୍ଷେତ୍ରରେ ଜେଏସ୍‌ପିର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମର ଉତ୍କର୍ଷ ପାଇଁ ସମ୍ମାନଜନକ ଗୋଲ୍‌ଡେନ୍‌ ପିକକ୍‌ ପୁରସ୍କାର-୨୦୨୨ ପ୍ରଦାନ କରାଯାଇଛି। ଏପରିକି ମୁମ୍ବାଇଠାରେ ଆୟୋଜିତ ୧୭ତମ ଆନ୍ତର୍ଜାତୀୟ ସିଏସ୍‌ଆର ସମ୍ମିଳନୀରେ ଜେଏସପିର ସଭାପତି ତଥା ଗ୍ରୁପ୍‌ ହେଡ୍‌ (ସିଏସ୍‌ଆର) ପ୍ରଶାନ୍ତ କୁମାର ହୋତା କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ପ୍ରଫେସର ଏସ.ପି ସିଂ ବଘେଲଙ୍କଠାରୁ କମ୍ପାନୀ ପକ୍ଷରୁ ଉକ୍ତ ସମ୍ମାନ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଡାଇରେକ୍ଟର୍ସ (ଆଇଓଡି)ର ସଭାପତି ଲେଫ୍ଟନାଣ୍ଟ ଜେନେରାଲ୍‌ (ଅବସରପ୍ରାପ୍ତ) ସୁରିନ୍ଦର ନାଥ ଏବଂ ମୁଖ୍ୟ ପରାମର୍ଶଦାତା ଦେଶ ଦୀପକ ବର୍ମା, ଆଇଏଏସ୍‌ (ଅବସରପ୍ରାପ୍ତ) ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ନବୀନ ଜିନ୍ଦଲଙ୍କ ନେତୃତାଧୀନ ଜେଏସପିକୁ ୨ୟ ଥର ପାଇଁ ଏହି ଗୋଲ୍ଡେନ୍‌ ପିକକ ସିଏସ୍‌ଆର ଆଓ୍ବାର୍ଡ କରାଯାଇଛି। ସୂଚନାଯୋଗ୍ୟ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଏମ. ଭେଙ୍କଟାଚାଲିଆଙ୍କ ସଭାପତିତ୍ୱରେ ଗଠିତ ଏକ ଜୁରୀ କମିଟି ଦ୍ବାରା ଜେଏସପିକୁ ଉକ୍ତ ପୁରସ୍କାର ପାଇଁ ଚୟନ କରାଯାଇଥିଲା। ଏ ସମ୍ପର୍କରେ ଜେଏସପିର ସିଏସଆର ୟୁନିଟ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ ଶାଲୁ ଜିନ୍ଦଲ କହିଛନ୍ତି, ଏଭଳି ଏକ ସମ୍ମାନଜନକ ପୁରସ୍କାର ଆମକୁ ବେଶ ଆନନ୍ଦିତ କରିଛି, ଏପରିକି ଲୋକମାନଙ୍କ ପାଇଁ ଅଧିକ ଦାୟିତ୍ୱବାନ ଏବଂ ଅଧିକ ଉତ୍ତରଦାୟୀ କରିବା ସହିତ ସମାଜର ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ଏହା ପ୍ରେରିତ କରିବ। ଏପରିକି ଜିନ୍ଦଲ ଜୁରି ଏବଂ ଆଇଓଡିକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri