ବ୍ୟବସାୟୀଙ୍କ ଘରୁ ସୁନା ଅଳଙ୍କାର, ୬ ଲକ୍ଷ ଟଙ୍କା ଲୁଟ

ଖପ୍ରାଖୋଲ, ୨୩ା୧: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଅଧୀନ ଶାନ୍ତିପୁର ଗାଁରେ ସଶସ୍ତ୍ର ଡକାୟତି ହୋଇଛି ା ଡକାୟତମାନେ ବ୍ୟବସାୟୀ ଆର୍ତ୍ତ ସାହୁଙ୍କ ଘରେ ପଶି ସୁନା ଅଳଙ୍କାର ଓ ନଗଦ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ସାଇଣ୍ଟିଫିକ ଟିମ୍‌ ସହ ପାଟଣାଗଡ଼ ଏସ୍‌ଡିପିଓ ସୁରେଶ ନାଏକ, ବଲାଙ୍ଗୀର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ, ପାଟଣାଗଡ଼ ଆଇଆଇସି ପ୍ରିୟଙ୍କା ରାଉତରାୟ, ଖପ୍ରାଖୋଲ ଥାନା ଆଇଆଇସି ଜ୍ୟୋତିରଞ୍ଜନ ପତି ପହଞ୍ଚି ଘଟଣାର ତନାଘନା ଚଳାଇଥିଲେ। ପରେ ଏସ୍‌ପି ନୀତୀନ କୁଶଲକର ଶାନ୍ତିପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।
ବ୍ୟବସାୟୀ ସାହୁଙ୍କ ଅଭିଯୋଗ ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ୧୫ରୁ ୨୦ ଡକାୟତ କବାଟ ଭାଙ୍ଗି ଘରେ ପଶିଥିଲେ। ପୁଅ ସୂର୍ଯ୍ୟକାନ୍ତ ଏବଂ ଚନ୍ଦ୍ରକାନ୍ତଙ୍କୁ ମାଡ ମାରିଥିଲେ। ସେମାନଙ୍କ ଚିତ୍କାର ଶୁଣି ବାହାରକୁ ଆସିବା ମାତ୍ରେ ତାଙ୍କୁ ମଧ୍ୟ ସେମାନେ ମାରପିଟ କରିଥିଲେ। ହୋହଲ୍ଲା ମଧ୍ୟରେ ପରିବାରର ଅନ୍ୟ ସଦସ୍ୟ ଉଠି ପଡିବାରୁ ଡକାୟତମାନେ ପିସ୍ତଲ ଦେଖାଇ ଭୟଭିତ କରିବା ସହ ହାତବୋମା ପିଙ୍ଗି ଥିଲେ। ପରେ ଆଲମାରୀରେ ଥିବା ନଗଦ ୬ଲକ୍ଷ ଟଙ୍କା ସହ ୧୮ରୁ ୨୦ଭରି ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିଲେ। ବାଟରେ ଗଲାବେଳେ ଗାଁର କେତେକ ବ୍ୟକ୍ତି ବିରୋଧ କରିବାରୁ ବୋମା ଫିଙ୍ଗି ଚାଳିଯାଇଥିଲେ। ଡକାୟତମାନେ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ କଥା ହେଉଥିବା ପରିବାର ଲୋକେ କହିଛନ୍ତିି ା ବ୍ୟବସାୟୀ ସାହୁଙ୍କ ଅଭିଯୋଗକୁ ଭିତ୍ତିରେ ଖପ୍ରାଖୋଲ ଥାନାରେ ଏକ ମାମଲା(ନଂ. ୨୩/୨୧)ରୁଜୁ ହୋଇଛି। ବିଭନ୍ନ ଦିଗକୁ ନେଇ ଘଟଣାର ତଦନ୍ତ ଚାଳିଥିବା ଏସ୍‌ପି କୁଶଲକର କହିଛନ୍ତି।