ପୁଣି କମିଲା ସୁନାଦର: ଜାଣନ୍ତୁ ଏବେ କେତେ ଟଙ୍କା

ନୂଆଦିଲ୍ଲୀ,୧୫।୧୧:କ୍ରମାଗତ ଭାବେ ଘରୋଇ ବଜାରରେ ଉଭୟ ସୁନା ଓ ରୁପା ମୂଲ୍ୟରେ ପରିବର୍ତ୍ତନ ହେଉଛି। ଏପରିକି ଡଲାର ସୂଚକାଙ୍କରେ କ୍ରମାଗତ ବୃଦ୍ଧି ଏବଂ ଆମେରିକୀୟ ବଣ୍ଡ ଆୟ ସୁନା ଓ ରୁପା ଦରରେ ବଡ ଧରଣର ହ୍ରାସ ଘଟାଉଛି। ଫଳରେ ଅନ୍ତଃରାଷ୍ଟ୍ରୀୟ ବଜାରରେ ମଧ୍ୟ ସୁନା ଓ ରୁପା ଦରରେ ସୁଧାର ଦେଖିବାକୁ ମିଳିଛି। ଅପରପକ୍ଷରେ ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜିତିବା ଯୋଗୁ ସୁନା ଦରରେ ବଡ଼ ପରିବର୍ତ୍ତନ ହୋଇଚାଲିଛି ବୋଲି ବଜାର ବିଶେଷଜ୍ଞମାନେ ଆକଳନକରି ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସେହିଭଳି ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମ୍‌ସିଏକ୍ସ)ରେ ମଧ୍ୟ ସୁନା ମୂଲ୍ୟ ହ୍ରାସ ପାଇଛି। ଏପରିକି ଏମ୍‌ସିଏକ୍ସରେ ଡିସେମ୍ବର ଡେଲିଭରି ପାଇଁ ସୁନା ଦର ୧୦ ଗ୍ରାମ ପିଛା ୬୧୫ ଟଙ୍କା ହ୍ରାସ ପାଇ ୭୨,୮୬୭ ଟଙ୍କାକୁ ଖସି ଆସିଥିଲାବେଳେ ରୁପା କିଲୋଗ୍ରାମ ଉପରେ ୧୧୬୫ ଟଙ୍କା କମି ୮୮୦୩୨ ଟଙ୍କାରେ ପହଞ୍ଚତ୍ଛି। ଗତ ୧ ସପ୍ତାହ ମଧ୍ୟରେ ସୁନା ୧୦ ଗ୍ରାମ ଉପରେ ୩୪୦୦ ଟଙ୍କା ଏବଂ ରୁପା କେଜି ପିଛା ୩୨୦୦ ଟଙ୍କା ହ୍ରାସ ପାଇଛି। ସେହିପରି କୋମେକ୍ସରେ ମଧ୍ୟ ସୁନା ଦର ୨୫୬୭ ଡଲାରକୁ ଖସି ଆସିଛି। ଏପରିକି ପ୍ୟୁଚର ବଜାରରେ ବି ସୁନା ଦର କମିଥିବାବେଳେ ସ୍ପଟ୍‌ ବଜାରରେ ସୁନା ଦର ହ୍ରାସ ପାଇ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୩,୬୪୮ ଟଙ୍କାରେ ରହିଛି।
ଅପରପକ୍ଷରେ ଅନ୍ତଃରାଷ୍ଟ୍ରୀୟ ବଜାର ମୂଲ୍ୟ ହ୍ରାସର ପ୍ରଭାବ ଘରୋଇ ବଜାରରେ ପଡିଛି। ଗୁରୁବାର ନୂଆଦିଲ୍ଲୀରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୭୭,୦୧୩ ଟଙ୍କା ଥିଲାବେଳେ ରୁପା କେଜି ପିଛା ୯୪,୦୦୦ ଟଙ୍କାରେ କାରବାର ହେଉଛି। ଏପରିକି ଚେନ୍ନାଇ, ମୁମ୍ବାଇ ଓ କୋଲକାତା ଭଳି ମହାନଗରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୭୬,୮୬୧ ଟଙ୍କା, ୭୬୮୬୭ ଟଙ୍କା ଏବଂ ୭୬ ୮୬୫ ଟଙ୍କା ହୋଇଥିଲାବେଳେ ଉପରୋକ୍ତ ମହାନଗରରେ ରୁପା କେଜି ପିଛା ୧,୦୩,୮୦୦ ଟଙ୍କା , ୯୩,୩୦୦ ଟଙ୍କା ଏବଂ ୯୪,୮୦୦ ଟଙ୍କାରେ କାରବାର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri