Posted inଜାତୀୟ

ଆଇନ ପ୍ରତ୍ୟାହାର ପାଇଁ ସୁପ୍ରିମକୋର୍ଟ ଯାଅ

ନୂଆଦିଲ୍ଲୀ, ୫।୧(ପି.ଟି.): କେନ୍ଦ୍ର ସରକାର ଆଣିଥିବା ୩ କୃଷି ଆଇନ ପ୍ରତ୍ୟାହାର ହେବନି। ସେଗୁଡ଼ିକର ପ୍ରତ୍ୟାହାର ଚାହୁଁଥିଲେ ଚାଷୀ ସୁପ୍ରିମକୋର୍ଟ ଯାଆନ୍ତୁ। ସୋମବାର ଆଲୋଚନା ବେଳେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏଭଳି କହିଥିବା କିଷାନ ମଜଦୁର ସଂଘର୍ଷ କମିଟି ନେତା ସରଓ୍ବାନ ସିଂ ପାନ୍ଧେର ସୂଚନା ଦେଇଛନ୍ତି। ଆଇନ ପ୍ରତ୍ୟାହାର ଦାବିରେ କୃଷକନେତାମାନେ ଅଡ଼ି ବସିଥିବାବେଳେ ସରକାର ଏଥିରେ ରାଜି ନ ହେବାରୁ ସପ୍ତମ ପର୍ଯ୍ୟାୟ ଆଲୋଚନା ମଧ୍ୟ ବିନା ନିଷ୍କର୍ଷରେ ଶେଷ ହୋଇଛି। ଆଇନ ନ ହଟିବା ପର୍ଯ୍ୟନ୍ତ ଆନ୍ଦୋଳନ ପ୍ରତ୍ୟାହାର ହେବନି ବୋଲି କୃଷକ ପ୍ରତିନିଧିମାନେ ରୋକ୍‌ଠୋକ୍‌ ଶୁଣାଇଥିଲେ। ଫଳରେ ୮ ତାରିଖରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ଥିର ହୋଇଛି। ସମାଧାନରେ ପହଞ୍ଚତ୍ବା ପାଇଁ ଉଭୟ ପକ୍ଷର ଉଦ୍ୟମ ଆବଶ୍ୟକ ବୋଲି କୃଷିମନ୍ତ୍ରୀ କହିଛନ୍ତି।
ଦିଲ୍ଲୀ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ସପ୍ତମ ପର୍ଯ୍ୟାୟ ବୈଠକରେ ସରକାରଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ତୋମାର, ପୀୟୂଷ ଗୋୟଲ ଏବଂ ସୋମ ପ୍ରକାଶ ଯୋଗଦେଇଥିବାବେଳେ ଚାଷୀ ସଂଗଠନରୁ ୪୧ ଜଣ ପ୍ରତିନିଧି ଉପସ୍ଥିତ ଥିଲେ। ଦେଶର କୃଷି ସେକ୍ଟରର ଅଭିବୃଦ୍ଧିରେ ନୂଆ ଆଇନ କିଭଳି ସହାୟକ ହେବ ତାହାର ଏକ ତାଲିକା ସରକାରଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିଲା। ଆଇନର ପ୍ରତି ଧାରା ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ। ସେଥିରେ କୌଣସି ଆପତ୍ତିଜନକ ପ୍ରସଙ୍ଗ ଥିଲେ ଜଣାଇବାକୁ ମନ୍ତ୍ରୀମାନେ ଚାଷୀ ପ୍ରତିନିଧିଙ୍କୁ କହିଥିଲେ। ତେବେ ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ନେତାମାନେ ଅଟଳ ରହିବାରୁ କୌଣସି ନିଷ୍କର୍ଷ ବାହାରିପାରିଲାନି ବୋଲି ତୋମାର କହିଛନ୍ତି। ଅନ୍ୟପକ୍ଷରେ ସୋମବାର ଆଲୋଚନା ବିଫଳ ହେବା ଲାଗି ଚାଷୀ ନେତାମାନେ ସରକାରଙ୍କୁ ଦୋଷ ଦେଇଛନ୍ତି। ସମାଧାନ ରାସ୍ତାରେ ସରକାରଙ୍କ ଅହଂକାର ପ୍ରତିବନ୍ଧକ ସୃଷ୍ଟି କଲା ବୋଲି ସେମାନେ କହିଛନ୍ତି।
ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନଗତ ଗ୍ୟାରେଣ୍ଟି ଦାବି ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତାବ ଦେଇଥିଲେ।
କିନ୍ତୁ କୃଷକ ସଂଗଠନଗୁଡ଼ିକ ପ୍ରଥମରୁ ଆଇନ ପ୍ରତ୍ୟାହାର ଦାବି ଉପରେ ଆଲୋଚନା ଚାହିଁଥିଲେ। ଆଇନ ପ୍ରତ୍ୟାହାର ଦାବି ପୂରଣ ନ
ହେଲେ ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀକୁ ଟ୍ରାକ୍ଟର ରାଲି ହେବ ବୋଲି କୃଷକ ନେତାମାନେ ଚେତାବନୀ ଦେଇଥିଲେ। ଅନ୍ୟପକ୍ଷରେ ତୋମାର କହିଥିଲେ, ଅନ୍ୟ ରାଜ୍ୟଗୁଡ଼ିକର କୃଷକ ସଂଗଠନ ପ୍ରତିନିଧିମାନଙ୍କ ସହ ଆଇନ ଉପରେ ଆଲୋଚନା ହେବ। ଆଇନର ପ୍ରତି ଧାରା ଉପରେ ଆଲୋଚନା ପାଇଁ ଓ କୌଣସି ଆପତ୍ତି ଥିଲେ ତାହାର ଆବଶ୍ୟକ ସଂଶୋଧନ ଲାଗି ସରକାର ପ୍ରସ୍ତୁତ ବୋଲି କୃଷିମନ୍ତ୍ରୀ କହିଥିଲେ।
ଆଲୋଚନା ମଝିରେ ମଧ୍ୟାହ୍ନ ଭୋଜନ ବିରତି ହୋଇଥିଲା। ତେବେ ମନ୍ତ୍ରୀମାନଙ୍କ ସହ ଏକାଠି ଭୋଜନ କରିବାକୁ ଚାଷୀନେତା ମନା କରିଦେଇଥିଲେ। ଆପଣମାନେ ନିଜ ଖାଦ୍ୟ ଖାଆନ୍ତୁ, ଆମେ ଆମ ଖାଦ୍ୟ ଖାଇବୁ ବୋଲି କୃଷକ ପ୍ରତିନିଧିମାନେ କହିଥିଲେ। ଅପରାହ୍ନ ୫ଟା ୧୫ରେ ପୁଣିଥରେ ଆଲୋଚନା ଆରମ୍ଭ ହୋଇଥିଲା। ସମାଧାନର ସୂତ୍ର ନ ବାହାରିବାରୁ ଶୁକ୍ରବାର ପୁଣିଥରେ ବୈଠକ ବସିବାକୁ ସ୍ଥିର ହୋଇଥିଲା। ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ଚାଷୀ ନେତାମାନେ ମଙ୍ଗଳବାର ପରସ୍ପର ମଧ୍ୟରେ ଆଲୋଚନା କରିବେ ବୋଲି କହିଛନ୍ତି।
ବିବାଦୀୟ କୃଷି ଆଇନ ବିରୋଧରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶରୁ ହଜାର ହଜାର ଚାଷୀ ୪୦ ଦିନ ହେଲା ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରଖିଛନ୍ତି। ପ୍ରବଳ ଶୀତ, ଏପରିକି ଦୁଇଦିନ ହେଲା ପ୍ରବଳ ବର୍ଷା ସତ୍ତ୍ୱେ ଚାଷୀମାନେ ଆନ୍ଦୋଳନ ସ୍ଥଳ ଛାଡ଼ିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri