ପିଆଇଏଲ୍‌ ପୂର୍ବରୁ ପ୍ରତିପକ୍ଷଙ୍କୁ ସମୟ ଦିଅ

ଭୁବନେଶ୍ୱର, ୪।୪(ବ୍ୟୁରୋ):  ଦିନକୁ ଦିନ ଉଚ୍ଚ ଅଦାଲତରେ ଜନସ୍ବାର୍ଥ ମାମଲା(ପିଆଇଏଲ୍‌)ର ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷକରି ଅନେକ କ୍ଷେତ୍ରରେ ଆବେଦନକାରୀମାନେ କୌଣସି କର୍ତ୍ତୃପକ୍ଷଙ୍କ ନିକଟରେ ଦରଖାସ୍ତ କରିବା ପରେ ପ୍ରତିପକ୍ଷ ଏହାର କାର୍ଯ୍ୟକାରିତା ନେଇ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରୁଛନ୍ତି। ତେଣୁ କୌଣସି ପ୍ରସଙ୍ଗରେ ଯଦି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଦରଖାସ୍ତ କରାଯାଉଛି, ତେବେ ପ୍ରତିପକ୍ଷଙ୍କୁ ଉକ୍ତ ଆବେଦନ ଉପରେ କୌଣସି ନିଷ୍ପତ୍ତି ନେବାକୁ ସର୍ବନିମ୍ନ ୨ମାସ ସମୟ ଦେବା ଆବଶ୍ୟକ ବୋଲି ମୁଖ୍ୟ ବିଚାରପତି ଏସ୍‌.ମୁରଲୀଧର ଏବଂ ବିଚାରପତି ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ୩୦ତାରିଖରେ ଏକ ଆବେଦନର ଶୁଣାଣିବେଳେ କହିଛନ୍ତି।
ଆବେଦନକାରୀ ମଦନ ମୋହନ ସାହୁ ଅନୁଗୋଳ ଜିଲାପାଳଙ୍କ ବିରୋଧରେ କରିଥିବା ଜନସ୍ବାର୍ଥ ମାମଲାର ବିବରଣୀ ଅନୁସାରେ ଅନୁଗୋଳ ଜିଲା ପାଲଲହଡ଼ାରେ ଜଙ୍ଗଲ ଜମି ଉପରେ ଏକ ଗୃହ ନିର୍ମାଣକୁ ଆବେଦନକାରୀ ବିରୋଧ କରିଥିଲେ। ହେଲେ ଏହାକୁ ସ୍ଥାନୀୟ ସହରଗୁରୁଜଙ୍ଗ ବନ ସୁରକ୍ଷା ସମିତିର କୌଣସି ସଦସ୍ୟ ତାଙ୍କୁ ସହଯୋଗ କରି ନ ଥିଲେ। ତେଣୁ ସେ ଏ ସମ୍ପର୍କରେ ଅନୁଗୋଳ ଜିଲାପାଳଙ୍କ ନିକଟରେ ଗତ ଫେବୃୟାରୀ ୫ତାରିଖରେ ଏକ ଦରଖାସ୍ତ କରିଥିଲେ। ତେବେ ଏହି ଦରଖାସ୍ତ ଊପରେ ପ୍ରତିପକ୍ଷ ଜିଲାପାଳ କୌଣସି ନିଷ୍ପତ୍ତି ନେବାପୂର୍ବରୁ ମାତ୍ର ୪ଦିନ ଅର୍ଥାତ୍‌ ଫେବୃୟାରୀ ୯ତାରିଖରେ ଆବେଦନକାରୀ ଉଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ।
ଓଡ଼ିଶା ହାଇକୋର୍ଟ ପବ୍ଲିକ ଇଣ୍ଟ୍ରେଷ୍ଟ ଲିଟିଗେଶନ (ପିଆଇଏଲ୍‌) ରୁଲ୍‌ସ, ୨୦୧୦ର ଧାରା ୮ଅନୁସାରେ କୌଣସି ପିଆଇଏଲ୍‌ ରୁଜୁ କରିବା ପୂର୍ବରୁ ଆବେଦନକାରୀ ନିର୍ଦ୍ଦିଷ୍ଟ ବିଭାଗୀୟ ଅଧିକାରୀଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରିବା ଆବଶ୍ୟକ। ସେହିପରି ଦଓ୍ବୋନୀ ସଂହିତାର ଦଫା ୮୦ ଅନୁସାରେ କୌଣସି ପିଆଇଏଲ୍‌ ରୁଜୁ ସମୟରେ ଏହାର ସବିଶେଷ ବିବରଣୀ ଏବଂ ପ୍ରତିପକ୍ଷଙ୍କ ନିକଟରେ ପୂର୍ବରୁ କରାଯାଇଥିବା ଦରଖାସ୍ତର ଜବାବ ଦାଖଲ କରିବା ଆବଶ୍ୟକ। ଜରୁରୀ ମାମଲା ଅର୍ଥାତ୍‌ ଯେଉଁଠାରେ ପ୍ରତିପକ୍ଷଙ୍କ ଉତ୍ତରକୁ ଅପେକ୍ଷା କଲେ ଅପୂରଣୀୟ କ୍ଷତି ହେବାର ସମ୍ଭାବନା ରହିଛି, ସେହି କ୍ଷେତ୍ରରେ ପ୍ରତିପକ୍ଷଙ୍କୁ କୌଣସି ପ୍ରାକ୍‌ ନୋଟିସ୍‌ ନ ଦେଇ ପିଆଇଏଲ୍‌ ଫାଇଲ କରାଯାଇପାରିବ। ରୁଲ୍‌ ୮ ଅନୁସାରେ ଯେତେବେଳେ କୋର୍ଟ ଅନୁଭବ କରିବେ ଯେ, ଦଫା ୮୦ ଅନୁଯାୟୀ କୌଣସି କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରାଯାଇଛି, ସେଠାରେ ଆବେଦନକାରୀ ପ୍ରତିପକ୍ଷଙ୍କୁ କୌଣସି ନିଷ୍ପତ୍ତି ନେବାକୁ ସର୍ବନିମ୍ନ ୨ମାସ ସମୟ ଦେବା ଆବଶ୍ୟକ। ଏପରି କି ଯଦି ଆବେଦନକାରୀ ଜରୁରୀ ମନେକରିବେ ତେବେ ଉକ୍ତ ମାସ ମଧ୍ୟରେ ପ୍ରତିପକ୍ଷଙ୍କୁ ଆଉ ଏକ ରିମାଇଣ୍ଡର ଦେଇପାରିବେ ବୋଲି କୋର୍ଟ କହିଛନ୍ତି। ତେଣୁ ମଦନ ମୋହନ ଅନୁଗୋଳ ଜିଲାପାଳଙ୍କ ବିରୋଧରେ କରିଥିବା ମାମଲାରେ କୋର୍ଟ କୌଣସି ଚୂଡ଼ାନ୍ତ ରାୟ ପ୍ରକାଶ ନ କରି ଆବେଦନକାରୀଙ୍କୁ ଆଇନ ଅନୁଯାୟୀ ଆଉଥରେ ଆବେଦନ କରିବାକୁ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri