ଜିନ୍ଦଲ ଷ୍ଟେନ୍‌ଲେସକୁ ସ୍ବର୍ଣ୍ଣ ପୁରସ୍କାର

ନୂଆଦିଲ୍ଲୀ,୩।୧୨(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ତଥା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌(ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ଦଶମ ଇଣ୍ଡିଆ ଗ୍ରୀନ୍‌ ଉତ୍ପାଦନ ଚ୍ୟାଲେଞ୍ଜ (ଆଇଜିଏମ୍‌ସି) କାର୍ଯ୍ୟକ୍ରମରେ ଜେଏସ୍‌ଏଲ୍‌ର ହିସାର ୟୁନିଟକୁ ସମ୍ମାନଜନକ ସ୍ବର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ମୁମ୍ବାଇର ଆଇଟିସି ମରାଠାଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହ ଉତ୍ସବରେ ଜିନ୍ଦଲ ଷ୍ଟେନ୍‌ଲେସକୁ ସ୍ବର୍ଣ୍ଣ ପୁରସ୍କାର ଦିଆଯାଇଛି।
ବିଶେଷକରି ଏହା ପରିବେଶ ଉପରେ କୁପ୍ରଭାବକୁ ହ୍ରାସ କରିବା ଏବଂ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ସହ ସ୍ଥାୟୀ ଅଭ୍ୟାସକୁ ଆପଣାଇବା ଦିଗରେ ଜିନ୍ଦଲ ଷ୍ଟେନ୍‌ଲେସର ପ୍ରତିବଦ୍ଧତାକୁ ଦର୍ଶାଉଛିି।
ସେହିଭଳି ଇଣ୍ଡିଆ ଗ୍ରୀନ୍‌ ଉତ୍ପାଦନ ଚ୍ୟାଲେଞ୍ଜ ଉତ୍ପାଦନ କ୍ଷେତ୍ରରେ ସ୍ଥାୟୀ ଏବଂ ସବୁଜ ଅଭ୍ୟାସ ଗ୍ରହଣ କରି ଉତ୍ତମ ପ୍ରଦର୍ଶନ କରିଥିବା କମ୍ପାନୀଗୁଡିକୁ ସ୍ବୀକୃତି ପ୍ରଦାନ କରିଥାଏ। ଏପରିକି କମ୍ପାନୀଗୁଡିକ ଆଇଜିଏମସି ପ୍ଲାଟଫର୍ମ ମାଧ୍ୟମରେ ସଷ୍ଟେନେବିଲିଟି ପ୍ରୟାସରେ ପ୍ରତିଦ୍ୱନ୍ଦ୍ୱିତା କରିବା ସହ ତାଲିମ, ମୂଲ୍ୟାଙ୍କନ ଏବଂ ସ୍ବୀକୃତି ମାଧ୍ୟମରେ ନିରନ୍ତର ଉନ୍ନତି କରିବା ପାଇଁ ଚେଷ୍ଟା କରିଥାନ୍ତି।
ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଏହି ସମ୍ମାନଜନକ ସଷ୍ଟେନେବିଲିଟି ପୁରସ୍କାର ପାଇ ଆମେ ଗର୍ବିତ, ଏହା ପରିବେଶ ପରିଚାଳନା ଦାୟିତ୍ୱ କ୍ଷେତ୍ରରେ ଆମର ଦୃଢ଼ ପ୍ରତିବଦ୍ଧତାର ପ୍ରମାଣ । ସ୍ବର୍ଣ୍ଣ ପଦକ ବ୍ୟତୀତ ଜିନ୍ଦଲ ଷ୍ଟେନ୍‌ଲେସ୍‌ ମଧ୍ୟ ୧୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଏକମାତ୍ର କମ୍ପାନୀ, ଯିଏକି ନେଟ୍‌ ଜିରୋ ଟର୍ଚ୍ଚ ବିଅରର୍ସ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ‘ଏକ୍ସେଲସିଅର‘ ବର୍ଗ ମାନ୍ୟତା ହାସଲ କରିଛି। ଏହି ସ୍ବୀକୃତି ମୋଟ ଶୂନ୍ୟ କାର୍ବନ ନିର୍ଗମନ ହାସଲ କରିବା ଦିଗରେ କମ୍ପାନୀଗୁଡିକୁ ଉତ୍ସାହିତ କରିଥାଏ। ସେହିପରି ହିସାର ୟୁନିଟର ବରିଷ୍ଠ ଉପାଧ୍ୟକ୍ଷ ତଥା ଜିନ୍ଦଲ ଷ୍ଟେନଲେସ୍‌ ହିସାର୍‌ ଉତ୍ପାଦନ ୟୁନିଟର ମୁଖ୍ୟ ବିଜୟ କୁମାର ବିନ୍ଦଲିଶ କହିଥିଲେ, ଏହି ମାନ୍ୟତା ପାଇବା ଆମ ପାଇଁ ଗର୍ବର ମୁହୂର୍ତ୍ତ ହୋଇଥିଲାବେଳେ ସବୁଜ ଉତ୍ପାଦନରେ ପଥ ପ୍ରଦର୍ଶକ ସାଜିବା ଦିଗରେ ଏହା ଆମର ସାମୂହିକ ପ୍ରୟାସ ଏବଂ ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରିଛି। ଏପରିକି ଶିଳ୍ପ କ୍ଷେତ୍ରରେ ଏକ ନୂଆ ମାନଦଣ୍ଡ ସ୍ଥିର କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ରହିଛୁ, ଏହା ପ୍ରମାଣ କରେ ଯେ ଉଚ୍ଚାଭିଳାଷୀ ସଷ୍ଟେନେବିଲିଟି ଲକ୍ଷ୍ୟ କେବଳ ହାସଲଯୋଗ୍ୟ ନୁହେଁ, ବରଂ ସବୁଜ ଭବିଷ୍ୟତ ପାଇଁ ମଧ୍ୟ ଜରୁରୀ ଅଟେ। ଏହିସବୁ ପଦକ୍ଷେପ ମାଧ୍ୟମରେ ଜିନ୍ଦଲ ଷ୍ଟେନଲେସ୍‌ ଭାରତରେ ସ୍ଥାୟୀ ଉତ୍ପାଦନର ଭବିଷ୍ୟତ ନିର୍ମାଣ କରୁଛି ଏବଂ ଦେଶର ସବୁଜ ଲକ୍ଷ୍ୟରେ ଯୋଗଦାନ କରିବା ସହ ଶିଳ୍ପ କ୍ଷେତ୍ରରେ ଏକ ନୂତନ ମାନଦଣ୍ଡ ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?