ଜିନ୍ଦଲ ଷ୍ଟେନ୍‌ଲେସକୁ ସ୍ବର୍ଣ୍ଣ ପୁରସ୍କାର

ନୂଆଦିଲ୍ଲୀ,୩।୧୨(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ତଥା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌(ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ଦଶମ ଇଣ୍ଡିଆ ଗ୍ରୀନ୍‌ ଉତ୍ପାଦନ ଚ୍ୟାଲେଞ୍ଜ (ଆଇଜିଏମ୍‌ସି) କାର୍ଯ୍ୟକ୍ରମରେ ଜେଏସ୍‌ଏଲ୍‌ର ହିସାର ୟୁନିଟକୁ ସମ୍ମାନଜନକ ସ୍ବର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ମୁମ୍ବାଇର ଆଇଟିସି ମରାଠାଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହ ଉତ୍ସବରେ ଜିନ୍ଦଲ ଷ୍ଟେନ୍‌ଲେସକୁ ସ୍ବର୍ଣ୍ଣ ପୁରସ୍କାର ଦିଆଯାଇଛି।
ବିଶେଷକରି ଏହା ପରିବେଶ ଉପରେ କୁପ୍ରଭାବକୁ ହ୍ରାସ କରିବା ଏବଂ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ସହ ସ୍ଥାୟୀ ଅଭ୍ୟାସକୁ ଆପଣାଇବା ଦିଗରେ ଜିନ୍ଦଲ ଷ୍ଟେନ୍‌ଲେସର ପ୍ରତିବଦ୍ଧତାକୁ ଦର୍ଶାଉଛିି।
ସେହିଭଳି ଇଣ୍ଡିଆ ଗ୍ରୀନ୍‌ ଉତ୍ପାଦନ ଚ୍ୟାଲେଞ୍ଜ ଉତ୍ପାଦନ କ୍ଷେତ୍ରରେ ସ୍ଥାୟୀ ଏବଂ ସବୁଜ ଅଭ୍ୟାସ ଗ୍ରହଣ କରି ଉତ୍ତମ ପ୍ରଦର୍ଶନ କରିଥିବା କମ୍ପାନୀଗୁଡିକୁ ସ୍ବୀକୃତି ପ୍ରଦାନ କରିଥାଏ। ଏପରିକି କମ୍ପାନୀଗୁଡିକ ଆଇଜିଏମସି ପ୍ଲାଟଫର୍ମ ମାଧ୍ୟମରେ ସଷ୍ଟେନେବିଲିଟି ପ୍ରୟାସରେ ପ୍ରତିଦ୍ୱନ୍ଦ୍ୱିତା କରିବା ସହ ତାଲିମ, ମୂଲ୍ୟାଙ୍କନ ଏବଂ ସ୍ବୀକୃତି ମାଧ୍ୟମରେ ନିରନ୍ତର ଉନ୍ନତି କରିବା ପାଇଁ ଚେଷ୍ଟା କରିଥାନ୍ତି।
ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଏହି ସମ୍ମାନଜନକ ସଷ୍ଟେନେବିଲିଟି ପୁରସ୍କାର ପାଇ ଆମେ ଗର୍ବିତ, ଏହା ପରିବେଶ ପରିଚାଳନା ଦାୟିତ୍ୱ କ୍ଷେତ୍ରରେ ଆମର ଦୃଢ଼ ପ୍ରତିବଦ୍ଧତାର ପ୍ରମାଣ । ସ୍ବର୍ଣ୍ଣ ପଦକ ବ୍ୟତୀତ ଜିନ୍ଦଲ ଷ୍ଟେନ୍‌ଲେସ୍‌ ମଧ୍ୟ ୧୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଏକମାତ୍ର କମ୍ପାନୀ, ଯିଏକି ନେଟ୍‌ ଜିରୋ ଟର୍ଚ୍ଚ ବିଅରର୍ସ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ‘ଏକ୍ସେଲସିଅର‘ ବର୍ଗ ମାନ୍ୟତା ହାସଲ କରିଛି। ଏହି ସ୍ବୀକୃତି ମୋଟ ଶୂନ୍ୟ କାର୍ବନ ନିର୍ଗମନ ହାସଲ କରିବା ଦିଗରେ କମ୍ପାନୀଗୁଡିକୁ ଉତ୍ସାହିତ କରିଥାଏ। ସେହିପରି ହିସାର ୟୁନିଟର ବରିଷ୍ଠ ଉପାଧ୍ୟକ୍ଷ ତଥା ଜିନ୍ଦଲ ଷ୍ଟେନଲେସ୍‌ ହିସାର୍‌ ଉତ୍ପାଦନ ୟୁନିଟର ମୁଖ୍ୟ ବିଜୟ କୁମାର ବିନ୍ଦଲିଶ କହିଥିଲେ, ଏହି ମାନ୍ୟତା ପାଇବା ଆମ ପାଇଁ ଗର୍ବର ମୁହୂର୍ତ୍ତ ହୋଇଥିଲାବେଳେ ସବୁଜ ଉତ୍ପାଦନରେ ପଥ ପ୍ରଦର୍ଶକ ସାଜିବା ଦିଗରେ ଏହା ଆମର ସାମୂହିକ ପ୍ରୟାସ ଏବଂ ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରିଛି। ଏପରିକି ଶିଳ୍ପ କ୍ଷେତ୍ରରେ ଏକ ନୂଆ ମାନଦଣ୍ଡ ସ୍ଥିର କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ରହିଛୁ, ଏହା ପ୍ରମାଣ କରେ ଯେ ଉଚ୍ଚାଭିଳାଷୀ ସଷ୍ଟେନେବିଲିଟି ଲକ୍ଷ୍ୟ କେବଳ ହାସଲଯୋଗ୍ୟ ନୁହେଁ, ବରଂ ସବୁଜ ଭବିଷ୍ୟତ ପାଇଁ ମଧ୍ୟ ଜରୁରୀ ଅଟେ। ଏହିସବୁ ପଦକ୍ଷେପ ମାଧ୍ୟମରେ ଜିନ୍ଦଲ ଷ୍ଟେନଲେସ୍‌ ଭାରତରେ ସ୍ଥାୟୀ ଉତ୍ପାଦନର ଭବିଷ୍ୟତ ନିର୍ମାଣ କରୁଛି ଏବଂ ଦେଶର ସବୁଜ ଲକ୍ଷ୍ୟରେ ଯୋଗଦାନ କରିବା ସହ ଶିଳ୍ପ କ୍ଷେତ୍ରରେ ଏକ ନୂତନ ମାନଦଣ୍ଡ ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା, ଆଜିଠୁ BSNL ବନ୍ଦ କଲା ଇଣ୍ଟରନେଟ୍‌ ସେବା

ନୂଆଦିଲ୍ଲୀ,୧୫।୧:ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି।  ଏହି ସରକାରୀ ଟେଲିକମ କମ୍ପାନୀ ଆଜିଠାରୁ ଏହାର ଗୋଟିଏ ସେବା...

ଉତ୍ତର ଭାରତରେ ରାମରାଜ ଇନର ଓ୍ବେର ରେଞ୍ଜ

ନୂଆଦିଲ୍ଲୀ,୧୫।୧: ଦେଶର ପାରମ୍ପରିକ ତଥା ସାଂସ୍କୃତିକ ପୋଷାକର ଏକ ପ୍ରମୁଖ ବା ପ୍ରିମିୟମ ବ୍ରାଣ୍ଡ୍‌ ‘ରାମରାଜ କଟନ୍‌’ ଉତ୍ତର ଭାରତ (ଉତ୍ତରାଞ୍ଚଳ ବଜାର)ରେ ବ୍ରାଣ୍ଡ୍‌ର ଇନର...

ମୁଥୁଟ୍‌ ଫାଇନାନ୍ସକୁ ଗ୍ରେଡ୍‌ ପ୍ଲେସ୍‌ ଟୁ ଓ୍ବାର୍କର ମାନ୍ୟତା

ନୂଆଦିଲ୍ଲୀ,୧୫।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଫାଇନାନ୍ସିଆଲ ସର୍ଭିସ୍‌ ବ୍ରାଣ୍ଡ ମୁଥୁଟ୍‌ ଫାଇନାନ୍ସକୁ ନିକଟରେ ଆଉ ଏକ ସମ୍ମାନ ‘ଗ୍ରେଡ୍‌ ପ୍ଲେସ୍‌ ଟୁ...

ରିଲାଏନ୍ସ ଜୁଏଲ୍ସର ଡ୍ରିମ୍‌ ଡାଇମଣ୍ଡ ସେଲ୍‌

ମୁମ୍ବାଇ,୧୫।୧ (ଅଭୟ ଦାଶ): ରିଲାଏନ୍ସ ଜୁଏଲ୍ସର ବହୁ ପ୍ରତୀକ୍ଷିତ ତଥା ବାର୍ଷିକ ଅଭିଯାନ ‘ଡ୍ରିମ୍‌ ଡାଇମଣ୍ଡ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି...

ମହାକୁମ୍ଭ ସହ ଆର୍‌ସିପିଏଲ୍‌ ବୁଝାମଣା

ମୁମ୍ବାଇ,୧୫।୧: ଦୀର୍ଘ ୧୨ବର୍ଷ ପରେ ଚଳିତ ବର୍ଷ ଉତ୍ତର ପ୍ରଦେଶର ପ୍ରୟାଗରାଜଠାରେ କୁମ୍ଭମେଳା ‘ମହାକୁମ୍ଭ’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ...

ରେପୋ ରେଟ୍‌ରେ ୦.୨୫% ହ୍ରାସ ଆଶଙ୍କା

ଭୁବନେଶ୍ୱର,୧୫ା୧(ଅନୁରାଧା ମହାରଣା): ଗୋଟିଏ ପଟେ ଦରବୃଦ୍ଧି ଓ ଅନ୍ୟପଟେ ଅର୍ଥ ବ୍ୟବସ୍ଥାରେ ସୁଧାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପାଇଁ ଚିନ୍ତାର କାରଣ ପାଲଟିଛି। ଅର୍ଥବ୍ୟବସ୍ଥାରେ...

କାଙ୍ଗାଳ କଲା ଶେୟାର ମାର୍କେଟ, ୧୦୦ ଦିନରେ ନିବେଶକଙ୍କ ୬୦ ଲକ୍ଷ କୋଟି ବୁଡ଼ିଲା

ନୂଆଦିଲ୍ଲୀ,୧୪।୧: ମକର ସଂକ୍ରାନ୍ତି ଅର୍ଥାତ ୧୪ ଜାନୁଆରୀରେ ଶେୟାର ବଜାରରେ ସାମାନ୍ୟ ବୃଦ୍ଧି ଘଟଛି। ହେଲେ ଗତ କିଛି ଦିନ ମଧ୍ୟରେ ସେନସେକ୍ସ ଏବଂ ନିଫ୍ଟି...

Paytm ର ବଡ଼ ଘୋଷଣା, କ୍ରେଡିଟ୍‌ କାର୍ଡରୁ କରିପାରିବେ ପେମେଣ୍ଟ

ନୂଆଦିଲ୍ଲୀ,୧୪।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳା ସମୟରେ, ଡିଜିଟାଲ ପେମେଣ୍ଟକୁ ସହଜ କରିବା ପାଇଁ Paytm ଏକ ନୂଆ ସାଉଣ୍ଡବକ୍ସ ଏବଂ QR କୋଡ ସିଷ୍ଟମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri