ଗୋ ସମ୍ମାନ ଦିବସ: ତହସିଲଦାରଙ୍କ ମାଧ୍ୟମରେ ଦାବିପତ୍ର, ଗୋମାତାଙ୍କୁ ରାଷ୍ଟ୍ରମାତା ମାନ୍ୟତା ….

ବଲାଙ୍ଗୀର,୨୮।୪(ସୁନିଲ କୁମାର ମହାନ୍ତି): ସୋମବାର ବଲାଙ୍ଗୀର ସହରରେ “ଗୋ ସମ୍ମାନ ଆହ୍ୱାନ ଅଭିଯାନ” ଓ “ଗୋ ସମ୍ମାନ ଦିବସ ” କାର୍ଯ୍ୟକ୍ରମ ଅବସରରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ବଲାଙ୍ଗୀର ସହର ସମଲେଶ୍ୱରୀ ମନ୍ଦିର ଛକ ଠାରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ତହସିଲଦାରଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା।
ତହସିଲଦାରଙ୍କ ମାଧ୍ୟମରେ ଭାରତର ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଓ ପାଞ୍ଚ ହଜାର ସ୍ୱାକ୍ଷର ସମ୍ମିଳିତ ପତ୍ର ପ୍ରଦାନ କରାଯାଇଥିଲା।
ଏହି ଦାବିପତ୍ରରେ ଗୋମାତାଙ୍କୁ ରାଷ୍ଟ୍ରମାତା ମାନ୍ୟତା ଦେବା, ଗୋମାତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ଗୋହତ୍ୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ବେଆଇନ ଗୋଚାଲାଣ ରୋକିବା, ଗୋଚର ଜମିକୁ ସଠିକ ଉପଯୋଗ କରିବା ଓ ନୂତନ ଗୋ ସୁରକ୍ଷା ଆଇନ୍ ଲାଗୁ କରିବା ପାଇଁ ଦାବି ଉଠାଯାଇଥିଲା।

ତ୍ରିଲୋଚନ ମେହେରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସନ୍ତୋଷ ଭୋଳ, ପ୍ରଦୀପ ଦାଶ, ଶଙ୍କର୍ଷଣ ଆଚାର୍ଯ୍ୟ, ଦେବାନନ୍ଦ ନାୟକ, କାଂହା ଶତପଥୀ, ବୁଲୁ ପର୍ଡ଼ିଆ, ସନତ୍ ପାତ୍ର, ସୁନଜ୍ ତ୍ରିପାଠୀ, କଳାକାଁହୁ, ଶ୍ରୀକର ପ୍ରଧାନ, ସାଇ ସୁନ୍ଦର ନାଏକ, ପ୍ରଦୀପ ବେହେରା ସହିତ ସହରର ଶତାଧିକ ଗୋ-ସେବକ ଯୋଗଦାନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

 

Dharitri – Odisha’s No.1 Odia Daily

Share