ଗୋଳା ନାଳ: ଡ୍ୟାମ୍‌ ପରିବର୍ତ୍ତେ ସଫେଇ ଚାଲିଛି

ନାଉଗାଁ,୨୮ା୮(ସୁଧା ବେହୁରା): ନାଉଗାଁ  ବ୍ଲକ ଅନ୍ତର୍ଗତ ଶିଖର ପଞ୍ଚାୟତର ଅଙ୍ଗେଶ୍ୱରପଡ଼ାରୁ ଗୋଳା ନାଳ ବାହାରି ଓଷକଣା, ଡେରିକି, କୋରୁଅ ପଞ୍ଚାୟତ ଦେଇ ଗାରୋଇ ନିକଟରେ ଗୋବରୀ ନଦୀରେ ମିଶିଛି। ଚଳିତ ଆର୍ଥତ୍କ ବର୍ଷରେ ଏହି ନାଳ ଖନନ ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ବର୍ତ୍ତମାନ ଏହି ନାଳ ଜଳରେ ପରିପୂର୍ଣ୍ଣ ରହିଛି। ତଥାପି ଏହା ଚାଷୀଙ୍କ କାମରେ ଲାଗୁନାହିଁ। ଏନେଇ ସେମାନେ ଅସନ୍ତୋଷବ୍ୟକ୍ତ କରିଛନ୍ତି।
ଚଳିତ ବର୍ଷ ବ୍ଲକରେ ଆଶାନୁପାତ ବର୍ଷା ହୋଇନାହିଁ। ଫଳରେ ଶ୍ରାବଣ ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ଚାଷୀ ଚାଷ କାର୍ଯ୍ୟ କରିପାରୁ ନାହିଁ। ଯେଉଁ ସବୁ ପଞ୍ଚାୟତରେ ନାଳ ଓ ଉଠା ଜଳ ସେଚନର ସୁବିଧା ରହିଛି ସେଠାରେ କାଁ ଭାଁ ଚାଷ କାର୍ଯ୍ୟ ଚାଲିଥିବାବେଳେ ଅଣ ଜଳସେଚିତ ଅଞ୍ଚଳରେ ଚାଷ କାର୍ଯ୍ୟ ଏକ ପ୍ରକାର ଠପ୍‌ ହୋଇଯାଇଛି । ସ୍ଥାନୀୟ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଗୋଳା ନାଳରେ ଏକ ଡ୍ୟାମ୍‌ ନିର୍ମାଣ କରିବା ପାଇଁ ସାମାଜିକ କର୍ମୀ ଉପେନ୍ଦ୍ର ବିଶ୍ୱାଳ ଓ ସ୍ଥାନୀୟ ଚାଷୀମାନେ କେନ୍ଦ୍ର ଜଳ ସଂରକ୍ଷଣ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ନାଉଗଁା ଗସ୍ତରେ ଆସିଥିବାବେଳେ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଗୁରୁତ୍ୱ ଦେଇ ଉକ୍ତ ନାଳ କାର୍ଯ୍ୟ କରିବାକୁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ବିଭାଗ ପକ୍ଷରୁ ଡ୍ୟାମ୍‌ ପରିବର୍ତ୍ତେ ସଫେଇ କାର୍ଯ୍ୟ ଜାରିରହିଛି। ଏଥିରେ କେବଳ ଠିକାଦାର ମାଲାମାଲ ହୋଇଥିବାବେଳେ ନାଳର କୌଣସି ଅଂଶ ଚାଷୀଙ୍କ କାର୍ଯ୍ୟରେ ଲାଗୁ ନାହିଁ ବୋଲି ସ୍ଥାନୀୟ ଚାଷୀ ମତବ୍ୟକ୍ତ କରିଛନ୍ତି। ଏହି ନାଳରେ ଡ୍ୟାମ୍‌ ନିର୍ମାଣ କରାଯାଇଥିଲେ ମରୁଡି ସମୟରେ ଖରିଫ ଓ ରବି ଋତୁରେ ଚାଷ କାର୍ଯ୍ୟ ହୋଇପାରିଥାନ୍ତା। ୩ ପଞ୍ଚାୟତବାସୀ ନାଳର ଜଳକୁ ବ୍ୟବହାର କରି ଚାଷ କାର୍ଯ୍ୟ କରିପାରିଥାନ୍ତେ।
ସୂଚନାଯୋଗ୍ୟ, ଏହି ନାଳର ଉପର ମୁଣ୍ଡ ବନ୍ଦ ରହିଛି ଓ ଶେଷ ମୁଣ୍ଡଟି ଖୋଲା ରହିଛି। ବିଭାଗ ପକ୍ଷରୁ ନାଳର ମାତ୍ର ୩୦ ମିଟର ଖୋଳିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଠିକାଦାର ଏଥିରେ ଚଞ୍ଚକତା କରି ନାଳର ମଝି ଭାଗର ଉଭୟ ପାର୍ଶ୍ୱରେ ୧୦ ଫୁଟ ଲେଖାଏ ଖୋଳିଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଖୋଳିଥିବା ମାଟିକୁ ସେହି ନାଳ ଉପରେ ପକାଇ ଦେଇଛନ୍ତି। ଫଳରେ ବର୍ଷା ପାଣିରେ ଉକ୍ତ ମାଟି ବୋହି ପୁନର୍ବାର ନାଳରେ ପଶୁଛି। ବିଭାଗ ତରଫରୁ ନାଳ ସଫେଇ ପାଇଁ ୧ କୋଟି ୮୮ ଲକ୍ଷ ୮୨ ହଜାର ବ୍ୟୟ ବରାଦ କରାଯାଇଥିବାବେଳେ ନାମକୁ ମାତ୍ର ସଫେଇ କରାଯାଇଛି। ଏହି ନାଳ ଖୋଳାରେ ବ୍ୟାପକ ଦୁର୍ନୀତି ହେବା ସହ ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ନ ରଖି ଅର୍ଥ ବ୍ୟୟ କରାଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଉପେନ୍ଦ୍ର ବିଶ୍ୱାଳ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି। ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉକ୍ତ ନାଳରେ ଡ୍ୟାମ୍‌ ନିର୍ମାଣ ପାଇଁ ସ୍ଥାନୀୟ ଚାଷୀ ନିରଞ୍ଜନ ସାହୁ, କାର୍ତ୍ତିକ ମୁଦୁଲି, ଆଶୁତୋଷ ପରିଡା ଓ ମହାଦେବ ସ୍ବାଇଁ ପ୍ରମୁଖ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ଦୀକ୍ଷିତଙ୍କୁ ପଚାରିବାରେ ନାଳ ସଫେଇ ପାଇଁ ଅର୍ଥ ବରାଦ କରାଯାଇଛି, ମାତ୍ର ଏପର୍ଯ୍ୟନ୍ତ କାର୍ଯ୍ୟ ସରିନାହିଁ। ପୁନର୍ବାର ଏହି କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌: ପୁଣେରୁ ବାୟୋଲୋଜି ଅଧ୍ୟାପିକା ଗିରଫ

ନୂଆଦିଲ୍ଲୀ,୧୭ା୫(ପି.ଟି.):ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଶନିବାର ପୁଣେରୁ ଜଣେ ଜୀବବିଜ୍ଞାନ ଅଧ୍ୟାପିକାଙ୍କୁ ଗିରଫ କରିଛି। ଉକ୍ତ ଅଧ୍ୟାପିକା ମେ’…

ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ: ୨ଟି କୋଚ୍‌ରେ ଲାଗିଗଲା ନିଆଁ, ଭିତରେ ଥିଲେ…

ନୂଆଦିଲ୍ଲୀ,୧୭।୫: ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଦିଲ୍ଲୀ-ନିଜାମୁଦ୍ଦିନ ଯାଉଥିବା ଏହି ଟେନ ଦୁଇଟି କୋଚରେ ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି ହୋଇଛି। ରବିବାର ସକାଳେ ଏହି ଘଟଣା ଆଲୋଟ…

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଘରଭଡ଼ା ଦେଇ ନ ପାରି ସ୍ତ୍ରୀ, ଝିଅକୁ ବଳାତ୍କାର ପାଇଁ ଦେଲେ ଅନୁମତି

ମୋରବି (ଗୁଜରାଟ),୧୭ା୫: ଘରଭଡ଼ା ଶୁଝି ନ ପାରିବାରୁ ଜଣେ ଶ୍ରମିକ ତାଙ୍କ ସ୍ତ୍ରୀ ଓ ନାବାଳିକା ଝିଅକୁ ଯୌନ ଶୋଷଣ ପାଇଁ ଘରମାଲିକ(୫୫)ଙ୍କୁ ଅନୁମତି ଦେବା ଭଳି…

ସିବିଏସ୍‌ଇ: ନବମ ଶ୍ରେଣୀରେ ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୭ା୫(ପି.ଟି.): ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦କୁ ନେଇ ଦୀର୍ଘଦିନରୁ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏକ ବଡ଼ ପଦକ୍ଷେପ ନେଇଛି।…

ଆଜି ଓଡ଼ିଶା ଗସ୍ତରେ ନୀତିନ୍‌ ନବୀନ

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନୀତିନ୍‌ ନବୀନ ପ୍ରଥମ ଥର ଲାଗି ୨ ଦିନିଆ ଓଡ଼ିଶା ଗସ୍ତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri