ଖାଦ୍ୟରେ ତ୍ରିରଙ୍ଗା

ଭୁବନେଶ୍ୱର, ୧୫। ୮ (ବ୍ୟୁରୋ): ସ୍ବାଧୀନତା ଦିବସ ପାଇଁ ଚାରିଆଡ଼େ ଦେଶାତ୍ମବୋଧର ମହକ ଛୁଟିବାରେ ଲାଗିଛି। ସ୍ବାଧୀନତା ଦିବସକୁ କିପରି ସ୍ମରଣୀୟ କରାଯାଇ ପାରିବ ପ୍ରତିଟି ଭାରତବାସୀ ସେଥିପାଇଁ ବ୍ୟଗ୍ର। ଏସବୁ ଭିତରେ ଭୁବନେଶ୍ୱରର ପ୍ରୀତିଶା ଦାଶଙ୍କ ସ୍ବତନ୍ତ୍ର ହାତରନ୍ଧା ଖାଦ୍ୟପଦାର୍ଥରେ ଦେଖିବାକୁ ମିଳିଛି ତ୍ରିରଙ୍ଗାର ଝଲକ। ବ୍ଲଗ୍‌ ରାଇଟର୍‌ ପୀତିଶା ଓଡ଼ିଶାର ପ୍ରତିଟି ପ୍ରସିଦ୍ଧ ଖାଦ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ଏଥିସହ ଖାଦ୍ୟରେ ବ୍ୟବହୃତ ସାମଗ୍ରୀ ଓ ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ମଧ୍ୟ ଲେଖି ପୋଷ୍ଟ କରିଥା’ନ୍ତି। ସ୍ବାଧୀନତା ଦିବସ ଅବସରରେ ସେ ନାରଙ୍ଗୀ, ଧଳା ଓ ସବୁଜ ରଙ୍ଗର ପଲଉ, ଦୋସା, ବରଫି ଭଳି ସ୍ବାଦିଷ୍ଟ ଭୋଜନ ପ୍ରସ୍ତୁତ କରିଛନ୍ତି। ଏହି ଦିବସକୁ ସ୍ବତନ୍ତ୍ର ଢଙ୍ଗରେ ପାଳନ ପାଇଁ ବାର୍ତ୍ତା ଦେବାକୁ ଯାଇ ସେ ଏପରି ପ୍ରୟାସ କରିଛନ୍ତି। ତେବେ ଖାଦ୍ୟ ପ୍ରସ୍ତୁତି ପାଇଁ ସେ କୌଣସି ରଙ୍ଗର ବ୍ୟବହାର କରିନାହାନ୍ତି। ନାରଙ୍ଗୀ ରଙ୍ଗର ପଲଉ ପ୍ରସ୍ତୁତି ପାଇଁ ସେ ଟମାଟୋ ବ୍ୟବହାର କରିଥିବାବେଳେ ସବୁଜରଙ୍ଗର ପଲଉ ପ୍ରସ୍ତୁତିରେ ଧନିଆ, ପୋଦିନା ଓ ରସୁଣ ବ୍ୟବହାର କରିଥିବା କହିଛନ୍ତି। ସେହିପରି ଅଶୋକ ଚକ୍ର ପାଇଁ ଲବଙ୍ଗର ବ୍ୟବହାର କରିଛନ୍ତି। ଦୋସାରେ ସୋଦୁଅର ଉପରି ଭାଗକୁ ଗାଜର କୋରାରେ ରଙ୍ଗାଇ ଥିବାବେଳେ ନିମ୍ନଭାଗକୁ ଧନିଆ, ପୋଦିନା ଓ କଞ୍ଚା ଲଙ୍କାରେ ରଙ୍ଗୀନ କରିଛନ୍ତି। ମାଟି ମା’ ଠାରୁ ଆମେ ଖାଦ୍ୟ ପାଉଥିବାବେଳେ ମାଟି ମା’ ଉଦ୍ଦେଶ୍ୟରେ ସେ ଏହି ସବୁ ଭୋଜନ ପ୍ରସ୍ତୁତ କରିଥିବା କହିଛନ୍ତି। ସ୍ବାଧୀନତା ଦିବସ ଅବସରରେ ସମସ୍ତେ ନିଜ ଘରେ ଏପରି କିଛି କିଛି ଖାଦ୍ୟ ପ୍ରସ୍ତୁତ କରି ପ୍ରିୟଜନଙ୍କୁ ପରଷିବା ଦ୍ୱାରା ସମସ୍ତଙ୍କ ମନରେ ଦେଶପ୍ରୀତି ଜାଗ୍ରତ ହୋଇପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri