ଭାରତୀୟ ଅର୍ଥନୀତି ଉପରେ ବିଶ୍ୱର ପ୍ରଭାବ: ତୃତୀୟ ତ୍ରୟମାସରେ ଜିଡ଼ିପି ହାର ୪.୪ ପ୍ରତିଶତ…

ନୂଆଦିଲ୍ଲୀ,୨୮।୨ : ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ମନ୍ତ୍ରଣାଳୟ ଅକ୍ଟୋବର-ଡିସେମ୍ବର ୨୦୨୨ ତ୍ରୟମାସିକ ପାଇଁ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ତଥ୍ୟ ପ୍ରକାଶ କରିଛି। ସର୍ବଶେଷ ତଥ୍ୟ ଅନୁଯାୟୀ, ତୃତୀୟ ତ୍ରୟମାସରେ ଭାରତର ଜିଡିପି ୪.୪ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛି। ସମାନ ଅଭିବୃଦ୍ଧିର ଏକ ଆକଳନ ମଧ୍ୟ ଆରବିଆଇ ପ୍ରକାଶ କରିଛି।

ଭାରତୀୟ ଅର୍ଥନୀତି ଉପରେ ବିଶ୍ୱର ପ୍ରଭାବ ଅନୁଭୁତ ହେବା ଯୋଗୁ ଡିସେମ୍ବର ୨୦୨୨ ତ୍ରୟମାସିକ ପାଇଁ ଜିଡିପି ଆକଳନକୁ ପୂର୍ବ ଜୁଲାଇ-ସେପ୍ଟେମ୍ବର ତ୍ରୟମାସିକ ୨୦୨୨ ସହିତ ତୁଳନା କଲେ ଭାରତୀୟ ଅର୍ଥନୀତିରେ ଅନେକ ଆହ୍ବାନ ରହିଥିବା ଜଣାପଡୁଛି ବୋଲି କୁହାଯାଉଛି। ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ଭାରତର ଜିଡିପି ଅଭିବୃଦ୍ଧି ୬.୩ ପ୍ରତିଶତ ହୋଇଥିବାବେଳେ ଏପ୍ରିଲ-ଜୁନ ତ୍ରୟମାସରେ ଭାରତର ଅଭିବୃଦ୍ଧି ହାର ୧୩.୫ ପ୍ରତିଶତ ରହିଥିଲା। ସୂଚନାଯୋଗ୍ୟ ଯେ ଜୁନ ୨୦୨୨ ତ୍ରୟମାସରେ ଜିଡିପିରେ ଏତେ ବଡ଼ ଡେଇଁବା ନିମ୍ନ ଆଧାର ଯୋଗୁଁ ହୋଇଥିଲା।

ପରିସଂଖ୍ୟାନ ଏବଂ ପ୍ରୋଗ୍ରାମ କାର୍ଯ୍ୟାନ୍ବୟନ ମନ୍ତ୍ରଣାଳୟ ମଧ୍ୟ ୨୦୨୨-୨୩ ପାଇଁ ଜିଡିପିର ଦ୍ୱିତୀୟ ଆଗୁଆ ଆକଳନ ପ୍ରକାଶ କରିଛି। ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଦ୍ୱିତୀୟ ଅଗ୍ରୀମ ଆକଳନ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି (ମୋଟ ଘରୋଇ ଉତ୍ପାଦ) ୭ ପ୍ରତିଶତ ହୋଇପାରେ। ଜାନୁଆରୀରେ ପ୍ରକାଶିତ ପ୍ରଥମ ଅଗ୍ରୀମ ଆକଳନ ଅନୁଯାୟୀ ଜିଡିପି ଅଭିବୃଦ୍ଧି ୨୦୨୨-୨୩ ପାଇଁ ୭ପ୍ରତିଶତରେ ପହଞ୍ଚିବ ବୋଲି ଦର୍ଶାଯାଇଛି।

ଦୁଇଟି ଆକଳନ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ ତୃତୀୟ ତ୍ରୟମାସିକ (ଅକ୍ଟୋବରରୁ ଡିସେମ୍ବର) ପାଇଁ ଜିଡିପି ତଥ୍ୟ ଅନ୍ତର୍ଭୂକ୍ତ କରି ଦ୍ୱିତୀୟ ଅଗ୍ରୀମ ଆକଳନ ଗଣନା କରାଯାଇଛି।

Share