Posted inଫୁରସତ

ଦେଖିବାକୁ ଏତେ ହ୍ୟାଣ୍ଡସମ୍‌ ଯେ ଡେଟ୍‌ କରିବାକୁ ମନା କରୁଛନ୍ତି ଝିଅ

ସୁନ୍ଦର ଚେହେରା ଯୋଗୁ ସହଜରେ ସାଥୀ ମିଳିବା କଥା ଅନେକ ଶୁଣିଥିବେ। ହେଲେ ବ୍ରିଟେନର ଜଣେ ଯୁବକ ଦେଖିବା ପାଇଁ ବହୁତ ହ୍ୟାଣ୍ଡସମ୍‌ ବୋଲି ତାଙ୍କୁ ଡେଟିଂ କରିବାକୁ ଝିଅ ମନା କରୁଛନ୍ତି । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ହେଁ ସତ। ଯୁବକଜଣଙ୍କ ହେଲେ କାଲୁମ ଫ୍ଲାନାଗାନ୍‌। ତାଙ୍କୁ ଏବେ ୩୨ ବର୍ଷ। ପେସାରେ ସେ ଜଣେ ଗଣିତ ଶିକ୍ଷକ।

ଝିଅମାନେ ଚାହାନ୍ତି ପୁଅ ଦେଖିବାକୁ ହ୍ୟାଣ୍ଡସମ ହୋଇଥାଉ। ସେ ସମସ୍ତଙ୍କ ସହ ବ୍ୟବହାର ଠିକ୍‌ କରୁଥାଉ। ଭଲ ଚାକିରି କରିଥାଉ। ନିର୍ଡର ଏବଂ ପରୋପକାରୀ ହୋଇଥାଉ। କାଲୁମଙ୍କ ନିକଟରେ ସବୁକିଛି ଅଛି। ଏଥିପାଇଁ ଯୁବତୀମାନେ କିଛି ଗଡ଼ବଡ଼ ଥିବା ସନ୍ଦେହ କରି ଦୂରେଇ ଯାଉଛନ୍ତି ବୋଲି କାଲୁମ ଏକ ସାକ୍ଷାତକାରରେ କହିଛନ୍ତି।

କେବଳ ଏତିକି ନୁହେଁ କାଲୁମ ମିଛ କହୁଛନ୍ତି ବୋଲି ଯୁବତୀମାନେ ଭାବିଥାନ୍ତି। ଏଯାବତ ମାତ୍ର ଜଣେ ଯୁବତୀ ସବୁଠାରୁ ଅଧିକ ମାସ ତାଙ୍କ ସହ ଡେଟିଂ କରିଥିଲେ। ସେ ବି ୬ ମାସ। ଏହାଠାରୁ ଅଧିକ ସମୟ ତାଙ୍କ ସହ କେହି ରହିନାହାନ୍ତି। ଫଳରେ ସେ ଦୀର୍ଘ ୬ ବର୍ଷ ଧରି ଏକାକି ଅଛନ୍ତି।

କାଲୁମଙ୍କ ବନ୍ଧୁମାନେ ତାଙ୍କ ପାଇଁ ପାର୍ଟନର ଖୋଜୁଥାନ୍ତି। ହେଲେ ସେ ବ୍ୟକ୍ତିଗତ ଭାବେ ଯୁବତୀଙ୍କୁ ଭେଟି ପରସ୍ପରକୁ ଭଲଭାବେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଏହା ତାଙ୍କୁ ଅଡ଼ୁଆରେ ପକାଇଥାଏ। ଆଜିର ସମୟରେ ସବୁକିଛି ଅନ୍‌ଲାଇନ୍‌ରେ ହେଉଥିବା ବେଳେ ବୋଧହୁଏ ଅନ୍‌ଲାଇନ୍‌ ଡେଟିଂ ହିଁ ତାଙ୍କ ପାଇଁ ସର୍ବତ୍କୃଷ୍ଟ ରହିବ ବୋଲି ସେ ଚିନ୍ତା କରୁଥିବା ମଧ୍ୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri