ଗ୍ରହ ଶାନ୍ତି ଆଳରେ ସୁନା ଗହଣା ଚୋରି: ୨ ଗିରଫ

ମାଲକାନଗିରି,୧।୨(ଡି.ଏନ.ଏ.): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ଜେଲ ସାହିରେ ଜଣେ ବ୍ୟକ୍ତିଙ୍କ ଘରକୁ ଗ୍ରହଶାନ୍ତି ପୂଜା କରିବାକୁ ଆସି ୨ଜଣ ବ୍ୟକ୍ତି ସୁନା ଗହଣା ଚୋରି କରି ଧରାପଡିଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଉଭୟଙ୍କୁ ଗିରଫ କରିଛି। ସେମାନେ ହେଲେ ପୂଜକ ସନ୍ତୋଷ ସାହୁ ଓ ମାନସ ସେନାପତି।
ଖବରରୁ ଜଣାପଡିଛି ଜେଲ ସାହିର ଶ୍ରୀଧର ପଟ୍ଟନାୟକଙ୍କ ଶାଶୁ ଓ ଶ୍ୱଶୁର କିଛି ଘରୋଇ ସମସ୍ୟାକୁ ନେଇ ଡାବୁଗାଁର ୨ ଜଣ ପୂଜକ ସନ୍ତୋଷ ଓ ମାନସଙ୍କୁ ଭେଟିଥିଲେ। ଏହି ସମୟରେ ଉଭୟେ ତମ ଜ୍ୱାଇଁଙ୍କ ଜୀବନ ଯିବ। ତାଙ୍କ ମୃତ୍ୟୁ ସୁନିଶ୍ଚିତ ବୋଲି ଉଭୟଙ୍କୁ କହିଥିଲେ। ତେବେ ଏକ ପୂଜା କଲେ ସମସ୍ତ ଦୋଷ କଟିଯିବ ବୋଲି ସେମାନେ ପରାମର୍ଶ ଦେଇଥିଲେ। ଏହା ଶୁଣି ଶ୍ରୀଧରଙ୍କ ଶାଶୁ ଓ ଶ୍ୱଶୁର ଫୋନ କରି ପୂଜା କରିବାକୁ ତାଙ୍କୁ ପ୍ରବର୍ତ୍ତାଇଥିଲେ। ରବିବାର ସନ୍ଧ୍ୟାରେ ପୂଜକ ସନ୍ତୋଷ ଓ ମାନସଙ୍କୁ ସାଙ୍ଗରେ ଧରି ଶ୍ରୀଧରଙ୍କ ଶାଶୁ ଶ୍ୱଶୁର ମାଲକାନଗିରିରେ ପହଞ୍ଚତ୍ଥିଲେ। ଉଭୟେ ପ୍ରଥମେ ଶ୍ରୀଧର ଓ ତାଙ୍କ ପରିବାରକୁ ବିଭିନ୍ନ କଥା କହି ଭୟଭୀତ କରାଇଥିଲେ। ପରେ ଶ୍ରୀଧରଙ୍କ ଶୟନ କକ୍ଷରେ ପ୍ରାୟ ୫ ଘଣ୍ଟା ପୂଜା କରିଥିଲେ। ପୂଜା ସମୟରେ ପରିବାରର କୌଣସି ସଦସ୍ୟଙ୍କୁ ପୂଜକଦ୍ୱୟ ଉକ୍ତ କଠୋରିରେ ପ୍ରବେଶ କରିବାକୁ ଦେଇ ନ ଥିଲେ। ପୂଜା ଶେଷ ହେବା ପରେ ମଧ୍ୟ ସେଠାକୁ ପରିବାର ଲୋକଙ୍କୁ ଯିବାକୁ ବାରଣ କରି କଠୋରି ଭିତରକୁ ଗଲେ ଅଳ୍ପ ଦିନ ମଧ୍ୟରେ ଶ୍ରୀଧରଙ୍କ ମୃତ୍ୟୁ ହେବ ବୋଲି ଭୟଭୀତ କରାଇ ସେଠାରୁ ଚାଲି ଯାଇଥିଲେ। ଏହି କଥା ଶୁଣି ସମସ୍ତଙ୍କର ସନ୍ଦେହ ହେବାରୁ ସେମାନଙ୍କ ଯିବାପରେ କଠୋରି ଭିତରକୁ ଯାଇ ଦେଖିବା ବେଳକୁ ଆଲମିରା ଭଙ୍ଗାଯାଇଥିବା ଏବଂ ସେଥିରେ ଥିବା ସବୁ ଲୁଗା ଚାରିଆଡେ ବିଛାଡି ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ଆଲମିରା ଭିତରେ ଥିବା ସୁନାହାର, କାନଫୁଲ, ଚେନ, ମୁଦି, ପାଉଁଜି ଆଦି ନ ଥିଲା। ପରେ ଶ୍ରୀଧର ଘରେ ସମସ୍ୟା ହୋଇଥିବା କହି ସନ୍ତୋଷ ଓ ମାନସଙ୍କୁ ଡକାଇଥିଲେ। ଉଭୟଙ୍କୁ ଚୋରି ସମ୍ପର୍କରେ ପଚାରିବାରୁ ସେମାନେ ଚୋରି କରି ନ ଥିବା କହିଥିଲେ। ପରେ ଏନେଇ ଶ୍ରୀଧର ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ପୋଲିସ କେସ୍‌ ନଂ. ୪୯/୨୨ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ କରି ସନ୍ତୋଷ ଓ ମାନସଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଚୋରି ସୁନା ଅଳଙ୍କାର ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri