ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତି ଇତିହାସ ରଚିଲେ।
ବଡମାଧପୁର ଗଞ୍ଜାମ ଟାଇକୋଣ୍ଡୋ ଏକାଡେମୀ ଗତ କିଛି ବର୍ଷ ଧରି ଯୁବ ପିଢ଼ିଙ୍କୁ ଶାରୀରିକ ସଚେତନତା, ଶିଷ୍ଟାଚାର, ମନୋବଳ ଓ ଦୃଢ଼ତା ମାର୍ଶାଲ ଆର୍ଟ ମାଧ୍ୟମରେ ପରିଚିତ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସିଛି। ଏକାଡେମୀର ନିୟମିତ ଶିକ୍ଷାଦାନ, ଅନୁଶାସନ, ମାନସିକ ସମର୍ଥନ ଓ କଠୋର ଅଭ୍ୟାସ ଯୋଜନାର ପରିଣତିରେ ପ୍ରତିବର୍ଷ ଏଠାରୁ ଅନେକ ଯୋଦ୍ଧା ଉନ୍ନତି କରୁଛନ୍ତି। ଗତ ନଭେମ୍ବର ୩୦ ଅନୁଷ୍ଠିତ ଅରୁଣାଚଳ ପ୍ରଦେଶରେ ହେଉଥିବା ୬୯ତମ ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାରେ ଓଡିଶା ଟିମ ଅଣ୍ଡେର୍‌ ସେଭେଣ୍ଟିନ ଟିମ ରେ ଖେଳି ସେ କାଂସ୍ୟ ପଦକ ଜିତିଥିଲେ, ଯାହା ଏହି ଅଞ୍ଚଳ ପାଇଁ ତଥା ବିଦ୍ୟାଳୟ ପାଇଁ ଏକ ଗୌରବର ବିଷୟ ଏବଂ ସେ ଶନିବାର ଗାଁକୁ ଫେରିଛନ୍ତି ଏବଂ ତାଙ୍କୁ ଖୁବ ଧୁମଧାମରେ ସ୍ବାଗତ କରାଯାଇଛି ଏବଂ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବା ସହ ଧିରେଶ୍ୱର ବିଦ୍ୟାପୀଠ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜକିଶୋର ପାଣିଗ୍ରାହୀ,ଶାରୀରିକ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଶତପଥୀ ତଥା ଏକାଡେମୀର ପ୍ରଶିକ୍ଷକ ଇ. ଲଳିତ କୁମାର ,ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘର ସମ୍ପାଦକ କେ ମନୋଜ ପ୍ରଧାନ ଶ୍ୟାମାକାଳୀ ଯୁବକ ସଂଘ ଓ ଗ୍ରାମବାସୀ ଶୁଭେଚ୍ଛା ଜଣାଇଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବେଧଡକ୍ ଚାଲିଛି ନିଶା କାରବାର: ପୋଲିସ-ଅବକାରୀ ଚୁପ୍, ଅଣ୍ଟା ଭିଡ଼ିଲେ ମହିଳା

ଅତାବିରା,୧୩।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେଧଡକ୍ ଚାଲିଛି ନିଶା କାରବାର । ସବୁ ଜାଣି ଅଜଣା ଭଳି ଚୁପ୍…

ବଢୁଛି ତାପମାତ୍ରା, ଦେଖାନାହିଁ ଜଳଛତ୍ର

ଲୋଇସିଂହା,୧୩।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଅଞ୍ଚଳରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି ା ଅସ୍ବାଭାବିକ ତାପମାତ୍ରା ବୃଦ୍ଧି ନେଇ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଲାଣି।…

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନ ବେଶି ଦାୟୀ: ନରସିଂହ

ବଲାଙ୍ଗୀର,୧୩ା୩(ବୀରେନ୍ଦ୍ର କୁମାର ଝାଙ୍କର): ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଏବର ସରକାର ଅପେକ୍ଷା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶୀ ଦାୟୀ ବୋଲି ବରିଷ୍ଠ କଂଗ୍ରେସ ନେତା…

ବଲାଙ୍ଗୀର ଜିଲାର ବିଭିନ୍ନ ସମସ୍ୟାକୁ ନେଇ ବିଧାନସଭାରେ ପ୍ରଶ୍ନ କଲେ କଳିକେଶ, ରାଜନୀତିରେ ହଇଚଇ

ବଲାଙ୍ଗୀର,୧୩ା୩(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାର ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି। ଜିଲାର ପାନୀୟ ଜଳ ସମସ୍ୟା,…

ଜନଗଣନାରେ ଠିକ୍‌ ତଥ୍ୟ ଲିପିବଦ୍ଧ କରିବାକୁ ଗୁରୁତ୍ୱ

ବରଗଡ଼,୧୩ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମ୍ମଳିନୀ କକ୍ଷଠାରେ ୨୦୨୭ ଜନଗଣନା ପାଇଁ ଗୁରୁବାର ଜିଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ପ୍ରତାପଗିରି ମନ୍ଦିର ଗୁପ୍ତଧନ ଲୁଟ୍‌ର ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡ ‘ଗୁରୁ’ଙ୍କ ସହ ୫ ଗିରଫ, ଜବତ ହୋଇପାରିନି…

ଥୁଆମୂଳ ରାମପୁର, ୧୨।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୁମୁଡ଼ାବାହାଲ ଗ୍ରାମର ପ୍ରାଚୀନ ପ୍ରତାପଗିରି (ବୁଢ଼ାରଜା-ଠାକୁରାଣୀ) ମନ୍ଦିରରୁ ଗୁପ୍ତଧନ ଲୁଟ ଘଟଣାରେ…

ରବି ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଆରମ୍ଭରୁ ଅସନ୍ତୋଷ: ଅବଧି ବୃଦ୍ଧି ଦାବି କଲେ ଚାଷୀ, ସମବାୟ ଉପ ନିବନ୍ଧକଙ୍କୁ…

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ)- ରବି ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଗତ ମଙ୍ଗଳବାରରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏଥିପାଇଁ ରହିଥିବା ଅବଧିକୁ ନେଇ ଆରମ୍ଭରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri