ଗୋଡ଼ାଣିଆ ଇସି

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଇତିହାସ ଦେଖିଲେ ହିଂସା ବହୁ ବର୍ଷ ଧରି ସେଠାକାର ରାଜନୀତିର ଏକ ଅଂଶ ହୋଇ ରହିଆସିଛି। କିନ୍ତୁ ୨୦୨୧ ବିଧାନସଭା ନିର୍ବାଚନରେ ଯେଭଳି କାଣ୍ଡ ଘଟୁଛି ତାହା ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ କଳୁଷିତ କରିଦେଲାଣି। ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ୫ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଛି। ସେଥିରୁ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଗୁଳିରେ ୪ ଜଣ ପ୍ରାଣ ହରାଇଛନ୍ତି ଏବଂ ରାଜନୈତିକ ହିଂସାକାଣ୍ଡରେ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରୀୟ ବାହିନୀ ପକ୍ଷରୁ ସଫେଇ ଦିଆଯାଇଛି ଯେ, ସ୍ଥାନୀୟ ଲୋକ ସେମାନଙ୍କଠାରୁ ବନ୍ଧୁକ ଛଡ଼ାଇବା ପାଇଁ ଉଦ୍ୟମ କରିବାରୁ ଆତ୍ମରକ୍ଷା ଲାଗି ଗୁଳି ଚଳାଇବାକୁ ପଡ଼ିଲା। ଅନ୍ୟପକ୍ଷରେ ଭାଜପା ଜାଣିଶୁଣି ତାଙ୍କ ସମର୍ଥକଙ୍କୁ ଦବାଇ ଦେବା ସକାଶେ ଏଭଳି ଭୟଙ୍କର ସ୍ଥିତି ସୃଷ୍ଟି କରିଛି ବୋଲି ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ, ମମତା କେନ୍ଦ୍ରୀୟ ବାହିନୀକୁ ଘେରାଉ କରିବା ପାଇଁ ପୂର୍ବରୁ କାଳେ ଡାକରା ଦେଇଥିଲେ।
ଉପରଲିଖିତ ଘଟଣାକ୍ରମ ଦେଖିଲେ ଭାଜପା ଓ ତୃଣମୂଳ କଂଗ୍ରେସ ବିବାଦ ୨୦୧୯ ସାଧାରଣ ନିର୍ବାଚନଠାରୁ ଅଧିକ ଘନୀଭୂତ ହୋଇଛି। ତୃଣମୂଳ କଂଗ୍ରେସ ଶାସିତ ପଶ୍ଚିମବଙ୍ଗରେ ପଶି ଭାଜପା ସେହି ସାଧାରଣ ନିର୍ବାଚନରେ ୨୦୧୪ ନିର୍ବାଚନ ତୁଳନାରେ ଅଧିକ ଲୋକ ସଭା ଆସନ ପାଇବାରେ ସକ୍ଷମ ହୋଇଥିଲା। ତେଣୁ ଏହି ବିଧାନସଭା ନିର୍ବାଚନରେ ଅଧିକ ଆସନ ପାଇ ସରକାର ଗଢ଼ିବା ଲକ୍ଷ୍ୟରେ ଭାଜପା ଜୋରଦାର ପ୍ରୟାସ କରୁଛି। ଏହି କାର୍ଯ୍ୟରେ ସହାୟତା କରିବା ଲାଗି ନିର୍ବାଚନ କମିଶନ (ଇସି)କୁ ଖୋଲାଖୋଲି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଇସି ହେଉଛି ଏକ ନିରପେକ୍ଷ ସାମ୍ବିଧାନିକ ସଂସ୍ଥା। ଏହାର ଅନ୍ତର୍ଜାତୀୟ ଖ୍ୟାତି ରହିଥିଲା। ଆଜିର ସ୍ଥିତି ଦେଖିଲେ ଏହା କେନ୍ଦ୍ର ସରକାରଙ୍କ ଗୋଡ଼ାଣିଆ ପାଲଟି ଯାଇଛି। ଏହାର ସଦ୍ୟ ଉଦାହରଣ ହେଉଛି ୧୨ ମାର୍ଚ୍ଚ ରାତି ୮ଟାରୁ ୧୩ ମାର୍ଚ୍ଚ ରାତି ୮ ଯାଏ ମମତା ବାନାର୍ଜୀଙ୍କୁ ଇସି ନିର୍ବାଚନ ପ୍ରଚାରରୁ ବାଦ୍‌ ଦେଇଦେଇଛନ୍ତି। କେନ୍ଦ୍ରୀୟ ସୁରକ୍ଷା ବଳ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କୁ ୨୪ ଘଣ୍ଟା ସକାଶେ ନିର୍ବାଚନ ପ୍ରଚାରରୁ ବାଦ୍‌ ଦିଆଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଲେ ଯେ, ମମତା ଉସୁକାଇବା ଯୋଗୁ ଗୁଳିଚାଳନା ଘଟିଲା। ତା’ର ଅର୍ଥ ହେଲା କେନ୍ଦ୍ରୀୟ ବାହିନୀ ସଂଯତ ରହିବା ପରିବର୍ତ୍ତେ ପ୍ରତିଶୋଧ ନେଲା। ଏହା ବ୍ୟତୀତ ମମତା କେବଳ ଭାଷଣରେ କେନ୍ଦ୍ରୀୟ ବାହିନୀ ବିରୋଧରେ କହିଥିବା ବେଳେ ରାଜ୍ୟର ମୁଖ୍ୟ ଦଳର ଅଧିନାୟିକା ଭାବେ ତାଙ୍କୁ ୨୪ ଘଣ୍ଟା ପ୍ରଚାରରୁ ବସିବା ପାଇଁ ଦିଆଯିବା ଫଳରେ ଇସି ଗଣତନ୍ତ୍ରର କ୍ଷତି ପହଞ୍ଚାଇଛନ୍ତି ବୋଲି କୁହାଯାଇପାରିବ। ଅନ୍ୟପକ୍ଷରେ ଅମିତ ଶାହା ଶୋଭାଯାତ୍ରାରେ ନିର୍ଦ୍ଧାରିତ ଗାଡ଼ି ସଂଖ୍ୟାଠାରୁ ଯଥେଷ୍ଟ ଅଧିକ ବ୍ୟବହାର କରୁଥିଲେ ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ସେହିପରି ପଶ୍ଚିମବଙ୍ଗରେ ଜାଣିଶୁଣି ଇସି ୮ ପର୍ଯ୍ୟାୟରେ ମତଦାନ କରିବାର ତାରିଖ ଘୋଷଣା କରିଥିଲେ। ଏପରି କି ଗୋଟିଏ ଜିଲାର ଏକ ପାଖରେ ଭୋଟଗ୍ରହଣ ଚାଲିଥିଲା ବେଳେ ଅପରପଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଷଣ ଦେଉଥିବା ଦେଖିବାକୁ ମିଳିଛି। ଏଥିରୁ ଇସିଙ୍କ ସମର୍ଥନ ଭାଜପା ପ୍ରତି ପ୍ରବଳମାତ୍ରାରେ ରହିଥିବା ବୁଝାପଡ଼ିଯାଉଛି। କୁହାଯାଇପାରେ ଯେ, ଗୋଟିଏ ସଂସ୍ଥାରେ ଜଣେ ଭଲ ଲୋକ ରହିଲେ ସେହି ସଂସ୍ଥା ଉଚିତ କାମ କରିଥାଏ। ଯଦି ସେହି ପଦବୀରେ ଗୋଡ଼ାଣିଆ ବ୍ୟକ୍ତି ବସିଯାଉଛନ୍ତି ତାଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ସଂସ୍ଥା ତା’ର ମୌଳିକତା ହରାଇ ଧ୍ୱଂସ ପାଇଯାଉଛି। ଏବେ ଇସିଙ୍କ କ୍ଷେତ୍ରରେ ସେଭଳି ସ୍ଥିତି ଦେଖାଦେଇଛି। ଏଥିସହିତ କେନ୍ଦ୍ରୀୟ ପୋଲିସ ବଳ ମୁତୟନ ହୋଇଥିବା ସ୍ଥାନରେ ଯେଉଁ ନିରପେକ୍ଷତା ଆଶା କରାଯାଇଥାଏ, ତା’ର ବ୍ୟତିକ୍ରମ ସବୁବେଳେ ଦେଖିବାକୁ ମିଳେ। କୌଣସି ରାଜ୍ୟ ବିଧାନସଭା ନିର୍ବାଚନରେ କେନ୍ଦ୍ରୀୟ ପୋଲିସ ମୁତୟନ ହେଲେ ତାହାର ଅଫିସରମାନଙ୍କୁ କେନ୍ଦ୍ରରେ ଶାସନ କରୁଥିବା ଦଳ ନିଜ ସପକ୍ଷରେ ବ୍ୟବହାର କରିଥାଏ। ଅନ୍ୟପଟେ ସେହି କେନ୍ଦ୍ରୀୟ ବାହିନୀ ପାର୍ଲାମେଣ୍ଟ ସାଧାରଣ ନିର୍ବାଚନରେ ମୁତୟନ ହେଲେ ତାହାର କାର୍ଯ୍ୟ ସମ୍ପୂର୍ଣ୍ଣ ଭିନ୍ନ ଅର୍ଥାତ୍‌ ସେମାନେ କୌଣସି ରାଜନୈତିକ ପ୍ରକ୍ରିୟାରେ ସମ୍ପୃକ୍ତ ହୁଅନ୍ତି ନାହିଁ। ଏଥିରୁ ବୁଝିବାକୁ ହେବ ଯେ ପଶ୍ଚିମବଙ୍ଗ ନିର୍ବାଚନ ପରିଚାଳନାରେ ନିର୍ବାଚନ କମିଶନଙ୍କ ପ୍ରବଳ ଭାବମୂର୍ତ୍ତି କ୍ଷୁଣ୍ଣ ହେବା ସହିତ କେନ୍ଦ୍ରୀୟ ପୋଲିସ ବାହିନୀଗୁଡ଼ିକର ନିରପେକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି। ଏହା ଯୋଗୁ ଭବିଷ୍ୟତରେ ଏହିସବୁ ସଂସ୍ଥାର କାର୍ଯ୍ୟଦକ୍ଷତା ହ୍ରାସ ପାଇବା ସୁନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

ବିଜ୍ଞାନର ଆଧ୍ୟାତ୍ମିକତା

ଅନେକ ଶତାବ୍ଦୀ ଧରି ମାନବ ସଭ୍ୟତା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଦୁଇଟି ପରସ୍ପର ବିରୋଧୀ ମାର୍ଗ ଭାବରେ ଦେଖିଆସିଛି। ଗୋଟିଏ ପଟେ ବିଜ୍ଞାନ, ଯାହା ପ୍ରମାଣ, ପରୀକ୍ଷା,…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?