ଏକମାତ୍ର ଭାରତୀୟ ଭାବେ ଏମିତି କାର୍‌ନାମା କଲେ ମୁକେଶ ଅମ୍ବାନୀ

ମୁମ୍ବାଇ,୧୫।୧୧:ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ପୁଣି ଥରେ କେବଳ ଦେଶରେ ନୁହେଁ, ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଉଦ୍ୟୋଗପତି ଭାବେ ଫର୍ଚୁନ୍‌ ମାଗାଜିନର ଶକ୍ତିଶାଳୀ ବ୍ୟବସାୟୀ-୨୦୨୪ ତାଲିକାରେ ସ୍ଥାନ ପାଇଛନ୍ତି । ଉଲ୍ଲେଖଯୋଗ୍ୟ, ଫର୍ଚୁନ୍‌ ମାଗାଜିନ ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ୧୦୦ ଶକ୍ତିଶାଳୀ ଶିଳ୍ପପତିଙ୍କ ତାଲିକା ନିକଟରେ ପ୍ରକାଶ ପାଇଛି। ଏଥିରେ ଏଲନ୍‌ ମସ୍କ ପ୍ରଥମ ସ୍ଥାନରେ ଥିଲାବେଳେ ମୁକେଶ ଅମ୍ବାନୀ ଦ୍ୱାଦଶ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ମୁକେଶ ଅମ୍ବାନୀଙ୍କ ବ୍ୟତୀତ ଫର୍ଚୁନ୍‌ ପାୱାରଫୁଲ୍‌ ବିଜ୍‌ନେସ୍‌ ଲିଷ୍ଟ-୨୦୨୪ରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ପ୍ରଥମ ସ୍ଥାନ ଏବଂ ଏନ୍‌ଭିଡିଆ ସିଇଓ ଜେନ୍‌ସେନ୍‌ ହୁଆଙ୍ଗ ୨ୟ ସ୍ଥାନରେ ରହିଛନ୍ତି। ସେହିଭଳି ସତ୍ୟ ନାଡେଲା ଉକ୍ତ ତାଲିକାର ତୃତୀୟ ସ୍ଥାନରେ ଥିଲାବେଳେ ୱାରେନ୍‌ ବଫେଟ୍‌ ୪ର୍ଥ,ଜେମି ଡିମନ୍‌ ୫ମ, ଟିମ୍‌ କୁକ୍‌ ୬ଷ୍ଠ, ମାର୍କ ଜୁକରବର୍ଗ ୭ମ, ସାମ୍‌ ଅଲ୍ଟମ୍ୟାନ୍‌ ୮ମ, ମେରି ବାରା ୯ମ ଏବଂ ସୁନ୍ଦର ପିଚାଇ ୧୦ମ ସ୍ଥାନରେ ରହିଥିବା ବେଳେ ଜେଫ୍‌ ବେଜୋସ୍‌ ୧୧ତମ ସ୍ଥାନରେ ରହିଛନ୍ତି। ଆର୍‌ଆଇଏଲ୍‌ର ଅଧ୍ୟକ୍ଷ ତଥା ଏମ୍‌ଡି ମୁକେଶ ଅମ୍ବାନୀ ଦେଶର ପ୍ରମୁଖ ଉଦ୍ୟୋଗପତି ମାନଙ୍କ ମଧ୍ୟରୁ ଅନ୍ୟତମ ହୋଇଥିଲାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ନୂତନ ଉତ୍କର୍ଷରେ ପହଞ୍ଚାଇ ସେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏପରିକି ଜିଓର ଶୁଭାରମ୍ଭକରି ସେ ଦେଶର ଟେଲିକମ୍‌ କ୍ଷେତ୍ରର ଚେହେରା ବଦଳାଇଛନ୍ତି।
ଡିଜିଟାଇଜେଶନ ଜରିଆରେ ଦେଶର ବିକାଶ ମଧ୍ୟ ତ୍ୱରାନ୍ବିତ ହୋଇଛି। ରିଟେଲ କ୍ଷେତ୍ରରେ କମ୍ପାନୀ ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି। ସବୁଜ ଶକ୍ତି କ୍ଷେତ୍ରରେ ମଧ୍ୟ କମ୍ପାନୀ ଜୋର୍‌ଦାର କାର୍ଯ୍ୟ ଜାରି ରଖିଛି। ମୁକେଶ ଅମ୍ବାନୀ ହେଉଛନ୍ତି ଏକମାତ୍ର ଭାରତୀୟ ଯିଏକି ଫର୍ଚୁନ୍‌ ମାଗାଜିନର ଶକ୍ତିଶାଳୀ ବ୍ୟବସାୟୀ-୨୦୨୪ ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି। ଏହି ତାଲିକାରେ ଭାରତୀୟ ମୂଳର ଅନ୍ୟ ୬ଜଣ ମଧ୍ୟ ରହିଛନ୍ତି, ଯେଉଁମାନେ ବିଦେଶରେ ଦୀର୍ଘବର୍ଷ ହେବ ବସବାସ କରନ୍ତି। ଏହି ବ୍ୟକ୍ତିମାନେ ବଡ଼ ବ୍ୟବସାୟର ପ୍ରତିଷ୍ଠାତା, ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ନବପ୍ରବର୍ତ୍ତକ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ଆଦାୟରେ ରେଲୱେର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୧୨ (ଅଭୟ ଦାଶ): ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ(ଆଇସିସି)ର ବହୁ ପ୍ରତୀକ୍ଷିତ ତଥା ୨ୟ ରେଳ ଇଣ୍ଡିଆ ସମ୍ମିଳନୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ନୂଆଦିଲ୍ଲୀଠାରେ...

PAN 2.0: ନୂଆ ପାନ କାର୍ଡରେ ଆଧାର ଲିଙ୍କ୍‌ କରିବା ଜରୁରୀ କି? ନହେଲେ କଟିଯିବ…

ନୂଆଦିଲ୍ଲୀ,୭।୧୨: PAN 2.0 ଆସିବା ପରେ PAN କୁ ଆଧାର ସହିତ ଲିଙ୍କ କରିବା ଆବଶ୍ୟକ କି? ଏହାକୁ ନେଇ ପୁଣି ଦ୍ୱନ୍ଦ୍ୱ ଦେଖାଦେଇଛି। ନୂଆ...

‘୬ଇ ଟ୍ରେଡ୍‌ମାର୍କ କାହାର’

ନୂଆଦିଲ୍ଲୀ,୭।୧୨:ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା (ମହିନ୍ଦ୍ରା) ଏବଂ ଇଣ୍ଟରଗ୍ଲୋବ୍‌ ଆଭିଏଶନ (ଇଣ୍ଡିଗୋ ଏୟାରଲାଇନ୍ସ) ମଧ୍ୟରେ ତିକ୍ତତା ବୃଦ୍ଧିପାଇଛି। ନିକଟରେ ମହିନ୍ଦ୍ରା ଅଟୋର...

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ଜାଣନ୍ତୁ ଆପଣଙ୍କ EMI ଉପରେ କ’ଣ ପଡିବ ପ୍ରଭାବ

ମୁମ୍ବାଇ,୬।୧୨: ରେପୋ ହାରକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥର ମଧ୍ୟ ରେପୋ...

ନଭେମ୍ବର ମାସରେ ମହଙ୍ଗା ହେଲା ନିରାମିଷ ଥାଳି, ବାଲାନ୍ସ ବିଗାଡିଲେ ଆଳୁ ଟମାଟର

ନୂଆଦିଲ୍ଲୀ,୫ା୧୨: ଟମାଟୋ ଏବଂ ଆଳୁର ମୂଲ୍ୟରେ ବୃଦ୍ଧି ହେତୁ ଘରୋଇ ଶାକାହାରୀ ଥାଳି ନଭେମ୍ବର ମାସରେ ଏକ ବର୍ଷ ପୂର୍ବ ତୁଳନାରେ ସାତ ପ୍ରତିଶତ ମହଙ୍ଗା...

ଅଲ୍‌ ନ୍ୟୁ ହୋଣ୍ଡା ଆମେଜ୍‌ର ଅନାବରଣ

ନୂଆଦିଲ୍ଲୀ,୫।୧୨: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଆମେଜ୍‌ (ଥାର୍ଡ ଜେନେରେଶନ ହୋଣ୍ଡା ଆମେଜ)ର...

ହାଇଦ୍ରାବାଦରେ ଉଦ୍‌ଘାଟିତ ହେଲା ଗରୁଡଭେଗାର ଗ୍ଲୋବାଲ କର୍ପୋରେଟ୍‌ ଅଫିସ

ହାଇଦ୍ରାବାଦ,୪।୧୨: ଦେଶର ପ୍ରମୁଖ ଅନ୍ତର୍ଜାତୀୟ କୋରିଅର୍‌ ଏବଂ ଲଜିଷ୍ଟିକ ସଂସ୍ଥା ଗରୁଡଭେଗାର ପୁଣି ଏକ ଗ୍ଲୋବାଲ କର୍ପୋରେଟ ଅଫିସ ହାଇଦ୍ରାବାଦରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅଫିସର...

ଶେୟାର ବଜାର କାରବାରରେ ଉତ୍ସାହ

ମୁମ୍ବାଇ,୪।୧୨:କ୍ରମାଗତ ତୃତୀୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ଦ୍ୱିତୀୟ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri