ପିଆଇଏଲ୍‌ ପୂର୍ବରୁ ପ୍ରତିପକ୍ଷଙ୍କୁ ସମୟ ଦିଅ

ଭୁବନେଶ୍ୱର, ୪।୪(ବ୍ୟୁରୋ):  ଦିନକୁ ଦିନ ଉଚ୍ଚ ଅଦାଲତରେ ଜନସ୍ବାର୍ଥ ମାମଲା(ପିଆଇଏଲ୍‌)ର ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷକରି ଅନେକ କ୍ଷେତ୍ରରେ ଆବେଦନକାରୀମାନେ କୌଣସି କର୍ତ୍ତୃପକ୍ଷଙ୍କ ନିକଟରେ ଦରଖାସ୍ତ କରିବା ପରେ ପ୍ରତିପକ୍ଷ ଏହାର କାର୍ଯ୍ୟକାରିତା ନେଇ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରୁଛନ୍ତି। ତେଣୁ କୌଣସି ପ୍ରସଙ୍ଗରେ ଯଦି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଦରଖାସ୍ତ କରାଯାଉଛି, ତେବେ ପ୍ରତିପକ୍ଷଙ୍କୁ ଉକ୍ତ ଆବେଦନ ଉପରେ କୌଣସି ନିଷ୍ପତ୍ତି ନେବାକୁ ସର୍ବନିମ୍ନ ୨ମାସ ସମୟ ଦେବା ଆବଶ୍ୟକ ବୋଲି ମୁଖ୍ୟ ବିଚାରପତି ଏସ୍‌.ମୁରଲୀଧର ଏବଂ ବିଚାରପତି ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ୩୦ତାରିଖରେ ଏକ ଆବେଦନର ଶୁଣାଣିବେଳେ କହିଛନ୍ତି।
ଆବେଦନକାରୀ ମଦନ ମୋହନ ସାହୁ ଅନୁଗୋଳ ଜିଲାପାଳଙ୍କ ବିରୋଧରେ କରିଥିବା ଜନସ୍ବାର୍ଥ ମାମଲାର ବିବରଣୀ ଅନୁସାରେ ଅନୁଗୋଳ ଜିଲା ପାଲଲହଡ଼ାରେ ଜଙ୍ଗଲ ଜମି ଉପରେ ଏକ ଗୃହ ନିର୍ମାଣକୁ ଆବେଦନକାରୀ ବିରୋଧ କରିଥିଲେ। ହେଲେ ଏହାକୁ ସ୍ଥାନୀୟ ସହରଗୁରୁଜଙ୍ଗ ବନ ସୁରକ୍ଷା ସମିତିର କୌଣସି ସଦସ୍ୟ ତାଙ୍କୁ ସହଯୋଗ କରି ନ ଥିଲେ। ତେଣୁ ସେ ଏ ସମ୍ପର୍କରେ ଅନୁଗୋଳ ଜିଲାପାଳଙ୍କ ନିକଟରେ ଗତ ଫେବୃୟାରୀ ୫ତାରିଖରେ ଏକ ଦରଖାସ୍ତ କରିଥିଲେ। ତେବେ ଏହି ଦରଖାସ୍ତ ଊପରେ ପ୍ରତିପକ୍ଷ ଜିଲାପାଳ କୌଣସି ନିଷ୍ପତ୍ତି ନେବାପୂର୍ବରୁ ମାତ୍ର ୪ଦିନ ଅର୍ଥାତ୍‌ ଫେବୃୟାରୀ ୯ତାରିଖରେ ଆବେଦନକାରୀ ଉଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ।
ଓଡ଼ିଶା ହାଇକୋର୍ଟ ପବ୍ଲିକ ଇଣ୍ଟ୍ରେଷ୍ଟ ଲିଟିଗେଶନ (ପିଆଇଏଲ୍‌) ରୁଲ୍‌ସ, ୨୦୧୦ର ଧାରା ୮ଅନୁସାରେ କୌଣସି ପିଆଇଏଲ୍‌ ରୁଜୁ କରିବା ପୂର୍ବରୁ ଆବେଦନକାରୀ ନିର୍ଦ୍ଦିଷ୍ଟ ବିଭାଗୀୟ ଅଧିକାରୀଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରିବା ଆବଶ୍ୟକ। ସେହିପରି ଦଓ୍ବୋନୀ ସଂହିତାର ଦଫା ୮୦ ଅନୁସାରେ କୌଣସି ପିଆଇଏଲ୍‌ ରୁଜୁ ସମୟରେ ଏହାର ସବିଶେଷ ବିବରଣୀ ଏବଂ ପ୍ରତିପକ୍ଷଙ୍କ ନିକଟରେ ପୂର୍ବରୁ କରାଯାଇଥିବା ଦରଖାସ୍ତର ଜବାବ ଦାଖଲ କରିବା ଆବଶ୍ୟକ। ଜରୁରୀ ମାମଲା ଅର୍ଥାତ୍‌ ଯେଉଁଠାରେ ପ୍ରତିପକ୍ଷଙ୍କ ଉତ୍ତରକୁ ଅପେକ୍ଷା କଲେ ଅପୂରଣୀୟ କ୍ଷତି ହେବାର ସମ୍ଭାବନା ରହିଛି, ସେହି କ୍ଷେତ୍ରରେ ପ୍ରତିପକ୍ଷଙ୍କୁ କୌଣସି ପ୍ରାକ୍‌ ନୋଟିସ୍‌ ନ ଦେଇ ପିଆଇଏଲ୍‌ ଫାଇଲ କରାଯାଇପାରିବ। ରୁଲ୍‌ ୮ ଅନୁସାରେ ଯେତେବେଳେ କୋର୍ଟ ଅନୁଭବ କରିବେ ଯେ, ଦଫା ୮୦ ଅନୁଯାୟୀ କୌଣସି କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରାଯାଇଛି, ସେଠାରେ ଆବେଦନକାରୀ ପ୍ରତିପକ୍ଷଙ୍କୁ କୌଣସି ନିଷ୍ପତ୍ତି ନେବାକୁ ସର୍ବନିମ୍ନ ୨ମାସ ସମୟ ଦେବା ଆବଶ୍ୟକ। ଏପରି କି ଯଦି ଆବେଦନକାରୀ ଜରୁରୀ ମନେକରିବେ ତେବେ ଉକ୍ତ ମାସ ମଧ୍ୟରେ ପ୍ରତିପକ୍ଷଙ୍କୁ ଆଉ ଏକ ରିମାଇଣ୍ଡର ଦେଇପାରିବେ ବୋଲି କୋର୍ଟ କହିଛନ୍ତି। ତେଣୁ ମଦନ ମୋହନ ଅନୁଗୋଳ ଜିଲାପାଳଙ୍କ ବିରୋଧରେ କରିଥିବା ମାମଲାରେ କୋର୍ଟ କୌଣସି ଚୂଡ଼ାନ୍ତ ରାୟ ପ୍ରକାଶ ନ କରି ଆବେଦନକାରୀଙ୍କୁ ଆଇନ ଅନୁଯାୟୀ ଆଉଥରେ ଆବେଦନ କରିବାକୁ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

୮ ବର୍ଷ ପରେ କେନ୍ଦ୍ରୀୟ ବିଦ୍ୟାଳୟ ପାଳିଲା ବାର୍ଷିକ ଉତ୍ସବ : ଉପ ଜିଲାପାଳ କହିଲେ…

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଦୀର୍ଘ ୮ ବର୍ଷ ପରେ ଶନିବାର ସନ୍ଧ୍ୟାରେ ତ ବାର୍ଷିକ ଉତ୍ସବ ପାଳନ କରିଛି। ୨୦୧୭...

ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ବାହାରିଲା ୧୧ ଫୁଟ୍‌ର ଅହିରାଜ ସାପ, କରୁଥିଲା ଭୟଙ୍କର ଗର୍ଜନ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଅଞ୍ଚଳରେ ଥିବା ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ଶନିବାର ଏକ ୧୧ ଫୁଟ୍ ଲମ୍ବର...

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଗଲା ଜୀବନ 

ରାୟଗଡା,୨୦।୧୨(ଆଶିଷ ରଞ୍ଜନ ପଣ୍ଡା): ଭୟଙ୍କର ଦୁର୍ଘଟଣା। ଟ୍ରକ୍‌-ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି...

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri