Posted inଜାତୀୟ

ମାତ୍ର ଏତିକି ଟଙ୍କାରେ ପହଞ୍ଚନ୍ତୁ ଅଯୋଧ୍ୟାରେ…,ଦିଲ୍ଲୀରୁ ଆରମ୍ଭ ହେଲା ପ୍ରଥମ ଫ୍ଲାଇଟ୍

ନୂଆଦିଲ୍ଲୀ, ୩୦।୧୨: ସବୁ ଅପେକ୍ଷାର ଅନ୍ତ ଘଟାଇ ଆଉ କିଛି ଦିନ ପରେ ଅଯୋଧ୍ୟାରେ ରାମ ମନ୍ଦିର ସମସ୍ତଙ୍କ ପାଇଁ ଖୋଲିବାକୁ ଯାଉଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାର ‘ମହର୍ଷି ବାଲ୍ମୀକି ବିମାନ ବନ୍ଦର’ ଉଦଘାଟନ କରିଛନ୍ତି। ଏହା ସହିତ ୧୫,୭୦୦ କୋଟି ଟଙ୍କା ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉପହାର ମଧ୍ୟ ଦେଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ପୁନଃନିର୍ମିତ ରେଳ ଷ୍ଟେସନରୁ ବନ୍ଦେ ଭାରତ ଟ୍ରେନ୍ ମଧ୍ୟ ଲଞ୍ଚ କରିଛନ୍ତି।

ଏହାରି ମଧ୍ୟରେ ଇଣ୍ଡିଗୋ ଦିଲ୍ଲୀରୁ ନବନିର୍ମିତ ଅଯୋଧ୍ୟା ଏୟାରପୋର୍ଟକୁ ପ୍ରଥମ ବିମାନ ଯାତ୍ରା ଆରମ୍ଭ କରିଛି। ଏଥିରେ ଯାତ୍ରୀମାନେ ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରି ଜୟ ଶ୍ରୀରାମ ନାରା ଲଗାଇଥିଲେ। ଫ୍ଲାଇଟର କ୍ୟାପଟେନ କେକ୍ କାଟି ଯାତ୍ରୀଙ୍କୁ ସ୍ୱାଗତ କରିଥିଲେ। ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ଭଗବାନ ମର୍ଯ୍ୟାଦା ପୁରୁଷ ରାମଙ୍କର ଭବ୍ୟ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ହେବ। ଏହି ଅବସରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚିବାର ଅନୁମାନ କରାଯାଉଛି।

ଯଦି ଆପଣ ଅଯୋଧ୍ୟା ଯିବାକୁ ଚାହୁଁଛନ୍ତି, ତେବେ ମାତ୍ର ୪ ହଜାର ଟଙ୍କା ଖର୍ଚ୍ଚ କରି ଆପଣ ସେଠାରେ ପହଞ୍ଚିପାରିବେ। ଇଣ୍ଡିଗୋ ୱେବସାଇଟରୁ ମିଳିଥିବା ସୂଚନା ମୁତାବକ ୬ ଜାନୂୟାରୀକୁ ଦିଲ୍ଳୀରୁ ଅଯୋଧ୍ୟା ପାଇଁ ଫ୍ଲାଇଟ ଟିକେଟ ମାତ୍ର ୩,୯୯୯ ଟଙ୍କା ରହିଛି।

ସେହିଭଳି ୧୦ ଜାନୁୟାରୀକୁ ଦିଲ୍ଲୀରୁ ଅଯୋଧ୍ୟା ଫ୍ଲାଇଟ୍ ଟିକେଟ ୩,୫୯୭ ଟଙ୍କା ରହିଛି। ଫେରିବା ପାଇଁ ଭଡ଼ା ୩,୫୯୮ ଟଙ୍କା ରହିଛି। ଯଦି ଆପଣ ଅହମ୍ମଦାବାଦରୁ ଅଯୋଧ୍ୟା ଯିବାକୁ ଚାହୁଁଛନ୍ତି, ତେବେ ଆପଣ ଇଣ୍ଡିଗୋ ବିମାନରେ ୫,୧୯୯ ଟଙ୍କା ଦେଇ ଯାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆରାବଳୀ ସଂଜ୍ଞା ନିର୍ଦ୍ଧାରଣ ପାଇଁ ୧୦ ଜଣିଆ ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ,୧୬ା୩(ପି.ଟି.): ଆରାବଳୀ ପର୍ବତମାଳାର ସାର୍ବଜନିକ ସଂଜ୍ଞା ନିର୍ଦ୍ଧାରଣ ପାଇଁ ୧୦ ଜଣିଆ ଉଚ୍ଚ କ୍ଷମତାସମ୍ପନ୍ନ ବିଶେଷଜ୍ଞ କମିଟି ଗଠନ ନିମନ୍ତେ କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟି ଦେଇଥିବା ପ୍ରସ୍ତାବ ଉପରେ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

SCB ମେଡିକାଲ ଅଗ୍ନିକାଣ୍ଡ ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ,୧୬।୩: SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଟ୍ରମା କେୟାର ICUରେ…

ଆଜି ୩୭ ରାଜ୍ୟ ସଭା ଆସନ ପାଇଁ ଭୋଟ

ନୂଆଦିଲ୍ଲୀ,୧୬ା୩: ୧୦ ରାଜ୍ୟରେ ଖାଲି ହେବାକୁ ଥିବା ୩୭ ରାଜ୍ୟ ସଭା ଆସନ ପାଇଁ ସୋମବାର ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।…

SCBରେ ବଡ଼ଧରଣର ଅଗ୍ନିକାଣ୍ଡ: ୧୦ ମୃତ, ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ

କଟକ,୧୬।୩: SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଟ୍ରମା…

ଆଜି ରାଜ୍ୟ ସଭା ଭୋଟ, ମଇଦାନରେ ୫ ପ୍ରାର୍ଥୀ

ଭୁବନେଶ୍ୱର, ୧୬।୩(ସୁନିତ୍‌ ମିଶ୍ର):ଓଡ଼ିଶାର ୪ ରାଜ୍ୟ ସଭା ଆସନ ଲାଗି ସୋମବାର ଭୋଟ ହେବ। ଏପ୍ରିଲ ୨ ତାରିଖରେ ରାଜ୍ୟ ସଭାରୁ ସୁଜିତ୍‌ କୁମାର, ମମତା ମହନ୍ତ,…

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ହଟଚମଟ: ଭାଜପା ଉପରେ ବଡ ଅଭିଯୋଗ ଲଗାଇଲେ ଡି.କେ. ଶିବକୁମାର

ବେଙ୍ଗାଲୁରୁ,୧୫।୩: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶା କଂଗ୍ରେସ ଶିବିରରେ କମ୍ପନ। ବିଧାୟକଙ୍କୁ କିଣିବା ପାଇଁ ବଡ଼ ଧରଣର ପ୍ରୟାସ ହେଉଥିବା ଅଭିଯୋଗ ଆଣିଛନ୍ତି କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡି.କେ.…

ମୃତ୍ୟୁ ଗୁଜବକୁ ନେତନ୍ୟାହୁଙ୍କ ଜବାବ: କହିଲେ “ମୁଁ କଫି ପାଇଁ ମରିବାକୁ ପ୍ରସ୍ତୁତ”

ନୂଆଦିଲ୍ଲୀ,୧୫।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ମୃତ୍ୟୁକୁ ନେଇ ଚାଲିଥିବା ଗୁଜବ ଉପରେ ପଡିଛି ପୂର୍ଣ୍ଣଚ୍ଛେଦ। ଏକ ନୂଆ ଭିଡିଓ ଜାରି କରି ନେତନ୍ୟାହୁ ଇରାନକୁ ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri