ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ମେଳଛାମୁଣ୍ଡା ଥାନାରେ କାର୍ଯ୍ୟରତ ଥିଲେ।
ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ରୁଷୁଡ଼ା ଫାଣ୍ଡିରେ କୌଣସି ସ୍ଥାୟୀ ଫାଣ୍ଡି ଅଧିକାରୀ ନଥିବାରୁ ଆଇନ ଶୃଙ୍ଖଳା ପରିଚାଳନା ଏବଂ ସ୍ଥାନୀୟ ସମସ୍ୟାର ସମାଧାନରେ ବିଭିନ୍ନ ଅସୁବିଧା ଦେଖାଦେଉଥିଲା। ଏବେ ନୂତନ ଫାଣ୍ଡି ଅଧିକାରୀ ଯୋଗଦେବା ପରେ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଧିକ ସୁଦୃଢ଼ ହେବା ସହ ଅପରାଧିକ କାର୍ଯ୍ୟକଳାପ ଉପରେ ରୋକ୍ ଲାଗିପାରିବ ବୋଲି ସ୍ଥାନୀୟ ଜନସାଧାରଣ ଆଶା ପ୍ରକାଶ କରିଛନ୍ତି।