Posted inଖେଳ

ଏମ୍‌ଜିଏମ୍‌ ସ୍କୁଲ ଅଫ୍‌ ସ୍ପୋଟର୍‌ସରେ ବିଶ୍ୱସ୍ତରୀୟ କ୍ରିକେଟ କୋଚିଂ

ଭୁବନେଶ୍ୱର, ୨୦।୩(ତପନ ସ୍ବାଇଁ): ଓଡ଼ିଶାର ପ୍ରତିଭାସମ୍ପନ୍ନ କ୍ରିକେଟ ଖେଳାଳି ଓ ଅଭିଭାବକଙ୍କ ପାଇଁ ଏକ ଖୁସି ଖବର। ରାଜ୍ୟରେ କ୍ରିକେଟ ପ୍ରତିଭାଙ୍କୁ ମିଳିବ ବିଶ୍ୱସ୍ତରୀୟ କ୍ରିକେଟ କୋଚିଂ। କଟକ ଗୁରୁଡ଼ିଝାଟିଆସ୍ଥିତ କପୁରସିଂଠାରେ ଥିବା ଏମ୍‌ଜିଏମ ସ୍କୁଲ ଅଫ୍‌ ସ୍ପୋଟର୍‌ସରେ ଏହି ସୁବିଧାସୁଯୋଗ ଉପଲବ୍ଧ ହେବାକୁ ଯାଉଛି। ଏଥିପାଇଁ ମଙ୍ଗଳବାର ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କୋଚ୍‌ ରବି ଶାସ୍ତ୍ରୀଙ୍କ କୋଚିଂ ବିୟଣ୍ଡ କ୍ରିକେଟ ଏକାଡେମୀ ସହ ଏମ୍‌ଜିଏମ୍‌ ସ୍କୁଲ ଅଫ୍‌ ସ୍ପୋଟର୍‌ସ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। କୋଚିଂ ବିୟଣ୍ଡ କ୍ରିକେଟ ଏକାଡେମୀର ମୁଖ୍ୟ ରବି ଶାସ୍ତ୍ରୀ ଓ ଏମ୍‌ଜିଏମ୍‌ ମିନେରାଲ୍ସର ସିଏମ୍‌ଡି ପଙ୍କଜ ଲୋଚନ ମହାନ୍ତିଙ୍କ ମଧ୍ୟରେ ଏହି ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ଏହାଦ୍ୱାରା ଏମ୍‌ଜିଏମ୍‌ ପକ୍ଷରୁ ଭିତ୍ତିଭୂମି ଏବଂ ଅନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ଏବଂ କୋଚିଂ ବିୟଣ୍ଡ କ୍ରିକେଟ ପକ୍ଷରୁ ଖେଳାଳି ଚୟନ ସହ ସେମାନଙ୍କୁ ବର୍ଷସାରା କୋଚିଂର ବ୍ୟବସ୍ଥା କରାଯିବ। କିଛି ସମୟ ଲାଗିବ, ମାତ୍ର ଏହାଦ୍ୱାରା ଓଡ଼ିଶାରୁ ନିକଟ ଭବିଷ୍ୟତରେ ନିଶ୍ଚିତ ବହୁ କ୍ରିକେଟ ପ୍ରତିଭା ଆଗକୁ ବଢ଼ିବେ ବୋଲି ରବି ଶାସ୍ତ୍ରୀ ପ୍ରକାଶ କରିଛନ୍ତି।
ରବି ଶାସ୍ତ୍ରୀଙ୍କ ଦ୍ୱାରା ପ୍ରତିଷ୍ଠିତ କୋଚିଂ ବିୟଣ୍ଡ କ୍ରିକେଟ ହେଉଛି ଏକ ପ୍ରିମିୟର କ୍ରିକେଟ କୋଚିଂ ଅନୁଷ୍ଠାନ। ଏଥିରେ ନିଜେ ଶାସ୍ତ୍ରୀଙ୍କ ବ୍ୟତୀତ ଭାରତୀୟ କ୍ରିକେଟ ଦଳର ପୂର୍ବତନ ବୋଲିଂ କୋଚ୍‌ ଭରତ ଅରୁଣ, ଫିଲ୍ଡିଂ କୋଚ୍‌ ଆର୍‌. ଶ୍ରୀଧର ପ୍ରମୁଖ ଅନେକ ପ୍ରତିଷ୍ଠିତ କୋଚ୍‌ କୋଚିଂ ପ୍ରଦାନ କରୁଛନ୍ତି। ଚେନ୍ନାଇ ଓ ହାଇଦ୍ରାବାଦ ପରେ ଏହି ଅନୁଷ୍ଠାନ ଓଡ଼ିଶାରେ ଏମ୍‌ଜିଏମ ସହ ପାର୍ଟନରଶିପ୍‌ରେ କ୍ରିକେଟ ପ୍ରତିଭାଙ୍କୁ ଉନ୍ନତ ପ୍ରଶିକ୍ଷଣ ଦେବାକୁ ଯାଉଛି। ଏମ୍‌ଓୟୁ ଅବସରରେ ଶାସ୍ତ୍ରୀ ଓଡ଼ିଶାରେ ପରିବର୍ଦ୍ଧିତ କ୍ରୀଡ଼ା ଭିତ୍ତିଭୂମି ଓ ମିଳୁଥିବା ସୁବିଧା ସୁଯୋଗକୁ ଉଚ୍ଚ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଆଗ୍ରହ ଯୋଗୁ ଏଠାରେ କିପରି ସବୁ କ୍ରୀଡ଼ାର ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ କ୍ରୀଡ଼ା ପ୍ରତିଯୋଗିତା ସମ୍ଭବ ହୋଇପାରିଛି ତା’ ଉପରେ ମତ ରଖିଥିଲେ। ନିଜ ବକ୍ତବ୍ୟ ପ୍ରାରମ୍ଭରେ ଐତିହାସିକ ବାରବାଟୀ ଷ୍ଟାଡିୟମକୁ ମନେପକାଇଥିଲେ ଶାସ୍ତ୍ରୀ। ୪୦ ବର୍ଷ ପୂର୍ବେ ବାରବାଟୀରେ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳା ଯାଇଥିଲା ଏବଂ ସେଥିରେ ସେ ସାମିଲ ଥିଲେ ବୋଲି ପ୍ରକାଶ କରିଥିଲେ। କୋଚିଂ ବିୟଣ୍ଡ କ୍ରିକେଟ ପକ୍ଷରୁ କେବଳ ଖେଳାଳିଙ୍କୁ କ୍ରିକେଟ ପ୍ରଶିକ୍ଷଣ ଦିଆଯାଇ ନ ଥାଏ, ଜଣେ ଖେଳାଳିର ସାମଗ୍ରିକ ବିକାଶକୁ ଦୃଷ୍ଟି ଦେଇଥାଏ ବୋଲି ଶାସ୍ତ୍ରୀ କହିଛନ୍ତି। ଏହି ଅସରରେ ସେ ଏମ୍‌ଜିଏମ୍‌ର ମୁଖ୍ୟ ପଙ୍କଜ ଲୋଚନ ମହାନ୍ତିଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ବ୍ୟକ୍ତିଗତ ପ୍ରଚେଷ୍ଟାରେ ଓଡ଼ିଶାରେ ଏପରି ଅନ୍ତର୍ଜାତୀୟ ସ୍ତରର କ୍ରିକେଟ ଭିତ୍ତିଭୂମି ଉପଲବ୍ଧ କରାଇବା ଛୋଟକଥା ନୁହେଁ। ଏହାଦ୍ୱାରା ଓଡ଼ିଶା ଏବଂ ରାଜ୍ୟ ବାହାରର ପିଲାମାନେ ମଧ୍ୟ ଉପକୃତ ହୋଇପାରିବେ। ଧୈର୍ଯ୍ୟ ଧରିବାକୁ ପଡ଼ିବ। ଏଠାରୁ ଦେବାଶିଷ ମହାନ୍ତି ଓ ଶିବ ସୁନ୍ଦର ଦାସଙ୍କ ପରି ଖେଳାଳି ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ଏପରି ଖେଳାଳି ଏଠାରୁ ବାହାର କରିବା ଦିଗରେ କୋଚିଂ ବିୟଣ୍ଡ କ୍ରିକେଟ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।
ଆର୍‌. ଶ୍ରୀଧର କୋଚିଂ ବିୟଣ୍ଡ କ୍ରିକେଟର ପ୍ରଶିକ୍ଷଣ କାର୍ଯ୍ୟାବଳୀ ସମ୍ପର୍କରେ ଅବତାରଣା କରିଥିଲେ। ଏଥିରେ ସବୁ ପିଲାଙ୍କୁ ସମାନ ଧରଣର କୋଚିଂ ଦିଆଯାଇ ନ ଥାଏ। ରାଜ୍ୟରୁ ପାଖାପାଖି ୭୦ରୁ ୮୦ ପ୍ରତିଭାଙ୍କୁ ଅନ୍ବେଷଣ କରାଯିବ। ସେମାନଙ୍କୁ ଟ୍ରେନିଂ ସହ ମ୍ୟାଚ ଖେଳିବାକୁ ସୁଯୋଗ ଦିଆଯିବ। ପ୍ରତି ପିଲା ଯେପରି ୪ରୁ ୫ ମ୍ୟାଚ ଖେଳିବା ସୁଯୋଗ ପାଇବେ ତାକୁ ଧ୍ୟାନରେ ରଖାଯିବ। ଫିଟ୍‌ନେସ ପ୍ରୋଗ୍ରାମ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ କେଉଁ ପିଲା କିପରି ପ୍ରଦର୍ଶନ କରୁଛି ଏବଂ ପ୍ରତିକ୍ରିୟା ପ୍ରକାଶ କରୁଛି ତାକୁ ବିଚାରକୁ ନିଆଯାଇ ପିଲାଙ୍କୁ ଚୟନ କରାଯିବ। ମନୋନୀତ ପିଲାଙ୍କୁ ବର୍ଷ ସାରା ଅତ୍ୟନ୍ତ ଉଚ୍ଚ ପ୍ରଶିକ୍ଷିତ ଏବଂ ସାର୍ଟିଫାଏଡ କୋଚ୍‌ମାନେ ଟ୍ରେନିଂ ଦେବେ। ପିଲାମାନଙ୍କୁ କେବଳ ଯେ କ୍ରିକେଟ ପ୍ରଶିକ୍ଷଣ ଦିଆଯିବ ତା’ ନୁହେଁ, କେଉଁ ପିଲାର କେଉଁ ବିଭାଗରେ ଦୁର୍ବଳତା ରହିଛି ତାକୁ ମଧ୍ୟ ନଜରରେ ରଖାଯିବ। କେବଳ ପିଲାମାନଙ୍କୁ ନୁହେଁ ରାଜ୍ୟର କିଛି କୋଚ୍‌ଙ୍କୁ ମଧ୍ୟ ଏଜୁକେଟ କରାଯିବାକୁ ବ୍ୟବସ୍ଥା କରାଯିବ। କାରଣ କୋଚ୍‌ମାନେ ଏଜୁକେଟ ହେଲେ ଯାଇ ପିଲାମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ଦେଇପାରିବେ। ମୋଟାମୋଟି କହିବାକୁ ଗଲେ ଜଣେ ଖେଳାଳିର ଯେପରି ସାମଗ୍ରିକ ବିକାଶ ହୋଇପାରିବ ତା’ ଉପରେ ଧ୍ୟାନ ରଖାଯିବ ବୋଲି ଶ୍ରୀଧର କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ଭେଙ୍କଟପତି ରାଜୁ ଓ ଏମ୍‌ଜିଏମ୍‌ ଗ୍ରୁପ୍‌ର ନିର୍ଦ୍ଦେଶକ ସିଦ୍ଧାର୍ଥ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

କ୍ଷତିପୂରଣ ସହାୟତା ପାଇଁ ଦାବି: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

ଜୀବନ୍ତ ମାଛ ଗିଳି ଦେଲେ ବର୍ଷକର ଶିଶୁ: ତା’ପରେ ଯାହା ଘଟିଲା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୯।୨: ମଧ୍ୟପ୍ରଦେଶର ସର୍ବବୃହତ ସରକାରୀ ହସ୍ପିଟାଲ ମହାରାଜା ଯଶୱନ୍ତରାଓ ହସ୍ପିଟାଲ (MYH)ରେ ଡାକ୍ତରମାନେ ଏକ ଚିକିତ୍ସା ସଫଳତା ହାସଲ କରିଛନ୍ତି। ହସ୍ପିଟାଲର ENT ବିଭାଗର ବିଶେଷଜ୍ଞମାନେ ଜଣେ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

ଇରାନ ସହ ଯୁଦ୍ଧବିରତି ଭିତରେ ଟ୍ରମ୍ପଙ୍କ ଟାର୍ଗେଟରେ ଏହି ଦେଶ! ୬୭ ବର୍ଷର ଶତ୍ରୁତାର ନେବେ ପ୍ରତିଶୋଧ

ଓ଼୍ବାଶିଂଟନ,୯।୪: ଇରାନ ସହିତ ଯୁଦ୍ଧବିରତି ପରେ ତୁରନ୍ତ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପରବର୍ତ୍ତୀ ମିଶନର ସଙ୍କେତ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri