ଫ୍ରିଡମ୍‌ ଅଏଲକୁ ଗ୍ଲୋବଏଲ ଡାଇମଣ୍ଡ ଆୱାର୍ଡ

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଖାଇବାତେଲ ବ୍ରାଣ୍ଡ୍‌ ଫ୍ରିଡମ୍‌କୁ ‘ଗ୍ଲୋବଏଲ ଡାଇମଣ୍ଡ ଆୱାର୍ଡ’ ସମ୍ମାନରେ ସମ୍ମାନିତ କରାଯାଇଛି। ବିଶେଷକରି ଭାରତର ସବୁଠାରୁ ଅଧିକ ସନ୍‌ଫ୍ଲାୱାର ଖାଇବାତେଲ ଆମଦାନୀ କରୁଥିବା କମ୍ପାନୀ ଭାବେ ଫ୍ରିଡମ୍‌କୁ ଏଭଳି ଏକ ସମ୍ମାନଜନକ ପୁରସ୍କାର ଲାଭ କରିପାରିଛି। ଏପରିକି ଜେମିନି ଏଡିବଲ୍‌ ଆଣ୍ଡ୍‌ ଫ୍ୟାଟ୍ସ ଇଣ୍ଡିଆ ଲିମିଟେଡ୍‌ (ଜିଇଏଫ୍‌ଆଇଏଲ) ଅଧୀନରେ ଥିବା ଫ୍ରିଡମ୍‌ ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲ୍‌ ଲଗାତର ୨ୟ ବର୍ଷ ପାଇଁ ଗ୍ଲୋବଏଲ୍‌ ଆୱାର୍ଡରେ ସମ୍ମାନିତ ହୋଇଛି। ଏହି ଆୱାର୍ଡ ଖାଇବାତେଲ ଉଦ୍ୟୋଗଗୁଡ଼ିକ ମଧ୍ୟରେ ସବୁଠାରୁ ଭଲ ପ୍ରଦର୍ଶନ କରୁଥିବା ଉଦ୍ୟୋଗକୁ ପ୍ରଦାନ କରାଯାଇଥାଏ। ୨୦୨୧-୨୨ ବର୍ଷରେ କମ୍ପାନୀ ସବୁଠାରୁ ଅଧିକ ସନ୍‌ଫ୍ଲାୱାର ଆମଦାନୀ କରିଛି। ଏହି ଅଶୋଧିତ ତୈଳକୁ କମ୍ପାନୀ ୩ଟି ରିଫାଇନ୍‌ ପ୍ରଣାଳୀ ସାହାଯ୍ୟରେ ଖାଇବା ତେଲରେ ପରିଣତ କରି ଭାରତ ବଜାରରେ ଉପଲବ୍ଧ କରାଉଛି। ସେହିଭଳି ସ୍ବାସ୍ଥ୍ୟ ସଚେତନତା ଦିଗରେ ମଧ୍ୟ ଫ୍ରିଡମ୍‌ ବ୍ୟବହାରକାରୀଙ୍କ ଉପଯୁକ୍ତ ଧ୍ୟାନ ରଖୁଥିବା ବେଳେ ଏହା ମଧ୍ୟ ବଜାରରେ ଆଦୃତି ଲାଭ କରିପାରିଛି। ସେହିପରି ସଫ୍ଟ ଅଏଲ୍‌ କାଟେଗୋରିରେ ସନ୍‌ଫ୍ଲାୱାର, ସୋରିଷ, ବାଦାମୀ ତେଲ ଏବଂ ରାଇସ୍‌ ବ୍ରାନ୍‌ (କୁଣ୍ଡାତେଲ) ଆଦି ପାମ୍‌ ଅଏଲଠାରୁ ଅଧିକ ସ୍ବାସ୍ଥ୍ୟକର ବୋଲି ଜଣାପଡ଼ିଛି। ଫ୍ରିଡମ୍‌ ସନ୍‌ଫ୍ଲାଓ୍ବାର ଅଏଲରେ ଭିଟାମିନ୍‌ ଏ ଏବଂ ଡି ସହ ଭିଟାମିନ୍‌ ଇ ମଧ୍ୟ ରହିଥାଏ, ଯାହାକି ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ବେଶ୍‌ ସ୍ବାସ୍ଥ୍ୟକର ବୋଲି କୁହାଯାଇଛି। ଏ ସମ୍ପର୍କରେ ଜିଇଏଫ୍‌ଆଇଏଲ୍‌ର ଗ୍ରୁପ୍‌ ଉପାଧ୍ୟକ୍ଷ ଅକ୍ଷୟ ଚୌଧରୀ କହିଛନ୍ତି, ଆମେ ବହୁ ଆନନ୍ଦିତ ଯେ ୨ୟ ଥର ପାଇଁ ଫ୍ରିଡମ୍‌ ସନ୍‌ଫ୍ଲାୱାର ଅଏଲ ଦେଶର ସବୁଠାରୁ ବଡ଼ ସନ୍‌ଫ୍ଲାଓ୍ବାର ଅଏଲ୍‌ ଆମଦାନୀ କମ୍ପାନୀ ଭାବେ ସମ୍ମାନିତ ହୋଇଛି। ଏହା କେବଳ ଆମ କର୍ମଚାରୀ, ବିତରକ ଏବଂ କଠିନ ପରିଶ୍ରମ ପାଇଁ ସମ୍ଭବ ହୋଇଛି। ଗତ କିଛି ବର୍ଷ ଧରି ଗ୍ରାହକଙ୍କର ଭରସା ଆମକୁ ଏହି ସଫଳତାର ଶିଡ଼ି ଚଢ଼ିବାରେ ସହାୟକ ହୋଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri