Posted inଫୁରସତ

ଦେଖିବାକୁ ଏତେ ହ୍ୟାଣ୍ଡସମ୍‌ ଯେ ଡେଟ୍‌ କରିବାକୁ ମନା କରୁଛନ୍ତି ଝିଅ

ସୁନ୍ଦର ଚେହେରା ଯୋଗୁ ସହଜରେ ସାଥୀ ମିଳିବା କଥା ଅନେକ ଶୁଣିଥିବେ। ହେଲେ ବ୍ରିଟେନର ଜଣେ ଯୁବକ ଦେଖିବା ପାଇଁ ବହୁତ ହ୍ୟାଣ୍ଡସମ୍‌ ବୋଲି ତାଙ୍କୁ ଡେଟିଂ କରିବାକୁ ଝିଅ ମନା କରୁଛନ୍ତି । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ହେଁ ସତ। ଯୁବକଜଣଙ୍କ ହେଲେ କାଲୁମ ଫ୍ଲାନାଗାନ୍‌। ତାଙ୍କୁ ଏବେ ୩୨ ବର୍ଷ। ପେସାରେ ସେ ଜଣେ ଗଣିତ ଶିକ୍ଷକ।

ଝିଅମାନେ ଚାହାନ୍ତି ପୁଅ ଦେଖିବାକୁ ହ୍ୟାଣ୍ଡସମ ହୋଇଥାଉ। ସେ ସମସ୍ତଙ୍କ ସହ ବ୍ୟବହାର ଠିକ୍‌ କରୁଥାଉ। ଭଲ ଚାକିରି କରିଥାଉ। ନିର୍ଡର ଏବଂ ପରୋପକାରୀ ହୋଇଥାଉ। କାଲୁମଙ୍କ ନିକଟରେ ସବୁକିଛି ଅଛି। ଏଥିପାଇଁ ଯୁବତୀମାନେ କିଛି ଗଡ଼ବଡ଼ ଥିବା ସନ୍ଦେହ କରି ଦୂରେଇ ଯାଉଛନ୍ତି ବୋଲି କାଲୁମ ଏକ ସାକ୍ଷାତକାରରେ କହିଛନ୍ତି।

କେବଳ ଏତିକି ନୁହେଁ କାଲୁମ ମିଛ କହୁଛନ୍ତି ବୋଲି ଯୁବତୀମାନେ ଭାବିଥାନ୍ତି। ଏଯାବତ ମାତ୍ର ଜଣେ ଯୁବତୀ ସବୁଠାରୁ ଅଧିକ ମାସ ତାଙ୍କ ସହ ଡେଟିଂ କରିଥିଲେ। ସେ ବି ୬ ମାସ। ଏହାଠାରୁ ଅଧିକ ସମୟ ତାଙ୍କ ସହ କେହି ରହିନାହାନ୍ତି। ଫଳରେ ସେ ଦୀର୍ଘ ୬ ବର୍ଷ ଧରି ଏକାକି ଅଛନ୍ତି।

କାଲୁମଙ୍କ ବନ୍ଧୁମାନେ ତାଙ୍କ ପାଇଁ ପାର୍ଟନର ଖୋଜୁଥାନ୍ତି। ହେଲେ ସେ ବ୍ୟକ୍ତିଗତ ଭାବେ ଯୁବତୀଙ୍କୁ ଭେଟି ପରସ୍ପରକୁ ଭଲଭାବେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଏହା ତାଙ୍କୁ ଅଡ଼ୁଆରେ ପକାଇଥାଏ। ଆଜିର ସମୟରେ ସବୁକିଛି ଅନ୍‌ଲାଇନ୍‌ରେ ହେଉଥିବା ବେଳେ ବୋଧହୁଏ ଅନ୍‌ଲାଇନ୍‌ ଡେଟିଂ ହିଁ ତାଙ୍କ ପାଇଁ ସର୍ବତ୍କୃଷ୍ଟ ରହିବ ବୋଲି ସେ ଚିନ୍ତା କରୁଥିବା ମଧ୍ୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri