‘ଆମ ଜମି ଆମକୁ ଫେରାଅ’

ଯାଜପୁର ଅଫିସ,୧୭ା୫ : ଯେତେ ନୀତିନିୟମ ଉଲ୍ଲଂଘନ କଲେ ବି ଶିଳ୍ପ, କଳ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତି ସରକାର ଯେ, ସହାନୁଭୂତିଶୀଳ ଏକଥା ମେସ୍କୋ ଷ୍ଟିଲ କାରଖାନା କ୍ଷେତ୍ରରେ ଦେଖିବାକୁ ମିଳୁଛି । ଦୀର୍ଘ ୪ ବର୍ଷ ହେଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରଥମକରି ପାଦ ରଖିଥିବା ଏହି କମ୍ପାନୀ ନିଜର ସ୍ବାର୍ଥକୁ ଗୁରୁତ୍ୱ ଦେଇ ଜମିହରା, ଶ୍ରମିକ ଓ କର୍ମଚାରୀଙ୍କ ସମସ୍ୟାକୁ ଝୁଲାଇ ରଖିବା ଚିରାଚରିତ ଅଭ୍ୟାସରେ ପରିଣତ ହୋଇଛି ବୋଲି ଅଭିଯୋଗ ହୋଇଛି। ନବେ ଦଶକରୁ କମ୍ପାନୀ ମାଲିକ ଯେତେ ଲାଭ ଉଠାଇଛନ୍ତି ତା’ ପଛରେ ପରିଚାଳନା କର୍ତ୍ତୃପକ୍ଷ ଓ ଅଧିକାରୀ-କର୍ମଚାରୀଙ୍କ ଯେତିକି ଶ୍ରେୟ ରହିଛି ତା’ଠାରୁ ଢେର ଅଧିକ ବିସ୍ଥାପିତ ପରିବାରଙ୍କ ରହିଛି । କିନ୍ତୁ ବିସ୍ଥାପିତଙ୍କ ଥଇଥାନ ସମସ୍ୟା ଉପରେ କମ୍ପାନୀ ବେଖାତିର କରି ଚାଲିଛନ୍ତି। ଯାଜପୁର ଜିଲା ସୁକିନ୍ଦା ତହସିଲ ଅନ୍ତର୍ଗତ ଖୁରୁଣ୍ଟି ମୌଜାର ସିଆରିଆ ଗ୍ରାମର ୧୯.୬ ଏକର ଜମି ଅଧିଗ୍ରହଣ କରି କମ୍ପାନୀ କର୍ତ୍ତୃପକ୍ଷ କୌଣସି କାମରେ ନ ଲଗାଇବାରୁ କ୍ଷତିଗ୍ରସ୍ତ ପ୍ରଜା ସବୁକ୍ଷେତ୍ରରେ ଅବହେଳାର ଶିକାର ହୋଇଛନ୍ତି। ତେଣୁ କ୍ଷତିଗ୍ରସ୍ତ ପ୍ରଜା ତାଙ୍କର ଜମି ଫେରାଇ ଦେବାକୁ ଜିଲାପାଳଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଚାଲିଛି ଶିଳ୍ପସଂସ୍ଥା ରାଜ । ଏଥିରେ ଓଡ଼ିଶା ସରକାରଙ୍କ ଇଡ୍‌କୋ ସଂସ୍ଥା ମଧ୍ୟସ୍ଥି ସାଜିଥିବା ପରିଲକ୍ଷିତ ହେଉଛି । କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ କରୁଛନ୍ତି, ଭୂଅର୍ଜନ ଆଇନରେ ବିଜ୍ଞପ୍ତି ଜାରି କରାଇ ସଂପୃକ୍ତ ଜମିର ବିକ୍ରିବଟା, ବନ୍ଧକରୁ ରୟତଙ୍କୁ ବର୍ଷ ବର୍ଷ ଧରି ବଞ୍ଚିତ କରାଉଛନ୍ତି । ସେଥିପାଇଁ ଘରେ କିଏ ବେମାର ପଡିଲେ ଭୂସମ୍ପତ୍ତି ଥାଇ ସୁଦ୍ଧା ରୟତ ଟଙ୍କା ଯୋଗାଡ଼ରେ ବାରଦୁଆର ହେଉଛନ୍ତି । ପିଲାଙ୍କ ପାଠପଢା, ବିବାହ ଅଟକି ଯାଉଛି । ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଉପରୁ ପଡୁଥିବା ଚାପ ଯୋଗୁ ରାଜସ୍ବ ପ୍ରଶାସନ ଦିନରାତି ଏକ କରି ଦେଉଛନ୍ତି । ଜମିର ମୂଲ୍ୟାୟନ ଶାଗମାଛ ଦର ଭଳି ହେଲେ ଭୂଅର୍ଜନ ପ୍ରକ୍ରିୟା ସୁରୁଖୁରୁରେ ହୋଇଯାଉଛି । ଯଦି ଜମିର ମୂଲ୍ୟାୟନରେ ରୟତଙ୍କୁ ନ୍ୟାୟ କରାଗଲା କଥା ସରିଲା । ବର୍ଷ ବର୍ଷ ଧରି ରୟତଙ୍କୁ ଆର୍ଥିକ ଅନଟନରେ ପକାଇ ପ୍ରଶାସନକୁ ଖଟାଇ ହଠାତ୍‌ ଶିଳ୍ପପତି ଭୂଅର୍ଜନ ଦରଖାସ୍ତ ପ୍ରତ୍ୟାହାର କରି ନେଉଛନ୍ତି । ଜିଲାରେ ପ୍ରତିଷ୍ଠିତ ମେସ୍କୋ ଶିଳ୍ପ ସଂସ୍ଥା ନିକଟରେ ଏଭଳି କରିଛନ୍ତି । ଅଭିଯୋଗ ଅନୁସାରେ ୧୯୯୨ରେ ରାଜ୍ୟ ସରକାର ମେସ୍କୋ ଷ୍ଟିଲ ନାମରେ ଜମି ଅଧିଗ୍ରହଣ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାପରେ ପ୍ରଜାଙ୍କଠାରୁ ନାମକୁ ମାତ୍ର ଦରରେ ଜମି ଅଧିଗ୍ରହଣ କରାଯାଇଥିଲା। ଜମି ହରାଇଥିବା ସମସ୍ତ ପ୍ରଜାଙ୍କୁ ସେତେବେଳେ ନିଯୁକ୍ତି ସହ ଅନ୍ୟାନ୍ୟ ଥଇଥାନ କରିବାକୁ ପ୍ରତିଶ୍ରୁତି ମିଳିଥିଲା। ତେବେ ମେସ୍କୋ ଷ୍ଟିଲ କାରଖାନା ପ୍ରତିଷ୍ଠା ପରେ ୯୫ ବାସଚ୍ୟୁତ ପରିବାରଙ୍କ ମଧ୍ୟରୁ ୭୬ ଜଣଙ୍କୁ ନିଯୁକ୍ତି ମିଳିଥିଲା। ବାକି ୧୯ ଜଣ ବାସଚ୍ୟୁତ ନିଯୁକ୍ତିରୁ ବଞ୍ଚିତ ହୋଇଥିଲେ। ଏହାବାଦ୍‌ ବିଭିନ୍ନ ସମୟରେ ମେସ୍କୋ ଷ୍ଟିଲ ବନ୍ଦ ହେବା ସହ ନିୟମିତ ଭାବେ କର୍ମଚାରୀମାନେ ଦରମା ପାଉ ନ ଥିଲେ। ଗତ ୪ ବର୍ଷ ହେବ ମେସ୍କୋ ଷ୍ଟିଲ କାରଖାନା ସମ୍ପୂର୍ଣ୍ଣ ବନ୍ଦ ହେବା ଫଳରେ କର୍ମଚାରୀମାନେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ବାସଚ୍ୟୁତ ପରିବାରଙ୍କ ମୂଲ୍ୟବାନ ଜମି ସହ ସମ୍ପତ୍ତି, ଘର, ଗଛ ଆଦି ଚାଲିଯାଇଥିବାବେଳେ ଏବେ ନିଯୁକ୍ତି ନ ପାଇ ଭୋକ ଉପାସରେ କାଳତିପାତ କରୁଛନ୍ତି। ଏବେ ପୁଣି ଖାଲି ପଡିଥିବା ଉକ୍ତ ଜମିକୁ ମୂଳ ଜମି ମାଲିକଙ୍କ ଅଜାଣତରେ ଅନ୍ୟ କେତେକ ସଂସ୍ଥାକୁ ବିକ୍ରୀ କରାଯାଉଛି। ତେଣୁ ଅସଲି ମାଲିକଙ୍କୁ ଉକ୍ତ ଜମି ଫେରାଇ ଦେବାକୁ ଜମିହରା ପରିବାର ନିବେଦନ କରିଛନ୍ତି। ଜମିହରା ପରିବାରଙ୍କ ମଧ୍ୟରୁ ଅନେକ ପରିବାର ପ୍ରତିପୋଷଣ ପାଇଁ ବାହାରକୁ କାମଧନ୍ଦା ଅନ୍ବେଷଣରେ ଯିବାକୁ ବାଧ୍ୟ ହୋଇଛନ୍ତି ା ବିକାଶର ଏକମାତ୍ର ଆଧାର ଭାବେ ଗ୍ରହଣ କରି ସରକାର ଶିଳ୍ପାୟନକୁ ଯେଭଳି ପ୍ରେତ୍ସାହିତ କରୁଛନ୍ତି ତା’ଦ୍ୱାରା କୃଷି ଓ କୃଷକଙ୍କ କିପରି ବିନାଶ ସାଧିତ ହୋଇଛି ତାହାର ଜ୍ୱଳନ୍ତ ଉଦାହରଣ ସାଇରିଆ ଗ୍ରାମରେ ଦେଖିବାକୁ ମିଳିଛି ା ସିଆରିଆ ବିସ୍ଥାପିତ ପରିବାରଙ୍କ ମଧ୍ୟରୁ ଶେଖ ଅବୁସୁଫିଆନ, ଶେଖ ମକସୁଦ, ଶେଖ୍‌ ମୁରସଲିମ ପ୍ରମୁଖ କହିଛନ୍ତି, ଜିଲା ପ୍ରଶାସନ ମଧ୍ୟ ଲୋକଙ୍କ ହାରିଗୁହାରି ନ ଶୁଣି କେବଳ କମ୍ପାନୀବାଲାଙ୍କ ସହାୟକ ହୋଇଛି। ତାହା ବିଡମ୍ବନା ଛଡା ଆଉ କିଛି ନୁହଁ । ଅସଲି ଜମି ମାଲିକମାନେ ତାଙ୍କ ଜମି ଫେରି ପାଇଲେ ପୁଣି ଚାଷବାସ କରି ପରିବାର ପ୍ରତିପୋଷଣ କରି ପାରିବେ। ତେଣୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଯେଉଁ ନୂତନ କମ୍ପାନୀଗୁଡିକୁ ଉକ୍ତ ଜମି ବଣ୍ଟନ କରାଯାଉଛି ସେମାନଙ୍କ ଜରିଆରେ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନିଯୁକ୍ତି ପାଇଁ ଅଗ୍ରାଧିକାର ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri