ଗୋଳା ନାଳ: ଡ୍ୟାମ୍‌ ପରିବର୍ତ୍ତେ ସଫେଇ ଚାଲିଛି

ନାଉଗାଁ,୨୮ା୮(ସୁଧା ବେହୁରା): ନାଉଗାଁ  ବ୍ଲକ ଅନ୍ତର୍ଗତ ଶିଖର ପଞ୍ଚାୟତର ଅଙ୍ଗେଶ୍ୱରପଡ଼ାରୁ ଗୋଳା ନାଳ ବାହାରି ଓଷକଣା, ଡେରିକି, କୋରୁଅ ପଞ୍ଚାୟତ ଦେଇ ଗାରୋଇ ନିକଟରେ ଗୋବରୀ ନଦୀରେ ମିଶିଛି। ଚଳିତ ଆର୍ଥତ୍କ ବର୍ଷରେ ଏହି ନାଳ ଖନନ ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ବର୍ତ୍ତମାନ ଏହି ନାଳ ଜଳରେ ପରିପୂର୍ଣ୍ଣ ରହିଛି। ତଥାପି ଏହା ଚାଷୀଙ୍କ କାମରେ ଲାଗୁନାହିଁ। ଏନେଇ ସେମାନେ ଅସନ୍ତୋଷବ୍ୟକ୍ତ କରିଛନ୍ତି।
ଚଳିତ ବର୍ଷ ବ୍ଲକରେ ଆଶାନୁପାତ ବର୍ଷା ହୋଇନାହିଁ। ଫଳରେ ଶ୍ରାବଣ ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ଚାଷୀ ଚାଷ କାର୍ଯ୍ୟ କରିପାରୁ ନାହିଁ। ଯେଉଁ ସବୁ ପଞ୍ଚାୟତରେ ନାଳ ଓ ଉଠା ଜଳ ସେଚନର ସୁବିଧା ରହିଛି ସେଠାରେ କାଁ ଭାଁ ଚାଷ କାର୍ଯ୍ୟ ଚାଲିଥିବାବେଳେ ଅଣ ଜଳସେଚିତ ଅଞ୍ଚଳରେ ଚାଷ କାର୍ଯ୍ୟ ଏକ ପ୍ରକାର ଠପ୍‌ ହୋଇଯାଇଛି । ସ୍ଥାନୀୟ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଗୋଳା ନାଳରେ ଏକ ଡ୍ୟାମ୍‌ ନିର୍ମାଣ କରିବା ପାଇଁ ସାମାଜିକ କର୍ମୀ ଉପେନ୍ଦ୍ର ବିଶ୍ୱାଳ ଓ ସ୍ଥାନୀୟ ଚାଷୀମାନେ କେନ୍ଦ୍ର ଜଳ ସଂରକ୍ଷଣ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ନାଉଗଁା ଗସ୍ତରେ ଆସିଥିବାବେଳେ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଗୁରୁତ୍ୱ ଦେଇ ଉକ୍ତ ନାଳ କାର୍ଯ୍ୟ କରିବାକୁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ବିଭାଗ ପକ୍ଷରୁ ଡ୍ୟାମ୍‌ ପରିବର୍ତ୍ତେ ସଫେଇ କାର୍ଯ୍ୟ ଜାରିରହିଛି। ଏଥିରେ କେବଳ ଠିକାଦାର ମାଲାମାଲ ହୋଇଥିବାବେଳେ ନାଳର କୌଣସି ଅଂଶ ଚାଷୀଙ୍କ କାର୍ଯ୍ୟରେ ଲାଗୁ ନାହିଁ ବୋଲି ସ୍ଥାନୀୟ ଚାଷୀ ମତବ୍ୟକ୍ତ କରିଛନ୍ତି। ଏହି ନାଳରେ ଡ୍ୟାମ୍‌ ନିର୍ମାଣ କରାଯାଇଥିଲେ ମରୁଡି ସମୟରେ ଖରିଫ ଓ ରବି ଋତୁରେ ଚାଷ କାର୍ଯ୍ୟ ହୋଇପାରିଥାନ୍ତା। ୩ ପଞ୍ଚାୟତବାସୀ ନାଳର ଜଳକୁ ବ୍ୟବହାର କରି ଚାଷ କାର୍ଯ୍ୟ କରିପାରିଥାନ୍ତେ।
ସୂଚନାଯୋଗ୍ୟ, ଏହି ନାଳର ଉପର ମୁଣ୍ଡ ବନ୍ଦ ରହିଛି ଓ ଶେଷ ମୁଣ୍ଡଟି ଖୋଲା ରହିଛି। ବିଭାଗ ପକ୍ଷରୁ ନାଳର ମାତ୍ର ୩୦ ମିଟର ଖୋଳିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଠିକାଦାର ଏଥିରେ ଚଞ୍ଚକତା କରି ନାଳର ମଝି ଭାଗର ଉଭୟ ପାର୍ଶ୍ୱରେ ୧୦ ଫୁଟ ଲେଖାଏ ଖୋଳିଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଖୋଳିଥିବା ମାଟିକୁ ସେହି ନାଳ ଉପରେ ପକାଇ ଦେଇଛନ୍ତି। ଫଳରେ ବର୍ଷା ପାଣିରେ ଉକ୍ତ ମାଟି ବୋହି ପୁନର୍ବାର ନାଳରେ ପଶୁଛି। ବିଭାଗ ତରଫରୁ ନାଳ ସଫେଇ ପାଇଁ ୧ କୋଟି ୮୮ ଲକ୍ଷ ୮୨ ହଜାର ବ୍ୟୟ ବରାଦ କରାଯାଇଥିବାବେଳେ ନାମକୁ ମାତ୍ର ସଫେଇ କରାଯାଇଛି। ଏହି ନାଳ ଖୋଳାରେ ବ୍ୟାପକ ଦୁର୍ନୀତି ହେବା ସହ ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ନ ରଖି ଅର୍ଥ ବ୍ୟୟ କରାଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଉପେନ୍ଦ୍ର ବିଶ୍ୱାଳ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି। ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉକ୍ତ ନାଳରେ ଡ୍ୟାମ୍‌ ନିର୍ମାଣ ପାଇଁ ସ୍ଥାନୀୟ ଚାଷୀ ନିରଞ୍ଜନ ସାହୁ, କାର୍ତ୍ତିକ ମୁଦୁଲି, ଆଶୁତୋଷ ପରିଡା ଓ ମହାଦେବ ସ୍ବାଇଁ ପ୍ରମୁଖ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ଦୀକ୍ଷିତଙ୍କୁ ପଚାରିବାରେ ନାଳ ସଫେଇ ପାଇଁ ଅର୍ଥ ବରାଦ କରାଯାଇଛି, ମାତ୍ର ଏପର୍ଯ୍ୟନ୍ତ କାର୍ଯ୍ୟ ସରିନାହିଁ। ପୁନର୍ବାର ଏହି କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri