ମୁଦ୍ରାସ୍ଫୀତିକୁ ଆକର୍ଷିତ କରିଥିଲା ସୁନା ଇଟିଏଫ୍‌

ନୂଆଦିଲ୍ଲୀ, ୭ା୨: ଗତ କିଛିବର୍ଷ ହେବ ସୁନା ଆମଦାନୀ ଭାରତରେ ବୃଦ୍ଧି ପାଇଛି। ଏହାର ପ୍ରଭାବ ମଧ୍ୟ ବଜାର ଉପରେ ପଡୁଥିବା ଦେଖିବାକୁ ମିଳିଛି। ୨୦୨୧ରେ ସୁନା ବିନିମୟ ବାଣିଜ୍ୟ ପାଣ୍ଠି (ଇଟିଏଫ୍‌) ବଜାର ସପକ୍ଷରେ ରହିଥିଲା। ଏହାଦ୍ୱାରା ଦେଶର ମୁଦ୍ରାସ୍ଫୀତି ବୃଦ୍ଧି ସହ ବଜାର ମୂଲ୍ୟ ବୃଦ୍ଧିରେ ମଧ୍ୟ ସହାୟ ହୋଇଥିଲା। ଗତବର୍ଷ ଏହି ସେଗ୍‌ମେଣ୍ଟ ୪,୮୧୪ କୋଟି ଟଙ୍କାର ବଜାର ମୂଲ୍ୟକୁ ଆକର୍ଷିତ କରିଥିଲା। ଫଳରେ ୨୦୨୦ରେ ଦେଖାଯାଇଥିବା ୬,୬୫୭ କୋଟି ତୁଳନାରେ ଏହାର ପ୍ରବାହ କମ୍‌ ଥିଲା ବୋଲି ଆସୋସିଏଶନ୍‌ ଅଫ୍‌ ମ୍ୟୁଚୁଆଲ୍‌ ଫଣ୍ଡସ୍‌ ଅଫ୍‌ ଇଣ୍ଡିଆ (ଆମ୍ଫି) ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି। ବିଶ୍ୱର ପୁନରୁଦ୍ଧାର ଏବଂ ଉନ୍ନତ ନିବେଶକଙ୍କ ମନୋବଳକୁ ଏହା ବଢ଼ାଇଥିଲା। ଏ ସମ୍ପର୍କରେ କ୍ୱାଣ୍ଟମ୍‌ ମ୍ୟୁଚୁଆଲ୍‌ ଫଣ୍ଡର ଏମ୍‌ଡି ଏବଂ ସିଇଓ, ଜିମି ପଟେଲ କହିଛନ୍ତି, ୨୦୨୨ରେ ଏହି ବର୍ଗର ଆଗ୍ରହ ବୃଦ୍ଧି ସହ ଷ୍ଟିକ୍‌ ମୁଦ୍ରାସ୍ଫୀତି ଏବଂ ଫେଡେରାଲ୍‌ ରିଜର୍ଭ ଏହାକୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ଯାହା ସମ୍ଭବତଃ ଅଭିବୃଦ୍ଧି ଏବଂ ବଜାରକୁ ବାଧା ଦେଇପାରେ ବୋଲି ସେ କହିଛନ୍ତି। ଅପରପକ୍ଷରେ ମୁଦ୍ରାନୀତିର ସମନ୍ବିତ ସହଜତା ଏବଂ ବିଶ୍ୱର ସୁଧ ହାରର ନରମତା, ଯାହା ସୁନାକୁ ଆକର୍ଷଣୀୟ କରିଥିଲା। ସେହିଭଳି ୨୦୨୧ରେ ମୁଦ୍ରାସ୍ଫୀତିର ସୁଦୃଢ଼ତା ଏବଂ ବଜାର ମୂଲ୍ୟ ବୃଦ୍ଧି ହେତୁ ଗତବର୍ଷର ଚାହିଦା ସୁନା ସପକ୍ଷରେ ରହିଥିଲା ବୋଲି ପଟେଲ କହିଛନ୍ତି। ଅପରପକ୍ଷରେ ମର୍ନିଂଷ୍ଟାର ଇଣ୍ଡିଆର ଆସୋସିଏଟ୍‌ ଡାଇରେକ୍ଟର ମ୍ୟାନେଜର ରିସର୍ଚ୍ଚ ହିମାଂଶୁ ଶ୍ରୀବାସ୍ତବ କହିଛନ୍ତି, ସୁନା ଇଟିଏଫ୍‌ ବର୍ଷସାରା ନିବେଶକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛି। ଫଳରେ ୨୦୨୧ ଜୁଲାଇରେ ପ୍ରାୟ ୬୧.୫ କୋଟି ଟଙ୍କା ରହିଥିଲା। ସୁନା ପାଣ୍ଠିର ପରିଚାଳନା ଅଧୀନରେ ସମ୍ପତ୍ତିକୁ ୩୦% ବୃଦ୍ଧି କରି ୧୮,୪୦୫ କୋଟି ଟଙ୍କାକୁ ପହଞ୍ଚତ୍ ପାରିଥିଲା। ୨୦୨୧ ଡିସେମ୍ବର ଶେଷ ବେଳକୁ ଏକ ବର୍ଷ ପୂର୍ବେ ୧୪,୧୭୪ କୋଟି ଟଙ୍କାକୁ ବୃଦ୍ଧି କରିବାରେ ଏହା ସାହାଯ୍ୟ କରିଥିଲା। ସୁନା, ଗତ କିଛିବର୍ଷ ମଧ୍ୟରେ ଏହାର ଚମତ୍କାର ପ୍ରଦର୍ଶନ ସହିତ ୨୦୨୧ରେ ନିବେଶକଙ୍କ ଆଗ୍ରହକୁ ଆକର୍ଷିତ କରିଛି। ଫଳରେ ସୁନା ଇଟିଏଫ୍‌ଗୁଡ଼ିକରେ ଫୋଲିଓ ସଂଖ୍ୟା ୨୦୨୦ ଡିସେମ୍ବରରେ ୮.୮୭ ଲକ୍ଷରୁ ୨୦୨୧ ଡିସେମ୍ବର ମଧ୍ୟରେ ୩୨.୦୯ ଲକ୍ଷକୁ ବୃଦ୍ଧି ପାଇଥିଲା। ତେବେ ଏହି ଶ୍ରେଣୀରେ କ୍ରମାଗତ ଭାବେ ୨୦୨୦ ନଭେମ୍ବରରେ ୧୪୧ କୋଟି, ୨୦୨୦ ଫେବୃୟାରୀରେ ୧୯୫ କୋଟି ଏବଂ ୨୦୨୧ ଜୁଲାଇରେ ୬୧.୫ କୋଟି ଟଙ୍କା ନିଟ୍‌ ଆଉଟ ଫ୍ଲୋ ହୋଇଛି। ନିବେଶକଙ୍କ ପୋର୍ଟଫୋଲିଓରେ ସୁନା ଏକ ରଣନୀତିକ ସମ୍ପତ୍ତି ଭାବରେ କାର୍ଯ୍ୟ କରିଥାଏ ବୋଲି ଶ୍ରୀବାସ୍ତବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri