କାଠକୁ ଦେଉଛନ୍ତି ଜୀବନ୍ତ ରୂପ

ପାଟଣା, ୮ା୧୧(ସ୍ବ.ପ୍ର.): ତାଙ୍କ ନିହାଣ ମୁନରେ କାଠ କଥା କହେ, ହାତର ସ୍ପର୍ଶରେ ହୋଇଉଠେ ଅନନ୍ୟ। ଘରକରଣାଠାରୁ ଆରମ୍ଭ କରି ପ୍ରତିମୂର୍ତ୍ତିକୁ ଦିଅନ୍ତି ଜୀବନ୍ତ ରୂପ। ବିନା ପ୍ରଶିକ୍ଷଣରେ ନିଖୁଣ କଳାକୃତି ନିର୍ମାଣ କରିବା ସହ କଣ୍ଢେଇ ନୃତ୍ୟଶିଳ୍ପୀ ଭାବେ ସ୍ବତନ୍ତ୍ର ପରିଚୟ ଲାଭ କରିଥିବା ବ୍ୟକ୍ତିତ୍ୱ ହେଲେ ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତ (୬୯)। ସେ ଏକାଧାରରେ ଜଣେ କାଠ କଣ୍ଢେଇ ମୂର୍ତ୍ତି କାରିଗର ଓ କଣ୍ଢେଇ ନୃତ୍ୟଶିଳ୍ପୀ। ସେ ଅଦରକାରୀ କାଠ, ବାଉଁଶ ଓ ପ୍ଲାଷ୍ଟିକ୍‌ରୁ ମନୋରମ ଘରକରଣା ସାମଗ୍ରୀ ଓ ବିଭିନ୍ନ ପ୍ରକାର ଖେଳନା ତିଆରି କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ବୁଢ଼ୀକାପୁଡ଼ି ପଞ୍ଚାୟତ ନେଉଳପଶି ଗାଁର ରମେଶ ସାର୍‌ ଶିକ୍ଷକ ଭାବେ ଅନେକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢ଼ିଛନ୍ତି। ଉକ୍ତ ବ୍ଲକ ତେନ୍ତୁଳି ବିଦ୍ୟାଳୟରୁ ଅବସର ଗ୍ରହଣ ପରେ କଳା ପ୍ରତି ମନୋନିବେଶ କରିଛନ୍ତି। ନିଜେ ନିହାଣ ମୁନରେ କାଠ କଣ୍ଢେଇ ନିର୍ମାଣ କରନ୍ତି। ତାକୁ ବିଭିନ୍ନ ରଙ୍ଗ ପୋଷାକରେ ସଜେଇ ବିଭିନ୍ନ ପୌରାଣିକ କଥାବସ୍ତୁକୁ ନେଇ କଣ୍ଢେଇ ନୃତ୍ୟ କରି ଲୋକଙ୍କ ମନୋରଞ୍ଜନ କରୁଛନ୍ତି। ତାଙ୍କର ଲୋକପ୍ରିୟ କଣ୍ଢେଇ ନାଟକ ମଧ୍ୟରେ ବୀର ଶିଶୁ ଅଭିମନ୍ୟୁ, ମହିଷାମର୍ଦ୍ଦିନୀ ନାଟକ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ସେ କାଠ, ମାଟି ଓ ସିମେଣ୍ଟ ଯୋଗେ ସମ୍ମୁଖରେ ଥିବା ବ୍ୟକ୍ତି ଓ ଚିତ୍ର ଦେଖି ଅବିକଳ ପ୍ରତିମୂର୍ତ୍ତି ଗଢ଼ି ପାରୁଛନ୍ତି। ୨୦୨୦ରେ କେନ୍ଦୁଝର ଗୋନାସିକା ମହୋତ୍ସବରେ ତାଙ୍କ ନିର୍ମିତ ବିଭିନ୍ନ ଖେଳନା ଓ ଘର ତିଆରି ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା। ଏଥିରୁ ସେ ବେଶ୍‌ ପ୍ରଶଂସା ସାଉଁଟିଥିଲେ। ଶିକ୍ଷକତାରୁ ଅବସର ପରେ ଗତ ୧୦ ବର୍ଷ ରମେଶଙ୍କ ଜୀବନରେ କଳା ପ୍ରତି ଥିବା ଅଦମ୍ୟ ଅନୁରାଗ ଓ ନିଷ୍ଠା ତାଙ୍କୁ ସଫଳତା ଆଣିଦେଇଛି। ନିଜର ପ୍ରତିଭା ପାଇଁ ଜିଲା ଓ ଜିଲା ବାହାରେ ସ୍ବତନ୍ତ୍ର ପରିଚୟ ପାଇବା ସହ ଆଖପାଖ ଅଞ୍ଚଳରେ ଆଦୃତି ଲାଭ କରିଛନ୍ତି। ବହୁମୁଖୀ ପ୍ରତିଭାର ଅଧିକାରୀ ରମେଶ ସାର୍‌ ଏଥିପାଇଁ ବିଧିବଦ୍ଧ ଭାବେ କାହାଠାରୁ ପ୍ରଶିକ୍ଷଣ ଗ୍ରହଣ କରିନାହାନ୍ତି କି କାହାଠାରୁ ତାଲିମ ନେଇନାହାନ୍ତି। ଏସବୁ କାର୍ଯ୍ୟ ପାଇଁ ତାଙ୍କୁ ସରକାରୀସ୍ତର, ବେସରକାରୀସ୍ତରରେ କୌଣସି ପ୍ରୋତ୍ସାହନ ମଧ୍ୟ ମିଳିନାହିଁ। ରମେଶ ସାର୍‌ କୁହନ୍ତି, ପ୍ରଚାର ପ୍ରସାର ଓ ସମ୍ମାନ ପଛରେ ମୁଁ ଦୌଡ଼େ ନାହିଁ। କଳା ପ୍ରତି ପିଲାବେଳୁ ଅନୁରାଗ ଥିଲା। ଶିକ୍ଷକତା ଜୀବନର ବ୍ୟସ୍ତତା ମଧ୍ୟରେ ସମୟ ମିଳୁ ନ ଥିଲା। ଏସବୁ କରିବା ଦ୍ୱାରା ମୋତେ ଏକ ମାନସିକ ଶାନ୍ତି ମିଳିଥାଏ। ଏଥିପାଇଁ ତାଙ୍କ ସ୍ତ୍ରୀ କସ୍ତୁରୀ ନିରବଚ୍ଛିନ୍ନ ଭାବେ ସହଯୋଗ ସହ ପ୍ରେରଣା ଯୋଗାଇଛନ୍ତି ବୋଲି ସେ କହିଛନ୍ତି। କଣ୍ଢେଇ ନୃତ୍ୟକୁ ସରକାର ସ୍ବୀକୃତି ଦେବା ସହ ରମେଶଙ୍କୁ ପ୍ରୋତ୍ସାହନ ଯୋଗାଇବା ଦରକାର ବୋଲି ବୁଢ଼ୀକାପୁଡ଼ିର ପୂର୍ବତନ ସରପଞ୍ଚ ଯଦୁମଣି ନାଏକଙ୍କ ସହ ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri