ଗୋ ଶ୍ରଦ୍ଧା ଯୋଜନା ଫେଲ୍‌, ରାସ୍ତାରେ ଗୋରୁ

ସୋନପୁର,୨୯।୪(ନି.ପ୍ର.): ସୁବର୍ଣ୍ଣପୁର ପୌର ପ୍ରଶାସନ ପକ୍ଷରୁ ୨୦୨୧ ଅଗଷ୍ଟ ୧୬ ତାରିଖଠାରୁ ସହରରେ ଆରମ୍ଭ ହୋଇଥିଲା ଗୋ ଶ୍ରଦ୍ଧା କାର୍ଯ୍ୟକ୍ରମ। ରାସ୍ତା ଉପରେ ବୁଲୁଥିବା ଗାଇଗୋରୁଙ୍କୁ କୋଲପଡା ସ୍ଥିତ କାଞ୍ଜିଆହୁଦାରେ ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାକ୍ତନ ଜିଲାପାଳ ଅବୋଲି ସୁନିଲ ନରଓ୍ବଣେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଠିକ୍‌ ଠାକ୍‌ ଚାଲିଥିଲା। ମାତ୍ର କିଛି ମାସ ହେଲା ପୌର ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ନିକଟରେ ଜିଲାପାଳଙ୍କ ବଦଳି ପରେ ଗୋ ଶ୍ରଦ୍ଧା କାର୍ଯ୍ୟକ୍ରମ ଏକ ପ୍ରକାର ଠପ୍‌ ହୋଇପଡିଛି। କାଞ୍ଜିଆହୁଦାରେ ଏବେ ଅଳ୍ପ ସଂଖ୍ୟକ ଗାଇ ଗୋରୁ ଅଛନ୍ତି। ଅନ୍ୟପକ୍ଷେ ସହରର ବିଭିନ୍ନ ରାସ୍ତାରେ ଶତାଧିକ ଗାଇ ଗୋରୁ ଓ ଷଣ୍ଢ ବୁଲୁଥିବା ଦେଖିବାକୁ ମିଳୁଛି। ଏଥିପାଇଁ ବାରମ୍ବାର ଦୁର୍ଘଟଣା ଘଟୁଛି। ଯାତାୟତରେ ବାଧା ସୃଷ୍ଟି ହେଉଛି। ଗୋ ଶ୍ରଦ୍ଧା କାର୍ଯ୍ୟକ୍ରମର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇ ପାରୁନାହିଁ।
ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହଯୋଗରେ ଜିଲା ପ୍ରଶାସନ ଓ ପୌର ପ୍ରଶାସନ ମିଳିତ ଭାବେ ସମୟ ସମୟରେ ବୁଲା ଗାଇଗୋରୁଙ୍କୁ ଧରି କାଞ୍ଜିଆ ହୁଦାରେ ରଖିଥିଲେ। ଜରିମାନା ଦେଇ କେତେଜଣ ଲୋକ ସେମାନଙ୍କ ଗୋରୁ ନେଇଥିଲା ବେଳେ ଅଧିକାଂଶ ଗୋରୁର ଦାବିଦାର ନ ଥିଲେ। ପ୍ରାୟ ଦେଢ ଶହରୁ ଊର୍ଦ୍ଧ୍ୱ ଗାଇଗୋରୁଙ୍କୁ ରଖା ଯାଇଥିଲା। ସହର ରାସ୍ତାଘାଟରେ ଗାଇଗୋରୁଙ୍କ ସଂଖ୍ୟା କମିଥିଲା। ମାତ୍ର ସ୍ଥିତି ପୁଣି ପୂର୍ବ ଅବସ୍ଥାକୁ ଫେରିଛି। ସହରର ସୋନପୁର-ଶରଧାପାଲି ମୁଖ୍ୟ ରାସ୍ତାର ଝୁପୁଡିପଡା, ବ୍ଲକ ଛକ, ସୁରେଶ୍ୱରୀ ମନ୍ଦିର ସମ୍ମୁଖ, ଗୁଣ୍ଡିଚା ମନ୍ଦିର ସମ୍ମୁଖ, ବଡବଜାର, ଭଗବତୀ ପ୍ଲଟ, ମହାନଦୀ ଓ ତେଲନଦୀ ବ୍ରିଜ୍‌ ଉପରେ ଶତାଧିକ ବୁଲା ଗାଇଗୋରୁ ଏବେ ପ୍ରତ୍ୟହ ଦଳ ଦଳ ହୋଇ ବୁଲୁଛନ୍ତି। ସହରର ଅଧିକାଂଶ ଗୋପାଳକଙ୍କ ଗୁହାଳ ନ ଥିବାରୁ ସେମାନେ ଗାଇଗୋରୁଙ୍କୁ ରାସ୍ତାରେ ଛାଡି ଦେଉଛନ୍ତି। ପ୍ରଶାସନ ଏହି ବୁଲା ଗାଇଗୋରୁଙ୍କୁ ନେଇ କାଞ୍ଜିଆହୁଦାରେ ରଖିବାରେ ବିଫଳ ହୋଇଛି। ଅନ୍ୟପକ୍ଷେ ଜିଲା ସଦର ମହକୁମାର ସମସ୍ତ ମୁଖ୍ୟ ଓ ଗଳି ରାସ୍ତାରେ ବୁଲା ଗାଇ ଗୋରୁ ଏବେ ଅବାଧ ଯାତାୟତ କରୁଛନ୍ତି। ରାତିରେ ରାସ୍ତା ଉପରେ ଶୋଇ ରହୁଛନ୍ତି। ଏଥି ଯୋଗୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ସହରରେ ଗାଇ ଗୋରୁ ପାଳନ କରୁଥିବା ବ୍ୟକ୍ତିମାନେ ସେମାନଙ୍କ ପାଳିତ ଗାଇ ଗୋରୁଙ୍କୁ କୌଣସି ପରିସ୍ଥିତିରେ ରାସ୍ତା ଉପରକୁ ନ ଛାଡି ଆବଶ୍ୟକ ଯତ୍ନ ନେବାକୁ ପ୍ରଶାସନ ପକ୍ଷରୁ ପୂର୍ବରୁ ପରାମର୍ଶ ଦିଆଯାଉଥିଲା। ବୁଲା ଗାଇଗୋରୁଙ୍କୁ ଧରାଯାଇ କୋହ୍ଲପଡାସ୍ଥିତ କାଞ୍ଜିଆ ହୁଦାରେ ସର୍ବାଧିକ ୭ ଦିନ ପର୍ଯ୍ୟନ୍ତ ରଖାଯିବାର ବ୍ୟବସ୍ଥା ହୋଇଥିଲା। ଏହି ସମୟ ସୀମା ଭିତରେ ଯଦି ଗୋରୁ ମାଲିକ ନିଜର ମାଲିକାନା ଦାବି କରନ୍ତି ତେବେ ତାଙ୍କୁ ଗୋରୁ ପ୍ରତି ଦୈନିକ ୫୦୦ଟଙ୍କା ଜରିମାନା ଦେବାକୁ ପଡୁଥିଲା। ଦାବିଦାର ନ ଥିବା ଗାଇଗୋରୁ କିମ୍ବା ଚିହ୍ନଟ ହୋଇ ନ ଥିବା ଗାଇଗୋରୁଙ୍କୁ ୭ ଦିନ ସମୟ ସୀମା ପରେ ଯେ କୌଣସି ସମୟରେ କୌଣସି ଚାଷୀ ପରିବାର ଅଥବା ଆଗ୍ରହୀ ବ୍ୟକ୍ତିଙ୍କୁ ବିକ୍ରି ବା ବଣ୍ଟନ ସୂତ୍ରରେ ଦିଆଯିବା ନେଇ ନିଷ୍ପତ୍ତି ହୋଇଥିଲା। ତେବେ ଏହି କାର୍ଯ୍ୟକ୍ରମକୁ ଏବେ ସଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ କରାଯାଉନାହଁି। ଗୋରୁ ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଗୋଚର ଜମିଗୁଡିକ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। ଆଉ କିଛି ଗୋଚର ଜମିରେ ସରକାରୀ କାର୍ଯ୍ୟାଳୟ ନିର୍ମାଣ ହୋଇଛି। ଖାଲି ପଡିଥିବା ସ୍ଥାନରେ ଘର ନିର୍ମାଣ ହେଲାଣି। ଗୋରୁଙ୍କ ପାଇଁ ଖାଦ୍ୟାଭାବ ସୃଷ୍ଟି ହୋଇଛି। ସେମାନେ ରାସ୍ତା ଉପରେ ଶୋଇ ରହୁଛନ୍ତି। ତେଣୁ ମନ୍ଦିର ମାଳିନୀ ସୋନପୁର ସହରର ବୁଲା ଗାଇ ଗୋରୁଙ୍କୁ ପୁଣି ଗୋଶାଳାରେ ରଖିବାର ବ୍ୟବସ୍ଥା କରିବାକୁ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri