Posted inଖେଳ

ମେଡ୍‌ଭେଡେଭ ବିଦା, କ୍ୱାର୍ଟରରେ ଗଫ୍‌

ନ୍ୟୁୟର୍କ, ୬।୯ :ଡିଫେଣ୍ଡିଂ ଚାମ୍ପିୟନ ତଥା ବିଶ୍ୱର ନମ୍ବର ଓ୍ବାନ୍‌ ଖେଳାଳି ଡାନିଲ ମେଡ୍‌ଭେଡେଭ ଚଳିତ ୟୁଏaସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସର ପ୍ରି-କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି। ଅନ୍ୟପକ୍ଷରେ ପ୍ରଥମଥର ପାଇଁ ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଆମେରିକାର କୋକୋ ଗଫ୍‌। ଦର୍ଶକଭରା ଆର୍ଥର ଆଶେ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ମ୍ୟାଚରେ ସେ ଚାଇନାର ଝାଙ୍ଗ୍‌ ଶୁଆଇଙ୍କୁ ପରାସ୍ତ କରିଛନ୍ତି। ଝାଙ୍ଗ୍‌ ଚ୍ୟାଲେଞ୍ଜ ଦେଇଥିଲେ ହେଁ ଶେଷରେ ଗଫ ୭-୫, ୭-୫ ସେଟ୍‌ରେ ବିଜୟୀ ହୋଇଥିଲେ। ୧୮ ବର୍ଷୀୟ ଏହି ଫ୍ଲୋରିଡ଼ା ଟେନିସ ତାରକା ବିଜୟୀ ହେବା ପରେ ଶୂନ୍ୟରେ ମୁଥ ମାରିବା ସହ ପରିହାସ ଛଳରେ ଅଙ୍ଗୁଳି ଦେଖାଇଥିଲେ। ଏଥିରେ ଉତ୍ସାହିତ ହୋଇ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ଏତେ ଜୋରରେ କୋଳାହଳ କରିଥିଲେ ଯେ, ଝାଙ୍ଗ୍‌ ଦୁଇ କାନକୁ ହାତରେ ବନ୍ଦ କରି ଦେଇଥିଲେ। ଗତ ଜୁନ୍‌ରେ ଫ୍ରେଞ୍ଚ୍‌ ଓପନ ରନର-ଅପ୍‌ ହୋଇଥିବା ଗଫ୍‌ ଆମେରିକାର ଦ୍ୱିତୀୟ ସର୍ବକନିଷ୍ଠ ଖେଳାଳି ଭାବେ ୟୁଏସ୍‌ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୦୯ରେ ୧୭ ବର୍ଷୀୟ ମେଲାନି ଓଡିନ ୟୁଏସ୍‌ ଓପନ କ୍ୱାର୍ଟରଫାଇନାଲ ଖେଳିଥିଲେ। ୧୨ତମ ସିଡ୍‌ ଗଫ୍‌ କ୍ୱାର୍ଟର ଫାଇନାଲରେ ବିଶ୍ୱର ୧୭ ନମ୍ବର ଖେଳାଳି ଫ୍ରାନ୍ସର କାରୋଲିନ ଗାର୍ସିଆଙ୍କୁ ଭେଟିବେ। ସିନ୍‌ସିନାଟି ହାର୍ଡକୋର୍ଟ ଟାଇଟଲ ଜିତି ଏଠାକୁ ଆସିଥିବା ଗାର୍ସିଆ ୨୯ ନମ୍ବର ଖେଳାଳି ଆମେରିକାର ଆଲିସନ ରିସ୍କେ-ଅମୃତରାଜଙ୍କୁ ୬-୪, ୬-୧ ସେଟ୍‌ରେ ପରାସ୍ତ କରିଥିଲେ। ତୃତୀୟ ରାଉଣ୍ଡରେ ସେରେନା ଓ୍ବିଲିୟମ୍ସଙ୍କୁ ପରାସ୍ତ କରିଥିବା ଆଜଲା ଟୋମଲଜାନୋଭିକ୍‌ କ୍ୱାର୍ଟର ଫାଇନାଲରେ ୫ ନମ୍ବର ଖେଳାଳି ଓ୍ବିମ୍ବେଲଡନ ରନର-ଅପ୍‌ ଓନ୍ସ ଜାବେଉରଙ୍କୁ ଭେଟିବେ। ଟୋମଲଜାନୋଭିକ୍‌ ୭-୬ (୮), ୬-୧ ସେଟ୍‌ରେ ଲିଉଡମିଲା ସାମ୍‌ସୋନୋଭା ଏବଂ ଜାବେଉର ୧୮ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ଭେରୋନିକା କିଦରମେଟୋଭାଙ୍କୁ ୭-୬ (୧), ୬-୪ ସେଟ୍‌ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ୨୯ ବର୍ଷୀୟ ଅଷ୍ଟ୍ରେଲିଆନ ଟୋମଲଜାନୋଭିକ୍‌ ତୃତୀୟ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମର କ୍ୱାର୍ଟର ଫାଇନାଲ ଖେଳିବାକୁ ଯାଉଛନ୍ତି।
ବିପର୍ଯ୍ୟୟ ଘଟାଇଲେ କିର୍ଗିଅସ
ଗତଥର ଟାଇଟଲ ହାସଲ କରିଥିବା ରୁଷିଆର ମେଡ୍‌ଭେଡେଭଙ୍କ ଅଭିଯାନ ଏଥର ପୁରୁଷ ସିଙ୍ଗଲ୍ସର ରାଉଣ୍ଡ ଅଫ୍‌ ୧୬ରୁ ଶେଷ ହୋଇଛି। ୨୩ତମ ସିଡ୍‌ ନିକ୍‌ କିର୍ଗିଅସ ୭-୬ (୧୧), ୩-୬, ୬-୩, ୬-୨ ସେଟ୍‌ରେ ମେଡ୍‌ଭେଡେଭଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ଏକ ହାଇ କ୍ୱାଲିଟି ମ୍ୟାଚରେ ଅଷ୍ଟ୍ରେଲିଆର କିର୍ଗିଅସ ନିଜର ପାରମ୍ପରିକ ବ୍ୟବହାର ପାଇଁ ଚେତାବନୀ ପାଇଥିଲେ ହେଁ ଶେଷରେ ବିଜୟୀ ହେବାରେ ସକ୍ଷମ ହୋଇଥିଲେ। କ୍ୱାର୍ଟର ଫାଇନାଲରେ ସେ ୨୭ ନମ୍ବର ଖେଳାଳି କାରେନ ଖାଚାନୋଭଙ୍କୁ ଭେଟିବେ। ଅନ୍ୟଏକ ପୁରୁଷ ସିଙ୍ଗଲ୍ସ ମ୍ୟାଚରେ ଖାଚାନୋଭ ୪-୬, ୬-୩, ୬-୧, ୪-୬, ୬-୩ ସେଟ୍‌ରେ ସ୍ପେନର ପାବ୍‌ଲୋ କାରେନୋ ବୁଷ୍ଟାଙ୍କୁ ହରାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri