Categories: ଖେଳ

ଆର୍‌ସିବିକୁ ଲାଗିଲା ଶକ୍ତ ଧକ୍କା

ବେଲବୋର୍ନ,୧୬।୨: ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଆସନ୍ତା ମାସରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏଥିଯୋଗୁ ସେ ଆଗାମୀ ପାକିସ୍ତାନ ଗସ୍ତ ସହ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପ୍ରାରମ୍ଭିକ କିଛି ମ୍ୟାଚ୍‌ ଖେଳିପାରିବେ ନାହିଁ। ଏ ସମ୍ପର୍କରେ ଶୀଲଙ୍କା ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ ପରେ ମ୍ୟାକ୍ସଓ୍ବେଲ ‘ଫକ୍ସ ସ୍ପୋଟର୍‌ସ’କୁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମ୍ୟାକ୍ସଓ୍ବେଲଙ୍କୁ ବିରାଟ କୋହଲି ଓ ମହମ୍ମଦ ସିରାଜଙ୍କ ସହ ରିଟେନ କରିଛି।

ଚଳିତ ବର୍ଷର ଆଇପିଏଲ ଆସନ୍ତା ମାର୍ଚ୍ଚ ଶେଷ ଆରମ୍ଭ ହେବାକୁ ଥିବା ବେଳେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୯ ତାରିଖରୁ ସୀମିତ ଓଭର ସିରିଜ୍‌ ଖେଳାଯିବାର କାର୍ଯ୍ୟସୂଚୀ ରହିଛି।

Share