ପୁଣି କମିଲା ସୁନାଦର: ଜାଣନ୍ତୁ ଏବେ କେତେ ଟଙ୍କା

ନୂଆଦିଲ୍ଲୀ,୧୫।୧୧:କ୍ରମାଗତ ଭାବେ ଘରୋଇ ବଜାରରେ ଉଭୟ ସୁନା ଓ ରୁପା ମୂଲ୍ୟରେ ପରିବର୍ତ୍ତନ ହେଉଛି। ଏପରିକି ଡଲାର ସୂଚକାଙ୍କରେ କ୍ରମାଗତ ବୃଦ୍ଧି ଏବଂ ଆମେରିକୀୟ ବଣ୍ଡ ଆୟ ସୁନା ଓ ରୁପା ଦରରେ ବଡ ଧରଣର ହ୍ରାସ ଘଟାଉଛି। ଫଳରେ ଅନ୍ତଃରାଷ୍ଟ୍ରୀୟ ବଜାରରେ ମଧ୍ୟ ସୁନା ଓ ରୁପା ଦରରେ ସୁଧାର ଦେଖିବାକୁ ମିଳିଛି। ଅପରପକ୍ଷରେ ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜିତିବା ଯୋଗୁ ସୁନା ଦରରେ ବଡ଼ ପରିବର୍ତ୍ତନ ହୋଇଚାଲିଛି ବୋଲି ବଜାର ବିଶେଷଜ୍ଞମାନେ ଆକଳନକରି ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସେହିଭଳି ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମ୍‌ସିଏକ୍ସ)ରେ ମଧ୍ୟ ସୁନା ମୂଲ୍ୟ ହ୍ରାସ ପାଇଛି। ଏପରିକି ଏମ୍‌ସିଏକ୍ସରେ ଡିସେମ୍ବର ଡେଲିଭରି ପାଇଁ ସୁନା ଦର ୧୦ ଗ୍ରାମ ପିଛା ୬୧୫ ଟଙ୍କା ହ୍ରାସ ପାଇ ୭୨,୮୬୭ ଟଙ୍କାକୁ ଖସି ଆସିଥିଲାବେଳେ ରୁପା କିଲୋଗ୍ରାମ ଉପରେ ୧୧୬୫ ଟଙ୍କା କମି ୮୮୦୩୨ ଟଙ୍କାରେ ପହଞ୍ଚତ୍ଛି। ଗତ ୧ ସପ୍ତାହ ମଧ୍ୟରେ ସୁନା ୧୦ ଗ୍ରାମ ଉପରେ ୩୪୦୦ ଟଙ୍କା ଏବଂ ରୁପା କେଜି ପିଛା ୩୨୦୦ ଟଙ୍କା ହ୍ରାସ ପାଇଛି। ସେହିପରି କୋମେକ୍ସରେ ମଧ୍ୟ ସୁନା ଦର ୨୫୬୭ ଡଲାରକୁ ଖସି ଆସିଛି। ଏପରିକି ପ୍ୟୁଚର ବଜାରରେ ବି ସୁନା ଦର କମିଥିବାବେଳେ ସ୍ପଟ୍‌ ବଜାରରେ ସୁନା ଦର ହ୍ରାସ ପାଇ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୩,୬୪୮ ଟଙ୍କାରେ ରହିଛି।
ଅପରପକ୍ଷରେ ଅନ୍ତଃରାଷ୍ଟ୍ରୀୟ ବଜାର ମୂଲ୍ୟ ହ୍ରାସର ପ୍ରଭାବ ଘରୋଇ ବଜାରରେ ପଡିଛି। ଗୁରୁବାର ନୂଆଦିଲ୍ଲୀରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୭୭,୦୧୩ ଟଙ୍କା ଥିଲାବେଳେ ରୁପା କେଜି ପିଛା ୯୪,୦୦୦ ଟଙ୍କାରେ କାରବାର ହେଉଛି। ଏପରିକି ଚେନ୍ନାଇ, ମୁମ୍ବାଇ ଓ କୋଲକାତା ଭଳି ମହାନଗରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୭୬,୮୬୧ ଟଙ୍କା, ୭୬୮୬୭ ଟଙ୍କା ଏବଂ ୭୬ ୮୬୫ ଟଙ୍କା ହୋଇଥିଲାବେଳେ ଉପରୋକ୍ତ ମହାନଗରରେ ରୁପା କେଜି ପିଛା ୧,୦୩,୮୦୦ ଟଙ୍କା , ୯୩,୩୦୦ ଟଙ୍କା ଏବଂ ୯୪,୮୦୦ ଟଙ୍କାରେ କାରବାର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?