Posted inଜାତୀୟ

ମଥୁରା-କାଶୀରେ ମନ୍ଦିର, ପିଓକେ ଭାରତର ହେବ; ହିମନ୍ତ କହିଲେ ୪୦୦ ଆସନ ଜିତିଲେ କ’ଣ କ’ଣ କରିବ ଭାଜପା…

ନୂଆଦିଲ୍ଲୀ,୨୩।୫: ଭାଜପା ଲୋକ ସଭା ନିର୍ବାଚନ ୨୦୨୪ ଲାଗି ୩୭୦ରୁ ଅଧିକ ଆସନ ଜିତିବାର ଲକ୍ଷ୍ୟ ରଖିଛି। ଏଥିସହ ଏନ୍‌ଡିଏ ଲାଗି ୪୦୦ରୁ ଅଧିକ ଟାର୍ଗେଟ ସ୍ଥିର କରାଯାଇଛି। ତେବେ ଦଳ ନିଶ୍ଚିତ ଭାବେ ନିର୍ଦ୍ଧାରିତ ଆସନରେ ବିଜେତା ହେବ ବୋଲି କିଛି ବରିଷ୍ଠ ନେତା ଦାବି କରୁଛନ୍ତି। ଏହା ସ୍ପଷ୍ଟ ହେବ କି ନାହିଁ ତାହା ଆଗାମୀ ଜୁନ ୪ରେ ସ୍ପଷ୍ଟ ହେବ। ଏସବୁ ମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବଡ଼ ଦାବି କରିଛନ୍ତି। ସେ କାଶୀ ଏବଂ ମଥୁରାରେ ମନ୍ଦିର ନିର୍ମାଣର କଥା କହିବା ସହ ଏଥିଲାଗି ୪୦୦ ଆସନରେ ବିଜେତା କରିବାର ସର୍ତ୍ତ ରଖିଛନ୍ତି।

ଜ୍ଞାନବାପି ଏବଂ କୃଷ୍ଣ ଜନ୍ମଭୂମି ମାମଲାର ସମାଧାନ ଲାଗି ଭାଜପାର ସଂକଳ୍ପ ବିଷୟରେ ଉଲ୍ଲେଖ କରି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ତାଙ୍କ ଦଳ ନିଜର ୪୦୦ରୁ ଅଧିକ ଲକ୍ଷ୍ୟ ପୂରଣ କରିଦିଏ ତେବେ ମଥୁରାରେ ଭଗବାନଙ୍କ ଜନ୍ମଭୂମୀ ଏବଂ ବାରଣାସୀ ମସଜିଦ୍‌ ସ୍ଥାନରେ ମନ୍ଦିର ନିର୍ମାଣ କରିବ। ୨୦୧୯ରେ ୩୦୦ ଆସନ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ନିଶ୍ଚିତ କରିଥିଲେ, ଯେମିତିକି ହିନ୍ଦୁମାନଙ୍କ ହୃଦୟ ଜିତିପାରିବେ। ଆମେ ରାମଲାଲାଙ୍କୁ ଅସ୍ଥାୟୀ ତମ୍ବୁରୁ ମୁକ୍ତ କରିଛୁ। ଯେତେବେଳେ ଆପଣ ଭାଜପାକୁ ୩୦୦ ଆସନ ଦେଲେ, ଆମେ ପୂର୍ବ ରାଜ୍ୟରେ ଶାନ୍ତି, ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇଥିଲୁ। ଅଳ୍ପସଂଖ୍ୟକ ହିନ୍ଦୁଙ୍କୁ ମୁସଲିମ ବହୁଳ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଲାଂଦେଶରୁ ସିଏଏ ଜରିଆରେ ନାଗରିକତା ଦିଆଯାଉଛି।

ସେହିଭଳି ଜୁନ ୪ରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରକୁ ଆସିଲେ ଆମେ ମଥୁରା ଏବଂ କାଶୀରେ ମନ୍ଦିର ନିର୍ମାଣ କରିବୁ। ଆମ କାମ ଏବେ ବି ଅଧା। ଆଜି ବି କୃଷ୍ଣ ଜନ୍ମଭୂମିରେ ଏକ ମସଜିଦ ଅଛି। ଜ୍ଞାନବାପି ମନ୍ଦିର ସ୍ଥାନରେ ମସଜିଦ ଅଛି। ଏବେ ଏଠାରେ ମନ୍ଦିର ନିର୍ମାଣ କରିବାର କାମ ବାକି ଅଛି। ପିଓକେ କୁ ଆମେ ଫେରାଇ ଆଣିବୁ। ଆମେ ଭାରତକୁ ବିଶ୍ୱଗୁରୁ ଏବଂ ଦୁନିଆର ସବୁଠାରୁ ଭଲ ଅର୍ଥବ୍ୟବସ୍ଥା କରିବୁ। ଏଥିଲାଗି ମୋଦିଙ୍କୁ ୪୦୦ରୁ ଅଧିକ ଆସନ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ବଡ଼ କଥା କହିଦେଲେ ମୋଦି; LPGକୁ ପ୍ରାଥମିକତା, ତେଲକୁ ନେଇ କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ପଶ୍ଚିମ ଏସିଆରେ…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

୨୮ ଯାଏ ଝଡ଼ବର୍ଷା: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୩ା୩ (ବନ୍ଦନା ସେଠୀ):ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଝଡ଼ବର୍ଷାର ପ୍ରଭାବ କମିଥିଲେ ହେଁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri