Posted inଖେଳ

‘ଜାତୀୟ ଦଳକୁ ଅଗ୍ରାଧିକାର ଦେବି’

ଦୀର୍ଘ ୧୩ ବର୍ଷ ଧରି ପ୍ରଫେଶନାଲ ଫୁଟ୍‌ବଲର ଭାବେ ରହି ଆସିଛନ୍ତି ଭାରତୀୟ ଫୁଟବଲ ଦଳର ଗୋଲକିପର ଅମରିନ୍ଦର ସିଂ। ଚଳିତ ସିଜନରେ ପ୍ରଥମ ଥର ଓଡ଼ିଶା ଏଫ୍‌ସି (ଓଏଫ୍‌ସି)ର ଅଧିନାୟକ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିବ। ଏସିଆନ୍‌ ଗେମ୍ସ ଓ ଆଇଏସ୍‌ଏଲ୍‌ ପ୍ରସ୍ତୁତିକୁ ନେଇ ତାଙ୍କ ସହିତ ଏକ ସାକ୍ଷାତକାର…..

ଏକ ଛୋଟିଆ ଗ୍ରାମରୁ ଖେଳିବା ଆରମ୍ଭ କରି ଜାତୀୟ ଦଳରେ ପାଦ ଥାପିବା ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି?
ପାଇଁ ଏହା ଏକ ଅବିଶ୍ୱସନୀୟ ଯାତ୍ରା। ଫୁଟ୍‌ବଲ ଖେଳିବା ଓ ଭାରତରୁ ପ୍ରତିନିଧିତ୍ୱ କରିବା ସର୍ବଦା ଏକ ସ୍ବପ୍ନ ରହିଥିଲା। ଏହା ପୂରଣ ହୋଇପାରିଥିବାରୁ ଖୁସି ଲାଗୁଛି। ବିନା ଜୋତାରେ ପୁଣି ଗାଁର ଗଳିରୁ ଆରମ୍ଭ ହୋଇଥିବା ଯାତ୍ରା ଭାରତୀୟ ଦଳରେ ପହଞ୍ଚିଥିବାରୁ ମୁଁ ଅତ୍ୟନ୍ତ ଖୁସି।
କେଉଁ ଦଳ ଆପଣଙ୍କ ପସନ୍ଦ?
ବର୍ଷର ପ୍ରଫେସନାଲ କ୍ୟାରିୟରରେ ୪ଟି ଦଳ ପାଇଁ ମୁଁ ଖେଳିସାରିଛି। ଏଟିକେରୁ ଆରମ୍ଭ କରି ମୁମ୍ବାଇ ସିଟି ଏଫ୍‌ସି ପାଇଁ ୫ଟି ସିଜନ ଖେଳିଛି। ପରେ ଏଟିକେ ମୋହନ ବାଗାନ ଏବଂ ବର୍ତ୍ତମାନ ଓଏଫ୍‌ସି ପକ୍ଷରୁ ଖେଳୁଛି। ବିଭିନ୍ନ ଦଳରେ ଭିନ୍ନ ଭିନ୍ନ କୋଚ୍‌ଙ୍କ ଅଧୀନରେ ମୁଁ ଖେଳିଛି ଓ ଅନେକ ନୂଆ ନୂଆ କଥା ଶିଖିଛି। ଆଗକୁ ଏହା ଜାରି ରହିବ ଓ ସମସ୍ତ କ୍ଲବ୍‌ ମୋର ପସନ୍ଦ।
ଓ ଅନ୍ୟ କ୍ଲବ୍‌ ମଧ୍ୟରେ ଫୁଟ୍‌ବଲର କଲ୍‌ଚରକୁ ନେଇ ଆପଣଙ୍କ ମତ କ’ଣ?
ଦଳଗୁଡିକ ଦୀର୍ଘଦିନ ଧରି ଖେଳି ଆସୁଥିବା ବେଳେ ଓଏଫ୍‌ସି ୪ ବର୍ଷ ହେବ ଟୁର୍ନାମେଣ୍ଟରେ ରହିଛି। ଦଳର ପ୍ରଦର୍ଶନ ଦିନକୁ ଦିନ ଭଲ ହେବାରେ ଲାଗିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଯେଉଁଭଳି ଆବଶ୍ୟକ ସହାୟତା ପ୍ରଦାନ କରାଯାଉଛି ତାହା ଅତ୍ୟନ୍ତ ଚମତ୍କାର।
ଗେମ୍ସ ନା ଓଏଫ୍‌ସି? ଆପଣ କାହାକୁ ଚୟନ କରିବେ?
ଦଳର ପ୍ରତିନିଧିତ୍ୱ କରିବା ସମସ୍ତ ଖେଳାଳିଙ୍କ ପାଇଁ ସ୍ବପ୍ନ। ତେଣୁ କ୍ଲବ୍‌ ଫୁଟ୍‌ବଲ ଅପେକ୍ଷା ମୁଁ ଜାତୀୟ ଦଳକୁ ଅଗ୍ରାଧିକାର ଦେବା ସ୍ବାଭାବିକ। ସମସ୍ତ ଫୁଟ୍‌ବଲର ନିଶ୍ଚିତ ଭାବରେ କ୍ଲବ ଛାଡି ଜାତୀୟ ଦଳକୁ ସମୟ ଦେବେ ବୋଲି ମୋର ଆଶା। ଏହାଛଡ଼ା ଚଳିତ ସିଜନରେ ଓଏଫ୍‌ସି ପାଇଁ ବଳିଷ୍ଠ ପ୍ରଦର୍ଶନ ମୋର ଲକ୍ଷ୍ୟ ରହିବ।
ଦଶନ୍ଧିରେ ଭାରତୀୟ ଫୁଟ୍‌ବଲରେ କ’ଣ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି?
୧୩ ବର୍ଷ ହେଲାଣି ଫୁଟ୍‌ବଲ ସହିତ ଜଡିତ ରହିଛି। ଭାରତୀୟ ଫୁଟବଲ ବର୍ତ୍ତମାନ ଏହାର ସ୍ବର୍ଣ୍ଣିମ ସମୟ ଦେଇ ଗତି କରୁଛି। ଆଇଏସ୍‌ଏଲ୍‌ ଆସିବା ପରେ ଅନେକ ଯୁବ ଖେଳାଳିଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ବିଦେଶୀ ଖେଳାଳିଙ୍କ ଅଂଶଗ୍ରହଣ ଦ୍ୱାରା ଆମ ଖେଳରେ ବହୁ ଉନ୍ନତି ଆସିଛି।
ଚାପର ସମ୍ମୁଖୀନ ବେଳେ ଆପଣ କ’ଣ କରିଥାନ୍ତି?
କମ୍‌ ଥର ମୋତେ ପେନାଲ୍ଟି ଶୁଟ୍‌ ଆଉଟର ସାମ୍ନା କରିବାକୁ ପଡିଛି। ତେବେ ଗୋଲକିପର ଭାବରେ ଚାପର ମୁକାବିଲା କରିବା ପାଇଁ ଶୃଙ୍ଖଳା ନିତାନ୍ତ ଆବଶ୍ୟକ। ମ୍ୟାଚ୍‌ ସମୟରେ ସର୍ବଦା ଶାନ୍ତ ରହିବାକୁ ପ୍ରୟାସ କରିଥାଏ। ଏହାଦ୍ୱାରା ପ୍ରତିପକ୍ଷ ଖେଳାଳିଙ୍କ ମାନସିକତାକୁ ଜାଣିବା ସହଜ ହୋଇ ଯାଇଥାଏ।
ଖେଳାଳିଙ୍କ ମଧ୍ୟରୁ ଆପଣ କାହା ଖେଳକୁ ପସନ୍ଦ କରିଥାନ୍ତି?
ଅଭାବରୁ ମୁଁ ଯୁବ ଦଳର କ୍ୟାମ୍ପରେ ଯୋଗଦେଇ ପାରିନାହିଁ। ତେବେ ଓଏଫ୍‌ସିର କ୍ଲବ୍‌ ସେଟ୍‌ ଅପ୍‌କୁ ଦେଖିଲେ ଆଗାମୀ ଦିନରେ ଅନେକ ଖେଳାଳି ସାମ୍ନାକୁ ଆସିବାର ସମ୍ଭାବନା ରହିଛି।
ସିଜନରେ କିଏ ରହିବ ଓଏଫ୍‌ସିର ଟ୍ରମ୍ପକାର୍ଡ?
ସିଜନରେ ଆମେ କୌଣସି ଜଣେ ଖେଳାଳିଙ୍କୁ ଟ୍ରମ୍ପକାର୍ଡ ବୋଲି କହିବା ଠିକ୍‌ ହେବ ନାହିଁ। ଆମ ନିକଟରେ ବହୁ ଅଭିଜ୍ଞ ଖେଳାଳି ଓ ସର୍ଗିଓ ଲୋବେରାଙ୍କ ପରି ଅନୁଭବୀ କୋଚ୍‌ ରହିଛନ୍ତି, ସେମାନେ ସମସ୍ତେ ଆମ ପାଇଁ ଟ୍ରମ୍ପକାର୍ଡ ସାବ୍ୟସ୍ତ ହେବେ।
ଭାବରେ ଅତିରିକ୍ତ ଚାପ ରହିବ କି?
ପୂର୍ବରୁ ମୁଁ ଜଣେ ଟିମ୍‌ ପ୍ଲେୟର। ପୂର୍ବରୁ ଟିମ୍‌ ଯେମିତି ଚାଲୁଥିଲା ଏବେ ବି ସେମିତି ହିଁ ଚାଲିବ। କ୍ୟାପ୍‌ଟେନ୍‌ କେବଳ ଆର୍ମବ୍ୟାଣ୍ଡ ପିନ୍ଧିଥାନ୍ତି। ମାତ୍ର ଓଏଫ୍‌ସିରେ ଏକାଧିକ ଅଧିନାୟକ ରହିଛନ୍ତି। ପ୍ରତ୍ୟେକ ସିନିୟର ଖେଳାଳି ନିଜେ ଜଣେ ଜଣେ ଅଧିନାୟକ। ଏହା ମୋତେ ଚାପମୁକ୍ତ ରଖିବାରେ ସହାୟକ ହେବ।
କ୍ରୀଡା ଭିତ୍ତିଭୂମି ସମ୍ପର୍କରେ ଆପଣଙ୍କ ମତ?
ସମସ୍ତ କ୍ରୀଡ଼ା ଯେଉଁଭଳି ଭାବରେ ଆଗକୁ ବଢୁଛି ତାହା ଅନ୍ୟ କୌଣସି ରାଜ୍ୟରେ ଦେଖିବା ବିରଳ। ରାଜ୍ୟ ସରକାର ଫୁଟ୍‌ବଲକୁ ପ୍ରୋତ୍ସାହନ ଦେଉଛନ୍ତି। ଏଥିସହିତ ଆମକୁ ଉତ୍ସାହିତ ମଧ୍ୟ କରୁଛନ୍ତି। ଅଭ୍ୟାସଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅଯାଚିତ ସାହାଯ୍ୟ ପ୍ରଦାନ କରାଯାଉଛି।
-ସାକ୍ଷାତକାର: ସରୋଜ ଜେନା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ୟଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….

ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri