Posted inଜାତୀୟ

ସୀମାରେ ଶତ୍ରୁ ଉପରେ କଡ଼ା ନଜର ରଖିବ ଜିସାଟ୍‌-୧…

ନୂଆଦିଲ୍ଲୀ,୮।୮: ସ୍ବାଧୀନତା ଦିବସର ତିନି ଦିନ ପୂର୍ବରୁ ଭାରତ ଅତ୍ୟାଧୁନିକ ଉପଗ୍ରହ ଜିସାଟ୍‌-୧ର ଉତକ୍ଷେପଣ କରିବ। ଏହି ଉପଗ୍ରହ ଦେଶର ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏହା ମାଧ୍ୟମରେ ସୀମାରେ ଆକାଶରୁ କଡ଼ା ନଜର ରଖାଯାଇ ପାରିବ। ଏହା ସୀମାର ଚିତ୍ର ଉତ୍ତୋଳନ କରି ଏହାକୁ ପ୍ରତିରକ୍ଷା ବିଭାଗକୁ ପଠାଇବ। ପାକିସ୍ତାନ ଏବଂ ଚାଇନା ସୀମାରେ ପ୍ରତିରକ୍ଷା ବ୍ୟବସ୍ଥା ଜିସାଟ୍‌-୧ ଦ୍ୱାରା ଅଧିକ ସଶକ୍ତ ହୋଇ ପାରିବ। ଏହାଯୋଗୁ ଚାଇନା ଏବଂ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି। ଏହି ଉପଗ୍ରହ ଅଗଷ୍ଟ ୧୨ରେ ଆନ୍ଧ୍ରପ୍ରଦେଶର ନେଲୋର ଜିଲାରେ ଥିବା ଶ୍ରୀହରିକୋଟାସ୍ଥିତ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋର ଲଞ୍ଚପ୍ୟାଡ୍‌ରୁ ଭୋର୍‌ ୫ଟା ୪୩ ରେ ଉତ୍‌କ୍ଷେପଣ କରାଯିବ।
ପୃଥିବୀଠାରୁ ୩୬,୦୦୦ କିଲୋମିଟର ଉପର କକ୍ଷପଥରେ ଉପଗ୍ରହଟି ଆକାଶରୁ ସୀମା ଉପରେ ନଜର ରଖିବ। କରୋନା ମହାମାରୀ ଯୋଗୁ ଏହି ଉପଗ୍ରହର ଉତକ୍ଷେପଣ ବିଳମ୍ବ ହୋଇଛି। ଇସ୍ରୋର ଜିଏସ୍‌ଏଲ୍‌ଭି-ଏଫ୍‌-୧୦ ରକେଟ ୨,୨୬୮ କିଲୋଗ୍ରାମ୍‌ ବିଶିଷ୍ଟ ଜିସାଟ୍‌-୧କୁ ବୋହି ନେଇ କକ୍ଷପଥରେ ଅବସ୍ଥାପିତ କରିବ। ଏହା ସୀମାର ସୁରକ୍ଷା ସହିତ ପ୍ରାକୃତିକ ବିପର୍ଯ୍ୟୟ ଏବଂ ପାଣିପାଗର ପ୍ରକୃତ ସମୟ ସୂଚନା ମଧ୍ୟ ଉପଲବ୍ଧ କରାଇବ।
ଜିସାଟ୍‌-୧ ମାର୍ଚ୍ଚ ୫ରେ ଉତ୍‌କ୍ଷେପଣ କରାଯିବାର ଯୋଜନା ପ୍ରସ୍ତୁତ ହୋଇଥିଲା। କିନ୍ତୁ କେତେକ ବୈଷୟିକ କାରଣରୁ ଉତ୍‌କ୍ଷେପଣର ଗୋଟିଏ ଦିନ ପୂର୍ବରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ପରେ କରୋନା ମହାମାରୀ ଯୋଗୁ ଦେଶରେ ଘୋଷଣା କରାଯାଇଥିବା ଲକଡାଉନ ହେତୁ ଉତ୍‌କ୍ଷେପଣରେ ବିଳମ୍ବ ହୋଇଥିଲା। ପରେ ଏପ୍ରିଲ ଏବଂ ପରେ ମେ’ରେ ଏହାର ଉତ୍‌କ୍ଷେପଣ ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ତେବେ ଲକଡାଉନ ଯୋଗୁ ଏହା ସମ୍ଭବ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri