ଫ୍ରିଡମ୍‌ ଅଏଲକୁ ଗ୍ଲୋବଏଲ ଡାଇମଣ୍ଡ ଆୱାର୍ଡ

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଖାଇବାତେଲ ବ୍ରାଣ୍ଡ୍‌ ଫ୍ରିଡମ୍‌କୁ ‘ଗ୍ଲୋବଏଲ ଡାଇମଣ୍ଡ ଆୱାର୍ଡ’ ସମ୍ମାନରେ ସମ୍ମାନିତ କରାଯାଇଛି। ବିଶେଷକରି ଭାରତର ସବୁଠାରୁ ଅଧିକ ସନ୍‌ଫ୍ଲାୱାର ଖାଇବାତେଲ ଆମଦାନୀ କରୁଥିବା କମ୍ପାନୀ ଭାବେ ଫ୍ରିଡମ୍‌କୁ ଏଭଳି ଏକ ସମ୍ମାନଜନକ ପୁରସ୍କାର ଲାଭ କରିପାରିଛି। ଏପରିକି ଜେମିନି ଏଡିବଲ୍‌ ଆଣ୍ଡ୍‌ ଫ୍ୟାଟ୍ସ ଇଣ୍ଡିଆ ଲିମିଟେଡ୍‌ (ଜିଇଏଫ୍‌ଆଇଏଲ) ଅଧୀନରେ ଥିବା ଫ୍ରିଡମ୍‌ ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲ୍‌ ଲଗାତର ୨ୟ ବର୍ଷ ପାଇଁ ଗ୍ଲୋବଏଲ୍‌ ଆୱାର୍ଡରେ ସମ୍ମାନିତ ହୋଇଛି। ଏହି ଆୱାର୍ଡ ଖାଇବାତେଲ ଉଦ୍ୟୋଗଗୁଡ଼ିକ ମଧ୍ୟରେ ସବୁଠାରୁ ଭଲ ପ୍ରଦର୍ଶନ କରୁଥିବା ଉଦ୍ୟୋଗକୁ ପ୍ରଦାନ କରାଯାଇଥାଏ। ୨୦୨୧-୨୨ ବର୍ଷରେ କମ୍ପାନୀ ସବୁଠାରୁ ଅଧିକ ସନ୍‌ଫ୍ଲାୱାର ଆମଦାନୀ କରିଛି। ଏହି ଅଶୋଧିତ ତୈଳକୁ କମ୍ପାନୀ ୩ଟି ରିଫାଇନ୍‌ ପ୍ରଣାଳୀ ସାହାଯ୍ୟରେ ଖାଇବା ତେଲରେ ପରିଣତ କରି ଭାରତ ବଜାରରେ ଉପଲବ୍ଧ କରାଉଛି। ସେହିଭଳି ସ୍ବାସ୍ଥ୍ୟ ସଚେତନତା ଦିଗରେ ମଧ୍ୟ ଫ୍ରିଡମ୍‌ ବ୍ୟବହାରକାରୀଙ୍କ ଉପଯୁକ୍ତ ଧ୍ୟାନ ରଖୁଥିବା ବେଳେ ଏହା ମଧ୍ୟ ବଜାରରେ ଆଦୃତି ଲାଭ କରିପାରିଛି। ସେହିପରି ସଫ୍ଟ ଅଏଲ୍‌ କାଟେଗୋରିରେ ସନ୍‌ଫ୍ଲାୱାର, ସୋରିଷ, ବାଦାମୀ ତେଲ ଏବଂ ରାଇସ୍‌ ବ୍ରାନ୍‌ (କୁଣ୍ଡାତେଲ) ଆଦି ପାମ୍‌ ଅଏଲଠାରୁ ଅଧିକ ସ୍ବାସ୍ଥ୍ୟକର ବୋଲି ଜଣାପଡ଼ିଛି। ଫ୍ରିଡମ୍‌ ସନ୍‌ଫ୍ଲାଓ୍ବାର ଅଏଲରେ ଭିଟାମିନ୍‌ ଏ ଏବଂ ଡି ସହ ଭିଟାମିନ୍‌ ଇ ମଧ୍ୟ ରହିଥାଏ, ଯାହାକି ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ବେଶ୍‌ ସ୍ବାସ୍ଥ୍ୟକର ବୋଲି କୁହାଯାଇଛି। ଏ ସମ୍ପର୍କରେ ଜିଇଏଫ୍‌ଆଇଏଲ୍‌ର ଗ୍ରୁପ୍‌ ଉପାଧ୍ୟକ୍ଷ ଅକ୍ଷୟ ଚୌଧରୀ କହିଛନ୍ତି, ଆମେ ବହୁ ଆନନ୍ଦିତ ଯେ ୨ୟ ଥର ପାଇଁ ଫ୍ରିଡମ୍‌ ସନ୍‌ଫ୍ଲାୱାର ଅଏଲ ଦେଶର ସବୁଠାରୁ ବଡ଼ ସନ୍‌ଫ୍ଲାଓ୍ବାର ଅଏଲ୍‌ ଆମଦାନୀ କମ୍ପାନୀ ଭାବେ ସମ୍ମାନିତ ହୋଇଛି। ଏହା କେବଳ ଆମ କର୍ମଚାରୀ, ବିତରକ ଏବଂ କଠିନ ପରିଶ୍ରମ ପାଇଁ ସମ୍ଭବ ହୋଇଛି। ଗତ କିଛି ବର୍ଷ ଧରି ଗ୍ରାହକଙ୍କର ଭରସା ଆମକୁ ଏହି ସଫଳତାର ଶିଡ଼ି ଚଢ଼ିବାରେ ସହାୟକ ହୋଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri