Posted inଖେଳ

‘ଜାତୀୟ ଦଳକୁ ଅଗ୍ରାଧିକାର ଦେବି’

ଦୀର୍ଘ ୧୩ ବର୍ଷ ଧରି ପ୍ରଫେଶନାଲ ଫୁଟ୍‌ବଲର ଭାବେ ରହି ଆସିଛନ୍ତି ଭାରତୀୟ ଫୁଟବଲ ଦଳର ଗୋଲକିପର ଅମରିନ୍ଦର ସିଂ। ଚଳିତ ସିଜନରେ ପ୍ରଥମ ଥର ଓଡ଼ିଶା ଏଫ୍‌ସି (ଓଏଫ୍‌ସି)ର ଅଧିନାୟକ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିବ। ଏସିଆନ୍‌ ଗେମ୍ସ ଓ ଆଇଏସ୍‌ଏଲ୍‌ ପ୍ରସ୍ତୁତିକୁ ନେଇ ତାଙ୍କ ସହିତ ଏକ ସାକ୍ଷାତକାର…..

ଏକ ଛୋଟିଆ ଗ୍ରାମରୁ ଖେଳିବା ଆରମ୍ଭ କରି ଜାତୀୟ ଦଳରେ ପାଦ ଥାପିବା ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି?
ପାଇଁ ଏହା ଏକ ଅବିଶ୍ୱସନୀୟ ଯାତ୍ରା। ଫୁଟ୍‌ବଲ ଖେଳିବା ଓ ଭାରତରୁ ପ୍ରତିନିଧିତ୍ୱ କରିବା ସର୍ବଦା ଏକ ସ୍ବପ୍ନ ରହିଥିଲା। ଏହା ପୂରଣ ହୋଇପାରିଥିବାରୁ ଖୁସି ଲାଗୁଛି। ବିନା ଜୋତାରେ ପୁଣି ଗାଁର ଗଳିରୁ ଆରମ୍ଭ ହୋଇଥିବା ଯାତ୍ରା ଭାରତୀୟ ଦଳରେ ପହଞ୍ଚିଥିବାରୁ ମୁଁ ଅତ୍ୟନ୍ତ ଖୁସି।
କେଉଁ ଦଳ ଆପଣଙ୍କ ପସନ୍ଦ?
ବର୍ଷର ପ୍ରଫେସନାଲ କ୍ୟାରିୟରରେ ୪ଟି ଦଳ ପାଇଁ ମୁଁ ଖେଳିସାରିଛି। ଏଟିକେରୁ ଆରମ୍ଭ କରି ମୁମ୍ବାଇ ସିଟି ଏଫ୍‌ସି ପାଇଁ ୫ଟି ସିଜନ ଖେଳିଛି। ପରେ ଏଟିକେ ମୋହନ ବାଗାନ ଏବଂ ବର୍ତ୍ତମାନ ଓଏଫ୍‌ସି ପକ୍ଷରୁ ଖେଳୁଛି। ବିଭିନ୍ନ ଦଳରେ ଭିନ୍ନ ଭିନ୍ନ କୋଚ୍‌ଙ୍କ ଅଧୀନରେ ମୁଁ ଖେଳିଛି ଓ ଅନେକ ନୂଆ ନୂଆ କଥା ଶିଖିଛି। ଆଗକୁ ଏହା ଜାରି ରହିବ ଓ ସମସ୍ତ କ୍ଲବ୍‌ ମୋର ପସନ୍ଦ।
ଓ ଅନ୍ୟ କ୍ଲବ୍‌ ମଧ୍ୟରେ ଫୁଟ୍‌ବଲର କଲ୍‌ଚରକୁ ନେଇ ଆପଣଙ୍କ ମତ କ’ଣ?
ଦଳଗୁଡିକ ଦୀର୍ଘଦିନ ଧରି ଖେଳି ଆସୁଥିବା ବେଳେ ଓଏଫ୍‌ସି ୪ ବର୍ଷ ହେବ ଟୁର୍ନାମେଣ୍ଟରେ ରହିଛି। ଦଳର ପ୍ରଦର୍ଶନ ଦିନକୁ ଦିନ ଭଲ ହେବାରେ ଲାଗିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଯେଉଁଭଳି ଆବଶ୍ୟକ ସହାୟତା ପ୍ରଦାନ କରାଯାଉଛି ତାହା ଅତ୍ୟନ୍ତ ଚମତ୍କାର।
ଗେମ୍ସ ନା ଓଏଫ୍‌ସି? ଆପଣ କାହାକୁ ଚୟନ କରିବେ?
ଦଳର ପ୍ରତିନିଧିତ୍ୱ କରିବା ସମସ୍ତ ଖେଳାଳିଙ୍କ ପାଇଁ ସ୍ବପ୍ନ। ତେଣୁ କ୍ଲବ୍‌ ଫୁଟ୍‌ବଲ ଅପେକ୍ଷା ମୁଁ ଜାତୀୟ ଦଳକୁ ଅଗ୍ରାଧିକାର ଦେବା ସ୍ବାଭାବିକ। ସମସ୍ତ ଫୁଟ୍‌ବଲର ନିଶ୍ଚିତ ଭାବରେ କ୍ଲବ ଛାଡି ଜାତୀୟ ଦଳକୁ ସମୟ ଦେବେ ବୋଲି ମୋର ଆଶା। ଏହାଛଡ଼ା ଚଳିତ ସିଜନରେ ଓଏଫ୍‌ସି ପାଇଁ ବଳିଷ୍ଠ ପ୍ରଦର୍ଶନ ମୋର ଲକ୍ଷ୍ୟ ରହିବ।
ଦଶନ୍ଧିରେ ଭାରତୀୟ ଫୁଟ୍‌ବଲରେ କ’ଣ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି?
୧୩ ବର୍ଷ ହେଲାଣି ଫୁଟ୍‌ବଲ ସହିତ ଜଡିତ ରହିଛି। ଭାରତୀୟ ଫୁଟବଲ ବର୍ତ୍ତମାନ ଏହାର ସ୍ବର୍ଣ୍ଣିମ ସମୟ ଦେଇ ଗତି କରୁଛି। ଆଇଏସ୍‌ଏଲ୍‌ ଆସିବା ପରେ ଅନେକ ଯୁବ ଖେଳାଳିଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ବିଦେଶୀ ଖେଳାଳିଙ୍କ ଅଂଶଗ୍ରହଣ ଦ୍ୱାରା ଆମ ଖେଳରେ ବହୁ ଉନ୍ନତି ଆସିଛି।
ଚାପର ସମ୍ମୁଖୀନ ବେଳେ ଆପଣ କ’ଣ କରିଥାନ୍ତି?
କମ୍‌ ଥର ମୋତେ ପେନାଲ୍ଟି ଶୁଟ୍‌ ଆଉଟର ସାମ୍ନା କରିବାକୁ ପଡିଛି। ତେବେ ଗୋଲକିପର ଭାବରେ ଚାପର ମୁକାବିଲା କରିବା ପାଇଁ ଶୃଙ୍ଖଳା ନିତାନ୍ତ ଆବଶ୍ୟକ। ମ୍ୟାଚ୍‌ ସମୟରେ ସର୍ବଦା ଶାନ୍ତ ରହିବାକୁ ପ୍ରୟାସ କରିଥାଏ। ଏହାଦ୍ୱାରା ପ୍ରତିପକ୍ଷ ଖେଳାଳିଙ୍କ ମାନସିକତାକୁ ଜାଣିବା ସହଜ ହୋଇ ଯାଇଥାଏ।
ଖେଳାଳିଙ୍କ ମଧ୍ୟରୁ ଆପଣ କାହା ଖେଳକୁ ପସନ୍ଦ କରିଥାନ୍ତି?
ଅଭାବରୁ ମୁଁ ଯୁବ ଦଳର କ୍ୟାମ୍ପରେ ଯୋଗଦେଇ ପାରିନାହିଁ। ତେବେ ଓଏଫ୍‌ସିର କ୍ଲବ୍‌ ସେଟ୍‌ ଅପ୍‌କୁ ଦେଖିଲେ ଆଗାମୀ ଦିନରେ ଅନେକ ଖେଳାଳି ସାମ୍ନାକୁ ଆସିବାର ସମ୍ଭାବନା ରହିଛି।
ସିଜନରେ କିଏ ରହିବ ଓଏଫ୍‌ସିର ଟ୍ରମ୍ପକାର୍ଡ?
ସିଜନରେ ଆମେ କୌଣସି ଜଣେ ଖେଳାଳିଙ୍କୁ ଟ୍ରମ୍ପକାର୍ଡ ବୋଲି କହିବା ଠିକ୍‌ ହେବ ନାହିଁ। ଆମ ନିକଟରେ ବହୁ ଅଭିଜ୍ଞ ଖେଳାଳି ଓ ସର୍ଗିଓ ଲୋବେରାଙ୍କ ପରି ଅନୁଭବୀ କୋଚ୍‌ ରହିଛନ୍ତି, ସେମାନେ ସମସ୍ତେ ଆମ ପାଇଁ ଟ୍ରମ୍ପକାର୍ଡ ସାବ୍ୟସ୍ତ ହେବେ।
ଭାବରେ ଅତିରିକ୍ତ ଚାପ ରହିବ କି?
ପୂର୍ବରୁ ମୁଁ ଜଣେ ଟିମ୍‌ ପ୍ଲେୟର। ପୂର୍ବରୁ ଟିମ୍‌ ଯେମିତି ଚାଲୁଥିଲା ଏବେ ବି ସେମିତି ହିଁ ଚାଲିବ। କ୍ୟାପ୍‌ଟେନ୍‌ କେବଳ ଆର୍ମବ୍ୟାଣ୍ଡ ପିନ୍ଧିଥାନ୍ତି। ମାତ୍ର ଓଏଫ୍‌ସିରେ ଏକାଧିକ ଅଧିନାୟକ ରହିଛନ୍ତି। ପ୍ରତ୍ୟେକ ସିନିୟର ଖେଳାଳି ନିଜେ ଜଣେ ଜଣେ ଅଧିନାୟକ। ଏହା ମୋତେ ଚାପମୁକ୍ତ ରଖିବାରେ ସହାୟକ ହେବ।
କ୍ରୀଡା ଭିତ୍ତିଭୂମି ସମ୍ପର୍କରେ ଆପଣଙ୍କ ମତ?
ସମସ୍ତ କ୍ରୀଡ଼ା ଯେଉଁଭଳି ଭାବରେ ଆଗକୁ ବଢୁଛି ତାହା ଅନ୍ୟ କୌଣସି ରାଜ୍ୟରେ ଦେଖିବା ବିରଳ। ରାଜ୍ୟ ସରକାର ଫୁଟ୍‌ବଲକୁ ପ୍ରୋତ୍ସାହନ ଦେଉଛନ୍ତି। ଏଥିସହିତ ଆମକୁ ଉତ୍ସାହିତ ମଧ୍ୟ କରୁଛନ୍ତି। ଅଭ୍ୟାସଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅଯାଚିତ ସାହାଯ୍ୟ ପ୍ରଦାନ କରାଯାଉଛି।
-ସାକ୍ଷାତକାର: ସରୋଜ ଜେନା


Enter your email to get our daily news in your inbox.

All Right Reserved By Dharitri.Com

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri