ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ଏକମାତ୍ର ଲକ୍ଷ୍ୟ

ଜାପାନର ଟୋକିଓରେ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପାରାଲିମ୍ପିକ୍ସ କ୍ରୀଡ଼ା। ଏଥିରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଅର୍ଜୁନ ପୁରସ୍କାର ବିଜେତା ଓଡ଼ିଆ ପାରା ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତ। ବରଗଡ଼ର ଅତାବିରାରେ ଜନ୍ମିତ(୧୯୮୮ ଏପ୍ରିଲ ୪) ପ୍ରମୋଦ ଇତିମଧ୍ୟରେ ୪୮ ଜାତୀୟ ଏବଂ ୫୩ ଅନ୍ତର୍ଜାତୀୟ ପଦକ ବିଜୟୀ ହୋଇଛନ୍ତି। ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ଲାଗି ଚେଷ୍ଟା ଜାରି ରଖିଥିବା ତାରକା ଖେଳାଳିଙ୍କ ସହ ଧରିତ୍ରୀର ତପନ ସ୍ବାଇଁଙ୍କ ଆଳାପ…

ପ୍ର: ପାରାଲିମ୍ପିକ୍ସ ପାଇଁ ଟ୍ରେନିଂ କେଉଁଠି ନେଇଥିଲେ ?
ଉ: ଲକ୍ଷ୍ନୌସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ରେ ଆମେ ଟ୍ରେନିଂ ନେଉଛୁ। ବର୍ଷ ତମାମ ଏଠାରେ ଟ୍ରେନିଂ ଚାଲିଛି। ଏଥିଲାଗି ପାଖାପାଖି ବର୍ଷେ ହେଲା ପରିବାରଠାରୁ ଦୂରେଇ ରହିଛୁ।
ପ୍ର: କେବେ ଟୋକିଓ ଯିବେ ?
ଉ: ଭାରତୀୟ ପାରାଲିମ୍ପିକ୍ସ ଦଳ ୨ ପର୍ଯ୍ୟାୟରେ ଟୋକିଓ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ପର୍ଯ୍ୟାୟ ପ୍ରତିନିଧି ଦଳ ୧୮ ତାରିଖରେ ଯାତ୍ରା କରିଛି। ଦ୍ୱିତୀୟ ପର୍ଯ୍ୟାୟ ଦଳ ୨୭ରେ ଯାତ୍ରା କରିବ। ମୁଁ ସେହି ଦଳ ସହ ଟୋକିଓ ଯିବି। କାରଣ ଟୋକିଓ ପାରାଲିମ୍ପିକ୍ସର ବ୍ୟାଡ୍‌ମିଣ୍ଟନ ଇଭେଣ୍ଟ ସେପ୍ଟେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ହେବାର ଅଛି।
ପ୍ର: ଆପଣ ସିଙ୍ଗଲ୍ସ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଦାବିଦାର ଅଛନ୍ତି। ଏଥିପାଇଁ କେତେ ଚାପ ରହିଛି ?
ଉ: ମୁଁ ଏକାଧିକ ଥର ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ପାଇଛି। ପାରାଲିମ୍ପିକ୍ସରେ ପୋଡିୟମ ମଣ୍ଡନ କରିବି ବୋଲି ସମସ୍ତଙ୍କ ଆଶା ରହିଛି। ସେଥିଲାଗି ଚାପ ରହିବା ସ୍ବାଭାବିକ। ତେବେ ନିଜ ଉପରେ ମୋର ବିଶ୍ୱାସ ରହିଛି। ମୁଁ ରାଜ୍ୟ ତଥା ଦେଶବାସୀଙ୍କ ଆଶା-ଆକାଂକ୍ଷାକୁ ପୂରଣ କରିବାକୁ ସବୁପ୍ରକାର ଚେଷ୍ଟା କରିବି।
ପ୍ର: ଓଡ଼ିଶା ସରକାର ଆପଣଙ୍କ ନାଁ ଖେଳରନତ୍ ପାଇଁ ସୁପାରିସ କରିଛନ୍ତି। ଏହା କେତେ ଉତ୍ସାହିତ କରିଛି।
ଉ: ଆମ ରାଜ୍ୟ ସରକାର କେବଳ ଖେଳର ଉନ୍ନତି ପାଇଁ ନୁହେଁ ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ଉଦ୍ୟମ କରି ଆସିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ମୋର ବହୁ ସଫଳତାକୁ ଦୃଷ୍ଟିରେ ରଖି ଖେଳରନତ୍ ଲାଗି ମୋ ନାମ ସୁପାରିସ କରିଛନ୍ତି। ରାଜ୍ୟରଙ୍କ ଟେକ ରଖିବାକୁ ପାରାଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ନିଶ୍ଚିତ ଚେଷ୍ଟା କରିବି।
ପ୍ର: ଟୋକିଓରେ କେତୋଟି ଇଭେଣ୍ଟରେ ଭାଗ ନେବେ ?
ଉ: ସେଠାରେ ମୁଁ ସିଙ୍ଗଲ୍ସ ଓ ମିକ୍ସଡ ଡବଲ୍ସରେ ଭାଗନେବି। ମିକ୍ସଡ ଡବଲ୍ସରେ ମୋର ପାର୍ଟନର ଅଛନ୍ତି ପଲକ କୋହଲି।
ପ୍ର: ଏଥର ଲକ୍ଷ୍ୟ ?
ଉ: ୨ଟି ଇଭେଣ୍ଟରେ ଭାଗ ନେବାର ସୁଯୋଗ ମିଳିଛି। ଦୁଇଟି ଯାକ ଇଭେଣ୍ଟରେ ଯେପରି ପୋଡିୟମ ମଣ୍ଡନ କରିପାରିବି ତା’ ଉପରେ ଧ୍ୟାନ ଦେବି।
ପ୍ର: ଟୋକିଓ ଅଭିମୁଖେ ଯାତ୍ରା କରୁଥିବା ଭାରତୀୟ ପ୍ରତିନିଧି ଦଳ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି। ଏହା ବ୍ୟକ୍ତିଗତ ଭାବେ କିଭଳି ଉତ୍ସାହିତ କରିଛି ?
ଉ: ଅଲିମ୍ପିକ୍ସ ଯିବା ପୂର୍ବରୁ ଭାରତୀୟ ପ୍ରତିନିଧି ଦଳ ସହ ଯେପରି ପ୍ରଧାନମନ୍ତ୍ରୀ କଥା ହୋଇଥିଲେ ସେହିପରି ଆମମାନଙ୍କୁ ମଧ୍ୟ ଉତ୍ସାହିତ କଲେ। ଏହା ପୂର୍ବରୁ ବହୁତ ବଡ଼ ଟୁର୍ନାମେଣ୍ଟରେ ଭାଗ ନେଇଥିଲୁ। ମାତ୍ର ଦେଶର ପ୍ରଧାନମନ୍ତ୍ରୀ କେବେହେଲେ ଏପରି ଶୁଭେଚ୍ଛା ଜଣାଇ ନ ଥିଲେ। ଏହା ଆମ ମନୋବଳ ବଢାଇଛି।
ପ୍ର: ପୂର୍ବରୁ ଅନେକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଭାଗ ନେବା ସହ ବିଶ୍ୱ ଚାମ୍ପିୟନ ମଧ୍ୟ ହୋଇଛନ୍ତି। କେଉଁ ଟୁର୍ନାମେଣ୍ଟ ଆପଣଙ୍କ ପାଇଁ ସ୍ମରଣୀୟ ?
ଉ: ସୁଇଜରଲାଣ୍ଡଠାରେ ୨୦୧୯ରେ ଅନୁଷ୍ଠିତ ବିଶ୍ୱ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ମୁଁ ସ୍ବର୍ଣ୍ଣ ପଦକ ଜିତିଥିଲି। ଭାଗ୍ୟରେ ଥିଲେ ଏପରି ସଫଳତା ମିଳେ। ସତକଥା ସେହି ଟୁର୍ନାମେଣ୍ଟ ଆଜିଯାଏ ସ୍ମରଣୀୟ ହୋଇ ରହିଛି।
ପ୍ର: ଟୋକିଓ ଅଲିମ୍ପିକ୍ସରେ ଓଡ଼ିଶାର ଦୁଇ ହକି ଖେଳାଳି ବ୍ରୋଞ୍ଜ ପଦକ ଜିତିି ଫେରିଲେ। ଏହା ଆପଣଙ୍କ ସମେତ ଅନ୍ୟ ଆଥ୍‌ଲେଟଙ୍କୁ କେତେ ଉତ୍ସାହିତ କରିଛି?
ଉ: ବ୍ୟକ୍ତିଗତ ଭାବେ ମୁଁ ବହୁତ ଖୁସି। କାରଣ ଟୁର୍ନାମେଣ୍ଟର ସମସ୍ତ ଭାରତ ମ୍ୟାଚର ଲାଇଭ୍‌ ଦେଖିଥିଲି। ଶେଷ ଭାଗରେ ରୋମାଞ୍ଚ ଆସିଥିଲା, ଚାପର ବଶବର୍ତ୍ତୀ ନ ହୋଇ ଆମ ଦଳ ବ୍ରୋଞ୍ଜ ପଦକ ହାସଲ କଲା। ଏହା ବହୁତ ବଡ଼ ସଫଳତା। ଆମ ରାଜ୍ୟର ଦୁଇ ଖେଳାଳି ବ୍ରୋଞ୍ଜ ପଦକ ଜିତି ଆମମାନଙ୍କ ମନ କୁଣ୍ଢେମୋଟ କରିଛନ୍ତି। ତେଣୁ ମୁଁ ଯେପରି ପଦକ ଜିତିବି ତା’ ଉପରେ ଫୋକସ କରୁଛି।
ପ୍ର: ପାରା ଆଥ୍‌ଲେଟଙ୍କ ଲାଗି ଆମ ରାଜ୍ୟରେ ଯେତିକି ସୁବିଧା ସୁଯୋଗ ଅଛି ତାହା ପର୍ଯ୍ୟାପ୍ତ ନା ଆଉ କିଛି ଆବଶ୍ୟକ?
ଉ: ଆମ ରାଜ୍ୟରେ କ୍ରୀଡ଼ା ପ୍ରତି ଆଦର ବଢ଼ୁଛି। ରାଜ୍ୟ ସରକାର ମଧ୍ୟ କ୍ରୀଡ଼ାକୁ ଅଗ୍ରାଧିକାର ଦେଇ ଆସୁଛନ୍ତି। ମୁଁ ଭାବୁଛି ପାରା ସ୍ପୋଟର୍‌ସ ଉପରେ ରାଜ୍ୟ ସରକାରଙ୍କ ନଜର ରହିଛି। ୨୦୧୯ରେ ମୋତେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରାଯିବା ଏହାର ଏକ ଉଦାହରଣ। ଆଗାମୀ ଦିନରେ ଆହୁରି ଅଧିକ ସପୋର୍ଟ ମିଳିବ। ଅଲିମ୍ପିକ୍ସରେ ଭାରତ ୭ଟି ପଦକ ପାଇଛି। ପାରାଲିମ୍ପିକ୍ସରେ ଆହୁରି ଅଧିକ ପଦକ ଆସିବା ସମ୍ଭାବନା ଅଛି। ଏଥର ପ୍ରତିଯୋଗିତା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି କ୍ରୀଡ଼ା ଏବଂ କ୍ରୀଡ଼ାବିତ୍‌ଙ୍କ ପ୍ରତି ଅଧିକ ଆଦର ବଢ଼ିବା ନେଇ ଆଶା ରହିଛି।
ପ୍ର: ଭବିଷ୍ୟତର ଲକ୍ଷ୍ୟ କ’ଣ ?
ଉ: ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ମୋର ଏକମାତ୍ର ସ୍ବପ୍ନ। ବିଶ୍ୱ ଚାମ୍ପିୟନଶିପ୍‌୍‌ ସମେତ ମୁଁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ୧୦୦ରୁ ଊର୍ଦ୍ଧ୍ୱ ପଦକ ପାଇଛି। ମାତ୍ର ପାରାଲିମ୍ପିକ୍ସ ଆଗରେ ସେ ସବୁ ଫିକା। ଏବେ ମୋର ଲକ୍ଷ୍ୟ କେବଳ ସ୍ବର୍ଣ୍ଣ ପଦକ। ଏହାପରେ ଭବିଷ୍ୟତ ସମ୍ପର୍କରେ ଯାହା ଚିନ୍ତା କରିବି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri