ମାଛ ଯାଆଁଳ ନେବାକୁ କହି ଡକାୟତି, ଘରେ ପଶି ଲୁଟିନେଲେ ସୁନା ଗହଣା ସହ ଟଙ୍କା

ଭଦ୍ରକ,୪।୮(ସନାତନ ରାଉତ): ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ଜଗଦଳପୁର ପଞ୍ଚଯାତର ଜୁଡ଼ାଗଡିଆ ଗ୍ରାମରେ ଏକ ବଡ଼ ଧରଣର ଡ଼କାୟତି ହୋଇଛି । ଗ୍ରାମର ନିରଞ୍ଜନ ଶତପଥୀଙ୍କ ଘରକୁ ସୋମବାର ରାତିରେ ଚାରି ଜଣ ଦୁଇଟି ମଟର ସାଇକେଲରେ ଆସି ଡକାୟତି କରି ଖସି ଚାଲିଯାଇଛନ୍ତି । ତେବେ ଗ୍ରାମବାସୀମାନେ ଗାଡି ଦୁଇଟିକୁ ଅଟକ ରଖିଛନ୍ତି । ଗ୍ରାମାଞ୍ଚଳ ପୋଲିସ ଆସି ତଦନ୍ତ କରୁଥିବା ଜଣା ପଡିଛି ।

ସୂଚନା ଅନୁସାରେ, ନିରଞ୍ଜନ ଘରେ ସ୍ତ୍ରୀଙ୍କ ସହ ବସି ଟିଭି ଦେଖୁଥିବା ବେଳେ ଦୁଇ ଜଣ ଆସି କବାଟ ବାଡେଇଥିଲେ । କବାଟ ଖୋଲିବାରୁ ମାଛ ଜାଆଁଳ ନେବା କଥା କହିଲେ । ସେ କବାଟ ଖୋଲିବାରୁ ସଙ୍ଗେ ସଙ୍ଗେ ଚାରିଜଣ ବନ୍ଧୁକଧାରୀ ତାଙ୍କୁ କାବୁ କରିବା ସହ ଏକ ଘରେ ତାଲା ପକାଇ ଡକାୟତି କରୁଥିବା ବେଳେ କୌଣସି ସୂତ୍ରରୁ ଗ୍ରାମବାସୀ ଖବର ପାଇ ପୋଲିସକୁ ଖବର ଦେଇଥିଲେ । ଏହାସହ ଘରକୁ ଘେରି ଯାଇଥିଲେ । ପୋଲିସ ଆସିଥିବା ଖବର ପାଇ ଘର ପଛପଟରେ ଥିବା ଏକ ପୋଖରୀରେ ପଶି ଡକାୟତ ଦଳ ଚାଲିଯାଇଥିବା ସନ୍ଦେହ କରୁଥିବା ବେଳେ ୧୫ ଭରି ସୁନା, ରୂପା ଗହଣା ସହ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି । ସେମାନେ ଛାଡି ଯାଇଥିବା ଦୁଇଟି ବାଇକକୁ ପୋଲିସ ଜବତ କରିଛି । ରବିବାର ବାଲିପୋଖରୀ ଗ୍ରାମରେ ମଧ୍ୟ ଏଭଳି ଡକାୟତି ଉଦ୍ୟମ କରି ବିଫଳ ହୋଇଥିବା କିଛି ଗ୍ରାମବାସୀ କହିଛନ୍ତି ।

 

Dharitri – Odisha’s No.1 Odia Daily

Share
Tags: bhadrak loot