ଘରେ ପଶି ଗୀତାଞ୍ଜଳିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ବିବାହ ନ କରି ରହୁଥିଲେ ଏକାକୀ, ଗାଁରେ ପଡ଼ିଛି ଚହଳ…

ବଲାଙ୍ଗୀର,୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଖମାର ମୁଣ୍ଡା ଗ୍ରାମଠାରେ ଜଣେ ଅବିବାହିତା ମହିଳା ଏକୁଟିଆ ଘରେ ଥିବା ବେଳେ ଦୁର୍ବୃତ୍ତ ଘରକୁ ପଶି ଆସି ମୁଣ୍ଡକୁ ପଥରରେ ଛେଚି ମାରିଦେଇଥିବା ଜଣାପଡ଼ିଛି। ମୃତ ମହିଳା ଜଣକ ହେଲେ ଗୀତାଞ୍ଜଳି ଷଡ଼ଙ୍ଗୀ (୪୫) ଘଟଣାସ୍ଥଳରେ ପୁଇନ୍ତଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି l ଗୀତାଞ୍ଜଳି ବିବାହ କରି ନ ଥିବାବେଳେ ଜମିବାଡ଼ି ବିକ୍ରିବଟା ଓ ଟଙ୍କା ନେଣଦେଣକୁ ନେଇ ହତ୍ୟା କରାଯାଇଥିବା ଏବେ ଗାଁରେ ଜୋର୍‌ଦାର ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳିଛି। ହତ୍ୟାକାରୀଙ୍କୁ ଗ୍ରାମରେ କେହି ଦେଖି ନ ଥିବା ବେଳେ ହତ୍ୟାକାରୀମାନେ ଶନିବାର ରାତିରେ ପଥରେ ଛେଚି ଚତୁର ସହିତ ଫେରାର ହୋଇଯାଇଥିବା ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି l ପରିବାର ପକ୍ଷରୁ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି।

Dharitri – Odisha’s No.1 Odia Daily