ଗୋଡ଼ାଣିଆ ଇସି

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଇତିହାସ ଦେଖିଲେ ହିଂସା ବହୁ ବର୍ଷ ଧରି ସେଠାକାର ରାଜନୀତିର ଏକ ଅଂଶ ହୋଇ ରହିଆସିଛି। କିନ୍ତୁ ୨୦୨୧ ବିଧାନସଭା ନିର୍ବାଚନରେ ଯେଭଳି କାଣ୍ଡ ଘଟୁଛି ତାହା ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ କଳୁଷିତ କରିଦେଲାଣି। ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ୫ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଛି। ସେଥିରୁ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଗୁଳିରେ ୪ ଜଣ ପ୍ରାଣ ହରାଇଛନ୍ତି ଏବଂ ରାଜନୈତିକ ହିଂସାକାଣ୍ଡରେ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରୀୟ ବାହିନୀ ପକ୍ଷରୁ ସଫେଇ ଦିଆଯାଇଛି ଯେ, ସ୍ଥାନୀୟ ଲୋକ ସେମାନଙ୍କଠାରୁ ବନ୍ଧୁକ ଛଡ଼ାଇବା ପାଇଁ ଉଦ୍ୟମ କରିବାରୁ ଆତ୍ମରକ୍ଷା ଲାଗି ଗୁଳି ଚଳାଇବାକୁ ପଡ଼ିଲା। ଅନ୍ୟପକ୍ଷରେ ଭାଜପା ଜାଣିଶୁଣି ତାଙ୍କ ସମର୍ଥକଙ୍କୁ ଦବାଇ ଦେବା ସକାଶେ ଏଭଳି ଭୟଙ୍କର ସ୍ଥିତି ସୃଷ୍ଟି କରିଛି ବୋଲି ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ, ମମତା କେନ୍ଦ୍ରୀୟ ବାହିନୀକୁ ଘେରାଉ କରିବା ପାଇଁ ପୂର୍ବରୁ କାଳେ ଡାକରା ଦେଇଥିଲେ।
ଉପରଲିଖିତ ଘଟଣାକ୍ରମ ଦେଖିଲେ ଭାଜପା ଓ ତୃଣମୂଳ କଂଗ୍ରେସ ବିବାଦ ୨୦୧୯ ସାଧାରଣ ନିର୍ବାଚନଠାରୁ ଅଧିକ ଘନୀଭୂତ ହୋଇଛି। ତୃଣମୂଳ କଂଗ୍ରେସ ଶାସିତ ପଶ୍ଚିମବଙ୍ଗରେ ପଶି ଭାଜପା ସେହି ସାଧାରଣ ନିର୍ବାଚନରେ ୨୦୧୪ ନିର୍ବାଚନ ତୁଳନାରେ ଅଧିକ ଲୋକ ସଭା ଆସନ ପାଇବାରେ ସକ୍ଷମ ହୋଇଥିଲା। ତେଣୁ ଏହି ବିଧାନସଭା ନିର୍ବାଚନରେ ଅଧିକ ଆସନ ପାଇ ସରକାର ଗଢ଼ିବା ଲକ୍ଷ୍ୟରେ ଭାଜପା ଜୋରଦାର ପ୍ରୟାସ କରୁଛି। ଏହି କାର୍ଯ୍ୟରେ ସହାୟତା କରିବା ଲାଗି ନିର୍ବାଚନ କମିଶନ (ଇସି)କୁ ଖୋଲାଖୋଲି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଇସି ହେଉଛି ଏକ ନିରପେକ୍ଷ ସାମ୍ବିଧାନିକ ସଂସ୍ଥା। ଏହାର ଅନ୍ତର୍ଜାତୀୟ ଖ୍ୟାତି ରହିଥିଲା। ଆଜିର ସ୍ଥିତି ଦେଖିଲେ ଏହା କେନ୍ଦ୍ର ସରକାରଙ୍କ ଗୋଡ଼ାଣିଆ ପାଲଟି ଯାଇଛି। ଏହାର ସଦ୍ୟ ଉଦାହରଣ ହେଉଛି ୧୨ ମାର୍ଚ୍ଚ ରାତି ୮ଟାରୁ ୧୩ ମାର୍ଚ୍ଚ ରାତି ୮ ଯାଏ ମମତା ବାନାର୍ଜୀଙ୍କୁ ଇସି ନିର୍ବାଚନ ପ୍ରଚାରରୁ ବାଦ୍‌ ଦେଇଦେଇଛନ୍ତି। କେନ୍ଦ୍ରୀୟ ସୁରକ୍ଷା ବଳ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କୁ ୨୪ ଘଣ୍ଟା ସକାଶେ ନିର୍ବାଚନ ପ୍ରଚାରରୁ ବାଦ୍‌ ଦିଆଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଲେ ଯେ, ମମତା ଉସୁକାଇବା ଯୋଗୁ ଗୁଳିଚାଳନା ଘଟିଲା। ତା’ର ଅର୍ଥ ହେଲା କେନ୍ଦ୍ରୀୟ ବାହିନୀ ସଂଯତ ରହିବା ପରିବର୍ତ୍ତେ ପ୍ରତିଶୋଧ ନେଲା। ଏହା ବ୍ୟତୀତ ମମତା କେବଳ ଭାଷଣରେ କେନ୍ଦ୍ରୀୟ ବାହିନୀ ବିରୋଧରେ କହିଥିବା ବେଳେ ରାଜ୍ୟର ମୁଖ୍ୟ ଦଳର ଅଧିନାୟିକା ଭାବେ ତାଙ୍କୁ ୨୪ ଘଣ୍ଟା ପ୍ରଚାରରୁ ବସିବା ପାଇଁ ଦିଆଯିବା ଫଳରେ ଇସି ଗଣତନ୍ତ୍ରର କ୍ଷତି ପହଞ୍ଚାଇଛନ୍ତି ବୋଲି କୁହାଯାଇପାରିବ। ଅନ୍ୟପକ୍ଷରେ ଅମିତ ଶାହା ଶୋଭାଯାତ୍ରାରେ ନିର୍ଦ୍ଧାରିତ ଗାଡ଼ି ସଂଖ୍ୟାଠାରୁ ଯଥେଷ୍ଟ ଅଧିକ ବ୍ୟବହାର କରୁଥିଲେ ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ସେହିପରି ପଶ୍ଚିମବଙ୍ଗରେ ଜାଣିଶୁଣି ଇସି ୮ ପର୍ଯ୍ୟାୟରେ ମତଦାନ କରିବାର ତାରିଖ ଘୋଷଣା କରିଥିଲେ। ଏପରି କି ଗୋଟିଏ ଜିଲାର ଏକ ପାଖରେ ଭୋଟଗ୍ରହଣ ଚାଲିଥିଲା ବେଳେ ଅପରପଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଷଣ ଦେଉଥିବା ଦେଖିବାକୁ ମିଳିଛି। ଏଥିରୁ ଇସିଙ୍କ ସମର୍ଥନ ଭାଜପା ପ୍ରତି ପ୍ରବଳମାତ୍ରାରେ ରହିଥିବା ବୁଝାପଡ଼ିଯାଉଛି। କୁହାଯାଇପାରେ ଯେ, ଗୋଟିଏ ସଂସ୍ଥାରେ ଜଣେ ଭଲ ଲୋକ ରହିଲେ ସେହି ସଂସ୍ଥା ଉଚିତ କାମ କରିଥାଏ। ଯଦି ସେହି ପଦବୀରେ ଗୋଡ଼ାଣିଆ ବ୍ୟକ୍ତି ବସିଯାଉଛନ୍ତି ତାଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ସଂସ୍ଥା ତା’ର ମୌଳିକତା ହରାଇ ଧ୍ୱଂସ ପାଇଯାଉଛି। ଏବେ ଇସିଙ୍କ କ୍ଷେତ୍ରରେ ସେଭଳି ସ୍ଥିତି ଦେଖାଦେଇଛି। ଏଥିସହିତ କେନ୍ଦ୍ରୀୟ ପୋଲିସ ବଳ ମୁତୟନ ହୋଇଥିବା ସ୍ଥାନରେ ଯେଉଁ ନିରପେକ୍ଷତା ଆଶା କରାଯାଇଥାଏ, ତା’ର ବ୍ୟତିକ୍ରମ ସବୁବେଳେ ଦେଖିବାକୁ ମିଳେ। କୌଣସି ରାଜ୍ୟ ବିଧାନସଭା ନିର୍ବାଚନରେ କେନ୍ଦ୍ରୀୟ ପୋଲିସ ମୁତୟନ ହେଲେ ତାହାର ଅଫିସରମାନଙ୍କୁ କେନ୍ଦ୍ରରେ ଶାସନ କରୁଥିବା ଦଳ ନିଜ ସପକ୍ଷରେ ବ୍ୟବହାର କରିଥାଏ। ଅନ୍ୟପଟେ ସେହି କେନ୍ଦ୍ରୀୟ ବାହିନୀ ପାର୍ଲାମେଣ୍ଟ ସାଧାରଣ ନିର୍ବାଚନରେ ମୁତୟନ ହେଲେ ତାହାର କାର୍ଯ୍ୟ ସମ୍ପୂର୍ଣ୍ଣ ଭିନ୍ନ ଅର୍ଥାତ୍‌ ସେମାନେ କୌଣସି ରାଜନୈତିକ ପ୍ରକ୍ରିୟାରେ ସମ୍ପୃକ୍ତ ହୁଅନ୍ତି ନାହିଁ। ଏଥିରୁ ବୁଝିବାକୁ ହେବ ଯେ ପଶ୍ଚିମବଙ୍ଗ ନିର୍ବାଚନ ପରିଚାଳନାରେ ନିର୍ବାଚନ କମିଶନଙ୍କ ପ୍ରବଳ ଭାବମୂର୍ତ୍ତି କ୍ଷୁଣ୍ଣ ହେବା ସହିତ କେନ୍ଦ୍ରୀୟ ପୋଲିସ ବାହିନୀଗୁଡ଼ିକର ନିରପେକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି। ଏହା ଯୋଗୁ ଭବିଷ୍ୟତରେ ଏହିସବୁ ସଂସ୍ଥାର କାର୍ଯ୍ୟଦକ୍ଷତା ହ୍ରାସ ପାଇବା ସୁନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri