Posted inଫୁରସତ

ଗୀତିକବିତା ହୃଦୟକୁ ଆନ୍ଦୋଳିତ କରେ

ଅଶୀଦଶକର ଗୀତ- ‘କୁନିଲୋ ଘାଘରା ପିନ୍ଧି, ପାଦରେ ଘୁଙ୍ଗୁର ବାନ୍ଧି,’ ପୁଣି ‘ସହରର ଝିଅ ତୁ ଲୋ ମଫସଲି ବୋହୂ’, ‘ଷୋହଳ ବୟସୀ ଶାଳୀଟି ମୋହରି.,’ ଏମିତି ଏକାଧିକ ଗୀତର ଗୀତିକାର। ଦୀର୍ଘ ଚାରି ଦଶନ୍ଧି ଧରି ଗୀତିକବିତାର ପ୍ରଚାର, ପ୍ରସାରରେ ତାଙ୍କର ନିଆରା ପରିଚୟ ରହିଛି । ଆକାଶବାଣୀ, ଦୂରଦର୍ଶନ, ବିଭିନ୍ନ ସିଡୀ, ଆଲ୍‌ବମ୍‌, ୟୁଟ୍ୟୁବ୍‌ ଆଦିରେ ତାଙ୍କ ଲିଖିତ ଗୀତର ପ୍ରଚାର ହୋଇଛି। ଏଥିପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମେତ ବହୁ ଅନୁଷ୍ଠାନ ଦ୍ୱାରା ସେ ସମ୍ବର୍ଦ୍ଧିତ ଓ ସମ୍ମାନିତ। ସେ ହେଲେ ଆକାଶବାଣୀର ସ୍ବୀକୃତିପ୍ରାପ୍ତ ଗୀତିକାର(ଗୀତିକବି) ମନୋଜ ପଟ୍ଟନାୟକ। ତାଙ୍କର ଜନ୍ମ ୧୯୫୫ମସିହା ଜୁନ୍‌ ୨୪ ତାରିଖରେ। କଟକ ସହରର ଚୌଧୁରୀ ବଜାରସ୍ଥ ନନ୍ଦୀ ସାହିରେ। ପିତା ଗୋପୀନାଥ ପଟ୍ଟନାୟକ ଓ ମାତା ପ୍ରତିମା ପଟ୍ଟନାୟକ। ସେ କୁହନ୍ତି, ପିଲାଟି ଦିନରୁ ରେଡ଼ିଓରୁ ଗୀତ ଶୁଣିବାରେ ଅଜସ୍ର ଆନନ୍ଦ ପାଉଥିଲି। କିନ୍ତୁ କଟକ ପ୍ୟାରୀମୋହନ ଏକାଡ଼େମୀରୁ ହାଇସ୍କୁଲ ପଢ଼ା ଶେଷକରି, ଖ୍ରୀଷ୍ଟ ମହାବିଦ୍ୟାଳୟରେ ଦୁଇ ବର୍ଷ ପଢ଼ାସାରି, ପରେ ରେଭେନ୍‌ଶା ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ପଢ଼ିଥିଲି। ଏହାପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ ଏବଂ ଘରୋଇ ଭାବରେ ଏମ୍‌.ଏ. ପାସ୍‌ କରିଥିଲି । ମାତ୍ର କଲେଜ ବୟସରେ ଗୀତ ଓ କବିତା ଲେଖିବା ପାଇଁ ମନରେ ଅଧିକ ଆଗ୍ରହ ସୃଷ୍ଟି ହୋଇଥିଲା । ସେତେବେଳେ ମଧୁସୂଦନ ଆଇନ କଲେଜ ପତ୍ରିକାରେ ଏକ କବିତା, ‘ମୃତ୍ୟୁ ଏକ ସବୁଜ ସ୍ବପ୍ନର’ ପ୍ରକାଶିତ ହୋଇଥିଲା । ଅଧ୍ୟାପକ କୁଳମଣି ଜେନା ମୋତେ କହିଥିଲେ, ଏବେ ସ୍ବପ୍ନ ଦେଖିବାର ବେଳ, ମୃତ୍ୟୁର ନୁହେଁ । ସବୁଜ ସ୍ବପ୍ନ ଦେଖ। ଏହା ମୋତେ ବହୁମାତ୍ରାରେ ଅନୁପ୍ରାଣିତ କରିଥିଲା। ଆଉ ଗୋଟିଏ କଥା, ମୋର ଗୀତ ଲେଖା ଚାଲିଥାଏ। ଅଧ୍ୟାପକ ତଥା କଣ୍ଠଶିଳ୍ପୀ ଅତିଶ କୁମାର ମଜୁମଦାର ମୋ ଗୀତକୁ ପ୍ରଶଂସା କରି ପ୍ରତିଷ୍ଠିତ ଗୀତିକାର ନରସିଂହ ମହପାତ୍ରଙ୍କୁ ସାକ୍ଷାତ କରିବାକୁ କହିଥିଲେ। ପରେ ତାଙ୍କର ପରାମର୍ଶ ନେଇଥିଲି। ସମୟକ୍ରମେ ବହୁ ଗୀତିକାର ଓ କଣ୍ଠଶିଳ୍ପୀଙ୍କ ସହିତ ପରିଚୟ ହେଲା। ସେହି ସମୟରେ ମୋର କେତୋଟି ଗୀତ ଆକାଶବାଣୀର ଯୁବବାଣୀରେ ପ୍ରସାରିତ ହୋଇଥାଏ ା ଏଥିଯୋଗୁ ମନରେ ଉତ୍ସାହ ବଢ଼ିଥିଲା। ୧୯୮୦ ମସିହାର କଥା । ମୋ ସହିତ ତିନିିବନ୍ଧୁ- ପ୍ରଶାନ୍ତ ମହାନ୍ତି, ଇନ୍ଦ୍ରଜିତ ଘୋଷ ଓ ସୂର୍ଯ୍ୟନାରାୟଣ ସିଂହ ମିଶି ଗୋଟିଏ ଚଳଚ୍ଚିତ୍ର ପତ୍ରିକା ପ୍ରକାଶ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ। ସେହି ପତ୍ରିକାର ଛାୟାଚିତ୍ର ପ୍ରକାଶିତ ହୋଇ ଲୋକପ୍ରିୟତା ହାସଲ କରିଥିଲା। ମୁଁ ତା’ର ଥିଲି ଅନ୍ୟତମ ସମ୍ପାଦକ। ସେତେବେଳେ କଟକର ବୋର୍ଡ ଅଫ୍‌ ରେଭିନ୍ୟୁରେ ଚାକିରି କରୁଥିଲି। କିନ୍ତୁ ୧୯୭୬ରୁ ୧୯୭୮ମସିହା ଅବଧିରେ ମୋର ମାତାପିତା ଉଭୟଙ୍କୁ ହରାଇଥିଲି । ଏହା ମୋ ପାଇଁ ଦୁଃଖର ସମୟ ଥିଲା। ଅନ୍ୟପକ୍ଷେ ପ୍ରଥିତଯଶା ଗୀତିକବି ଗୁରୁକୃଷ୍ଣ ଗୋସ୍ବାମୀ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ଶେଖର ଘୋଷଙ୍କ ସହିତ ମୋର ନିବିଡ଼ ସମ୍ପର୍କ ସୃଷ୍ଟି ହେଲା। ୧୯୮୧ରେ ଦଶହରା ପାଇଁ ଗୀତ ଲେଖିବାର ଦାୟିତ୍ୱ ଶେଖର ଘୋଷଙ୍କଠାରୁ ପାଇଥିଲି। ତିନୋଟି ଗୀତ ଲେଖା ସରିବା ପରେ ଶେଷ ଗୀତଟିକୁ ନୂଆ ଶୈଳୀରେ ଲେଖିବାକୁ ସେ କହିଲେ। ଏଥିପାଇଁ ହାର୍‌ମୋନିୟମ୍‌ରେ ସ୍ବର କଲେ ଶେଖର ଘୋଷ। ସ୍ବରକୁ ଆଧାର କରି ପ୍ରଥମ ଗୀତ ଲେଖିଲି, କୁନି ଲୋ ଘାଘରା ପିନ୍ଧି…। ଏହି ଗୀତଟି ସେମାନଙ୍କ ମନକୁ ପାଇଲା। ଗୀତ ରେକର୍ଡ଼ିଂ ହେଲା କଲିକତାର ଦମଦମ୍‌ରେ ଥିବା ଏଚ୍‌.ଏମ୍‌.ଭି. ଷ୍ଟୁଡିଓରେ, ଲାଇଭ୍‌ ରେକର୍ଡ଼ିଂ। ଅବିସ୍ମରଣୀୟ ସେ ସ୍ମୃତି। ପୂର୍ବରୁ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ ମୋର ଦୁଇଟି ଗୀତ ଯଥା- ସହରର ଝିଅ ତୁ ଲୋ ଓ ଷୋହଳ ବୟସୀ ଶାଳୀଟିକୁ ତାଙ୍କର କମ୍ପାନୀ ଦ୍ୱାରା ଯଥାକ୍ରମେ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ସ୍ବରରେ ରିଲିଜ୍‌ କରାଇଥିଲେ। ଆଉ ଗୋଟିଏ କଥା ଗୀତିକବିତାର ସାମଗ୍ରିକ ଶ୍ରୀବୃଦ୍ଧି ପାଇଁ ଗଢ଼ାଗଲା ରାଜ୍ୟସ୍ତରୀୟ ଅନୁଷ୍ଠାନ- ଓଡ଼ିଆ ଗୀତିକବି ସମାଜ। ଏହି ଅନୁଷ୍ଠାନର ସାଧାରଣ ସଭ୍ୟଥିଲି। ପରବର୍ତ୍ତୀ ସମୟରେ ସମ୍ପାଦକ ଓ ସଭାପତି ଭାବେ କାର୍ଯ୍ୟ ତୁଲାଇଛି। ଅନେକ ଜଣାଶୁଣା ଗୀତିକବିମାନଙ୍କ ଅକୁଣ୍ଠ ସହଯୋଗ ଓ ଆଶୀର୍ବାଦ ମିଳିଛି। ଗୁରୁକୃଷ୍ଣ ଗୋସ୍ବାମୀଙ୍କ ଆଶୀର୍ବାଦ, ପ୍ରେରଣା, ମୋର ଗୀତି ସାଧନାକୁ ଚଳଚଞ୍ଚଳ କରିଛି। ଉତ୍କଳ ସାହିତ୍ୟ ସମାଜର ପ୍ରାକ୍ତନ୍‌ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିବାର ସୌଭାଗ୍ୟ ଅର୍ଜନ କରିଛି ।

ଗୋଟିଏ କଥା ମନେପଡ଼ୁଛି-ଏବେ କିଛି ଦିନ ତଳେ ଜଣେ ଅଧ୍ୟାପିକାଙ୍କ ସହ ପରିଚୟ ହେଲା। ସେ କଥାରେ କହିଲେ ଆପଣ- କୁନିଲୋ ଘାଘରା ପିନ୍ଧି…ର ଗୀତିକାର। ଆପଣଙ୍କର ସେହି ଗୀତଟିକୁ ଚତୁର୍ଥ ଶ୍ରେଣୀ ବୟସରେ ଗାଁ ଦାଣ୍ଡରେ ଗାଇ ବୁଲୁଥିଲି । ତାଙ୍କର ଅନାବିଳ ଆନନ୍ଦକୁ ଅନୁଭବକରି ଖୁସି ହେଲି । ଏତେ ବର୍ଷ ପରେ ବି ସେହିଗୀତ ନିଆରା ସ୍ମୃତି ହୋଇ ରହିଛି। ଗୀତିକବିତା ପୁସ୍ତକ ଭାବେ – ଗୋଟିଏ ନୀଡ଼ ଅନେକ ଝଡ଼, ଜୀବନ ପର୍ବ, ତୁମେ, ହୃଦୟର ଅଭିସାର, ସନେଟ୍‌ ତୁମ ପାଇଁ । ୨୦୧୧ ମସିହାରେ ଗୀତିପୁସ୍ତକ- ‘ତୁମେ’ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ପୁରସ୍କୃତ। କ୍ଷୁଦ୍ରଗଳ୍ପ ସଂକଳନ ‘ହସର ରଙ୍ଗ ଲାଲ୍‌’ ଆଦି ଏକାଧିକ ପୁସ୍ତକ ରଚନା କରିଛି। ମୋ ପ୍ରତିଭା ପାଇଁ ସୁନ୍ଦରଗଡ଼ ସାହିତ୍ୟ ସଂସଦ ସମ୍ମାନ – ୨୦୧୦, ପୂର୍ଣ୍ଣପ୍ରଜ୍ଞା ଗୀତିଗୌରବ ସମ୍ମାନ- ୨୦୧୫, ସ୍ବାଗତିକା ଗୀତିରତ୍ନ ସମ୍ମାନ-୨୦୧୬, ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦ ଦ୍ୱାରା ପ୍ରଦତ୍ତ ଶ୍ରୀଜଗନ୍ନାଥ ସମ୍ମାନ-୨୦୨୦ ,

ଉତ୍କଳ ସାହିତ୍ୟ ସମାଜ ଦ୍ୱାରା ନବରୂପା ରାଜ ଗୀତିକବି ସମ୍ମାନ -୨୦୨୦,ବାଲେଶ୍ୱର ଫକୀର ମୋହନ ସାହିତ୍ୟ ପରିଷଦ ଦ୍ୱାରା ଫକୀର ମୋହନ ଗୀତିଶ୍ରୀ ସମ୍ମାନ-୨୦୨୧,ଗୋକର୍ଣ୍ଣିକା ଗୀତିକବିତା ସମ୍ମାନ- ୨୦୨୧, ଓଡ଼ିଶାବୁକ୍‌ ଏମ୍ପୋରିୟମ୍‌ ସମେତ ଅନେକ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ, ସମ୍ମାନ୍ବିତ ଓ ସମ୍ବର୍ଦ୍ଧିତ । ସମ୍ପ୍ରତି ଓଡ଼ିଶା ସାହିତ୍ୟ ଏକାଡ଼େମୀ ସାଧାରଣ ପରିଷଦର ସଦସ୍ୟ । ଅନ୍ୟପକ୍ଷେ ଓଡ଼ିଆ ଗୀତିକବି ସମାଜର ସଭାପତି ରୂପେ କାଯର୍‌ୟରତ। ଓଡ଼ିଶାର ଅନେକ ସ୍ଥାନରେ ଗୀତିକବିତା ସମ୍ପର୍କୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ଓଡ଼ିଆ ଗୀତିକବି ସମାଜର ରଜନୀଗନ୍ଧା ଉତ୍ସବକୁ ସରସ ସୁନ୍ଦର କରିବାରେ ପ୍ରୟାସ କରିଥାଏ । ମୋର କଟକରେ ଜନ୍ମ, ପାଠପଢ଼ା, ଚାକିରି ଓ ବିବାହ ବି ଏହି ସହରରେ ହୋଇଛି। ମୋର ଦୁଇ ଝିଅଙ୍କ ବିବାହ କାର୍ଯ୍ୟ ସାରିଛି। ସମୟକ୍ରମେ ଷ୍ଟେଟବ୍ୟାଙ୍କ ଚାକିରିରୁ ୨୦୧୫ରେ ଅବସର ନେଇ ଘରେ ପତ୍ନୀ ଜୟନ୍ତୀଙ୍କ ସହ ଜୀବନ ଅତିବାହିତ କରୁଛି। ଗୀତିକବିତାରେ ଦୀର୍ଘ ୪୦ବର୍ଷ ଧରି ସାହିତ୍ୟ ସାଧନା ଜାରି ରଖିଛି। ଗୀତିକବିତା ଲେଖିବା ମୋର ବ୍ରତ। ଗୀତିକର୍ମ ମୋର ସାଧନା। ଗୀତିକବିତା ସାଧାରଣ ଲୋକଙ୍କ ମନକୁ ଛୁଏଁ, ହୃଦୟକୁ ଆନ୍ଦୋଳିତ କରେ,ଏଥିରେ ଛନ୍ଦ, ଲୟ, ସ୍ବର, ତାଳ ରହିଥାଏ। ଗୀତିକବିତା ଲେଖାରେ ପ୍ରାୟ ପ୍ରେମ, ପ୍ରକୃତି ଓ ଜୀବନଧର୍ମୀ କଥାକୁ ସ୍ଥାନ ଦେଇଥାଏ। -ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri