ଜଗତୀକରଣ ଓ ସବୁଜ ବିଶ୍ୱ

ଜଳବାୟୁ ଲକ୍ଷ୍ୟ ବିଶେଷକରି ସବୁଜଗୃହ ବାଷ୍ପଗୁଡ଼ିକ (ଜିଏଚ୍‌ଜିଏସ୍‌)ର ଶୂନ ନିର୍ଗମନ ସ୍ତର କିଭଳି ହାସଲ କରାଯାଇପାରିବ ସେ ସମ୍ପର୍କରେ ବିତର୍କ ଚାଲିଛି। କେତେଜଣ ଯୁକ୍ତି ବାଢ଼ନ୍ତି ଯେ, ଏକ ସହନୀୟ ଅର୍ଥବ୍ୟବସ୍ଥାରେ ଉପତ୍ାଦନ ଓ ପରିବହନ ଭିତ୍ତିକ ବାଣିଜ୍ୟରୁ ଜିଏଚ୍‌ଜିଏସ୍‌ ସୃଷ୍ଟି ହେଉଥିବାରୁ ଏହାର ଜଗତୀକରଣ ହେବା ଉଚିତ ନୁହେଁ। କିନ୍ତୁ ମ୍ୟାକ୍‌ କିନ୍‌ସେ ଗ୍ଲୋବାଲ ଇନ୍‌ଷ୍ଟିଚ୍ୟୁଟ ଦ୍ୱାରା କରାଯାଇଥିବା ଗବେଷଣା ସ୍ପଷ୍ଟ କରେ ଯେ, ଏହାର ବିପରୀତ ହିଁ ସତ୍ୟ। ଅର୍ଥାତ୍‌ ଶୂନ ନିର୍ଗମନ ଲାଗି ଜଗତୀକରଣର ଆବଶ୍ୟକତା ରହିଛି। କିନ୍ତୁ ଶୂନ ନିର୍ଗମନରେ ପହଞ୍ଚିବାକୁ ଆବଶ୍ୟକ ସାମଗ୍ରୀ, ନୂତନତ୍ୱ ଏବଂ ପୁଞ୍ଜି ସମାନ ଭାବେ ବଣ୍ଟନ କରାଯାଇନାହିଁ। ସେଥିପାଇଁ ସାରା ବିଶ୍ୱରେ ଏହାକୁ ଶେୟାର କରାଯିବା ଦରକାର। ବିଭିନ୍ନ ଦେଶ ମଧ୍ୟରେ ସାମଗ୍ରୀ, ସେବା, ଫାଇନାନ୍ସ କାରବାର ଉପରେ ଗୁରୁତ୍ୱ ନ ଦେଲେ ବିଶ୍ୱତାପନକୁ ସୀମିତ କରିବା ଏକ ବଡ଼ ଆହ୍ବାନ ହୋଇଯିବ। ବିଶ୍ୱ ବାଣିଜ୍ୟ ସଂଗଠନ ତାହାର ସଦ୍ୟତମ ବାର୍ଷିକ ରିପୋର୍ଟରେ ଏହି ସମାନ ପ୍ରକାର ସିଦ୍ଧାନ୍ତରେ ବି ପହଞ୍ଚିଛି। ବାଣିଜ୍ୟ କିଭଳି ନିର୍ଗମନ ହ୍ରାସ କରିବା ସହ ଜଳବାୟୁ ସହନୀୟ ସ୍ଥିତି ଗଢିବାରେ ସାହାଯ୍ୟ କରେ ସେ ସମ୍ପର୍କରେ ଏହା ଆଲୋକପାତ କରିଛି। ନିର୍ଗମନ ହ୍ରାସ କରିବା ଲାଗି ପ୍ରାରମ୍ଭିକ ପ୍ରୟାସ କରୁଥିବା ଦେଶଗୁଡ଼ିକର ଅର୍ଥବ୍ୟବସ୍ଥା ମଧ୍ୟ ପର୍ଯ୍ୟାପ୍ତ ନୁହେଁ। ରାଷ୍ଟ୍ର ସ୍ତରରେ ଶୂନ ନିର୍ଗମନ ସ୍ତର ହାସଲ କରିବା ପାଇଁ ଆବଶ୍ୟକ ଉପତ୍ାଦକ ସାମଗ୍ରୀ ଓ ନିବେଶ ଅତ୍ୟଧିକ ହେବା ଉଚିତ। କେବଳ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଏବେ ଉପତ୍ାଦନ ହେଉଥିବା ଉପତ୍ାଦଗୁଡ଼ିକ ଅନ୍ୟସବୁ ଅଞ୍ଚଳ ଓ କ୍ଷେତ୍ରରେ ଉପଲବ୍ଧ କରାଇବାକୁ ହେବ। ଉଦାହରଣ ସ୍ବରୂପ, ବିଶ୍ୱ ସ୍ତରରେ ବୈଦ୍ୟୁତିକ ଯାନର ବ୍ୟାଟେରିର ମୁଖ୍ୟ ଉପାଦାନ ଲିଥିୟମର ୭୫% ଯୋଗାଣ ଏବେ ଅଷ୍ଟ୍ରେଲିଆ ଓ ଚିଲିରୁ ହେଉଛି।
ଶକ୍ତି, ପରିବହନ ଏବଂ ଭାରି ଶିଳ୍ପ ସମେତ ଅତ୍ୟଧିକ ସବୁଜଗୃହ ବାଷ୍ପ ନିର୍ଗମନ କରୁଥିବା ସେକ୍ଟରଗୁଡ଼ିକୁ କାର୍ବନ ନିର୍ଗମନ ମୁକ୍ତ କରିବାକୁ ହେଲେ କମ୍‌ ନିର୍ଗମନ ଟେକ୍‌ନୋଲୋଜି ଏବଂ ସହଯୋଗଭିତ୍ତିକ ଭିତ୍ତିଭୂମି ଦରକାର । ଅନ୍ୟପକ୍ଷରେ ଏହିସବୁ ଆସେଟ୍‌କୁ ନିର୍ମାଣ କରି ସଞ୍ଚାଳନ କରିବା ଲାଗି ତିନୋଟି ଗୁରୁତ୍ୱପୂର୍ଣ୍ଣ ଇନ୍‌ପୁଟ୍‌ ଯଥା ନୂଆ ମିନେରାଲ ଉତ୍ସ, ନୂଆ ଇନ୍ଧନ ଏବଂ ବ୍ୟାପକ କମ୍ପ୍ଲେକ୍ସ ମାନୁଫାକ୍‌ଚରିଂ ଉପରେ ନିର୍ଭର କରିବ। ଏସବୁ ସୃଷ୍ଟି କରିବା ଲାଗି ପରସ୍ପର ମଧ୍ୟରେ ରହିଥିବା ଯୋଗାଣ ଚେନ୍‌ଗୁଡ଼ିକର ଅନ୍ତର୍ଜାତୀୟ ନେଟ୍‌ଓ୍ବର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କପର, ଲିଥିୟମ ସମେତ ଅନ୍ୟ ମିନେରାଲ୍ସ ଏବଂ ପୃଥିବୀର ବିରଳ ଧାତୁ ବିଷୟରେ ବିଚାର କରାଯାଉ। ବୈଦ୍ୟୁତିକ ଯାନ ଉପତ୍ାଦନ, ଅକ୍ଷୟ ଶକ୍ତି ଏବଂ ବ୍ୟାପକ ବିଦ୍ୟୁତୀକରଣ ପାଇଁ ଏ ମିନେରାଲସ୍‌ ଓ ଧାତୁର ଗୁରୁତ୍ୱକୁ ଦେଖିଲେ ଶୂନ ନିର୍ଗମନ ସ୍ତର ହାସଲ କରିବା ଜଟିଳ ମନେହେଉଛି। ତଥାପି ସେହି ଲକ୍ଷ୍ୟରେ ପହଞ୍ଚିବାକୁ ଯୋଗାଣକୁ ବୃଦ୍ଧି କରିବାକୁ ହେବ। କେତେକ କ୍ଷେତ୍ରରେ ଏହାକୁ ୮ଗୁଣ ବଢ଼ାଇବାକୁ ପଡ଼ିବ। ସମ୍ପୂର୍ଣ୍ଣ ନୂଆ ଯୋଗାଣରେ ଏହି ସବୁ ମିନେରାଲ୍ସ ମଧ୍ୟରୁ ଅନେକ ଯୋଗାଇବାକୁ ହେବ। ଏଥିପାଇଁ ବିଶ୍ୱସ୍ତରରେ ଦରକାର ବାଣିଜ୍ୟ, କାରଣ ଏଗୁଡ଼ିକର ଉତ୍ତୋଳନ ଏବଂ ବିଶୋଧନ ଭୌଗୋଳିକ ରୂପେ ବିଫଳ ହୋଇଛି। ବିଶ୍ୱର ୭୦% କୋବାଲ୍ଟ ଅଛି କଙ୍ଗୋରେ । ବିଶ୍ୱରେ ଗଚ୍ଛିତ ମୋଟ ନିକେଲର ଏକ ତୃତୀୟାଂଶ ଇଣ୍ଡୋନେସିଆରେ ଉତ୍ତୋଳନ ହେଉଛି। ଚାଇନା ଗୁରୁତ୍ୱପୂର୍ଣ୍ଣ ତଥା ସହଜରେ ଉପଲବ୍ଧ ହେଉ ନ ଥିବା ମିନେରାଲ୍ସ ଲିଥିୟମ, କୋବାଲ୍ଟ ଏବଂ ଗ୍ରଫାଇଟର ପ୍ରୋସେସିଂ କରୁଛି। କିନ୍ତୁ ଁପ୍ରମୁଖ ପଦକ୍ଷେପ ଓ ଟେକ୍‌ନୋଲୋଜି ପାଇଁ ଅନ୍ୟ ଦେଶଗୁଡ଼ିକ ଉପରେ ନିର୍ଭର କରୁଛି। ଜାପାନ ଓ ଦକ୍ଷିଣ କୋରିଆ ଶୁଦ୍ଧ ଗ୍ରାଫାଇଟରେ ସ୍ବତନ୍ତ୍ରତା ହାସଲ କରିଛନ୍ତି।
ଶୂନ ନିର୍ଗମନ ସ୍ତରକୁ ଆସିବା ଲାଗି ନୂଆ ଇନ୍ଧନ ଆବଶ୍ୟକ ହେଉଥିବାରୁ ଉଦ୍‌ଜାନ ଓ ଏଥିରୁ ନିସୃତ ପଦାର୍ଥଗୁଡ଼ିକର ଅନେକ କ୍ଷେତ୍ରରେ ଆବଶ୍ୟକତା ରହିଛି। ବିଶେଷକରି ଲମ୍ବା ପଥ ମାଲ ପରିବହନ ଏବଂ ଷ୍ଟିଲ ଉପତ୍ାଦନ ପାଇଁ ଉଦ୍‌ଜାନ ଉପଯୋଗର ଗୁରୁତ୍ୱ ଅଧିକ। କିନ୍ତୁ ଏ କ୍ଷେତ୍ରରେ ଯୋଗାଣ ଉତ୍ସ ଓ ଚାହିଦା ମଧ୍ୟରେ ଏକ ଭୌଗୋଲିକ ଅସମାନତା ରହିଛି। ଅନ୍ତର୍ଜାତୀୟ ଶକ୍ତି ସଂସ୍ଥା( ଆଇଇଏ) ଆକଳନ କରିଛି ଯେ, ଏବେ ବିକାଶ କରାଯାଇଥିବା ପ୍ରୋଜେକ୍ଟକୁ ଯଦି ଯୋଜନା ମୁତାବକ ଶେଷ କରାଯାଏ ତେବେ ୨୦୩୦ ସୁଦ୍ଧା କମ୍‌ ନିର୍ଗମନ କ୍ଷମତାସମ୍ପନ୍ନ ପ୍ରାୟ ୧୨ ମିଲିୟନ ଟନ୍‌ ହାଇଡ୍ରୋଜେନ ରପ୍ତାନି କରାଯାଇପାରିବ। ଶେଷରେ, ଉପତ୍ାଦିତ ସାମଗ୍ରୀ ଯଥା ସୋଲାର ପ୍ୟାନେଲ ଏବଂ ବୈଦ୍ୟୁତିକ ଯାନର ବ୍ୟବହାର ମଧ୍ୟ ବୈଶ୍ୱିକ ଯୋଗାଣ ଶୃଙ୍ଖଳ ଉପରେ ନିର୍ଭରକରେ। ପୁଞ୍ଜି, ସାଧନ ଓ ସେବାର ବାଣିିଜ୍ୟ କ୍ଷେତ୍ରରେ ଦେଶଗୁଡ଼ିକର ବ୍ୟାପକ ଭାଗୀଦାରି ନୂତନତ୍ୱକୁ ପ୍ରୋତ୍ସାହିତ କରିବ ଓ ଦକ୍ଷତା ବଢାଇବ ଏବଂ ଏହା ଟେକ୍‌ନୋଲୋଜିର ମୂଲ୍ୟ ହ୍ରାସ କରିବାରେ ସାହାଯ୍ୟ କରିବ।
ଏବକାର ଉପତ୍ାଦିତ ସାମଗ୍ରୀସବୁର ବାଣିଜ୍ୟକୁ ଆହୁରି ସମ୍ପ୍ରସାରିତ କରିବା ଜଗତୀକରଣ ପାଇଁ ଅତ୍ୟାବଶ୍ୟକ। ଏକ ସହନୀୟ ଭବିଷ୍ୟତ ନିଶ୍ଚିତ କରିବା ପାଇଁ ବିପୁଳ ନିିବେଶ ଦରକାର। ଶୂନ ନିର୍ଗମନ ସ୍ତର ହାସଲ କରିବା କ୍ଷେତ୍ରରେ ଜିଡିପିର ଶେୟାର ଭାବେ ବିକାଶଶୀଳ ଦେଶଗୁଡ଼ିକ ବିକଶିତ ଦେଶଗୁଡ଼ିକଠାରୁ ଅଧିକ ବ୍ୟୟ କରିବାର ସମ୍ଭାବନା ରହିଛି। କିନ୍ତୁ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ କ୍ଷେତ୍ରରେ ନିବେଶ କରିବା ପାଇଁ ସୀମିତ ବିତ୍ତୀୟ ସୁଯୋଗ ରହିଛି। ଏଣୁ ବିଶ୍ୱରେ ଅନେକ ଅର୍ଥ ବ୍ୟବସ୍ଥା ଲାଗି ସୀମାପାର ବିତ୍ତୀୟ ସହଯୋଗ ଆବଶ୍ୟକ ହେବ। ଉକତ୍ୃଷ୍ଟ ନୂତନ ଟେକ୍‌ନୋଲୋଜି ବିକାଶ କରିବା ଓ ତାହାକୁ ବ୍ୟବହାର କରିବାରେ ନୂତନତ୍ୱର ମଧ୍ୟ ସମାନ ଗୁରୁତ୍ୱ ରହିଛି। ଏଥିପାଇଁ ଦେଶ ଦେଶ ମଧ୍ୟରେ ତଥ୍ୟ, ସେବା, ବୌଦ୍ଧିକ ସମ୍ପତ୍ତି ଓ କୁଶଳୀ କର୍ମଚାରୀ ପହଞ୍ଚାଇବା ଆବଶ୍ୟକ। ଏହା ଆବିଷ୍କାରକୁ ଉତ୍ସାହିତ କରିବା ସହ ଉପତ୍ାଦନ ମୂଲ୍ୟ ହ୍ରାସ ଘଟାଇବ ଏବଂ ଅଧିକ ସାଧନ ମିଳିପାରିବ।
ବିଶ୍ୱର ଅର୍ଥ ବ୍ୟବସ୍ଥାଗୁଡ଼ିକ ଯୋଗାଣ ଶୃଙ୍ଖଳର ବିବିଧୀକରଣ ଓ ଆଞ୍ଚଳକୀକରଣ କରିବାକୁ ଯଦି ଏହି ରଣନୀତିଗୁଡ଼ିକ ଲାଗୁ କରନ୍ତି ତେବେ ଅତ୍ୟଧିକ ପୁଞ୍ଜି ଓ ଆସେଟ ଦରକାର ପଡ଼ିବ। ଉଦାହରଣ ସ୍ବରୂପ, ବୈଦ୍ୟୁତିକ ଯାନ ବ୍ୟାଟେରି ଉପତ୍ାଦନ କରିବା ପାଇଁ ଅନେକ ବିଲିୟନ ଡଲାର ବ୍ୟୟ ହୋଇପାରେ। ଏପରିକି ଏବକାର ଅଧିକ ଯୋଗାଯୋଗଭିତ୍ତିକ ବିଶ୍ୱରେ ଏକ ଉପଯୋଗୀ, ସୁରକ୍ଷିତ ଏବଂ ଶସ୍ତାରେ ଶୂନ ନିର୍ଗମନ ହାସଲ କରିବା ଲାଗି ଅନ୍ତର୍ଜାତୀୟ ସ୍ତରରେ ଅତ୍ୟଧିକ ସେବା, ଜ୍ଞାନ, ଟେକ୍‌ନୋଲୋଜି, ଆସେଟଗୁଡ଼ିକୁ ପହଞ୍ଚାଇବା ସକାଶେ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ପଡ଼ିବ। ଉପତ୍ାଦନର ନୂତନ ଉତ୍ସ ବିକଶିତ କରିବା ଦରକାର, ନୂଆ ଯୋଗାଣକାରୀ ସମ୍ପର୍କ ସ୍ଥାପନ ଏବଂ ବୈଶ୍ୱିକ ଏକୀକରଣର ନୂଆ ଢାଞ୍ଚାର ସନ୍ଧାନ କରିବାକୁ ହେବ। ମନେରଖିବାକୁ ହେବ ଯେ, ଭୂରାଜନୈତିକ ଉତ୍ତେଜନା ବୃଦ୍ଧି କଲେ ଏହି କାର୍ଯ୍ୟ ଅଧିକ ଜଟିଳ ଓ ଆହ୍ବାନପୂର୍ଣ୍ଣ ହୋଇଯିବ। ଜଳବାୟୁ ପ୍ରଭାବକୁ ରୋକି ସବୁଜ ବିଶ୍ୱ ଗଢିବାକୁ ହେଲେ ବିକଳ୍ପ ରୂପେ ଜଗତୀକରଣ ଉପରେ ଗୁରୁତ୍ୱ ଦେବାକୁ ହେବ। କିନ୍ତୁ ଏହାକୁ ଏଡାଇ ଗଲେ ଜଳବାୟୁର ପ୍ରଭାବ ଆହୁରି ଯନ୍ତ୍ରଣାଦାୟକ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri