ଭୁବନେଶ୍ୱର,୧୪।୭: ରାଜଧାନୀ ଉପପଣ୍ଠରେ ମାତିଛନ୍ତି ଲୁଟେରା। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଜାମୁକୋଳି ଗାଁରେ ଏକ ବଡ଼ ଧରଣର ଲୁଟ ହୋଇଛି। କେତେଜଣ ଦୁର୍ବୃତ୍ତ ଜାମୁକୋଳି ଗାଁର ଏକ ଘରେ ପଶି ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି।
ଏନେଇ ଏୟାରଫିଲ୍ଡ ଥାନାରେ ଏକ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ପୋଲିସ କାହାରିକୁ ଗିରଫ କରି ନାହିଁ। ଅନ୍ୟପକ୍ଷେ ପୋଲିସ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସାଧାରଣରେ ଦାବି ହୋଇଛି।